ଦେଖିବାକୁ ମିଳିଲା ଆଶ୍ଚର୍ଯ୍ୟକର ରୀତିନୀତି , କୁକୁର ସହ ଛୋଟ ଝିଅର ବିବାହ କରାଇଲେ ଗାଁ ଲୋକେ : ଦେଖନ୍ତୁ ଭିଡିଓ

ବିଶ୍ୱର କୋଣ ଅନୁକୋଣରେ ଅନେକ ସ୍ଥାନ ରହିଛି ଆଉ ଏହି ସ୍ଥାନ ଗୁଡିକରେ ଭିନ୍ନ ଭିନ୍ନ ପ୍ରକାରର ରୀତିନୀତି ଆଉ ଭିନ୍ନ ଭିନ୍ନ ପ୍ରକାରର ନିୟମ ରହିଥାଏ । ତେବେ ଏହି ନିୟମକୁ ସେହି ଅଞ୍ଚଳର ଲୋକମାନେ ମଧ୍ୟ ମାନିବାକୁ ପଛାଇ ନଥାନ୍ତି । ସେମାନେ ସମସ୍ତେ ସମ୍ମାନର ସହିତ ସେହି ରୀତିନୀତି , ପ୍ରଥା , ଚଳଣି ଆଦିକୁ ସ୍ୱୀକାର କରିଥାନ୍ତି । ତେବେ ଏଭଳି ମଧ୍ୟ ଏକ ଆଶ୍ଚର୍ଯ୍ୟକର ରୀତିନୀତି ଦେଖିବାକୁ ମିଳିଛି ଭାରତର ଓଡିଶା ରାଜ୍ୟରେ ।

ତେବେ ଓଡ଼ିଶାର ଢେଙ୍କାନାଳ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ କଙ୍କଡାହାଡ଼ ଠାରେ ଏଭଳି ପ୍ରଥା ଦେଖିବାକୁ ମିଳିଅଛି । ସୂଚନା ଅନୁଯାୟୀ , ଏହି ଅଞ୍ଚଳରେ ବସବାସ କରୁଥିବା ଆଦିବାସୀ ମାନେ ଏଭଳି ଏକ ପର୍ବ ପାଳନ କରିଥିଲେ , ଯାହା ଅତ୍ୟନ୍ତ କୌତୁହଳପୂର୍ଣ୍ଣ ଥିଲା । ସେମାନଙ୍କର ନୀତି ନିୟମ ଅନୁଯାୟୀ , ସେମାନେ ଏଭଳି ଏକ ପର୍ବ ପାଳନ କରନ୍ତି , ଯେଉଁଥିରେ ସେମାନେ ସେମାନଙ୍କର ପୁଅ କିମ୍ବା ଝିଅର ବିବାହ ଏକ କୁକୁର ସହ କରାଇଥାନ୍ତି । ଆଉ ଏହି ପ୍ରଥା ଅନୁଯାୟୀ , ସେମାନଙ୍କ ପୁଅ କିମ୍ବା ଝିଅର ଗ୍ରହ ଦୋଷ କଟି ଯାଇଥାଏ ବୋଲି ସେମାନେ ବିଶ୍ୱାସ କରିଥାନ୍ତି ।

ଏହି ପ୍ରଥାକୁ ପାଳନ କରିବା ପଛରେ ଏକ କାରଣ ମଧ୍ୟ ରହିଛି । ସେମାନଙ୍କର କହିବା ଅନୁଯାୟୀ , ଯଦି ସେମାନଙ୍କ ପୁଅ କିମ୍ବା ଝିଅର ଜନ୍ମ ହେବା ପରେ ସର୍ବପ୍ରଥମେ ଉପର ଦାନ୍ତ ଉଠିଥାଏ , ତେବେ ତାହା ସେମାନଙ୍କ ପିଲାମାନଙ୍କ ପାଇଁ ଅତ୍ୟନ୍ତ ହାନିକାରକ ହୋଇଥାଏ । ଅର୍ଥାତ ସେମାନଙ୍କର କୌଣସି ଦୁର୍ଘଟଣା କିମ୍ବା ଘଡଘଡି ପଡି ମୃତ୍ୟୁ ହୋଇଯିବାର ସମ୍ଭାବନା ରହିଥାଏ ବୋଲି ସେମାନେ ବିଶ୍ବାସ କରିଥାନ୍ତି । ଏହି ଦାନ୍ତକୁ ସେମାନେ ଗ୍ରହ ଦୋଷ ଭାବରେ ବିବେଚନା କରିଥାନ୍ତି । ଅର୍ଥାତ ପିଲାର ଗ୍ରହ ଦୋଷ ରହିଛି । କିନ୍ତୁ ଯଦି ସର୍ବପ୍ରଥମେ ତଳ ଦାନ୍ତ ଉଠିବ , ତେବେ ଏଥିରେ ପିଲାମାନଙ୍କୁ କୌଣସି ଗ୍ରହ ଦୋଷ ଲାଗିନାହିଁ ଆଉ ସେମାନେ ସମ୍ପୂର୍ଣ୍ଣ ଭାବରେ ବିପଦମୁକ୍ତ ବୋଲି ବିବେଚନା କରିଥାନ୍ତି ।

ସେମାନଙ୍କର କହିବା ଅନୁଯାୟୀ , ଏହି ପର୍ବକୁ ସେମାନଙ୍କ ପୂର୍ବପୁରୁଷ ମାନେ ପାଳି ଆସୁଛନ୍ତି । ଆଉ ସେମାନେ ମଧ୍ୟ ଏହାକୁ ପାଳୁଛନ୍ତି । ଏହି ପର୍ବକୁ ସେମାନେ ମାଗେପରବର ତୃତୀୟ ଦିନରେ ପାଳନ କରିଥାନ୍ତି । ଆଉ ଯଦି ପୁଅର ଗ୍ରହ ଦୋଷ ରହିଛି , ତେବେ ଅଣ୍ଡିରା କୁକୁର ସହ ବିବାହ କରାଇଥାନ୍ତି ଆଉ ଯଦି ଝିଅର ଗ୍ରହ ରହିଛି , ତେବେ ମାଈ କୁକୁର ସହ ସେମାନେ ବିବାହ କରାଇଥାନ୍ତି । ଆଉ ସେମାନେ ସମସ୍ତେ ଏହି ବାହାଘରକୁ ମନଭରି ଉପଭୋଗ କରିଥାନ୍ତି । ଏହାବ୍ୟତୀତ ନାଚ ଗୀତ ମଧ୍ୟ କରିଥାନ୍ତି । ତେବେ ଏହାଦ୍ବାରା ସେମାନଙ୍କ ପିଲାମାନଙ୍କର ଗ୍ରହ ଦୋଷ କଟିଯିବାର ସେମାନେ ବିଶ୍ବାସ କରନ୍ତି ।

Leave a Reply

Your email address will not be published. Required fields are marked *