ବଲିଉଡର ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ଏବେ ଅଡ଼ୁଆରେ , ତୁରନ୍ତ ଗିରଫ କରିବାକୁ କୋର୍ଟର ନିର୍ଦେଶ ମିଳିବନି ବେଲ….

ବଲିଉଡର ଅଭିନେତା ଏବଂ ଅଭିନେତ୍ରୀ ମାନେ ପ୍ରାୟତଃ ସବୁବେଳେ ନିଜର ବାସ୍ତବ ଜୀବନ ଏବଂ ବଲିଉଡ ଇଣ୍ଡଷ୍ଟ୍ରି ଜୀବନକୁ ନେଇ ଚର୍ଚ୍ଚାରେ ରହନ୍ତି । ସେମାନଙ୍କ ଜୀବନର କୌଣସି ଘଟଣା ଅଧିକ ସମୟ ଅଛପା ହୋଇ ରହେନାହିଁ । କାରଣ ମିଡ଼ିଆ ଏବଂ ଜନସାଧାରଣ ସବୁବେଳେ ସେହି ସୁଯୋଗକୁ ଅପେକ୍ଷା କରି ରହିଥାନ୍ତି । ବର୍ତ୍ତମାନ ସମୟରେ ଜଣେ ଲୋକପ୍ରିୟ ବଲିଉଡ ଅଭିନେତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜ୍ଜୁ ହୋଇଥିବା ଶୁଣାଯାଇଛି । ତେବେ ଆଜିକାର ଏହି ଲେଖାରେ ଆମେ ସେହି ଘଟଣା ବିଷୟରେ କହିବୁ ।

ସୂଚନା ଅନୁଯାୟୀ ବଲିଉଡ ର ଲୋକପ୍ରିୟ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା ବର୍ତ୍ତମାନ ଅଡ଼ୁଆରେ ପଡ଼ିଛନ୍ତି । ତେବେ ମାମଲା ବର୍ତ୍ତମାନ ର ନୁହେଁ ବରଂ ୨୦୧୮ ର ଅଟେ । ତାଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ଅନୁଯାୟୀ ସେ ଟଙ୍କା ନେଇ ଏକ କାର୍ଯ୍ୟକ୍ରମରେ ଯୋଗଦାନ କରି ନଥିବା ବିଷୟରେ ଶୁଣା ଯାଇଛି । ତେଣୁ ଯଦି ସୋନାକ୍ଷୀ ନିଜ ତରଫରୁ କିଛି ଦିନ ମଧ୍ୟରେ ଥାନାରେ ହାଜର ନହୁଅନ୍ତି ତେବେ ତାଙ୍କୁ ଗିରଫ କରିବାକୁ ପୋଲିସ କୁ ନିର୍ଦେଶ ଦିଆଯାଇଛି ।

ବାସ୍ତବ ଘଟଣା ଏହା ଯେ ମୁରାଦାବାଦରେ ରହୁଥିବା ପ୍ରମୋଦ ଶର୍ମା ୨୦୧୮ ମସିହାରେ ମରାଦାବାଦ ର କଟଘର ଥାନାରେ ସୋନାକ୍ଷୀ ସିହ୍ନା ଙ୍କ ସମେତ ମୋଟ ୫ ଜଣ ଲୋକଙ୍କ ନାମରେ ଥାନାରେ ଅଭିଯୋଗ ଆଣିଥିଲେ । ତାଙ୍କ ଅଭିଯୋଗ ର କାରଣ ଏହିକି ଯେ ସୋନାକ୍ଷୀ ଏବଂ ଅନ୍ୟ ପାଞ୍ଚ ଜଣଙ୍କୁ ଏକ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ୩୬ ଲକ୍ଷ ଟଙ୍କା ଦିଆଯାଇଥିଲା । ତାସହିତ ବିମାନ ଯାତ୍ରା ପାଇଁ ଭଡ଼ା ମଧ୍ୟ । କିନ୍ତୁ ସୋନାକ୍ଷୀ ଯୋଗ ନଦେବା କାରଣରୁ ପ୍ରମୋଦ ଶର୍ମା ଅଭିଯୋଗ ଆଣିଥିଲେ ।

ଅଭିଯୋଗ ଅନୁଯାୟୀ କୋର୍ଟ ସୋନାକ୍ଷୀ ଙ୍କୁ ବାରମ୍ବାର ନୋଟିସ ମଧ୍ୟ ପଠାଇଥିବା ସୂଚନା ରହିଛି । କିନ୍ତୁ ତଥାପି ସୋନାକ୍ଷୀ ଥାନାରେ ହାଜର ହୋଇ ନଥିବାରୁ ବର୍ତ୍ତମାନ କୋର୍ଟ ଦୃଢ଼ ନିଷ୍ପତ୍ତି ନେଇଛି । କୋର୍ଟ ନିଷ୍ପତ୍ତି ଅନୁଯାୟୀ ଯଦି ସୋନାକ୍ଷୀ ଥାନାରେ ହାଜର ନହୁଅନ୍ତି ତେବେ ପୋଲିସ କୁ ୨୪ ତାରିଖ ସୁଦ୍ଧା ଗିରଫ କରି କୋର୍ଟ ରେ ହାଜର କରିବାକୁ ନିର୍ଦେଶ ରହିଛି ।

ପ୍ରମୋଦଙ୍କ ଅଭିଯୋଗ ଏହା ଯେ ସୋନାକ୍ଷୀ ଏଗ୍ରିମେଣ୍ଟ ସାଇନ ପାରେ ବି କାର୍ଯ୍ୟକ୍ରମ ରେ ଯୋଗ ଦେଇ ନାହାଁନ୍ତି । ଏଥିପାଇଁ ୨୦୧୮ ରୁ ହିଁ ତାଙ୍କ ବିରୋଧରେ ଗିରଫ ପରୱାନା ଜାରି କରାଯାଇଛି । ତାଙ୍କ ସମେତ ଅନ୍ୟ ପାଞ୍ଚ ଜଣକ ବିରୋଧରେ ମଧ୍ୟ ଏହି କାର୍ଯ୍ୟା-ନୁଷ୍ଠାନ ଗ୍ରହଣ କରାଯିବ ବୋଲି କୁହାଯାଇଛି । ଏହି ବାବଦରେ ଉତ୍ତରପ୍ରଦେଶର ମୁରାଦାବାଦର ଏସଜିଏମ – ୪ କୋର୍ଟ ତରଫରୁ ୱାରେଣ୍ଟ ଜାରି କରାଯାଇଛି । ସୋନାକ୍ଷୀ ଏଥର ବି ନିୟମ ଅମାନ୍ୟ କଲେ ଗିରଫ କରିବାକୁ ନିର୍ଦେଶ ଦିଆଯାଇଛି ।

Leave a Reply

Your email address will not be published. Required fields are marked *