ସ୍ୱାମୀ ଆଖିରେ ପଶ୍ଚାତପର ଲୁହ, ମୋତେ କ୍ଷମା କରିଦିଅ ନିରୂପମା ମୁଁ ଆଉ ରାଗିବି ନାହିଁ…. ଦେଖନ୍ତୁ ଭିଡିଓ

ବାହାଘର ପରେ ସ୍ୱାମୀ ସ୍ତ୍ରୀ ଦୁହେଁ ଅଗ୍ନିକୁ ସାକ୍ଷୀ ରଖି ସାତ ଜନମ ପର୍ଯ୍ୟନ୍ତ ଏକାଠି ରହିବେ ବୋଲି ପ୍ରତିଜ୍ଞା ନେଇଥାନ୍ତି। କେବଳ ସେତିକି ନୁହେଁ ଦୁହେଁ ବିପଦ ଆପଦରେ ପରସ୍ପରକୁ ସାହାଯ୍ୟ କରିବେ ବୋଲି ପ୍ରତିଶ୍ରୁତି ଦେଇଥାନ୍ତି। ତେବେ ଏଥିମଧ୍ୟରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ସମ୍ପର୍କ ପବିତ୍ର ସମ୍ପର୍କ ରୂପେ ବିବେଚନା କରାଯାଏ। ହେଲେ ବର୍ତ୍ତମାନ ସମୟରେ ସମାଜ ଯେତେ ଶିକ୍ଷିତ ହେଲେ ମଧ୍ୟ ଲୋକମାନଙ୍କ ମଧ୍ୟରେ ଅନୈତିକ ଛାପ ରହୁଛି।

ଯଦି ଦୁହିଁଙ୍କ ବୈବାହିକ ଜୀବନରେ ଅନ୍ୟ ପୁରୁଷ କିମ୍ବା ମହିଳାଙ୍କ ପ୍ରତି ଆକୃଷ୍ଟ ହୁଅନ୍ତି ତେବେ ସେମାନଙ୍କ ବୈବାହିକ ଜୀବନରେ ପୂର୍ଣ୍ଣ ଛେଦ ପଡିଯାଏ। ବେଳେ ଅଧିକ ସନ୍ଦେହ ମଧ୍ୟ ବୈବାହିକ ଜୀବନକୁ ନଷ୍ଟ କରିଦେଇଥାଏ। ବୈବାହିକ ଜୀବନରେ ଅନେକ ଦୁଃଖ କଷ୍ଟ ଆସିଥାଏ। ଅନେକ ଝଡବାତ୍ୟା ସହିବାକୁ ପଡିଥାଏ। ଗୋଟେ ଭଲ ସଂପର୍କ ଗଢିବା ପାଇଁ ହେଲେ ପ୍ରଥମେ ପରସ୍ପରକୁ ବୁଝିବାକୁ ପଡ଼ିବ। ଯଦି ଏଥିରେ ଅବହେଳା ହୁଏ ତେବେ ସେହି ସମ୍ପର୍କ ବହୁତ ଜଲ୍ଦି ଭାଙ୍ଗି ଯାଏ।

ତେବେ ଠିକ ଏହିଭଳି ଏକ ଘଟଣା ରାଜଧାନୀ ଭୁବନେଶ୍ବରର ବଡଗଡ଼ ବେହାର କଲୋନୀରେ ଦେଖିବାକୁ ମିଳିଛି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଝଗଡା ହୋଇଥିଲା। ତେବେ ଝଗଡାରେ ଅଭିମାନ କରି ସ୍ତ୍ରୀ କେଉଁ ଆଡେ ଚାଲି ଯାଇଛନ୍ତି। ଝଗଡା ପଛରେ କାରଣ ହେଉଛି ଟଙ୍କା। ସ୍ୱାମୀ କହିବା ଅନୁସାରେ ସ୍ତ୍ରୀ ବନ୍ଧନ ଏବଂ ଏସକେଶ ଭଳି ଋଣ ଦେବା ସଂସ୍ଥାରୁ ପାଖାପାଖି ଦେଢ଼ ଲକ୍ଷ ଟଙ୍କା ଋଣ ଆଣିଥିଲେ। କିନ୍ତୁ ପରବର୍ତ୍ତୀ ସମୟରେ ସ୍ୱାମୀ ରଶ୍ମିରଞ୍ଜନ କୌଣସି କାମ କରି ନଥିଲେ ଏବଂ ସୁଝିବାରେ ଅସମର୍ଥ ହୋଇଥିଲେ।

ତେବେ ଏହାକୁ ନେଇ ସ୍ୱାମୀ ସ୍ତ୍ରୀ ମଧ୍ୟରେ ଝଗଡା ହୋଇଥିଲା। ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ରଶ୍ମି ରଞ୍ଜନ ଏବଂ ନିରୂପମାଙ୍କ ଦୁଇଟି ସନ୍ତାନ। ଗୋଟେ ଝିଅ ଆଉ ଗୋଟେ ପୁଅ। ତେବେ କିଛି ମାସ ପୂର୍ବେ ଝିଅକୁ ହାତରୁ ଦୁଇ ହାତ କରିଛନ୍ତି। ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଆଣିଥିବା କିସ୍ତିକୁ ନେଇ ପାଟିତୁଣ୍ଡ ହୋଇଥିଲା। ତେବେ ଏହି ଝଗଡାରେ ସ୍ୱାମୀ ତାଙ୍କ ସ୍ତ୍ରୀକୁ ରାଗି କରି କିଛି କଥା କହିଦେଇଥିଲେ। ଯାହାକି ତାଙ୍କୁ ବହୁତ ଖରାପ ଲାଗିଥିଲା।

ଏହାପରେ ସ୍ତ୍ରୀ ପୁଅକୁ ଟିୟୁସନରୁ ଆଣିବାକୁ କହି ପୁଅକୁ ସାଙ୍ଗରେ ନେଇ କେଉଁଆଡ଼େ ଚାଲି ଯାଇଛନ୍ତି। ତେବେ ଏହି ଘଟଣାକୁ ୩ ମାସ ବିତି ଯାଇଥିଲେ ମଧ୍ୟ ସ୍ତ୍ରୀ ଏ ପର୍ଯ୍ୟନ୍ତ ଘରକୁ ଫେରି ନାହାଁନ୍ତି। ତେବେ ସ୍ତ୍ରୀ ଘରୁ ଚାଲି ଯିବା କଥା ରଶ୍ମିରଞ୍ଜନ ଶଶୁର ଘରେ ଜଣାଇ ଥିଲେ। କିନ୍ତୁ ଶଶୁର ଘରୁ କୌଣସି ଉତ୍ତର ମିଳି ନଥିଲା। ବର୍ତ୍ତମାନ ସ୍ତ୍ରୀ ଓ ପିଲାକୁ ମନେ ପକାଇ ଝୁରୁଛନ୍ତି ରଶ୍ମିରଞ୍ଜନ। ତାଙ୍କ ଆଖିରେ ପଶ୍ଚାତପର ଲୁହ ଝରୁଛି। ଅନେକ ଗଣମାଧ୍ୟମରେ ମଧ୍ୟ ଗୁହାରି ଓ ନେହୁରା ହୋଇ ସ୍ତ୍ରୀକୁ ଫେରି ଆସିବା ପାଇଁ କହୁଛନ୍ତି।

Leave a Reply

Your email address will not be published. Required fields are marked *