କାନ୍ଦି କାନ୍ଦି ଚାଲିଥିଲେ ବାଳକ , ଯୁଦ୍ଧ ଭୂମିରୁ ବାହାରି ଟ୍ରେନ ରେ ଏକାକୀ ହଜାରେ କିଲୋମିଟର ଗଲେ ୧୧ ବର୍ଷର ବାଳକ , ଜୋପରଜିଆ ରୁ ପୋଲାଣ୍ଡ….

ଋଷ ୟୁକ୍ରେନ ଯୁଦ୍ଧ ଆହୁରି ଅଧିକ ଭୟଙ୍କର ହେବାରେ ଲାଗିଛି । କେଉଁଠି ବି ଯୁଦ୍ଧ ସମାପ୍ତ ହେବାର ଆଶା ନାହିଁ । ତେଣୁ ଏପରି ସମୟରେ ଅନେକ ଲୋକ ମୃତ୍ୟୁବରଣ କରୁଛନ୍ତି । ତେଣୁ ଜୀବନ ବଞ୍ଚିବା ପାଇଁ ଲୋକେ ବଙ୍କର ଏବଂ ମେଟ୍ରୋ ରେ ଜୀବନ ବିତାଉଛନ୍ତି । ଏପରି ପରିସ୍ଥିତି ରେ କିଛି ଦୁଃଖଦ ଭିଡ଼ିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରଲ ହେଉଛି ଯାହାକୁ ଦେଖିଲେ ଆପଣ କାନ୍ଦି ପକାଇବେ ।

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ୟୁକ୍ରେନ ର ଏକ ଭିଡ଼ିଓ ଭାଇରଲ ହେଉଛି ଯେଉଁଥିରେ ଜଣେ କୁନି ପୁଅ ରାସ୍ତାରେ କାନ୍ଦି କାନ୍ଦି ଯାଉଥିବାର ଦେଖା ଯାଇଛି । କେହି ଜଣେ ବ୍ୟକ୍ତି ଏପରି ସମୟର ଭିଡ଼ିଓ ଉତ୍ତୋଳନ କରିଛନ୍ତି । ପିଠିରେ ବ୍ୟାଗ ଏବଂ ହାତରେ ଟେଲିଫୋନ ନମ୍ବର ଲେଖି ଜଣେ ଛୋଟ ବାଳକ ଟ୍ରେନ ରେ ୧୦୦୦ କିଲୋମିଟର ଏକାକୀ ଯାତ୍ରା କରି ସ୍ଲୋଭାକିଆ ରେ ପହଞ୍ଚି ଥିଲେ । ସୀମାରେ ଥିବା ଅଧିକାରୀ ମାନେ ତାଙ୍କ ସମ୍ପର୍କୀୟ ଙ୍କ ସହିତ ଯୋଗାଯୋଗ କରିବାକୁ ସକ୍ଷମ ହୋଇଛନ୍ତି ।

ପୁଣି ଏପଟେ ଅନ୍ୟ ଜଣେ ୧୧ ବର୍ଷୀୟ ବାଳକ ଜୋପରଜିଆ ରୁ ପୋଲାଣ୍ଡ ପର୍ଯ୍ୟନ୍ତ ରାସ୍ତାରେ କାନ୍ଦି କାନ୍ଦି ଯାଇଛନ୍ତି । ପରେ ଅଧିକାରୀ ଙ୍କ ଦ୍ଵାରା ମଧ୍ୟ ପାସପୋର୍ଟ ରୁ ସମ୍ପର୍କୀୟ ଙ୍କ ସମ୍ବନ୍ଧରେ ସନ୍ଧାନ କରାଯାଇ ପିଲାଟିକୁ ହସ୍ତାନ୍ତର କରାଯାଇଛି । ଏପରି ସମୟରେ ଯେଉଁ ସବୁ ଦୃଶ୍ୟ ଭାଇରଲ ହେଉଛି ତାହାକୁ ଦେଖି ସମସ୍ତଙ୍କ ଆଖିରେ ଅଶ୍ରୁ ଆସିଯିବ । ଏପଟେ ଏହି ଭିଡ଼ିଓ କୁ ସୋସିଆଲ ମିଡିଆରେ ଦେଖି ଲୋକେ ଦୁଃଖଦ ପ୍ରତିକ୍ରିୟା ଦେଇଛନ୍ତି ।

ରାସ୍ତାରେ ପିଲାଟି ଏକ ପିଠିରେ ଏକ ବ୍ୟାଗ ନେଇ ଜୋର ରେ କାନ୍ଦି କାନ୍ଦି ଯାଉଛି ଏବଂ ଅନ୍ୟ ଲୋକେ ମଧ୍ୟ ରାସ୍ତାରେ ଚାଲି ଚାଲି ଯାଉଥିଲେ ହେଁ ପିଲାଟି ଏକୁଟିଆ ଏତେ ରାସ୍ତା ଚାଲି ଚାଲି ଅତିକ୍ରମ କରିଛନ୍ତି । ଯୁଦ୍ଧର ପରିସ୍ଥିତି କେତେ ଭୟାବହ ଆପଣ ମାନେ ଏହି ଦୃଶ୍ୟ ରୁ ଜାଣି ପାରୁଥିବେ । କିପରି ନିଜ ନିଜ ଲୋକଙ୍କ ଠାରୁ ଲୋକେ ଦୂରେଇ ଯାଇଛନ୍ତି । ପୁଣି କେଉଁଠି ନିଜର ଲୋକଙ୍କୁ ହରାଇଛନ୍ତି । ବିନା ଖାଦ୍ୟ ପାଣି ରେ ଲୋକେ ଖୁବ କଷ୍ଟରେ ବଞ୍ଚୁଥିବାର ଅନେକ ଦୃଶ୍ୟ ମଧ୍ୟ ସାମ୍ନାକୁ ଆସୁଛି ।

Leave a Reply

Your email address will not be published. Required fields are marked *