ୟୁକ୍ରେନ ଉପରେ ଋଷ ପକେଇବ ‘ପରମାଣୁ ବୋମା’? ନାସ୍ତ୍ରେଦମସ ୫୦୦ବର୍ଷ ପୂର୍ବରୁ କରିଥିଲେ ଏହି ଭବିଷ୍ୟବାଣୀ

ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଲଗାତର ୧୦ଦିନ ହେଲା ଜାରି ରହିଛି ଏବଂ ଆକ୍ରମଣ ପରେ ୟୁକ୍ରେନରେ ଅବସ୍ଥା ବହୁତ ଖରାପ ହେବାରେ ଲାଗିଛି। ଦୁନିଆର ସର୍ବଶ୍ରେଷ୍ଠ ଭବିଷ୍ୟ‌ଦ୍ବକ୍ତା ନାସ୍ତ୍ରେଦମସ ୫୦୦ବର୍ଷ ପୂର୍ବରୁ ହିଁ ବର୍ଷ ୨୦୨୨ ପାଇଁ ବଡ଼ ଭବିଷ୍ୟବାଣୀ କରି ଦେଇଥିଲେ।ନାସ୍ତ୍ରେଦମସ ଦ୍ୱାରା କରାଯାଇଥିବା ଭବିଷ୍ୟବାଣୀ କେବେବି ଭୁଲ ପ୍ରମାଣିତ ହୋଇନାହିଁ।

ନାସ୍ତ୍ରେଦମସ ହିଟଲରଙ୍କ ଶାସନ, ଦ୍ଵିତୀୟ ବିଶ୍ଵଯୁଦ୍ଧ, 9/11 ଆତଙ୍କୀ ଆକ୍ରମଣ ଏବଂ ଫ୍ରାନ୍ସ କ୍ରାନ୍ତିକୁ ନେଇ କରା ଯାଇଥିବା ସଠିକ ଭବିଷ୍ୟବାଣୀ ଗୁଡ଼ିକ ସତ ପ୍ରମାଣିତ ହୋଇଛି।ନାସ୍ତ୍ରେଦମସଙ୍କ ଜନ୍ମ ଜର୍ମାନୀରେ ୧୪ ଡିସେମ୍ବର ୧୫୦୩ ଏବଂ ମୃତ୍ୟୁ ୨ ଜୁଲାଇ ୧୫୬୬ରେ ହୋଇଥିଲା। ଆସନ୍ତୁ ଆପଣଙ୍କୁ ଜଣାଇବୁ କି ନାସ୍ତ୍ରେଦମସ ଋଷ-ୟୁକ୍ରେନ ଯୁଦ୍ଧ ବିଷୟରେ କ’ଣ ଭବିଷ୍ୟବାଣୀ କରିଥିଲେ।

ନାସ୍ତ୍ରେଦମସ ଋଷ-ୟୁକ୍ରେନ ଯୁଦ୍ଧର ଭବିଷ୍ୟବାଣୀ ମଧ୍ୟ ନିଜ ବହିରେ କରିଥିଲେ। ସେ ଲେଖିଥିଲେ କି ‘ୟୁରୋପର ଗୋଟିଏ ଦେଶ ପୂରା ଦୁନିଆକୁ ନିଜ ଶକ୍ତିରେ ପ୍ରଭାବିତ କରିବା ପାଇଁ ଚେଷ୍ଟା କରିବ ଏବଂ ଏଥିପାଇଁ ସେ ନିଜ ସୀମା ସହିତ ସଂଲଗ୍ନ ଅନ୍ୟ ଛୋଟ ଦେଶ ସହିତ ମଧ୍ୟ ଯୁଦ୍ଧ କରିବ।

ଏହି ଯୁଦ୍ଧରେ ହଜାର ହଜାର ଲୋକ ମରିଯିବେ ଏବଂ ବହୁତ ଲୋକ ନିଜ ଘର ଛାଡ଼ି ଅନ୍ୟ ଦେଶକୁ ଯିବାପାଇଁ ବାଧ୍ୟ ହୋଇଯିବେ।’ନାସ୍ତ୍ରେଦମସ ଆଗକୁ ଲେଖିଛନ୍ତି କି ‘ବଡ ଦେଶର ଶାସକ ନିଜର ହାର ହେଉଥିବାର ଦେଖି ପରମାଣୁ ବୋମାର ବ୍ୟବହାର କରିବା ବିଷୟରେ ମଧ୍ୟ ଚିନ୍ତା କରିବେ, କିନ୍ତୁ ଲକ୍ଷଲକ୍ଷ ଲୋକଙ୍କ ମୃତ୍ୟୁ ଏବଂ ତୃତୀୟ ବିଶ୍ବଯୁଦ୍ଧ ହେବାର ଭୟରେ ସେ ଭୂମି ଉପରେ ଲଢେଇ ଜାରି ରଖିବା ପାଇଁ ନିର୍ଣ୍ଣୟ କରିବ ଏବଂ ପୁଣି ସେହି ଦେଶ ଉପର ଜିତ ହାସଲ କରିନେବ’।

ଇନ୍ଦିରା ଗାନ୍ଧୀଙ୍କ ଉପରେ କରା ଯାଇଥିବା ଭବିଷ୍ୟବାଣୀ ସତ ପ୍ରମାଣିତ

ନାସ୍ତ୍ରେଦମସଙ୍କର ଭାରତର ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କୁ ନେଇ କରା ଯାଇଥିବା ଭବିଷ୍ୟବାଣୀ ବିଲକୁଲ ସତ ପ୍ରମାଣିତ ହୋଇଥିଲା। ନାସ୍ତ୍ରେଦମସ ଲେଖିଥିଲେ କି ‘ନିସ୍କାସିତ ସ୍ତ୍ରୀ’ ପୁଣି ଶାସନ କରିବେ। ତାଙ୍କ ଶତ୍ରୁ ତାଙ୍କ ବିରୁଦ୍ଧରେ ଭୟଙ୍କର ଷଡ଼ଯନ୍ତ୍ର ରଚନା କରିବେ। ତିନିବର୍ଷର ସ୍ମରଣୀୟ ସମୟ ପରେ ସତୁରୀ ବର୍ଷ ଆୟୁ ପାଖାପାଖି ତାଙ୍କ ମୃତ୍ୟୁ ହେବ’।ଜଣା ଯାଉଛି କି ୧୯୭୭ର ସାଧାରଣ ନିର୍ବାଚନରେ ଇନ୍ଦିରା ଗାନ୍ଧୀଙ୍କୁ ହାରର ସାମ୍ନା କରିବା ପାଇଁ ପଡ଼ିଥିଲା ଏବଂ ଜନତା ପାର୍ଟି ସତ୍ତା ଉପରେ କବଜା ହୋଇ ଯାଇଥିଲା।

ଇନ୍ଦିରା ଗାନ୍ଧୀ ୧୯୭୦ରେ ଜୋରଦାର ଭାବରେ ଫେରି ପୁଣି ପ୍ରଧାନମନ୍ତ୍ରୀ ହୋଇଥିଲେ। ଇନ୍ଦିରା ଗାନ୍ଧୀଙ୍କର ଯେତେବେଳେ ତାଙ୍କ ସୁରକ୍ଷାକର୍ମୀଙ୍କ ଦ୍ବାରା ହତ୍ୟା କରା ଯାଇଥିଲା, ସେତେବେଳେ ତାଙ୍କ ବୟସ ୬୭ବର୍ଷ ଥିଲା। ଏଥିଯୋଗୁଁ ନାସ୍ତ୍ରେଦମସଙ୍କ ଦ୍ଵାରା ଭାରତର ରାଜନିତୀ ଏବଂ ଇନ୍ଦିରା ଗାନ୍ଧୀଙ୍କ ବିଷୟରେ କରା ଯାଇଥିବା ଭବିଷ୍ୟବାଣୀ ସତ ପ୍ରମାଣିତ ହୋଇଛି।

କୋରୋନା ଭାଇରସ ଉପରେ କରା ଯାଇଥିବା ଭବିଷ୍ୟବାଣୀ

ନାସ୍ତ୍ରେଦମସ ପାଖାପାଖି ୫୦୦ବର୍ଷ ପୂର୍ବରୁ ହିଁ କୋରୋନା ଭାଇରସକୁ ନେଇ ଦୁନିଆକୁ ସୂଚନା ଦେଇ ଦେଇଥିଲେ।ନାସ୍ତ୍ରେଦମସ ଲେଖିଥିଲେ କି ‘୨୧ ଶତାବ୍ଦୀରେ ଦୁନିଆକୁ ଗୋଟିଏ ଏମିତି ଭୟଙ୍କର ବେମାରୀ ନିଜ କବଳରେ ନେବ ଯାହା ଲକ୍ଷଲକ୍ଷ ଲୋକଙ୍କ ଜୀବନ ନେଇଯିବ’।ସେ ଆଗକୁ ଲେଖିଛନ୍ତି- ‘ଏହି ଜୀବନ ନେବା ରୋଗ ଜଣେ ମନୁଷ୍ୟଙ୍କ ଠାରୁ ଆଉ ଜଣେ ମନୁଷ୍ୟଙ୍କ ପାଖକୁ ବହୁତ ଜୋରରେ ବ୍ୟାପିବ ଏବଂ ଦେଖୁଦେଖୁ ହିଁ ପୂରା ଦୁନିଆ ତାର କବଳରେ ଆସିଯିବ। ବର୍ଷ ୨୦୨୪ରେ ଏହି ମହାମାରୀ ସଂପୂର୍ଣ୍ଣ ଭାବରେ ଶେଷ ହେବ ସେପର୍ଯ୍ୟନ୍ତ ମନୁଷ୍ୟକୁ ଏହି ଭୟଙ୍କର ରୋଗ ଠାରୁ ବଞ୍ଚି ରହିବା ପାଇଁ ପଡିବ।’

Leave a Reply

Your email address will not be published. Required fields are marked *