ଡାକ୍ତରଙ୍କର ନିର୍ଯ୍ୟାତନାର ଶିକାର ହୋଇ ଜୀବନ ହା-ରି-ଲେ ନର୍ସ, ଘଟଣା ବିଷୟରେ ନର୍ସଙ୍କ ସ୍ୱାମୀ ଯାହା କହିଲେ ଶୁଣି ଆଶ୍ଚର୍ଯ୍ୟ ହୋଇଯିବେ….

ଏହି କଳିଯୁଗରେ ଏଭଳି ଅନେକ ଘଟଣା ଘଟୁଅଛି, ଯାହାକୁ ସହଜରେ ବିଶ୍ୱାସ କରି ହେଉନାହିଁ । ପ୍ରତିଦିନ ହଜାର ହଜାର ମାମଲା ସାମ୍ନାକୁ ଆସୁଅଛି । କିଏ କାହାକୁ ମାରି ଦେଉଛି ତ ପୁଣି ଆଉ କେଉଁଠି କାହାର ନିର୍ଯ୍ୟାତନା ସହି ନ ପାରି ଆଉ କିଏ ଆତ୍ମ-ହତ୍ୟା କରିଦେଉଛି । ତେବେ ଥରେ ଭାବି ଦେଖନ୍ତୁ ତ ମଣିଷ ଜାତି କେତେ ନୃଶଂସ ପାଲଟି ଯାଇଅଛି । କାହାର ଜୀବନ ନେବାକୁ ବି ପଛାଉ ନାହିଁ ଏ ମଣିଷ ସମାଜ । ସେଥିପାଇଁ କୁହାଯାଉଛି କଳିଯୁଗ ସରି ସରି ଆସିଲାଣି । ତେବେ ପୁଣିଥରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଅଛି , ଆସନ୍ତୁ ସେ ବିଷୟରେ ଜାଣିବା ।

ଜଣେ ଷ୍ଟାଫ ନର୍ସଙ୍କର ମୃତ୍ୟୁକୁ ନେଇ ପାରାଦ୍ୱୀପ ପୋର୍ଟ ହସ୍ପିଟାଲରେ ଉତ୍ତେଜନା ଦେଖିବାକୁ ମିଳିଅଛି । ଷ୍ଟାଫ ନର୍ସଙ୍କର ସ୍ୱାମୀଙ୍କ କହିବା ଅନୁଯାୟୀ , ତାଙ୍କ ସ୍ତ୍ରୀ ନିର୍ଯ୍ୟାତନା ସହି ନ ପାରି ଆତ୍ମହତ୍ୟା କରି ଦେଇଛନ୍ତି । ସେ ମାନସିକ ନିର୍ଯ୍ୟାତନା ସହି ଆସୁଥିଲେ । ଆଉ ଏସବୁ ପାଇଁ ଡାକ୍ତର ପଣ୍ଡା ଦାୟୀ ଅଟନ୍ତି । ଡାକ୍ତର ପଣ୍ଡା ତାଙ୍କ ସ୍ତ୍ରୀଙ୍କୁ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଆଉ ସେହି ଡାକ୍ତରଙ୍କ ପାଇଁ ହିଁ ଆଜି ତାଙ୍କ ସ୍ତ୍ରୀ ଏ ଦୁନିଆଁରେ ନାହାଁନ୍ତି । ତେବେ ଡାକ୍ତରଙ୍କୁ ଦଣ୍ଡ ମିଳିଲେ ହିଁ ତାଙ୍କ ଆତ୍ମା ଶାନ୍ତି ପାଇବ ବୋଲି ନର୍ସଙ୍କ ସ୍ୱାମୀ କହିଛନ୍ତି ।

ତେବେ ସୂଚନା ମୁତାବିକ , ପାରାଦ୍ୱୀପ ପୋର୍ଟ ହସ୍ପିଟାଲରେ କାମ କରୁଥିବାର ଷ୍ଟାଫ ନର୍ସଙ୍କର ନାମ ନିବେଦିତା ଜେନା ଅଟେ । ସେ ବହୁ ବର୍ଷ ଧରି ଏହ ହସ୍ପିଟାଲରେ କାମ କରି ଆସୁଥିଲେ । ତେବେ ହଠାତ ମାନସିକ ଚାପ ପାଇଁ ତାଙ୍କର ରକ୍ତଚାପ ବୃଦ୍ଧି ପାଇଥିଲା ଆଉ ତାଙ୍କର ବ୍ରେନ ଷ୍ଟ୍ରୋକ ହୋଇ ଯାଇଥିଲା । ଏହି ସବୁ ବିଷୟରେ ତାଙ୍କ ସ୍ୱାମୀ ଏବଂ ପରିବାର ଲୋକେ ଅଭିଯୋଗ କରିଛନ୍ତି । ତେବେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ତାଙ୍କ ମୃତ ଦେହକୁ ହସ୍ପିଟାଲ ସମ୍ମୁଖରେ ରଖି ଧାରଣା ଦେଇଛନ୍ତି । ତେବେ ମୃତ୍ୟୁ ପାଇଁ ହସ୍ପିଟାଲର ମୁଖ୍ୟ ଡାକ୍ତରଙ୍କୁ ପରିବାର ଲୋକେ ଦାୟୀ କରିଛନ୍ତି ।

ତେବେ ଅନ୍ୟପକ୍ଷରେ ଗତକାଲି ନର୍ସ ଜଣକ ଅସୁସ୍ଥ ରହିଥିବାରୁ ଚିକିତ୍ସା ବେଳେ ତାଙ୍କୁ ଜାଣିଶୁଣି ମାରି ଦିଆଯାଇଛି ବୋଲି ଆନ୍ଦୋଳନକାରୀ ଅଭିଯୋଗ କରିଛନ୍ତି । ମୃତ ନର୍ସଙ୍କର ସ୍ୱାମୀଙ୍କର କହିବା ଅନୁଯାୟୀ , ଚିକିତ୍ସା କରିଥିବା ଡାକ୍ତର ଅର୍ଥାତ ଡାକ୍ତର ପଣ୍ଡା ସାମ୍ନାକୁ ଆସି ଚିକିତ୍ସା ପ୍ରଣାଳୀ ବିଷୟରେ ବର୍ଣ୍ଣନା କରନ୍ତୁ । ତାଙ୍କ ସ୍ତ୍ରୀଙ୍କୁ ନ୍ୟାୟ ମିଳିବା ଉଚିତ । ଦୀର୍ଘ ଦିନ ଧରି ତାଙ୍କ ସହ ଅନୈତିକ ବ୍ୟବହାର କରା ଯାଉଥିଲା ।

ତେବେ ପରିବାର ଲୋକଙ୍କର କହିବା ଅନୁଯାୟୀ , ମୁଖ୍ୟ ଡାକ୍ତର ପ୍ରହ୍ଲାଦ ପଣ୍ଡା ଅନ୍ୟ ବିଭାଗର ହୋଇଥିଲେ ମଧ୍ୟ ସେ କାହିଁକି ତାଙ୍କ ପତ୍ନୀଙ୍କୁ ୧୦ଟି ଇଂଜେକସନ ଦେଲେ , ସେ ବିଷୟରେ ମତ ରଖନ୍ତୁ । ତାପରେ ଯାଇ ତାଙ୍କ ପରିବାର ଲୋକେ ଆନ୍ଦୋଳନରୁ ଉଠିବେ ବୋଲି କହିଛନ୍ତି । ତେବେ ନ୍ୟାୟ ପାଇଁ ପରିବାର ଲୋକେ ଆନ୍ଦୋଳନରେ ରହିଥିଲେ ହେଁ ଏପର୍ଯ୍ୟନ୍ତ କୋୖଣସି ଏତଲା ଦିଆ ଯାଇନାହିଁ । ତେବେ ଆଗକୁ କଣ ହେଉଛି , ତାହା ଦେଖିବାକୁ ବାକି ରହିଲା ।

Leave a Reply

Your email address will not be published. Required fields are marked *