ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ପଛଘୁଞ୍ଚା ଦେଇଥାନ୍ତି ଏହି ୬ ହିରୋଇନ, ସିନେମା ଅଫର ହେବା ମାତ୍ରେ ହିଁ କହିଥାନ୍ତି ‘ନାଁ ବାବା ନାଁ’

ବଲିଉଡର ସୁପରଷ୍ଟାର ସଲମାନ ଖାନ ନିଜର ‘ଦବଙ୍ଗ’ ଅନ୍ଦାଜ ପାଇଁ ପ୍ରସିଦ୍ଧ ଅଟନ୍ତି। ସେଠାରେ ତାଙ୍କ ଫ୍ୟାନ ଫଲୋଇଙ୍ଗ ମଧ୍ୟ ଜବରଦସ୍ତ ଅଟନ୍ତି ଏବଂ ଲୋକମାନେ ତାଙ୍କର ଗୋଟିଏ ଝଲକ ଦେଖିବା ପାଇଁ ପାଗଳ ହୋଇ ଯାଆନ୍ତି।

ଗୌରବର କଥା ହେଉଛି କି ସଲମାନ ଖାନ ବଲିଉଡ ଇଣ୍ଡଷ୍ଟ୍ରିରେ ନିଜର ଗୋଟିଏ ଅଲଗା ହିଁ ସ୍ଥାନ ହାସଲ କରିଛନ୍ତି।, ସେ ହିନ୍ଦୀ ସିନେମାକୁ ଗୋଟିଏରୁ ବଢି ଆଉ ଗୋଟିଏ ସୁପରହିଟ ସିନେମା ମଧ୍ୟ ଦେଇଛନ୍ତି। ଏଥିପାଇଁ ଆଜି ମଧ୍ୟ ସଲମାନ ଖାନଙ୍କ ଜଲଓ୍ବା ତିଷ୍ଠି ରହିଛି ଏବଂ ସମସ୍ତେ ତାଙ୍କ ସହିତ କାମ କରିବା ପାଇଁ ଇଛା ରଖିଥାନ୍ତି।

ଯେମିତି ସଲମାନ ଖାନ ବଲିଉଡର ସମସ୍ତ ବଡ଼ ଅଭିନେତ୍ରୀଙ୍କ ସହିତ କାମ କରିଛନ୍ତି ଏବଂ ତାଙ୍କ ଯୋଡିକୁ ସମସ୍ତଙ୍କ ସହିତ ପସନ୍ଦ ମଧ୍ୟ କରାଯାଇଛି। କିନ୍ତୁ ଆଜି ଆମେ ଆପଣଙ୍କୁ ଜଣାଇବୁ ବଲିଉଡର ସେହି ଅଭିନେତ୍ରୀ ମାନଙ୍କ ବିଷୟରେ ଯିଏ ସଲମାନ ଖାନଙ୍କ ସହିତ କାମ କରି ନାହାନ୍ତି ଏବଂ ନାଁ ହିଁ କରିବା ପାଇଁ ଚାହୁଁଛନ୍ତି। ତାହେଲେ ଆସନ୍ତୁ ଜାଣିବା କିଏ ଅଟନ୍ତି ସେହି ଅଭିନେତ୍ରୀ ଯିଏ ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ପସନ୍ଦ କରୁ ନାହାଁନ୍ତି?

କଙ୍ଗନା ରନୌତ

ନିଜର ଜବରଦସ୍ତ ଅନ୍ଦାଜ ପାଇଁ ପ୍ରସିଦ୍ଧ ଅଭିନେତ୍ରୀ କଙ୍ଗନା ରନୌତଙ୍କ ପାଖରେ ସିନେମା ଭରପୂର ହୋଇ ରହିଛି।ସେ ଇଣ୍ଡଷ୍ଟ୍ରିରେ ଅନେକ ଅଭିନେତାଙ୍କ ସହିତ କାମ କରିଛନ୍ତି କିନ୍ତୁ କଙ୍ଗନା ରନୌତ କେବେବି ସଲମାନ ଖାନଙ୍କ ସହିତ ଦେଖା ଯାଇ ନାହାନ୍ତି।

ବଲିଉଡର କୁଇନ କୁହା ଯାଉଥିବା କଙ୍ଗନା ରନୌତଙ୍କୁ ନେଇ କୁହା ଯାଇଥାଏ କି ତାଙ୍କୁ ସଲମାନ ଖାନଙ୍କ ଅପୋଜିଟ ସିନେମା ‘ସୁଲ୍ତାନ’ ଅଫର କରା ଯାଇଥିଲା। କିନ୍ତୁ ସେ ଏହି ସିନେମାକୁ କରିବା ପାଇଁ ମନା କରି ଦେଇଥିଲେ। ଏହାପରେ ଏହି ସିନେମାରେ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିଆ ଯାଇଥିଲା।

ଅମୃତା ରାବ

ବଲିଉଡର ସୁପରହିଟ ସିନେମା ‘ବିବାହ’ରୁ ସୁପରହିଟ ହୋଇଥିବା ପ୍ରସିଦ୍ଧ ଅଭିନେତ୍ରୀ ଅମୃତା ରାବ ବହୁତ ଦିନ ପର୍ଯ୍ୟନ୍ତ ଇଣ୍ଡଷ୍ଟ୍ରିରେ ରାଜ କରିଛନ୍ତି। କିନ୍ତୁ ଅମୃତା ରାବ କେବେବି ସଲମାନ ଖାନଙ୍କ ସହିତ କାମ କରି ନାହାନ୍ତି।

ଗୋଟିଏ ରିପୋର୍ଟ ମୁତାବକ ଅମୃତା ରାବଙ୍କୁ ସିନେମା ‘ପ୍ରେମ ରତନ ଧନ ପାୟୋ’ରେ ସଲମାନ ଖାନଙ୍କ ଭଉଣୀର ଚରିତ୍ର ଅଫର କରା ଯାଇଥିଲା। କିନ୍ତୁ ସେ ଏହି ସିନେମାରେ କାମ କରିବା ପାଇଁ ମନା କରି ଦେଇଥିଲେ ଯାହା ପରେ ଏହି ଚରିତ୍ର ଅଭିନେତ୍ରୀ ସ୍ବରା ଭାସ୍କରଙ୍କ ମୁଣିରେ ଯାଇ ପଡ଼ିଥିଲା।

ଟୁଇଁକିଲ ଖନ୍ନା

ଜଣା ଯାଉଛି, ଟୁଇଁକିଲ ଖନ୍ନା ଏବଂ ସଲମାନ ଖାନ ବର୍ଷ ୧୯୯୮ରେ ମୁକ୍ତିଲାଭ ହୋଇଥିବା ସିନେମା ‘ଜବ ପ୍ୟାର କିସି ସେ ହୋତା ହେ’ରେ କାମ କରିଥିଲେ। ସେହି ସମୟରେ ଏହି ସିନେମା ସୁପରହିଟ ହୋଇଥିଲା ଏବଂ ଲୋକମାନଙ୍କୁ ତାଙ୍କ ଯୋଡି ପସନ୍ଦ ମଧ୍ୟ ଆସିଥିଲା। କିନ୍ତୁ ପରେ ଟୁଇଁକିଲ ଖନ୍ନା ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ମନା କରିଦେଇଥିଲେ।

ସୋନାଲି ବେନ୍ଦ୍ରେ

ଜଣା ଯାଉଛି, ସୋନାଲି ବେନ୍ଦ୍ରେ ସଲମାନ ଖାନଙ୍କ ସହିତ ସିନେମା ‘ହମ ସାଥ ସାଥ ହେ’ରେ କାମ କରିଥିଲେ ଏବଂ ଏହି ସିନେମା ମାଧ୍ୟମରେ ଏହି ଯୋଡି ବହୁତ ପ୍ରସିଦ୍ଧ ମଧ୍ୟ ହୋଇଥିଲା। କିନ୍ତୁ ଏହି ସିନେମା ପରେ ସଲମାନ ଖାନ କଳା ହରିଣ କେସରେ ଫଶି ଯାଇଥିଲେ ଏହାପରେ ସୋନାଲି ବେନ୍ଦ୍ରେ ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ମନା କରିଦେଇଥିଲେ।

ଦିପିକା ପାଦୁକୋଣ

ବଲିଉଡ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଦିପିକା ପାଦୁକୋଣ ମଧ୍ୟ ସଲମାନ ଖାନଙ୍କ ସହିତ କାମ କରି ନାହାନ୍ତି।କୁହା ଯାଉଛି କି ସଲମାନ ଖାନ ଦିପିକା ପାଦୁକୋଣଙ୍କୁ ଲଞ୍ଚ କରିବା ପାଇଁ ଚିନ୍ତା କରିଥିଲେ, କିନ୍ତୁ ସେ ଶାହାଋଖ ଖାନଙ୍କ ସହିତ ସିନେମା ‘ଓମ ଶାନ୍ତି ଓମ’ରେ ଡେବ୍ୟୁ କରିଥିଲେ ଏବଂ ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ମନା କରିଦେଇଥିଲେ।

ଜୁହି ଚାୱଲା

ବଲିଉଡର ନାମୀଦାମୀ ଅଭିନେତ୍ରୀ ଜୁହି ଚାୱଲା ମଧ୍ୟ କେବେବି ସଲମାନ ଖାନଙ୍କ ସହିତ କାମ କରି ନାହାନ୍ତି। ହେଲେ ସିନେମା ‘ଦିଓ୍ବାନା ମସ୍ତାନା’ରେ ସଲମାନ ଖାନ କେମୋ କରିଥିଲେ।

ଏହାପରେ ଅନେକ ନିର୍ଦ୍ଦେଶକ ସଲମାନ ଏବଂ ଜୁହିଙ୍କ ଯୋଡିକୁ ଏକା ସାଥିରେ ନେବାପାଇଁ ଚାହୁଁଥିଲେ, କିନ୍ତୁ ଜୁହି ଚାୱଲା ସଲମାନ ଖାନଙ୍କ ସହିତ କାମ କରିବା ପାଇଁ ମନା କରିଦେଇଥିଲେ। କୁହାଯାଉଛି କି, ଯେତେବେଳେ ଏହି କଥା ସଲମାନ ଖାନଙ୍କୁ ଜଣା ପଡିଥିଲା ତ ସେ ଜୁହି ଚାୱଲାଙ୍କ ଉପରେ ବହୁତ ନିରାଶ ହୋଇ ଯାଇଥିଲେ ଯାହାପରେ ସେ କେବେବି ଜୁହିଙ୍କ ସହିତ କାମ କରିବା ବିଷୟରେ କହି ନାହାନ୍ତି।

Leave a Reply

Your email address will not be published. Required fields are marked *