ଋଷ ରାଷ୍ଟ୍ରପତି ପୁଟିନଙ୍କୁ ଏଲନ ମସ୍କଙ୍କ ଖୋଲା ଚ୍ୟାଲେଞ୍ଜ , ଯୁଦ୍ଧରେ ଯିଏ ଜିତିବ ୟୁକ୍ରେନ ତାର :-

ଆପଣ ମାନେ ଜାଣିଥିବେ ଯେ ଗତ କିଛି ଦିନ ଧରି ଋଷ ୟୁକ୍ରେନର ଜୋରଦାର ଯୁଦ୍ଧ ଚାଲିଛି । ଯାହାଦ୍ୱାରା ଅନେକ କ୍ଷୟକ୍ଷତି ମଧ୍ୟ ହୋଇଛି । ଯୁଦ୍ଧ ପ୍ରାରମ୍ଭରୁ କିଛି ଦିନ ପର୍ଯ୍ୟନ୍ତ ଉଭୟ ଦେଶ ପକ୍ଷରୁ ଯୁଦ୍ଧ କୁ ନେଇ ବେଶ ଜୋରଦାର ପ୍ରୟାସ ଚାଲିଥିଲା । ୟୁକ୍ରେନ ବି ନିଜର ହାର ମାନି ନଥିଲା । କିନ୍ତୁ ବର୍ତ୍ତମାନ ସମୟରେ ୟୁକ୍ରେନ ଏବଂ ଋଷ ର ଯୁଦ୍ଧ କୁ ନେଇ କିଛି କଥା ସାମ୍ନାକୁ ଆସୁଛି ଯେଉଁଥିରେ ଋଷ ରାଷ୍ଟ୍ରପତି ଙ୍କୁ ଖୋଲାଖୋଲି ଚ୍ୟାଲେଞ୍ଜ ମିଳିଛି । ତେବେ ଆଜିକାର ଏହି ଲେଖାରେ ଆମେ ଏହି ସୂଚନା ବିଷୟରେ ଆପଣଙ୍କୁ ସମ୍ପୂର୍ଣ୍ଣ ଭାବରେ କହିବୁ ।

ସୂଚନା ଅନୁଯାୟୀ ଋଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଙ୍କୁ ଦୁନିଆର ସବୁଠାରୁ ଧନୀ ବ୍ୟକ୍ତି ଏଲନ ମସ୍କ ଚ୍ୟାଲେଞ୍ଜ କରିଛନ୍ତି । ଯେଉଁଥିରେ ବାଜି ଲାଗିନ ୟୁକ୍ରେନ । ତେବେ ଆପଣ ମାନେ ଏହା ମଧ୍ୟ ଜାଣି ରଖନ୍ତୁ ଯେ ୟୁକ୍ରେନ ଓ ଋଷ ମଧ୍ୟରେ ଯୁଦ୍ଧ ଆରମ୍ଭରୁ ହିଁ ଏଲନ ମସ୍କ ୟୁକ୍ରେନ ସପକ୍ଷରେ ରହି ଆସିଛନ୍ତି । ସେ ପ୍ରଥମରୁ ହିଁ ରାଷ୍ଟ୍ରପତି ପୁଟିନଙ୍କୁ ଟାର୍ଗେଟ କରି ଆସୁଛନ୍ତି । କେବଳ ସେତିକି ନୁହେଁ ୟୁକ୍ରେନ ର ସହାୟତା ପାଇଁ ନିଜର ସାଟେଲାଇଟ ଷ୍ଟାରଲିଙ୍କର ବ୍ୟବହାର କରିବାକୁ ମଧ୍ୟ ଅନୁମତି ଦେଇଛନ୍ତି ।

ଏଲନ ମସ୍କ ଙ୍କ ଖୋଲାଖୋଲି ଚ୍ୟାଲେଞ୍ଜ ଅନୁଯାୟୀ ସେ ଋଷ ରାଷ୍ଟ୍ରପତି ପୁଟିନ ଙ୍କୁ ୟୁକ୍ରେନ ସହ ନୁହେଁ ବରଂ କେବଳ ଏଲନ ମସ୍କ ଙ୍କ ସହିତ ଯୁଦ୍ଧ କରିବାକୁ କହିଛନ୍ତି । ଯେଉଁଥିରେ ବାଜି ଲଗାଇଛନ୍ତି ୟୁକ୍ରେନ କୁ । ଅର୍ଥାତ ଯୁଦ୍ଧରେ ଯିଏ ଜିତିବ ୟୁକ୍ରେନ ତାର ହେବ । ଏହି ଉକ୍ତିକୁ ମସ୍କ ନିଜେ ଟ୍ୱିଟ କରି ପୁଟିନ ଙ୍କୁ ଚ୍ୟାଲେଞ୍ଜ କରିଛନ୍ତି ।

ଯୁଦ୍ଧ ଆରମ୍ଭ ବିଷୟରେ କହିବାକୁ ଗଲେ ଏଲନ ମସ୍କ ପ୍ରଥମରୁ ହିଁ ୟୁକ୍ରେନ ର ସହାୟତା କରି ଆସିଛନ୍ତି । ସେ ୟୁକ୍ରେନ କୁ ଖୋଲାଖିଲି ସମର୍ଥନ କରିଥିବା କଥା ମଧ୍ୟ କହିଛନ୍ତି । ଏମିତିରେ ଏଲନ ମସ୍କଙ୍କ ବିଷୟରେ କହିବାକୁ ଗଲେ ସେ ବିଶ୍ୱର ସବୁଠାରୁ ଧନୀ ବ୍ୟକ୍ତି ଏବଂ ଟେସଲା ର ସିଇଓ । ତେଣୁ ଏହି ଯୁଦ୍ଧ ସମୟରେ ସେ ୟୁକ୍ରେନକୁ ସମଗ୍ର ଦୁନିଆ ସହିତ ଯୋଗାଯୋଗ ରେ ରଖିବା ପାଇଁ ଷ୍ଟାରଲିଙ୍କ ଇଣ୍ଟରନେଟ ଷ୍ଟେସନ ଗୁଡ଼ିକରେ ଅନେକ ସିପମେଣ୍ଟ ପଠାଇଛନ୍ତି । ଏହା ସହିତ ଯୁଦ୍ଧଗ୍ରସ୍ତ ଦେଶରେ ସାହାଯ୍ୟ ପାଇଁ କିଛି ଟେସଲା ପାୱରୱାଲସ ମଧ୍ୟ ୟୁକ୍ରେନ ପଠାଇଛନ୍ତି ।

Leave a Reply

Your email address will not be published. Required fields are marked *