ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ତାଙ୍କର ଦୟାଳୁ ଭାବ ପାଇଁ ପ୍ରତିଦିନ ଚର୍ଚ୍ଚାରେ ଥାଆନ୍ତି । ନିକଟରେ ସେ ଏକ ଟ୍ୱିଟ କରି ଏକ ରେଷ୍ଟୁରାଣ୍ଟକୁ ଯିବାକୁ ଶପଥ କରିଛନ୍ତି । ଏକ ଭିଡିଓ ଦେଖି ଆନନ୍ଦ ମହିନ୍ଦ୍ରାଙ୍କ ହୃଦୟ ତରଳି ଯାଇଥିଲା ଏବଂ ସେ ସର୍ବସାଧାରଣରେ ପିଲାକୁ ପ୍ରତିଶୃତି ଦେଇଥିଲେ ଯେ ଯେତେବେଳେ ସେ ଅମୃତସର ଆସିବେ, ସେ ନିଶ୍ଚିତ ଭାବରେ ତାଙ୍କ ରେଷ୍ଟୁରାଣ୍ଟକୁ ଆସିବେ । ଗତ ଗୁରୁବାର ଦିନ ୟୁଟ୍ୟୁବ୍ ଚ୍ୟାନେଲରେ ଅମୃତସର ୱାକିଂ ଟୁର୍ ନାମକ ଏକ ଭିଡିଓ ଅପଲୋଡ୍ ହୋଇଥିଲା । ଏହି ଭିଡିଓରେ 17 ବର୍ଷ ବୟସ୍କ ଜଶନଦୀପ ସିଂ ଏବଂ 11 ବର୍ଷିୟ ଅଂଶଦୀପ ସିଂଙ୍କ କାହାଣୀ କୁହାଯାଇଛି ଯେଉଁମାନେ ଅମୃତସରରେ ଟପ୍ ଗ୍ରିଲ୍ ନାମକ ଏକ ରେଷ୍ଟୁରାଣ୍ଟ ଚଳାନ୍ତି ।
ଆପଣଙ୍କୁ କହିରଖୁଛୁ ଯେ ଉଭୟ ପିଲାଙ୍କ ପିତା କିଛି ମାସ ପୂର୍ବରୁ ରେଷ୍ଟୁରାଣ୍ଟ ଆରମ୍ଭ କରିଥିଲେ, କିନ୍ତୁ ସେ 26 ଡିସେମ୍ବର 2021 ରେ ତାଙ୍କର ମୃତ୍ତ୍ୟୁ ହୋଇଥିଲା । ବର୍ତ୍ତମାନ ଉଭୟ ବାଳକ ରେଷ୍ଟୁରାଣ୍ଟ ଚଲାଉଛନ୍ତି ଏବଂ ଏହାର ଭଡା ଦେବା ମଧ୍ଯ ସେମାନଙ୍କ ପାଇଁ କଷ୍ଟକର ହୋଇପଡୁଛି । ଭିଡିଓ ଶେଷରେ ଅଂଶଦୀପ ସିଂ ଲୋକମାନଙ୍କୁ ତାଙ୍କ ରେଷ୍ଟୁରାଣ୍ଟକୁ ଆସିବାକୁ ନିବେଦନ କରୁଥିବା ଦେଖିବାକୁ ମିଳିଥିଲା । ଏହି 11 ବର୍ଷୀୟ ନିରୀହ ବାଳକଙ୍କ କଥା ଶୁଣି ଆନନ୍ଦ ମହିନ୍ଦ୍ରା ଏକ ହୃଦୟସ୍ପର୍ଶୀ ଜବାବ ଦେଇଥିଲେ । ଏହି ଭିଡିଓ ପୋଷ୍ଟ କରି ଆନନ୍ଦ ମହିନ୍ଦ୍ରା ତାଙ୍କ ଅଫିସିଆଲ ଟ୍ୱିଟର ଆକାଉଣ୍ଟରେ ଏକ ମେସେଜ ଲେଖିଛନ୍ତି ।
These kids are amongst the pluckiest I’ve seen anywhere. May they soon have lines of people waiting to get in to the restaurant. I love Amritsar & usually look forward to the world’s best Jalebis in the city, but I’m going to add this place to my food binge when I’m next in town. pic.twitter.com/J4i3IPW3IO
— anand mahindra (@anandmahindra) February 5, 2022
ଆନନ୍ଦ ମହିନ୍ଦ୍ରା ଲେଖିଛନ୍ତି,’ଏହି ପିଲାମାନେ ସବୁଠାରୁ ଫୁର୍ତିଲା ପିଲାମାନଙ୍କ ମଧ୍ୟରେ ଅନ୍ୟତମ ଯେଉଁମାନଙ୍କୁ ମୁଁ ନିଶ୍ଚିତ ଭାବରେ କୌଣସି ସ୍ଥାନରେ ଦେଖିଛି । ଏପରି ହୋଇପାରେ ଯେ ଖୁବ୍ ଶୀଘ୍ର ତାଙ୍କ ରେଷ୍ଟୁରାଣ୍ଟକୁ ଆସି ଲୋକମାନଙ୍କ ଧାଡିରେ ମୋତେ ଦେଖିବାକୁ ପାଇବେ । ମୋତେ ଅମୃତସର ବହୁତ ଭଲ ଲାଗେ ଏବଂ ପ୍ରାୟତଃ ଏହି ସହରକୁ ଯାଇ ଦୁନିଆର ସବୁଠାରୁ ସୁସ୍ବାଦୁ ଜଲେବି ଖାଏ, କିନ୍ତୁ ବର୍ତ୍ତମାନ ଏହି ରେଷ୍ଟୁରାଣ୍ଟ ମୋ ଲିଷ୍ଟରେ ଅଛି ଏବଂ ପରବର୍ତ୍ତୀ ସମୟରେ ମୁଁ ଯେତେବେଳେ ଏହି ସହର ବୁଲିବାକୁ ଯିବି ନିଶ୍ଚିତ ଭାବରେ ଏଠାରେ ଖାଇବି । ତେବେ ଆନନ୍ଦ ମହିନ୍ଦ୍ରାଙ୍କ ଏହି ଟୁଇଟ୍ ସହିତ ଟ୍ୱିଟରରେ #BabaKaDhaba ଅନେକ ଟ୍ରେଣ୍ଡ କଲା । ଆପଣଙ୍କୁ କହିରଖୁଛୁ ଯେ କରୋନା କାଳରେ ଦିଲ୍ଲୀରେ ‘ବାବା କା ଢାବା’ ବହୁତ ଲୋକପ୍ରିୟ ହୋଇଥିଲା ।