ନୃ-ଶଂ-ସ ସ୍ୱାମୀ ! ଗର୍ଭବତୀ ସ୍ତ୍ରୀ ଦେହରେ କିରାସିନି ଢା-ଳି କଲା ହ-ତ୍ୟା…

ହ-ତ୍ୟା, ଆତ୍ମ-ହତ୍ୟା ବର୍ତ୍ତମାନର ସମୟରେ ସାଧାରଣ କଥା ପାଲଟି ଗଲାଣି । କେଉଁଠି କିଏ ନା କିଏ , କାହାକୁ ହ-ତ୍ୟା କରିଥିବାର  ମାମଲା ସାମ୍ନାକୁ ଆସୁଅଛି । କେଉଁଠି ପୁଅ ମାଆକୁ ମାରି ଦେଉଛି ତ ଆଃ କେଉଁଠି ସ୍ୱାମୀ ସ୍ତ୍ରୀକୁ ମା-ରି ଦେଉଛି । ଚାରିଆଡେ ଏଭଳି ଅନେକ ଘଟଣା ଘଟୁଅଛି।  ମଣିଷ ସମାଜ ସମ୍ପୂର୍ଣ୍ଣ ଭାବରେ ନୃଶଂସ ପାଲଟି ଗଲାଣି । କାହାକୁ ମାରି ଦେବା ପୂର୍ବରୁ ତାକୁ ଟିକିଏ ବି ଅବସୋସ ଲାଗୁନାହିଁ କି ଖରାପ ମଧ୍ୟ ଲାଗୁନାହିଁ । ତେବେ ନିକଟରେ ଏଭଳି ଏକ ମାମଲା ସାମ୍ନାକୁ ଆସିଅଛି ।

ଗର୍ଭବତୀ ମହିଳାଙ୍କୁ ନିଜ ସ୍ୱାମୀ ହତ୍ୟା କରି ଦେଇଛନ୍ତି । ଆଉ ତାଙ୍କ ସାଙ୍ଗରେ ମାରି ଦେଇଛନ୍ତି ପେଟରେ ରହିଥିବା ଏକ କଅଁଳ ଶିଶୁକୁ । ଯିଏ ଏ ଦୁନିଆଁକୁ ଦେଖି ବି ନଥିଲା । ଯିଏ ଥିଲା ନୀରିହ, ନିଷ୍ପାପ ଆଉ ସରଳ । ଦୁନିଆଁ ଦେଖିବା ପୂର୍ବରୁ ଆଖି ବୁଜି ଦେଲା ସେ । ଆଉ ମାତ୍ର କିଛିଦିନ ପରେ ପିଲାଟି ଦୁନିଆଁକୁ ଆସି ଯାଇଥାନ୍ତା । ଆଉ ତାଙ୍କ ପରିବାର ହସ ଖୁସିରେ ଭରି ଉଠିଥାନ୍ତା । ମାର କୋଳ ବି ପୁରି ଉଠିଥାନ୍ତା । ଘରେ ସମସ୍ତଙ୍କ ମୁହଁରେ ହସ ଫୁଟି ଯାଇଥାନ୍ତା । କିନ୍ତୁ କିଛି ବି ହୋଇ ପାରିଲାନାହିଁ । ସେ ଦୁନିଆଁ ଦେଖିବା ପୂର୍ବରୁ ଆଖି ବୁଜିଦେଲା ତାର ମା । ନିଜ ସ୍ୱାମୀର ଅତ୍ୟା-ଚାରର ଶିକାର ହୋଇ ସବୁଦିନ ପାଇଁ ଚାଲିଗଲା ସ୍ତ୍ରୀ ।

ତେବେ ଏଭଳି ଏକ ଅଭାବନୀୟ ଘଟଣା ଭଦ୍ରକ ଜିଲ୍ଲାର ଚାନ୍ଦବାଲି ପଂଚାୟତର ବାଲିପଦା ଗ୍ରାମରୁ ସାମ୍ନାକୁ ଆସିଅଛି। ଏହି ଗ୍ରାମର ହୃଷିକେଶ ବେହେରା ନାମକ ଜଣେ ଯୁବକ ନିଜ ଗର୍ଭବତୀ ପତ୍ନୀଙ୍କ ଉପରେ କିରୋସିନି ଢାଳି ତାଙ୍କୁ ନୃ-ଶଂ-ସ ଭାବରେ ହ-ତ୍ୟା କରିଛନ୍ତି । ତେବେ ଏ ବାବଦରେ ସୂଚନା ପାଇ ଝିଅର ପରିବାର ଲୋକେ ଥାନାରେ ପହଞ୍ଚିଥିଲେ ଆଉ ଥାନା ଆଗରେ ଶବ ରଖି ଧାରଣା ଦେଇଥିଲେ । ଆଉ ଅଭିଯୁକ୍ତ ହୃଷିକେଶଙ୍କୁ ଧରିବା ପାଇଁ ଦାବି କରିଥିଲେ । ତେବେ ହ-ତ୍ୟା କରିବାର ୧୨ ଘଣ୍ଟା ନ ପୁରୁ ପୋଲିସ ଅଧିକାରୀ ଅଭିଯୁକ୍ତ ହୃଷିକେଶକୁ ଗିରଫ କରିଥିଲେ ଏବଂ ତାଙ୍କ ନାମରେ ଅନେକ ମାମଲା ରୁଜୁ କରିଥିଲେ ।

ତେବେ ଆଉ ଏକ ଆଶ୍ଚର୍ଯ୍ୟର କଥା ଦେଖିବାକୁ ମିଳିଥିଲା କି, ହୃଷିକେଶଙ୍କର ମଧ୍ୟ ଦୁଇ ହାତ ପୋଡି ଯାଇଥିଲା । ତେଣୁ ପୋଲିସ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାକୁ ପଠାଇଥିଲା । ତେବେ ତଦନ୍ତରେ ଝିଅର ପରିବାର ଲୋକ ଖୁସି ନାହାଁନ୍ତି ଆଉ ଭଲ ଭାବରେ ତଦନ୍ତ କରିବାପାଇଁ ଥାନାରେ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *