ପତିପତ୍ନୀଙ୍କ ସମ୍ପର୍କରେ ଫାଟ ସୃଷ୍ଟି କରେ ଏହି ଜିନିଷ, ଆଚାର୍ଯ୍ୟ ଚାଣକ୍ୟଙ୍କ ଠାରୁ ଶିଖନ୍ତୁ ବିବାହିତ ସମ୍ପର୍କ ଭାଙ୍ଗିବାରୁ କିପରି ରକ୍ଷା କରିବେ:-

ପତିପତ୍ନୀ ସମ୍ପର୍କକୁ ପବିତ୍ର ବୋଲି ବିବେଚନା କରାଯାଏ । ଯେତେବେଳେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୁଅନ୍ତି, ସେମାନେ ସାତ ଜନ୍ମ ପାଇଁ ଏକାଠି ରହିବାକୁ ଏବଂ ପ୍ରତ୍ୟେକ ସୁଖ ଏବଂ ଦୁଃଖରେ କାନ୍ଧରେ କାନ୍ଧ ମିଳାଇ ଚାଲିବାକୁ ଶପଥ ନିଅନ୍ତି । କିନ୍ତୁ ଆଜିକାଲିର ଯୁଗରେ ସାତ ଜନ୍ମ ତ ଛାଡ ଗୋଟିଏ ଜନ୍ମ ପାଇଁ ମଧ୍ଯ ଏକା ସାଥିରେ ରହିବା କଷ୍ଟକର ହୋଇପଡୁଛି । ଏପରି ପରିସ୍ଥିତିରେ, ଆଚାର୍ଯ୍ୟ ଚାଣକ୍ୟଙ୍କ କିଛି କଥା ମାନିଲେ ଆପଣ ଆପଣଙ୍କର ସମ୍ପର୍କକୁ ତୁଟିବାରୁ ରକ୍ଷା କରିପାରିବେ ।

ଆଚାର୍ଯ୍ୟ ଚାଣକ୍ୟ ତାଙ୍କର ରଣନୀତି ପାଇଁ ପ୍ରସିଦ୍ଧ । ସେ କହିଥିବା ପ୍ରତ୍ୟେକ କଥା ଆଜିର ସମୟରେ ମଧ୍ୟ ସଠିକ ଲାଗୁଛି । ସେ ନିଜ ଜ୍ଞାନ ଏବଂ ଅଭିଜ୍ଞତାରୁ ଚାଣକ୍ୟ ନୀତି ରଚିଥିଲେ । ଏଥିରେ ସେ ଜୀବନ ପରିଚାଳନା ସମ୍ବନ୍ଧୀୟ ଉପାୟ ମଧ୍ୟ ଦେଇଥିଲେ । ଚାଣକ୍ୟଙ୍କ ଅନୁଯାୟୀ, କିଛି ଜିନିଷ ସ୍ୱାମୀ-ସ୍ତ୍ରୀଙ୍କ ସମ୍ପର୍କକୁ ନଷ୍ଟ କରିଦିଏ । ଆସନ୍ତୁ ଏହି ବିଷୟରେ ଆଲୋଚନା କରିବା ।

ଅହଂକାର ଏପରି ଏକ ଜିନିଷ ଯାହା ରାଜା ମହାରାଜା ଏବଂ ମହାନ୍ ବ୍ୟକ୍ତିତ୍ୱମାନଙ୍କୁ ମଧ୍ଯ ମୃତ୍ୟୁ ମୁଖରେ ପକାଇଛି । ଏହି ଅହଙ୍କାର ପତିପତ୍ନୀ ମଧ୍ୟରେ ଥିବା ସମ୍ପର୍କକୁ ନଷ୍ଟ କରିବାକୁ ଅଧିକ ସମୟ ନେଇ ନଥାଏ । ନୀତି ଶାସ୍ତ୍ର ଅନୁଯାୟୀ ସମାଜରେ ଉଭୟ ପତିପତ୍ନୀଙ୍କର ସମାନ ଅଧିକାର ରହିଛି । ତେଣୁ ଉଭୟ ପରସ୍ପରକୁ ସମ୍ମାନ ଦେବା ଉଚିତ୍ । ଯଦି ଏହି ସଂପର୍କରେ ଅହଂକାର ଆସିଯାଏ, ତେବେ ଏହି ସମ୍ପର୍କ ଭାଙ୍ଗିବାକୁ ବେଶୀ ସମୟ ନେବନାହିଁ ।

ପତି ପତ୍ନୀ ସଂପର୍କରେ ମିଛର କୌଣସି ସ୍ଥାନ ନଥାଏ । ସେମାନେ ପରସ୍ପର ପ୍ରତି ସଚ୍ଚୋଟ ରହିବା ଉଚିତ୍ । ପରସ୍ପରକୁ କେବେ ମିଛ କୁହନ୍ତୁ ନାହିଁ । କୌଣସି ମିଥ୍ୟା ଅଧିକ ସମୟ ପର୍ଯ୍ୟନ୍ତ ଲୁଚି ରହିପାରେନାହିଁ । ଏହା ଦିନେ ନିଶ୍ଚିତ ଭାବରେ ସାମ୍ନାକୁ ଆସେ । ଏପରି ପରିସ୍ଥିତିରେ, ଯେତେବେଳେ ଆପଣଙ୍କ ସାଥୀ ଏହି ମିଥ୍ୟା ବିଷୟରେ ଜାଣିବାକୁ ପାଏ, ସେତେବେଳେ ସମ୍ପର୍କରେ ଫାଟକ ସୃଷ୍ଟି ହୁଏ । ତେଣୁ ସବୁବେଳେ ନିଜ ସାଥୀକୁ ସତ କହିବା ଉଚିତ୍ ।

ପତିପତ୍ନୀଙ୍କୁ ନିଜ ଘରର କଥାକୁ ନିଜ ଭିତରେ ରଖିବା ଉଚିତ୍ । ଏହି ବ୍ୟକ୍ତିଗତ ଜିନିଷଗୁଡିକୁ ବାହାର ସମାଜ କିମ୍ବା ଅଫିସରେ କହିବା ଦ୍ଵାରା ସମ୍ପର୍କ ନଷ୍ଟ ହୋଇଥାଏ । କେହି ତୃତୀୟ ବ୍ୟକ୍ତି ଆପଣଙ୍କ ଏହି ଜିନିଷଗୁଡ଼ିକର ଫାଇଦା ନେଇପାରନ୍ତି । ଆପଣଙ୍କର ସାଥୀ ମଧ୍ୟ ଏହି ଜିନିଷକୁ ପସନ୍ଦ କରିବେ ନାହିଁ କି ପରସ୍ପର ମଧ୍ୟରେ ରହିବା ରହସ୍ୟକୁ ଆପଣ ଅନ୍ୟଲୋକ ସହିତ ସେୟାର କରୁଛନ୍ତି ।

ପତିପତ୍ନୀଙ୍କ ସମ୍ପର୍କ ପ୍ରେମ ଏବଂ ଭରଷା ବ୍ୟତୀତ ସମ୍ମାନର କାନ୍ଥ ଉପରେ ମଧ୍ୟ ଠିଆ ହୋଇଥାଏ । ଯଦି ଆପଣ ଜଣେ ବ୍ୟକ୍ତିଙ୍କଠାରୁ ସମ୍ମାନ ଆଶା କରୁଛନ୍ତି, ତେବେ ତାଙ୍କୁ ସମ୍ମାନ ଦେବା ମଧ୍ୟ ଆପଣଙ୍କର କର୍ତ୍ତବ୍ୟ ଅଟେ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯେଉଁ ସମ୍ପର୍କରେ ସମ୍ମାନ ନଥାଏ, ତାହା ଅଧିକ ଦିନ ତିଷ୍ଠି ନଥାଏ । ଅପମାନ ଦ୍ଵାରା ସମ୍ପର୍କର ଡୋର ଦୁର୍ବଳ ହୋଇଥାଏ ।

ଆଶା କରୁଛୁ ଯେ ଆପଣ ଆଚାର୍ଯ୍ୟ ଚାଣକ୍ୟଙ୍କ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖିବେ ଏବଂ ଆପଣଙ୍କ ସମ୍ପର୍କକୁ ଭାଙ୍ଗିବାରୁ ରକ୍ଷା କରିବେ । ଯଦି ଆପଣ ଏହି କଥାକୁ ପସନ୍ଦ କରନ୍ତି ତେବେ ଏହାକୁ ସମସ୍ତଙ୍କ ସହ ସେୟାର କରିବାକୁ ଭୁଲିବେ ନାହିଁ ।

Leave a Reply

Your email address will not be published. Required fields are marked *