ପାଦ ଆଙ୍ଗୁଠିର ଆକୃତି କହିଥାଏ ଆପଣ କେତେ ଭାଗ୍ୟଶାଳୀ।

ବନ୍ଧୁମାନେ ପୁରୁଷର କେଉଁ ଜାଗାରେ କଳାଯାଇ ଥିଲେ ଆମେ ଜାଣିବା ସେ ହେଉଛନ୍ତି ଭାଗ୍ୟଶାଳୀ। ଏହା ସହ ପାଦର ଅଙ୍ଗ ପ୍ରତଙ୍ଗ କୁ ନେଇ କିପରି ଜାଣିବେ କି ବ୍ୟକ୍ତି ତ ଜୀବନରେ ଗରିବ ହେବ ବା ଧନୀ ଆସନ୍ତୁ ଜାଣିବା ଏହି ବିଷୟରେ। ବାସ୍ତୁ ଅନୁଯାଇ ଦାଢ଼ି ବା ନିଶ ଥିବା ବ୍ୟକ୍ତି ଏବଂ ଦାନ୍ତରେ ଫାଙ୍କ ଥିବା ବ୍ୟକ୍ତିଙ୍କ ସ୍ଵଭାବ କିପରି ହୋଇଥାଏ। ଆସନ୍ତୁ ଜାଣିବା ଏହି ବିଷୟରେ।

ଭବିଷ୍ୟ ପୁରାଣ ଯାହା ଭବିଷ୍ୟତରେ ହେବାକୁ ଥିବା ଘଟଣା ବଳି ଉପରେ ଦେଉଥିବା ସଂକେତ ବିଷୟରେ ବର୍ଣ୍ଣିତ। ଏହା ୧୮ଟି ପୁରାଣ ମଧ୍ୟରୁ ସର୍ବୋତ୍ତମ ବୋଲି ମାନ୍ୟତା ରହିଛି। ଏଥିରେ କେତେ ରାଜା ମହାରାଜାଙ୍କ ଜନ୍ମ ପୂର୍ବର କାହାଣୀ ମାନ ମଧ୍ୟ ଆଗରୁ ବର୍ଣ୍ଣିତ ଅଛି।ଆଜି ଆମେ ଏହି ଭବିଷ୍ୟ ପୁରାଣ ବିଷୟରେ କିଛି ତଥ୍ୟ ଯାହା ପୁରୁଷଙ୍କ ଭାଗ୍ୟ ବା ଭବିଷ୍ୟତ ନିର୍ଦ୍ଧାରଣକୁ ନେଇ ହୋଇଥାଏ।

ଏପରି ମାନ୍ୟତା ଅଛି କି କଳାଜାଇ ମନୁଷ୍ୟର ଜନ୍ମ ଆଗରୁ ହିଁ ହୋଇ ଯାଇଥାଏ। ଏହି କଳାଜାଇ ମନୁଷ୍ୟର ଭାଗ୍ୟ ନିର୍ଦ୍ଧାରଣ କରିଥାଏ ବୋଲି ସମୁଦ୍ର ଶାସ୍ତ୍ରରେ ବର୍ଣିତ। ବ୍ୟକ୍ତିର ଅଙ୍ଗରେ ଥିବା କଳାଯାଇ ତାହାର ଆର୍ଥିକ ପରିସ୍ଥିତିକୁ ହିଁ ବୁଝାଇ ଥାଏ। ଏହା ସହିତ କିଛି ସ୍ଥାନରେ କଳା ଯାଇ ନିଜର ପ୍ରେମ ଜୀବନକୁ ନେଇ ଦର୍ଶାଇ ଥାଏ। ଆସନ୍ତୁ ଜାଣିବା ସମୁଦ୍ର ଶାସ୍ତ୍ରରେ ଏହି ସବୁ କଳାଜାଇର ବର୍ଣ୍ଣନା ବିଷୟରେ।

୧. ବ୍ୟକ୍ତିର ଡାହାଣ ଗାଲରେ କଳାଜାଇ ଥିଲେ ତାହା ଶୁଭ ବୋଲି ଜଣା ଯାଏ। ଏହା ମଧ୍ୟ ପ୍ରେମ ବିଷୟରେ ଦର୍ଶାଇ ଥାଏ ଯାହା କୁହାଯାଏ କି ସେହି ଲୋକର ବିବାହ ପ୍ରେମ କରି ହୋଇଥାଏ। ବାମ ଗାଲରେ କଳାଜାଇ ଥିଲେ ଏହା ଧୋକାକୁ ସୂଚାଇ ଥାଏ।

୨. କୁହାଯାଏ କି ଯେଉଁ ବ୍ୟକ୍ତିର ଡାହାଣ ଆଖି ପତା ଉପରେ କଳଯାଇ ଥାଏ ତେବେ ତାକୁ ତା ଜୀବନ ସାଥି ଠାରୁ ବହୁତ୍ ଭଲ ପାଇବା ମିଳିଥାଏ। ଯଦି ବାମ ଆଖି ପାଖରେ ଥାଏ ତେବେ ଜୀବନ ସାଥୀ ସହିତ କଥା କଥା କରେ ଲଢେଇ ଝଗଡ଼ା ହୋଇଥାଏ।

୩.ସମୁଦ୍ର ଶାସ୍ତ୍ର ଅନୁଯାୟୀ ହାତରେ କଳାଜାଇ ଥିଲେ ତାହା ଶୁଭ ବୋଲି ଜଣାଯାଏ। ବ୍ୟକ୍ତିର ଡାହାଣ ହାତରେ କଳାଜାଇ ଥିଲେ ତାକୁ ବହୁତ୍ ଭଲ ଜୀବନ ସାଥି ମିଳିଥାଏ ଓ ବହୁ ଭଲ ପାଇବା ମଧ୍ୟ ମିଳିଥାଏ। ଜୀବନରେ ଅପାର ଧନ ପ୍ରାପ୍ତି ହୋଇଥାଏ। ବାମ ହାତରେ କଳାଜାଈ ଥିବା ବ୍ୟକ୍ତିକୁ ପ୍ରେମ ଜୀବନରେ ବହୁ କଷ୍ଟ ସହିବାକୁ ପଡ଼ିଥାଏ। ସେ କେବେ ଧନର ଅଭାବ ଦେଖେନି। ତାକୁ ଆର୍ଥିକ ସୁଖ ମିଳେ।

୪. ଓଠରେ କଳାଯାଇ ଥିବା ଅଶୁଭ ମାନା ଯାଇଥାଏ ଓ ଆପଣଙ୍କ ପାର୍ଟନର ଆପଣଙ୍କୁ ପ୍ରେମରେ ଧୋକା ଦେଇ ପାରନ୍ତି। ଏପରି ବ୍ୟକ୍ତି ସବୁବେଳେ ନିଜ ଜୀବନକୁ ନେଇ କଷ୍ଟରେ ଗତି କରେ।

୫.ମଥା ଉପରେ କଳାଯାଇ କୁ ଶୁଭ ମାନା ଯାଏନାହିଁ। କୁହାଯାଏ କି ସେହି ବ୍ୟକ୍ତିକୁ ବିବାହ ପରେ ସମସ୍ୟା ଦେଖିବାକୁ ମିଳେ। ଏମାନଙ୍କ ଜୀବନରେ ବହୁ ଟଙ୍କା ଆସେ ହେଲେ ଖର୍ଚ୍ଚ ହୋଇଯାଏ।

ସମୁଦ୍ର ଶାସ୍ତ୍ର ଅନୁଯାୟୀ ଜଣେ ବ୍ୟକ୍ତିର ଆଚରଣକୁ ଜାଣିବାକୁ ହେଲେ ତାର ଚୁଟି,ନଖ, ନିଶ,ଦାଢ଼ି,ଦାନ୍ତ ଆଦିକୁ ଦେଖି ଜାଣିହେବ।ଏହା ସହିତ ପୁରୁଷ ବିଷୟରେ ଥିବା କିଛି ଖାସ୍ କଥା ଜଣାପଡ଼େ ଆସନ୍ତୁ ଜାଣିବା ଏହି ବିଷୟରେ।

୧. ଯଦି ବ୍ୟକ୍ତିର ତାର୍ଜନି ଆଙ୍ଗୁଠି ବୁଢା ଆଙ୍ଗୁଠିରୁ ବଡ଼ ହୋଇଥାଏ। ଏପରି ବ୍ୟକ୍ତି ସ୍ତ୍ରୀ ଠାରୁ ସୁଖ ପ୍ରାପ୍ତ କରିଥାଏ। ୨. ଯଦି କୌଣସି ପୁରୁଷର ପାଦ କୋମଳ,ରକ୍ତ ଭରା,ଲାଲ ରଙ୍ଗର ହୋଇଥାଏ। ସେସବୁ ସୁଖ ସୁବିଧା ପ୍ରାପ୍ତ କରିଥାଏ ଓ ସେମାନେ ସହଜରେ ଜୀବନ ଅତିବାହିତ କରନ୍ତି।

୩. ଯଦି ଜଣେ ପୁରୁଷର ଆଙ୍ଗୁଠି ବହୁ ମୋଟା ହୋଇଥାଏ । ତେବେ ତାକୁ ଭାଗ୍ୟର ସାଥ ମିଳେ ନାହିଁ। ୪. ଯଦି ଜଣେ ପୁରୁଷର ପାଦ ଧଳା ,ନଖ ଭଙ୍ଗା ଓ ଆଙ୍ଗୁଠି ଅସମାନ ହୋଇଥାଏ। ତେବେ ଏପରି ଲୋକ ସମସ୍ୟାର ସାମ୍ନା କରନ୍ତି। ଏମାନଙ୍କ ଜିବନରେ ଧନର କମି ସବୁବେଳେ ରହିଥାଏ।

୫. ଯଦି କୌଣସି ପୁରୁଷର ପାଦର ସବୁଠୁ ଛୋଟ ଆଙ୍ଗୁଠି ଅନ୍ୟ ଆଙ୍ଗୁଠି ଠାରୁ ବଡ଼ ହୋଇଥାଏ।ତେବେ ଏପରି ବ୍ୟକ୍ତି ବହୁତ୍ ଧନୀ ହୋଇଥାନ୍ତି। ୬.ଯେଉଁ ପୁରୁଷର ଗୋଡ଼ରେ ଚୁଟି ନଥାଏ। ସେହି ପୁରୁଷ ତା ଜୀବନରେ ଭାଗ୍ୟର ପ୍ରାପ୍ତି କରିପାରେ ନାହିଁ।
୭.ଯଦି କେଉଁ ପୁରୁଷର ଗୋଡ଼ ମୋଟା,ଲମ୍ବା ଏବଂ ମାଂସ ଯୁକ୍ତ ହୋଇଥାଏ । ତେବେ ସେ ଭାଗ୍ୟର ପ୍ରାପ୍ତ ଅବଶ୍ୟ କରିଥାଏ।
୮.ଯଦି ଜଣେ ପୁରୁଷର ଆଣ୍ଠୁରେ ମାଂସ ଭରି ହୋଇ ରହିଥାଏ। ତେବେ ସେହି ବ୍ୟକ୍ତି ଛୋଟ ଛୋଟ ସଫଳତା ପାଇଁ ବହୁ ପରିଶ୍ରମ କରିଥାଏ।

୯. ପେଟରେ ମାଂସପେଶି ବଢୁଥିବା ବ୍ୟକ୍ତି ସବୁବେଳେ ଧାନବାନ ହୋଇଥାନ୍ତି। ଏପରି ଲୋକ ସବୁ ସୁଖ ପ୍ରାପ୍ତ କରିଥାନ୍ତି। ୧୦. ଯେଉଁ ବ୍ୟକ୍ତିର ପେଟ ଲମ୍ବା ଏବଂ ମୋଟା ଥାଏ ସେ ଗରିବିର ସାମ୍ନା କରିଥାଏ। ୧୧.ପିଠି ବଡ଼ ଥିବା ବ୍ୟକ୍ତି କୌଣସି ବନ୍ଧନରେ ବାନ୍ଧି ହୋଇ ରହିଥାଏ। ୧୨. ଯେଉଁ ବ୍ୟକ୍ତିର ପିଠି କଇଁଛର ପିଠି ପରି ଦିଶେ। ସେହି ବ୍ୟକ୍ତି ଧନବାନ ହୋଇଥାଏ। ୧୩. ପୁରୁଷଙ୍କ ପାଇଁ ଚଉଡ଼ା ଓ ମଜବୁତ୍ କାନ୍ଧ ଶୁଭ ବୋଲି ମାନା ଯାଇଥାଏ। ଯଦି ପୁରୁଷର ନାଭି ବଡ଼ ଥାଏ ତେବେ ସେ ସମସ୍ତ ସୁଖ ପ୍ରାପ୍ତ କରିଥାଏ। ଛୋଟ ନାଭିର ପୁରୁଷର ସମସ୍ୟାର ସାମ୍ନା କରିଥାଏ। ଯେଉଁ ପୁରୁଷର ଆଙ୍ଗୁଠି ମୋଟା ରହିଥାଏ ସେ ଅଧିକ ଗରିବ ରହିଥାଏ।

ସମୁଦ୍ର ଶାସ୍ତ୍ରରେ ଆଖି ଡେଇଁବା ଉପରେ ମଧ୍ୟ ବର୍ଣ୍ଣିତ ଅଛି କି ପୁରୁଷର ଡାହାଣ ଆଖି ଡେଇଁବା ଶୁଭ ହୋଇଥିବା ବେଳେ ବାମ ଆଖି ଡେଇଁବା ଏହା ଅଶୁଭ ହୋଇଥାଏ। ହେଲେ ମହିଳାଙ୍କ ବାମ ଆଖି ଡେଇଁବା ଶୁଭ ହୋଇଥାଏ। ମହିଳା ଏବଂ ପୁରୁଷର ଆଖି ଏକ ସାଙ୍ଗରେ ଡେଇଁ ଥାଏ ତେବେ ଏହା ଶୁଭ ହୋଇଥାଏ। ଯେପରି ହାତର ପାପୁଲି ଦେଖି ଭବିଷ୍ୟତ ଜଣା ଯାଏ। ସେହିପରି ଜଣେ ପୁରୁଷର ଦାନ୍ତକୁ ଦେଖି ମଧ୍ୟ ଭବିଷ୍ୟତ ଜାଣିହୁଏ। ଦାନ୍ତରେ ଫାଙ୍କା ଥିବା ବ୍ୟକ୍ତିର ଶୁଭ ହୋଇଥାଏ।

ଏପରି ପୁରୁଷ ଉପରେ ଭରସା କରାଯାଇ ପାରେ। ଏହି ଭଳି ପୁରୁଷ ଅନ୍ୟ ଉପରେ ଭଲ ଚିନ୍ତା କରିଥାଏ ଓ ଅନ୍ୟର ଖୁସି ବା ଶୁଭ ଚାହୁଁଥାଏ। ଏମାନେ ସବୁବେଳେ ଖୁସିରେ ରୁହନ୍ତି। ସେହିପରି ନିଶ ଓ ଦାଢ଼ି ଉଠୁନଥିବା ବ୍ୟକ୍ତି ଜୀବନରେ ବହୁ କଷ୍ଟ ଆସେ। ଏମାନେ ସବୁବେଳେ ଟଙ୍କା ପଛରେ ପଡିଥାନ୍ତି ଏବଂ ସମସ୍ୟା ଏମାନଙ୍କ ପିଛା ଛାଡି ନଥାଏ। ଏହା ଥିଲା ବ୍ୟକ୍ତିର କିଛି ଶୁଭ ଅଶୁଭ ସଂକେତ ବିଶୟରେ।

Leave a Reply

Your email address will not be published. Required fields are marked *