ସିନ୍ଦୂର ଡବାରେ ରଖି ଦିଅନ୍ତୁ ଏହି ଗୋଟିଏ ଜିନିଷ ସ୍ବାମୀଙ୍କୁ ସଫଳ ହେବାରେ କେହି ରୋକି ପାରିବେ ନାହିଁ।

ବନ୍ଧୁମାନେ ଆମ ହିନ୍ଦୁ ଧର୍ମରେ ବିବାହିତ ନାରୀ ମାନଙ୍କ ପାଇଁ ସିନ୍ଦୂର ଏବଂ ମଙ୍ଗଳସୂତ୍ର ବହୁ ପବିତ୍ର ଓ ମହତ୍ତ୍ଵ ପୂର୍ଣ୍ଣ ଅଟେ। ଆଜି ଆମେ ଏହି ସିନ୍ଦୂର ବିଷୟରେ କିଛି ଜଣା ଅଜଣା କଥା କହିବୁ ଯାହା ଆପଣଙ୍କ ଜୀବନରେ ଖୁସି ଆଣିଦେବ। କେଉଁ ସମୟରେ ସିନ୍ଦୂରର ବ୍ୟବହାର କରିବେ ନାହିଁ ଏବଂ ଏହାକୁ କିପରି ରଖିବେ ବା ଏହାର ବ୍ୟବହାର ସମ୍ପର୍କରେ କିଛି ତଥ୍ୟ ଆମେ ଆପଣଙ୍କୁ ଜଣାଇବୁ। ଏହି ସିନ୍ଦୂର ତଳେ ପଡ଼ିବ ଦ୍ଵାରା କଣ ହୁଏ ? ଯାହା ପ୍ରତ୍ୟେକ ମହିଳା ସିନ୍ଦୂର ଲଗେଇବା ସମୟରେ କରନ୍ତି। ତେବେ ଏହି ଭୁଲକୁ ଆପଣ ଅଣଦେଖା କରନ୍ତୁ ନାହିଁ। ଏହାଦ୍ବାରା ଆପଣଙ୍କ ଜୀବନରେ ଏହା ସମସ୍ୟା ଆଣିଦେବ। ଏହା ଦ୍ଵାରା ଆପଣଙ୍କ ସ୍ବାମୀଙ୍କ ସହିତ ଆପଣଙ୍କ ଦୂରତା ବନି ରହିଥାଏ।

ଆମ ହିନ୍ଦୁ ଧର୍ମରେ ସିନ୍ଦୂର ହେଉଛି ଜଣେ ସୁହାଗିନିର ପ୍ରତୀକ ବୋଲି ମାନ୍ୟତା ରହିଛି। ବିବାହ ସମୟରେ ସିନ୍ଦୂର ଦାନ କରିବାର ମଧ୍ୟ ମାନ୍ୟତା ରହିଛି। ଧାର୍ମିକ ପ୍ରଥା ଅନୁଯାୟୀ ସିନ୍ଦୂର ଲାଗିବାର ମାନ୍ୟତା ନିହାତି ଅନିର୍ବାଜ୍ୟ। ତେଣୁ ବିବାହିତ ନାରୀ ମାନଙ୍କୁ ସିନ୍ଦୂର ଲଗେଇବା ଆବଶ୍ୟକତା ରହିଛି। ଏହି ସିନ୍ଦୂର ଲଗାଇବାକୁ ନେଇ କିଛି ନୀତି ନିୟମ ରହିଛି ଯାହା ମାନିବାକୁ ହୋଇଥାଏ। ନଚେତ୍ ଆପଣଙ୍କ ବୈବାହିକ ଜୀବନରେ ଅଶାନ୍ତି ଆସିଥାଏ।

ଯେଉଁ ମହିଳା ସିନ୍ଦୂର ଲଗାନ୍ତି ନାହିଁ ତାଙ୍କ ସ୍ଵାମୀଙ୍କର ଧନ ଏବଂ ସ୍ଵାସ୍ଥ୍ୟଗତ ସମସ୍ୟା ଲାଗି ରହିଥାଏ। ଆସନ୍ତୁ ଜାଣିବା ଏହି ସିନ୍ଦୂର ଲାଗିବାର ମହତ୍ତ୍ଵ ବିଷୟରେ।

୧. ବିବାହିତ ମହିଳାଙ୍କୁ ସିନ୍ଦୂର ନିଜ ଟଙ୍କାରେ କିଣି ଲଗେଇବା ଉଚିତ୍ କିମ୍ବା କାହା ଟଙ୍କାରେ ଲଗାଇବା ଅନୁଚିତ୍। ୨. ପରିସ୍ଥିତି ଯାହାବି ହେଉ ବିବାହିତ ମହିଳାଙ୍କୁ ଅନ୍ୟ କାହା ସିନ୍ଦୂର ଆଣି ନିଜ ମଥାରେ ଲଗାଇବା ଅନୁଚିତ୍। ଏହା ଅଶୁଭ ହୋଇଥାଏ ଏବଂ ଏହାଦ୍ବାରା ନିଜ ସ୍ବାମୀଙ୍କୁ ଧନ ଜନିତ ସମସ୍ୟାକୁ ସାମ୍ନା ଆସିବାକୁ ହୋଇଥାଏ।

୩. ବିବାହିତ ମହିଳାଙ୍କୁ ବିବାହରେ ମିଳିଥିବା ସିନ୍ଦୂର ଲଗେଇବା ଠାରୁ ଦୂରେଇ ରହିବା ଉଚିତ୍। ଶାସ୍ତ୍ରରେ ମଧ୍ୟ ବର୍ଣ୍ଣିତ କି ଉପହାରରେ ମିଳିଥିବା ସିନ୍ଦୁରକୁ ଉପଯୋଗ କରିବା ଅନୁଚିତ୍। ୪. ମହିଳାଙ୍କୁ ନଗାଧୋଇ ସିନ୍ଦୂର ଲଗେଇବା ଅନୁଚିତ୍ ଅର୍ଥାତ୍ ମହିଳା ମାନଙ୍କୁ ଗାଧେଇ ସାରି ସିନ୍ଦୂର ଲଗେଇବା ଉଚିତ୍। ୫. ସିନ୍ଦୂର ଲଗେଇବା ସମୟରେ ସ୍ୱାମୀର ଲମ୍ବା ଆୟୁଷ ବିଷୟରେ ଭାବିବା ଉଚିତ୍। ଏହା ଦ୍ଵାରା ତାଙ୍କର ଭାଗ୍ୟ ଏବଂ ଶକ୍ତି ଆହୁରି ମଜବୁତ୍ ହୋଇଥାଏ। ମଥାରେ ସିନ୍ଦୂର ଲଗାଇବା ସମୟରେ ମାତା ପାର୍ବତୀଙ୍କୁ ଧ୍ୟାନରେ ରଖି ସିନ୍ଦୂର ଲଗାନ୍ତୁ। କାରଣ ଅଖଣ୍ଡ ସୌଭାଗ୍ୟବତି ବରଦାନ କେବଳ ପାର୍ବତୀଙ୍କ ଠାରୁ ହିଁ ମିଳିଥାଏ।

୬. ଋତୁସ୍ରାବ ସମୟରେ ଆପଣ ସିନ୍ଦୂର ଲଗାନ୍ତୁ ନାହିଁ କାରଣ ଏହି ସମୟରେ ସିନ୍ଦୂର ଲଗାଇଲେ ସିନ୍ଦୂରର ଅବମାନନା ହୋଇଥାଏ।
୭. ସିନ୍ଦୂର ତଳେ ପଡିବା ବହୁ ବଡ଼ ଅଶୁଭ ବୋଲି ମାନା ଯାଇଥାଏ। ସେଥିପାଇଁ ସବୁବେଳେ ଏହା ପିଲାଙ୍କ ଠାରୁ ଦୂରେଇ ରଖନ୍ତୁ। ଏପରି ଜାଗାରେ ରଖନ୍ତୁ ଯେପରି ଏହା ପିଲାଙ୍କ ହାତ ବାଜି ତଳେ ନପଡୁ। ସିନ୍ଦୂର ତଳେ ପଡିବା ଦ୍ଵାରା ଘରକୁ ଅଶୁଭ ଆସିଥାଏ। ୮. ସିନ୍ଦୂରକୁ କାହା ସାମ୍ନାରେ ଲଗାନ୍ତୁ ନାହିଁ। ଅନ୍ୟ ଆଗରେ ସିନ୍ଦୂର ଲଗାଇବା ଦ୍ଵାରା ଆପଣଙ୍କ ସମ୍ପର୍କରେ ନଜର ଲାଗିଯାଏ। ଆପଣଙ୍କ ସ୍ବାମୀଙ୍କ ପ୍ରେମ ମଧ୍ୟ କମ୍ ହୋଇଯାଏ। ଏଥିପାଇଁ ସବୁବେଳେ ମୁଣ୍ଡରେ ଓଢଣି ଦେଇ ସିନ୍ଦୂର ଲଗାନ୍ତୁ।

୯. ମଥାରେ ସିନ୍ଦୂର ଲଗାଇବା ପାଇଁ ଆପଣ ସବୁବେଳେ ଶୁଖିଲା ସିନ୍ଦୂରର ବ୍ୟବହାର କରନ୍ତୁ। କେବଳ କୁକୁମକୁ ବ୍ୟବହାର କରନ୍ତୁ ହେଲେ ପାଣି ସିନ୍ଦୂର ଲଗାନ୍ତୁ ନାହିଁ। ୧୦. ଯଦି ଭୁଲରେ ସିନ୍ଦୂର ତଳେ ପଡ଼ିଯାଏ ତେବେ ପାର୍ବତୀଙ୍କୁ କ୍ଷମା ମାଗନ୍ତୁ। ଯାହା ଦ୍ଵାରା ବିପଦ ଟଳି ଯାଏ। ସିନ୍ଦୂରକୁ ଆପଣ ଝିଙ୍କ କଣ୍ଟା ବା ରୂପା କାଠି ଦ୍ଵାରା ଲଗାନ୍ତୁ। ନଚେତ୍ ହଳଦୀ କାଠିରେ ଆପଣ କୁମକୁମକୁ ଲଗେଇ ପାରିବେ।

୧୧. ଶାସ୍ତ୍ର ଅନୁଯାୟୀ ଯେଉଁ ମହିଳା ତାଙ୍କ ସିନ୍ଦୁରକୁ ଚୁଟି ମଧ୍ୟରେ ଲୁଚାଇ ରଖନ୍ତି ତାଙ୍କ ସ୍ବାମୀଙ୍କୁ ସମାଜରେ ମାନ ସମ୍ମାନ ମିଳେ ନାହିଁ। ସମାଜରେ ଏବଂ ସମ୍ପର୍କୀୟଙ୍କ ଠାରେ ସେ ଲୁଚି ରହିଥାନ୍ତି। ୧୨. ଶାସ୍ତ୍ର ଅନୁଯାୟୀ ସିନ୍ଦୂରକୁ ସବୁବେଳେ ନାକ ସିଧା ମଥାରେ ଲଗାନ୍ତୁ। ବଙ୍କା କରି ସିନ୍ଦୂର ଲଗାନ୍ତୁ ନାହିଁ।

୧୩. ନବ ବିବାହିତା ଧ୍ୟାନ ରଖନ୍ତୁ କି ମଥାରେ ଲଗା ଯାଉଥିବା ସିନ୍ଦୂରକୁ ପୂଜା କରି ଆପଣ ଲଗାନ୍ତୁ। ଏହାଦ୍ବାରା ଆପଣଙ୍କ କାର୍ଯ୍ୟରେ ସଫଳତା ଲାଗି ରୁହେ ଏବଂ ଆପଣଙ୍କ ପରିବାରରେ ସୁଖ ସମୃଦ୍ଧି ଲାଗି ରୁହେ। ୧୪. ସିନ୍ଦୂରରେ ସବୁବେଳେ ଏକ ଟଙ୍କା ପକାନ୍ତୁ ଯାହାକୁ ବହୁତ୍ ଅଧିକ ଶୁଭ ମାନା ଯାଏ। ଏପରି କଲେ ମାତା ପାର୍ବତୀଙ୍କ ଆଶୀର୍ବାଦ ମିଳିଥାଏ।

୧୫. ପାର୍ଲର ଗଲେ ସେଠାରେ କେହି ମହିଳା ସିନ୍ଦୂର ଲଗାଇବା ମଧ୍ୟ ଅଶୁଭ ହୋଇଥାଏ। ନିଜେ ଲଗାନ୍ତୁ ଅବା ନିଜ ସ୍ଵାମୀଙ୍କ ହାତରୁ ଲଗାନ୍ତୁ ଯାହା ଅଧିକ ଶୁଭ ହୋଇଥାଏ। ଯଦି ଆପଣଙ୍କୁ ସ୍ବପ୍ନରେ ସିନ୍ଦୂର ଦେଖାଯାଏ ତେବେ ଏହାକୁ ବହୁତ୍ ଅଧିକ ଶୁଭ ମାନା ଯାଏ। ଏହାର ଅର୍ଥ ଆପଣଙ୍କୁ ବହୁ ବଡ ଖୁସି ଖବର ମିଳିବାକୁ ଯାଉଛି।

୧୬. କୁମାରୀ ଝିଅଙ୍କୁ ସ୍ବପ୍ନରେ ସିନ୍ଦୂର ଦେଖାଯିବାର ଅର୍ଥ ନିଜ ମନ ଚାହିଁ ବର ତାଙ୍କୁ ମିଲିଯାଇଥାଏ। ଯଦି ଘରେ ସ୍ବାମୀଙ୍କ ସହିତ ଝଗଡ଼ା ହୁଏ ତେବେ ଘରେ କିମ୍ବା ଘରର ପ୍ରବେଶ ଦ୍ଵାରରେ କିଛି ସୋରିଷ ତେଲରେ ଅଳ୍ପ ସିନ୍ଦୂର ମିଶାଇ ସ୍ଵସ୍ତିକ ଚିଂହ୍ନ ବା ଓଁ କରନ୍ତୁ। ଏହାଦ୍ବାରା ଆପଣଙ୍କ ସ୍ବାମୀଙ୍କର ଆପଣଙ୍କ ସାଙ୍ଗରେ ସମ୍ବନ୍ଧ ଭଲ ରୁହେ। ଯଦି ଆପଣ ଅଫିସରେ କାମ କରନ୍ତି ଏବଂ ନିଜ ମଥାରେ ସିନ୍ଦୂର ଲଗେଇ ପାରନ୍ତି ନାହିଁ ତେବେ ଆପଣ ପୂଜା ପାଠରେ ସିନ୍ଦୂର ଅବଶ୍ୟ ଲଗାନ୍ତୁ। ଏହା ଥିଲା ସିନ୍ଦୂରକୁ ନେଇ କିଛି ଜଣା ଅଜଣା କଥା।

Leave a Reply

Your email address will not be published. Required fields are marked *