ସ୍ୱପ୍ନରେ ଶାରୀରିକ ସମ୍ଭୋଗ କରୁଥିବାର ଦେଖୁଥିଲେ ନିଶ୍ଚିତ ଭାବରେ ଜାଣି ନିଅନ୍ତୁ ଏହା କେଉଁ ସଙ୍କେତ ଦେଉଛି :-

ମନୁଷ୍ୟର ଜୀବନର ପ୍ରତ୍ୟେକ ପର୍ଯ୍ୟାୟ ଅନୁସାରେ ମନୁଷ୍ୟ ଠାରେ ବିଭିନ୍ନ ପରିବର୍ତ୍ତନ ଦେଖା ଦେଇଥାଏ । ଅନେକ ଶାସ୍ତ୍ର ରେ ମନୁଷ୍ୟ ସମ୍ବନ୍ଧରେ ଅନେକ ବର୍ଣ୍ଣନା କରାଯାଇଛି । ସେହିପରି ମନୁଷ୍ୟ ଜୀବନର ଆଉ ଏକ ଦୁନିଆ ହେଉଛି ସ୍ବପ୍ନର ଦୁନିଆ । ଅନେକ ସମୟରେ ମନୁଷ୍ୟ ବିଭିନ୍ନ ପ୍ରକାରର ସ୍ୱପ୍ନ ଦେଖିଥାଏ । ସବୁ ସ୍ବପ୍ନର ଅର୍ଥ ମଧ୍ୟ ଭିନ୍ନ ଭିନ୍ନ ହୋଇଥାଏ । ସ୍ୱପ୍ନ ଶାସ୍ତ୍ର ରେ ତାହାର ବର୍ଣ୍ଣନା ମଧ୍ୟ କରାଯାଇଛି । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସ୍ୱପ୍ନରେ ସମ୍ଭୋଗ କରୁଥିବାର ଦେଖିଲେ ତାହାର ଅର୍ଥ କଣ ହୋଇଥାଏ ସେହି ସମ୍ବନ୍ଧରେ କହିବୁ ।

ତେବେ ସେହି ସବୁ ସ୍ବପ୍ନର ଅର୍ଥ ଭିନ୍ନ ଭିନ୍ନ ହୋଇଥାଏ । କିଛି ସ୍ବପ୍ନର ଅର୍ଥ ଶୁଭ ହୋଇଥିବା ବେଳେ ଆଉ କିଛି ସ୍ବପ୍ନର ଅର୍ଥ ଅଶୁଭ ହୋଇଥାଏ ।

୧ . ପରିଚିତ ଲୋକଙ୍କ ସହ ସମ୍ଭୋଗ :-

ଯଦି ଆପଣ ସ୍ୱପ୍ନରେ ପରିଚିତ ଲୋକଙ୍କ ସହ ସମ୍ଭୋଗ କରୁଥିବାର ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଏକ ଶୁଭ ସଙ୍କେତ ଅଟେ । ଏହାର ଅର୍ଥ ଏପରି ହୋଇପାରେ ଯେ ଆପଣଙ୍କର ବିବାହ ହେବାକୁ ଯାଉଛି । ଯଦି ବିବାହ ସମ୍ବନ୍ଧରେ କଥା ଚାଲିଛି ତେବେ ଖୁବଶୀଘ୍ର ବିବାହ ମଧ୍ୟ ହୋଇଯିବ । କିନ୍ତୁ ଯଦି ଆପଣ ପୂର୍ବରୁ ହିଁ ବିବାହିତ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଶୁଭ ଏବଂ ଆପଣ ଖୁବଶୀଘ୍ର ଧନ ଲାଭ କରିବାକୁ ଯାଉଛନ୍ତି ।

କିନ୍ତୁ ନବ ବିବାହିତ ବ୍ୟକ୍ତିଙ୍କୁ ଏହି ସ୍ୱପ୍ନ ଆସିଲେ ତାହା ଅଶୁଭ ହୋଇଥାଏ । ଏପରି କୁହାଯାଇଥାଏ ଯେ ନବ ବିବାହିତ ଦମ୍ପତ୍ତି ଙ୍କ ଉପରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିଥାଏ କିମ୍ବା ତାଙ୍କ ଉପରେ ପ୍ରେତ ବାଧା ଦେଖା ଦିଏ । ଏପରି ସ୍ୱପ୍ନ ସାଧରଣତଃ ଶୁକ୍ଳ ପକ୍ଷରେ ଦେଖିବାକୁ ମିଳିଥାଏ ।

୨ . ଅପରିଚିତ ବ୍ୟକ୍ତିଙ୍କ ସହିତ ସମ୍ଭୋଗ :-

ଅପରିଚିତ ବ୍ୟକ୍ତିଙ୍କ ସହିତ ଶାରୀରିକ ସମ୍ପର୍କ ରଖିବାର ସ୍ୱପ୍ନ ଦେଖିଲେ ଏହା ଅଶୁଭ ସଙ୍କେତ ହୋଇଥାଏ । ସାଧରଣତଃ ଏପରି ସ୍ୱପ୍ନ କୃଷ୍ଣ ପକ୍ଷରେ ଦେଖିବାକୁ ମିଳେ ବୋଲି ସ୍ୱପ୍ନ ଶାସ୍ତ୍ରରେ କୁହାଯାଇଛି ।

୩ . ନିଜ ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ସମ୍ଭୋଗ :-

ଅନେକ ସମୟରେ ଏପରି ବି ହୋଇଥାଏ ଯେ ଲୋକେ ସ୍ୱପ୍ନରେ ନିଜ ସ୍ୱାମୀ କିମ୍ବା ସ୍ତ୍ରୀ ସହିତ ସମ୍ଭୋଗ କରୁଥିବାର ଦେଖିଥାନ୍ତି । ତେବେ ଏପରି ସ୍ୱପ୍ନ ଆସିଲେ ଏହାର ଅର୍ଥ ଏହା ଯେ ଦମ୍ପତ୍ୟ ଜୀବନ ଖୁସିରେ ବିତୁଛି । ଆହୁରି ମଧ୍ୟ ଏପରି ହୋଇପାରେ ଯେ ଆପଣ ନିଜ ପାର୍ଟନର ଙ୍କ ଠାରୁ ଯାହା ଆଶା କରୁଛନ୍ତି ତାହା ଆପଣଙ୍କୁ ମିଳୁନାହିଁ ।

୪ . ପୂର୍ବ ପ୍ରେମିକ କିମ୍ବା ପ୍ରେମିକା ସହିତ ସମ୍ଭୋଗ :-

ଅନେକ ସମୟରେ ଲୋକେ ସ୍ୱପ୍ନରେ ପୂର୍ବ ପ୍ରେମିକ କିମ୍ବା ପ୍ରେମିକା ସହିତ ସମ୍ଭୋଗ କରୁଥିବାର ଦେଖିଥାନ୍ତି । ତେବେ ଏହାର ୩ଟି ସଙ୍କେତ ହୋଇପାରେ । ପ୍ରଥମତଃ ହୁଏତ ଆପଣଙ୍କ ପୂର୍ବ ପାର୍ଟନର ଙ୍କ ସହିତ ଆପଣଙ୍କ ଶାରୀରିକ ସମ୍ପର୍କ ଭଲ ଥିଲା । ଦ୍ୱିତୀୟତଃ ଆପଣଙ୍କ ପୂର୍ବ ପାର୍ଟନର ତୁଳନାରେ ବର୍ତ୍ତମାନ ର ପାର୍ଟନର ସେତେ ଅଧିକ ଭଲ ପାଉ ନାହାଁନ୍ତି କିମ୍ବା ଏପରି ବି ହୋଇପାରେ ଶାରୀରିକ ସମ୍ଭୋଗ ରେ ଆପଣ ସନ୍ତୁଷ୍ଟ ନୁହଁନ୍ତି ।

ତେବେ ଏହିସବୁ ସ୍ବପ୍ନରୁ ଯଦି ଆପଣ ମୁକ୍ତି ପାଇବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ଏକ ସୂତା ରେ ସାତୋଟି ଗଣ୍ଠି ପକାଇବାକୁ ପଡ଼ିବ ଏବଂ ସେଥିରେ ଅଳ୍ପ ସୋରିଷ ତେଲ ଲଗାଇବାକୁ ପଡ଼ିବ । ଏହାପରେ ଏହାକୁ ରାତିରେ ଶୋଇବା ବେଳେ ନିଜ ତକିଆ ତଳେ ରଖି ଶୋଇବାକୁ ହେବ । ସକାଳୁ ସେହି ସୁତାକୁ ନେଇ କୌଣସି ଏକ ଗଛ ମୂଳରେ ପୋତି ଦେଲେ ହୁଏତ ଆପଣଙ୍କ ସମସ୍ୟାର ସମାଧାନ ହୋଇଯିବ ।

Leave a Reply

Your email address will not be published. Required fields are marked *