ନ୍ୟାୟ ମାଗିବାରୁ ନାଲି ଆଖି ଦେଖେଇଲେ ତହସିଲଦାର : ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ସବୁଠି ଏକ ଭିଡ଼ିଓ ବେଶ ଭାଇରଲ ହେବାରେ ଲାଗିଛି ଯାହାକୁ ଦେଖିଲେ ଆପଣ ବି ବୁଝି ପାରିବେ ନାହିଁ ଯେ ଜଣେ ତହସିଲଦାର ନିଜ ଅଫିସ ରେ ଅନ୍ୟ ଜଣେ ମହିଳାଙ୍କୁ ଏପରି ଖରାପ ବ୍ୟବହାର କିପରି କରି ପାରୁଛନ୍ତି । ଏପରି ବ୍ୟବହାର କରିବାର କାରଣ କଣ ହୋଇପାରେ । ଭିଡ଼ିଓ ରେ ମହିଳା ତହସିଲଦାର ଅନ୍ୟ ଜଣେ ମହିଳାଙ୍କ ଉପରେ ଖୁବ ଜୋରରେ ଚିତ୍କାର କରି ଅଫିସ ରୁ ବାହାରି ଯିବାକୁ ଧମକ ଦେଇଛନ୍ତି । ତେବେ ଏହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ନିଶ୍ଚିତ ଭାବରେ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ତେବେ ସୂଚନା ଅନୁଯାୟୀ ଏହି ଘଟଣା ପୁରୀ ଜିଲ୍ଲା ଡେଲାଙ୍ଗ ର ଅଟେ । ତେବେ ଭାଇରଲ ଭିଡ଼ିଓ ଅନୁଯାୟୀ ସେଠାକାର ମହିଳା ତହସିଲଦାର ନିବେଦିତା ପରିଡ଼ା ସେଠାରେ ଥିବା ଅନ୍ୟ ଜଣେ ମହିଳାଙ୍କ ଉପରେ କ୍ରୋଧରେ ଚିତ୍କାର କରି ଅଫିସ କାର୍ଯ୍ୟାଳୟରୁ ବାହାରି ଯିବାକୁ କହିଛନ୍ତି । ମହିଳା ଜଣକ ଯେତେବେଳେ ପ୍ରତିବାଦ କରିଛନ୍ତି ସେତେବେଳେ ସେ ଗେଟ ଆଉଟ କହି ବାହାରି ଯିବାକୁ କହିଛନ୍ତି ଏବଂ ଖୁବ ଖରାପ ବ୍ୟବହାର କରିଛନ୍ତି ମଧ୍ୟ । ଯେଉଁଥିରୁ ଏହା ମୋ ସରକାର ଏବଂ 5T କୁ ଶକ୍ତ ଧୋକା ସଦୃଶ୍ୟ ହୋଇଛି ।

ତେବେ ଆପଣ ମାନେ ଜାଣିଥିବେ ଯେ ରାଜ୍ୟରେ ଥିବା ନିୟମ ଅନୁଯାୟୀ ଯଦି ଜଣେ ସାଧାରଣ ଲୋକ ପ୍ରଶାସନିକ ଅଧିକାରୀଙ୍କ ପାଖକୁ ନିଜର ସମସ୍ୟା ନେଇ ଯାଉଛନ୍ତି ତେବେ ତାଙ୍କ ସମସ୍ୟା କୁ ଠିକ ଭାବରେ ବୁଝିବା ହିଁ ନିୟମ ଅଟେ । କିନ୍ତୁ ଏଠାରେ ଜଣେ ମହିଳା ତହସିଲଦାର ହୋଇ ଅନ୍ୟ ଜଣେ ମହିଳା ଙ୍କୁ ଖୁବ ଖରାପ ବ୍ୟବହାର ଏବଂ ଗାଳିଗୁଲଜ କରିଛନ୍ତି । ତେଣୁ ରାଜ୍ୟ ସରକାରଙ୍କ ତରଫରୁ ଏହି ଅଧିକାରୀଙ୍କ ଉପରେ ଅଙ୍କୁଶ ଲାଗିଛି ।

ଘଟଣା ଅନୁଯାୟୀ ପୁରୀ ଜିଲ୍ଲାର ଜେନାପୁର ଅଞ୍ଚଳର ସସ୍ମିତା ମହାନ୍ତି ବିଗତ ଦୁଇବର୍ଷ ହେବ ନିଜ ଜମି ଜମା ବିବାଦ ଚାଲିଛି । ଯେଉଁଥିରେ ତାଙ୍କର ଅଭିଯୋଗ ରହିଛି ଯେ ତାଙ୍କ ଜମିରେ ସରକାରୀ କ୍ଷେତ୍ରରେ ଏକ ବନ୍ଧ କରାଯାଇ ଚିଙ୍ଗୁଡ଼ି ଚାଷ କରାଯାଇଥିବାରୁ ପାଣି ପାଇଁ ତାଙ୍କ ଧାନ ଫସଲ କ୍ଷତି ହେଉଛି । ତେଣୁ ସେ ବାରମ୍ବାର ତହସିଲଦାର ଙ୍କ ପାଖକୁ ସବୁକଥାକୁ ବୁଝିବା ପାଇଁ ଯାଇ ଏପରି ଖରାପ ବ୍ୟବହାରର ଶିକାର ହୋଇଛନ୍ତି ।

ମହିଳାଙ୍କୁ ଯେତେବେଳେ ଏହି ସମ୍ବନ୍ଧରେ ପ୍ରଶ୍ନ କରାଯାଇଛି ସେ ସବୁକିଛି ଘଟଣା କହିଛନ୍ତି । ତାଙ୍କ କହିବା କଥା ଯେ ଜେନାପୁର ମଉଜା ରେ ତାଙ୍କ ଜମି ଥିବା ସତ୍ତ୍ୱେ ପୁରୁଷୋତ୍ତମପୁର ମଉଜା ରେ ତାଙ୍କ ଜମି ବିକ୍ରି ହୋଇଛି କିନ୍ତୁ ସେଠାରେ ବନ୍ଧ କରାଯାଇ ଚିଙ୍ଗୁଡ଼ି ଚାଷ କରାଯାଉଥିବାରୁ ପାଣି ଯାଇ ନପାରି ତାଙ୍କ ଜମିରେ ଚାଷ ବାଧାପ୍ରାପ୍ତ ହେଉଛି । ଏହି କାରଣରୁ ସେ ସବକଲେକ୍ଟରଙ୍କୁ ନିବେଦନ ମଧ୍ୟ କରିଥିବା କହିଛନ୍ତି । ଯେହେତୁ ତାଙ୍କ ସମସ୍ୟା କୁ ତହସିଲଦାର ପ୍ରତ୍ୟକ୍ଷ ଭାବରେ ଦେଖି ପାରିବେ ତେଣୁ ସେ ବାରମ୍ବାର ଏହି ସମସ୍ୟା ନେଇ ନିବେଦିତା ପରିଡ଼ା ଙ୍କ ପାଖକୁ ଯାଇ ନିରାଶ ହୋଇ ଫେରିଛନ୍ତି ।

ଗତ ଫେବୃୟାରୀ ରେ ବି ସେ ଯାଇଥିଲେ ଏବଂ ତାଙ୍କ ସହ ଏହିପରି ଖରାପ ବ୍ୟବହାର କରାଯାଇଥିଲା ବୋଲି ସେ କହିଛନ୍ତି । କିନ୍ତୁ ସେତେବେଳେ ତାଙ୍କ ପାଖରେ ପ୍ରମାଣ ନଥିଲା ତେଣୁ ସେ କେବଳ ଥାନାରେ ମହିଳାଙ୍କ ନାମରେ ଅଭିଯୋଗ କରିଥିଲେ । କିନ୍ତୁ ମାର୍ଚ୍ଚ ୪ ରେ ପୁଣିଥରେ ତହସିଲଦାର ଙ୍କ ପାଖକୁ ଯାଇଥିବା ସସ୍ମିତା ପୁଣିଥରେ ତହସିଲଦାର ଙ୍କ ଦ୍ୱାରା ଖରାପ ବ୍ୟବହାରର ଶିକାର ହୋଇଥିବା ଏହି ଭାଇରଲ ଭିଡ଼ିଓ ରୁ ସ୍ପଷ୍ଟ ହୋଇଛି ।

ତେବେ ବର୍ତ୍ତମାନ ମହିଳା କହିଛନ୍ତି ଯେ ତହସିଲଦାର ଙ୍କ ବିରୋଧରେ ଜିଲ୍ଲାପାଳ ଙ୍କୁ ଭେଟି ତାଙ୍କ ନାମରେ ଅଭିଯୋଗ କରିବେ । ୧୦ ତାରିଖରେ ସବକଲେକ୍ଟର ଙ୍କ ପାଖରେ ଶୁଣାଣି ଦିନ ହିଁ ସସ୍ମିତା ନିଜର ସମସ୍ୟା ଉପସ୍ଥାପନ କରିବେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *