ରନୱେରୁ ବାହାରିଗଲା ବିମାନ, ଲ୍ୟାଣ୍ଡିଂ ସମୟରେ ହେଲା ଏମିତି ଦୁର୍ଘ-ଟଣାର : ଦେଖନ୍ତୁ ଭିଡିଓ

କାହାର ଜୀବନ କେତେବେଳେ ଚାଲିଯିବ ଆଉ କିଏ କେତେବେଳେ ଦୁର୍ଘ-ଟଣାର ଶିକାର ହେବ , ସେ କଥା କହି ହେବ ନାହିଁ । ବିଧିର ବିଧାନକୁ କେହି ଟାଳି ପାରିବ ନାହିଁ । ଯେତେବେଳେ ଯାହା ହେବାର ଥିବ , ତାହା ହୋଇଯିବ । ତାକୁ କେହି ଅଟକାଇ ପାରିବନାହିଁ । ତେବେ ବର୍ତ୍ତମାନ ସମୟରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଅଛି , ଯାହା ସମସ୍ତଙ୍କ ଛାତି ଥରାଇ ଦେଇଛି । ଏହି ଘଟଣାଟିକୁ ଦେଖିଲେ , ଯେକେହି ବି ଥରି ଉଠିବ ଆଉ ତା ଆଖିରୁ ଲୁହ ଆସିଯିବ ।

ତେବେ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡ଼ିଓ ଭାଇରାଲ ହେଉଛି , ଯାହାକୁ ଦେଖିଲେ ଆପଣ ବି ଭୟଭୀତ ହୋଇଯିବେ । ଆପଣ ଭିଡିଓରେ ଦେଖିପାରିବେ କି , ଗୋଟିଏ ବିମାନ ଲ୍ୟାଣ୍ଡିଂ ସମୟରେ ଦୁର୍ଘଟଣାର ଶିକାର ହେଉଛି ଆଉ ତା ପଛ ପାଖରୁ ନିଆଁ ବାହାରୁଛି । ଏହି ଘଟଣା ଅତ୍ୟନ୍ତ ହୃଦୟାବିଦାରକ ଅଟେ । ତେବେ ଏହି ଭିଡିଓରେ ଆପଣ ଦେଖିପାରିବେ କି , ଲ୍ୟାଣ୍ଡିଂ ସମୟରେ ବିମାନ ରନୱେ ବାହାରକୁ ଚାଲି ଆସୁଛି । ତେବେ ଭାଇରାଲ ହୋଇଥିବା ଏହି ଭିଡିଓଟିକୁ କାନପୁର ବିମାନ ବନ୍ଦରର ବୋଲି କୁହାଯାଉଛି । କିନ୍ତୁ କାନପୁର ବିମାନ ବନ୍ଦର କର୍ତ୍ତୃପକ୍ଷ ଏହାକୁ ସ୍ପଷ୍ଟ କରିନାହିଁ ।

ଭିଡ଼ିଓରେ ଦେଖିବାକୁ ମିଳୁଛି ଗୋଟିଏ ଛୋଟ ନୀଳ ରଙ୍ଗର ବିମାନ ଲ୍ୟାଣ୍ଡିଂ କରୁଛି । ଆଉ ଲ୍ୟାଣ୍ଡିଂ ସମୟରେ ସେ ସଠିକ ଟ୍ରାକରେ ନ ଯାଇ ଟ୍ରାକ ବାହାରକୁ ବାହାରି ଯାଉଛି । ବିମାନର ଗତି ଖୁବ କ୍ଷିପ୍ର ଥିବା କାରଣରୁ ସେ ଅବାଟକୁ ଚାଲି ଯାଇ ଧକ୍କା ହୋଇଥିଲା । ତେବେ ବିମାନଟି ଧକ୍କା ହେବା ମାତ୍ରେ କିଛି ଲୋକ ପଛ ପାଖରୁ ଡିଆଁ ମାରି ଦେଇଥିଲେ ଆଉ ଦୌଡ଼ି ଦୌଡ଼ି ଆସି ପାଇଲଟର କକ୍ଷ ଖୋଲିବାକୁ ଚେଷ୍ଟା କରିଥିଲେ । ତାପରେ ବିମାନରେ ଫସି ରହିଥିବା ଲୋକମାନଙ୍କୁ ଉଦ୍ଧାର କରିବାପାଇଁ ଚେଷ୍ଟା କରିଥିଲେ ।

ତେବେ ଭାଇରାଲ ହୋଇଥିବା ଭିଡ଼ିଓ ଅନୁଯାୟୀ , ଏହା ଦୋନିଅରର ବିମାନ ବୋଲି କୁହାଯାଉଛି । ଏହା ପୋଷ୍ଟକାର୍ଡର ମଧ୍ୟ ବିମାନ ଅଟେ । କିନ୍ତୁ ଏ ବିଷୟରେ କୌଣସି ତଥ୍ୟ ସ୍ପଷ୍ଟ ହୋଇ ପାରିନାହିଁ । ଆଉ ଘଟଣାଟି କେବେ ଘଟିଛି , ସେ ବିଷୟରେ ମଧ୍ୟ ସୂଚନା ମିଳି ପାରିନାହିଁ । ଏହି ଭିଡିଓ କାନପୁର ବିମାନ ବନ୍ଦରର ବୋଲି କୁହାଯାଉଛି ।

Leave a Reply

Your email address will not be published. Required fields are marked *