ସୁଇସାଇଡ ନୋଟରେ ଲେଖିଥିଲେ ପ୍ରତିଦିନ ମୋର ହେଉଥିଲା ରେପ, ଏଥିପାଇଁ ଆତ୍ମ-ହତ୍ୟା କରିଥିଲେ ବଲିଉଡ ଅଭିନେତ୍ରୀ ଜିୟା ଖାନ

ଏ ପୃଥିବୀରେ ଆଜି ପର୍ଯ୍ୟନ୍ତ କେହି ରହିନାହାଁନ୍ତି । ସମସ୍ତେ ନିଜ ନିଜର କାର୍ଯ୍ୟକାଳ ସାରି ଆର ପାରିକୁ ଚାଲି ଯାଇଛନ୍ତି । କିଏ ଠିକ୍ ବୟସରେ ଏ ପୃଥିବୀରୁ ଯାଇଛି ତ ଆଉ କିଏ କମ୍ ବୟସରୁ ହିଁ ଏ ଦୁନିଆଁରୁ ବିଦାୟ ନେଇଯାଇଛି । ତେବେ କମ୍ ବୟସରୁ ଚାଲିଗଲେ ସମସ୍ତଙ୍କର ଅବଶୋଷ ରହିଥାଏ , ସମସ୍ତେ ଅନେକ ମନ ଦୁଃଖ କରିଥାନ୍ତି । ତେବେ ସେ କଳାକାର ହୁଅନ୍ତି କି ସାଧାରଣ ଜନତା , କୋଟିପତି ହୁଅନ୍ତୁ କି ଗରିବ ହୁଅନ୍ତୁ , ସମସ୍ତଙ୍କୁ ଦିନେ ନା ଦିନେ ଏ ଧରାରୁ ବିଦାୟ ନେବାକୁ ପଡିବ ।

ତେବେ ସେ ବଲିଉଡ ଇଣ୍ଡଷ୍ଟ୍ରି ହେଉ କିମ୍ବା ଅନ୍ୟ କୌଣସି ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରି , ଅନେକ କଳାକାରଙ୍କର ଆତ୍ମହତ୍ୟା କରିବା ମାମଲା ସାମ୍ନାକୁ ଆସିଥାଏ । ନିଜର ବ୍ୟକ୍ତିଗତ ଜୀବନରେ ସେମାନଙ୍କର କୌଣସି ନା କୌଣସି ଅସୁବିଧା ରହିଥାଏ , ଯାହାକୁ ସେମାନେ ସମ୍ଭାଳି ନ ପାରି ଆତ୍ମହତ୍ୟା କରିଦେଇଥାନ୍ତି । ତେବେ ଆପଣ ମାନେ ସମସ୍ତେ ବଲିଉଡ ଇଣ୍ଡଷ୍ଟ୍ରିର ଅଭିନେତ୍ରୀ ଜିୟା ଖାନଙ୍କୁ ନିଶ୍ଚିତ ଭାବରେ ଜାଣିଥିବେ । ୧୯୮୮ ମସିହା ଫେବୃଆରୀ ୨୦ ତାରିଖରେ ଜିଆ ଏ ଧରାପୃଷ୍ଠରେ ଆଗମନ ହୋଇଥିଲେ । ନିଜ ଅଭିନୟ ଦ୍ୱାରା ସେ ବହୁତ କମ ଦିନ ମଧ୍ୟରେ ସେ ଲୋକଙ୍କର ମନ ଜିଣି ନେଇଥିଲେ । ଲୋକମାନେ ତାଙ୍କୁ ବହୁତ ଭଲପାଇବା ମଧ୍ୟ ଦେଇଥିଲେ ।

ଅମୀର ଖାନଙ୍କ ସହ ‘ଗଜନୀ’ ଚଳଚ୍ଚିତ୍ରରେ ମୁଖ୍ୟ ଭୂମିକାରେ ଅଭିନୟ କରି ସେ ଲୋକଲୋଚନକୁ ଆସି ଯାଇଥିଲେ । ନିଜର ଜବରଦସ୍ତ ଅଭିନୟ ଦ୍ୱାରା ସେ ଲୋକମାନଙ୍କର ଅତ୍ୟନ୍ତ ଭଲପାଇବା ସାଉଁଟିଥିଲେ ଆଉ ରାତାରାତି ଅତ୍ୟନ୍ତ ପ୍ରସିଦ୍ଧ ହୋଇ ଯାଇଥିଲେ । ଜିୟାଙ୍କର ଷ୍ଟାଇଲ ଅତ୍ୟନ୍ତ ସୁନ୍ଦର ଥିଲା । ଆଉ ସେ ଦେଖିବାକୁ ମଧ୍ୟ ବହୁତ ସୁନ୍ଦର ଥିଲେ ।ଲୋକମାନେ ତାଙ୍କୁ ବହୁତ ପସନ୍ଦ କରୁଥିଲେ । ନିଜ କ୍ୟାରିଅରରେ ସେ କ୍ରମେ କ୍ରମେ ଉପରକୁ ଉଠିବାକୁ ଲାଗିଥିଲେ । କିନ୍ତୁ ହଠାତ ଏଭଳି କିଛି ହୋଇଥିଲା , ଯାହା ସମସ୍ତଙ୍କୁ ଅବାକ କରିଦେଇଥିଲା । ଆଉ ଏହା ଥିଲା ଜିୟାଙ୍କର ଦେହାନ୍ତ ।

୨୦୧୩ ମସିହା ଜୁନ ୩ ତାରିଖରେ ଜିୟାଙ୍କର ଆତ୍ମହତ୍ୟା କଥା ସାମ୍ନାକୁ ଆସିଥିଲା । ଯାହାଦ୍ୱାରା ବଲିଉଡ ଇଣ୍ଡଷ୍ଟ୍ରି ସହ ସମଗ୍ର ଭାରତରେ ଶୋକର ଛାୟା ଖେଳି ଯାଇଥିଲା । ତେବେ ଏସବୁ ମଧ୍ୟରେ ପ୍ରଶ୍ନ ଉଠିଥିଲା କି , ଜିୟା କଣ ପାଇଁ ଆତ୍ମହତ୍ୟା କରିଦେଲେ ? ଏମିତି କଣ ଅସୁବିଧା ଥିଲା ? ଜିୟାଙ୍କର ଆତ୍ମହତ୍ୟା କରିବା କାରଣରୁ ବଲିଉଡ ଜଗତରେ ଅତ୍ୟନ୍ତ ବିବାଦ ସୃଷ୍ଟି ହୋଇଥିଲା । ଆଉ ଅନେକ ପ୍ରଶ୍ନ ସମସ୍ତଙ୍କ ମନରେ ଉଙ୍କି ମାରୁଥିଲା । ଏମିତି ଅନେକ ପ୍ରଶ୍ନର ଉତ୍ତର ରହସ୍ୟମୟ ହୋଇ ରହିଯାଇଛି । ତେବେ ଆଜି ଆମେ ଆପଣଙ୍କୁ ଜିୟାଙ୍କର ଜୀବନ ସହ ଜଡିତ ଅନେକ କଥା ବିଷୟରେ ଜାଣିବା ।

ମୁମ୍ବାଇରେ ଥିବା ନିଜ ଘରେ ଜିୟା ୨୦୧୩ ମସିହା ଜୁନ ୩ ତାରିଖରେ ଆତ୍ମହତ୍ୟା କରିଥିଲେ । ଆଉ ଏହି ଆତ୍ମହତ୍ୟାର କାରଣ ସ୍ପଷ୍ଟ ମଧ୍ୟ ହୋଇ ପାରୁନଥିଲା । ତେବେ ସେହି ସମୟରେ ସମସ୍ତେ ଅଭିନେତା ସୁରଜ ପାଞ୍ଚୋଲିଙ୍କ ଆଡକୁ ଆଙ୍ଗୁଳି ଦେଖାଇବା ଆରମ୍ଭ କରିଦେଇଥିଲେ । କାରଣ ସେହି ସମୟରେ ସୁରଜ ଜିୟାଙ୍କର ପ୍ରେମିକ ଥିଲେ । ତେଣୁ ଏହା ଭାବିବା ସ୍ଵାଭାବିକ ଯେ , ତାଙ୍କ କାରଣରୁ ହିଁ ଜିୟା ଆତ୍ମହତ୍ୟା କରିଛନ୍ତି । ତେବେ ଏଭଳି ଅନେକ ସନ୍ଦେହ ସମସ୍ତଙ୍କ ମନରେ ରହିଥିଲା ।

ତେବେ ମିଳିଥିବା ସୂଚନା ଅନୁଯାୟୀ , ଆତ୍ମହତ୍ୟା ପୂର୍ବରୁ ଜିୟା ଅତ୍ୟନ୍ତ ଚିନ୍ତାରେ ରହୁଥିଲେ । ଆଉ ନିଶ୍ଚିତ ଭାବରେ କୌଣସି ନା କୌଣସି ବଡ଼ ସମସ୍ୟାର ସମ୍ମୁଖୀନ ହୋଇଥିଲେ , ସେଥିପାଇଁ ଜୀବନର ଏତେ ବଡ଼ ନିଷ୍ପତ୍ତି ଏତେ ସହଜରେ ନେଇଗଲେ । ତେବେ ଆତ୍ମହତ୍ୟା ପରେ ତାଙ୍କ ଘରୁ ସୁଇସାଇଡ଼ ନୋଟ ମିଳିଥିଲା ଆଉ ସେଥିରୁ ଅନେକ କଥା ଜାଣିବାକୁ ମିଳିଥିଲା । ତେବେ ସୁଇସାଇଡ଼ ନୋଟରେ ଲେଖା ଯାଇଥିଲା କି , ଭଲପାଇବା ମଧ୍ୟରେ ଯଦି ଆପଣଙ୍କୁ କିଏ ଗାଳି କରିବେ , ଧୋକା ଦେବେ , ମାରିବେ , ସେତେବେଳେ ବହୁତ କଷ୍ଟ ହୋଇଥାଏ ।

ଏହାପରେ ଜିୟା ଆହୁରି ମଧ୍ୟ ଲେଖିଛନ୍ତି କି , ଅନ୍ୟମାନଙ୍କ ପାଇଁ ତୁମେ ମୋତେ ବହୁତ କଷ୍ଟ ଦେଇଅଛ । ଅନ୍ୟମାନଙ୍କ ପାଇଁ ତୁମେ ମୋତେ ଅଣଦେଖା କରିଅଛି । ମୋର ବଞ୍ଚିବାର ଆଉ କୌଣସି କାରଣ ନାହିଁ । ଏହାଛଡା ସେ ଲେଖିଛନ୍ତି କି , ତୁମ କହିବା ଅନୁଯାୟୀ , ମୁଁ ମୋର ଗର୍ଭପାତ ମଧ୍ୟ କରାଇଥିଲି । ଏଭଳି ଅନେକ କଥା ଜିୟା ସେହି ନୋଟରେ ପରିପ୍ରକାଶ କରିଥିଲେ । ତେବେ ଏ ସବୁ କଥା ପରେ ସୁରଜଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

Leave a Reply

Your email address will not be published. Required fields are marked *