ପୋଲିସ ସହିତ ମୋ ସ୍ତ୍ରୀ ଖରାପ ସମ୍ପର୍କ, ” ସେମାନେ ଏକାଠି ହେବାବେଳେ ଆମେ କିଛିଜଣ ଯାଇ ମାଡ଼ି ବସିଲୁ :- ଦେଖନ୍ତୁ ଭିଡିଓ

ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏପରି କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହା ଶୁଣିଲେ ଆପଣବି ଆଶ୍ଚର୍ଯ୍ୟ ହୋଇଯିବେ । ସେହିପରି ବର୍ତ୍ତମାନ ସମୟରେ ଆଉ ଏକ ଭିଡ଼ିଓ ମଧ୍ୟ ଭାଇରଲ ହେଉଛି । ଯେଉଁଥିରେ ଜଣେ ସ୍ୱାମୀ ନିଜ ସ୍ତ୍ରୀ ର କାରନାମା ବିଷୟରେ ସମସ୍ତଙ୍କ ସାମ୍ନାରେ ବଖାଣିଛନ୍ତି । ସେହି ଘଟଣା ବିଷୟରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚିତ ପଢ଼ନ୍ତୁ ।

ତେବେ ବ୍ୟକ୍ତି ଜଣକ ନିଜେ କହିଛନ୍ତି ଯେ ୨୦୧୧ ମସିହାରେ ମହିଳାଙ୍କ ସହିତ ବିବାହ ପରେ ତାଙ୍କ ଘରେ ସମସ୍ୟା ଦେଖାଦେଲା । ତେଣୁ ଘରେ ନିଜ ସ୍ତ୍ରୀ ର ଏପରି କାମ ଦେଖି ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ସହିତ ପରିବାର ଠାରୁ ଦୂରରେ ଖୋର୍ଦ୍ଧା ରେ ରହିଲେ ।କିନ୍ତୁ ତଥାପି ମହିଳା ସୁଧୁରି ନଥିଲେ । ତାଙ୍କ ଖରାପ ଅଭ୍ୟାସ ଆହୁରି ବଢ଼ିବାରେ ଲାଗିଥିଲା । ଏମିତିକି ବ୍ୟକ୍ତିଙ୍କ କହିବା ଅନୁଯାୟୀ ମହିଳାଙ୍କରଅନ୍ୟ ବ୍ୟକ୍ତି ସହିତ ସମ୍ପର୍କ ଥିବା ମଧ୍ୟ ସେ କହିଛନ୍ତି ।

ବ୍ୟକ୍ତିଙ୍କ ଅନୁଯାୟୀ ୨୦୧୯ ମସିହାରେ ଗାଁ ରେ କୌଣସି ଏକ ଗଣ୍ଡଗୋଳ କାରଣରୁ ସେ ୫ ମାସ ଧରି ପୋଲିସ କଷ୍ଟଡି ରେ ଥିଲେ । ଏହି ସମୟରେ ତାଙ୍କ ସ୍ତ୍ରୀ ଜଣେ ପୋଲିସ ସହିତ ସମ୍ପର୍କ ସ୍ଥାପନ କଲେ । ପୋଲିସ ମହିଳାଙ୍କୁ ନିଜ ସ୍ୱାମୀକୁ ବାହାରିବାକୁ ସାହାଯ୍ୟ କରିବ କହି ମହିଳାଙ୍କ ସହିତ ସମ୍ପର୍କ ସ୍ଥାପନ କରିଥିଲେ । ଏହା ପରେ ବ୍ୟକ୍ତିଙ୍କୁ ଏସବୁ ବିଷୟରେ ଜଣା ପଡ଼ିବା ପରେ ସେ ନିଜ ସ୍ତ୍ରୀ କୁ ନେଇ ପୁଣିଥରେ ଗାଁ କୁ ଫେରିଗଲେ ।

ତେବେ ଯେ ମହିଳାଙ୍କ କାରନାମା ଏଇଠି ଶେଷ ହୋଇଥିଲା ତାହା ନୁହେଁ । ଗାଁ କୁ ଯିବା ପରେ ପୋଲିସ ସହିତ ପୁଣିଥରେ ସାକ୍ଷାତ କରିବାର ଖବର ବ୍ୟକ୍ତିଙ୍କୁ ଜଣା ପଡ଼ିଲା ତେଣୁ ସେ ମହିଳାଙ୍କ ଉପରେ ତୀକ୍ଷ୍ଣ ନଜର ରଖିଲେ । ଯେଉଁ ସମୟରେ ଉଭୟ ଏକାଠି ହେବାର ଥିଲା ବ୍ୟକ୍ତି ଅନ୍ୟ କିଛି ଲୋକଙ୍କ ସହିତ ସେମାନଙ୍କୁ ଧରିବା ପାଇଁ ମଧ୍ୟ ଚେଷ୍ଟା କରିଥିବା କହିଛନ୍ତି । କିନ୍ତୁ ସେମାନେ ଖସି ଯାଇଥିଲେ । କେବଳ ପୋଲିସ ଅଧିକାରୀଙ୍କ ଫୋନ ତାଙ୍କ ହାତରେ ଲାଗିଥିଲା । ଯେଉଁଥିରେ ପୋଲିସ ଅଧିକାରୀଙ୍କ ଅନେକ ମହିଳାଙ୍କ ସହିତ ଖରାପ ସମ୍ପର୍କ ଥିବା ଜଣା ପଡ଼ିଛି ।

ବ୍ୟକ୍ତି ଜଣକ କହିଛନ୍ତି ଯେ ସେହି ପୋଲିସ ସହିତ ଯେ କେବଳ ନିଜ ସ୍ତ୍ରୀ ର ସମ୍ପର୍କ ଥିଲା ତାହା ନୁହେଁ ବରଂ ଅନ୍ୟ ମହିଳାଙ୍କ ସହିତ ମଧ୍ୟ ସମ୍ପର୍କ ଥିଲା । ତେଣୁ ବ୍ୟକ୍ତି ଜଣକ ସେହି ଫୋନ କୁ ନେଇ ପୋଲିସ ଷ୍ଟେସନ ରେ ଅଭିଯୋଗ କରିଛନ୍ତି କିନ୍ତୁ ଏବେ ସୁଦ୍ଧା ପୋଲିସ ପ୍ରଶାସନ ତରଫରୁ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନାହିଁ । ବ୍ୟକ୍ତି ଜଣକ ନିଜ ସ୍ତ୍ରୀ ନାମରେ ଅଭିଯୋଗ ମଧ୍ୟ ଆଣିଛନ୍ତି ଯେ ସେହି ମହିଳାଙ୍କ ପାଇଁ ତାଙ୍କ ବାପାଙ୍କ ମୃତ୍ୟୁ ହୋଇଛି । ତେଣୁ ସେ ନିଜ ସ୍ତ୍ରୀ ଙ୍କୁ ଉପଯୁକ୍ତ ଦଣ୍ଡ ଦିଆଯିବାକୁ ଅନୁରୋଧ କରିବା ସହିତ ଛାଡ଼ପତ୍ର ପାଇଁ ମଧ୍ୟ ଆବେଦନ କରିଛନ୍ତି ।

Leave a Reply

Your email address will not be published. Required fields are marked *