ଷଣ୍ଡ ଲଢେଇ ଛଡେଇବାକୁ ଯାଇଥିବା ଏହି ଲୋକକୁ ଜଣାନଥିଲା ତା ସହ କଣ ଘଟିବାକୁ ଯାଉଛି :- ଦେଖନ୍ତୁ ଭିଡିଓ

ସମୟ ସମୟରେ ସୋସିଆଲ ମିଡିଆରେ ଏପରି କିଛି ଭିଡ଼ିଓ ଭାଇରଲ ହୋଇଥାଏ ଯାହା ମଧ୍ୟରୁ କିଛି ଭୟଙ୍କର ହେବା ସହିତ ଆଉ କିଛି ମଜାଦାର ହୋଇଥାଏ । ଆପଣ ମାନେ ବି ଜାଣିଥିବେ ଯେ ପଶୁ ମାନଙ୍କର ଲଢ଼େଇ ବେଳେବେଳେ ଭୟଙ୍କର ହୋଇଥାଏ ତ ଆଉ କେତେବେଳେ ଦେଖିଲେ ମଜା ମଧ୍ୟ ଲାଗିଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସୋସିଆଲ ମିଡିଆରେ ଭାଇରଲ ହେଉଥିବା କିଛି ଭିଡ଼ିଓ ବିଷୟରେ କହିବୁ ଯେଉଁଥିରେ ପଶୁ ମାନଙ୍କୁ ଲଢ଼େଇ କରୁଥିବାର ଦେଖାଯାଇଛି ।

୧ . ପ୍ରଥମ ଭିଡ଼ିଓ ଅନୁଯାୟୀ ଦୁଇଟି ଭାଲୁ କୁ ରାସ୍ତାରେ ଲଢ଼େଇ କରୁଥିବାର ଦେଖା ଯାଇଛି । ସେହି ଦୃଶ୍ୟ ଦେଖିଲେ ଆପଣ ନିଶ୍ଚିତ ଭାବରେ ଭାବେବେ ଯେ ସେହି ଦୁଇଟି ଭାଲୁ ବୋଧହୁଏ କୁସ୍ତି କରୁଛନ୍ତି । ପ୍ରଥମେ ଭାଲୁ ଦୁଇଟି ନିଜର ଶବ୍ଦ ଦ୍ୱାରା ପରସ୍ପରକୁ ଡରାଇବାକୁ ଚେଷ୍ଟା କରିଛନ୍ତି । କିନ୍ତୁ କିଛି ସମୟରେ ପ୍ରଥମ ଭାଲୁଟି ଅନ୍ୟ ଭାଲୁକୁ ଘଉଡ଼ାଇ ଦେଇଛି । ଯେଉଁ ଦୃଶ୍ୟ ବାସ୍ତବରେ ଖୁବ ମଜାଦାର ରହିଛି ।

୨ . ଦ୍ୱିତୀୟ ଭାଇରଲ ଭିଡ଼ିଓ ଅନୁଯାୟୀ ଏକ କୁକୁଡ଼ା ଛୁଆ ଏବଂ ଏକ ମନିଟର ଲିଯାର୍ଡ କୁ ସାମ୍ନା ସାମ୍ନି ହୋଇଥିବାର ଦେଖା ଯାଇଛି । ସାଧରଣତଃ ମନିଟର ଲିଯାର୍ଡ ଖୁବ ଭୟଙ୍କର ହୋଇଥାଏ । କିନ୍ତୁ ଏହି ଭିଡ଼ିଓ ରେ ଆପଣ ଦେଖି ପାରିବେ ଯେ ଦୀର୍ଘ ସମୟ ଧରି କୁକୁଡ଼ା ଛୁଆ ମନିଟର ଲିଯାର୍ଡ କୁ ସାମ୍ନା କରିଛି । ଫଳରେ କିଛି ସମୟ ପରେ ଲିଯାର୍ଡ ପରାଜୟ ସ୍ୱୀକାର କରି ପଛକୁ ପଳାଇ ଯାଇଛି ।

୩ . ତୃତୀୟ ଭିଡ଼ିଓ ରେ ଆପଣ ଦେଖି ପାରିବେ ଯେ ଏକ ଜଙ୍ଗଲୀ ଘୁଷୁରୀ ନିଜ ଗୁମ୍ଫାରୁ ବାହାରି ବାହାରେ କୌଣସି ଶିକାରୀ ଅଛି କି ନାହିଁ ଦେଖୁଛି । କିନ୍ତୁ ସେହି ସମୟରେ ଏକ ଚିତା ବାଘ ପୁର5ତା ଉପରେ ନଜର ରଖିଛି । ଘୁଷୁରୀ କିଛି ଜାଣିବା ଆଗରୁ ହିଁ ବାଘଟି ତାକୁ ମାଡ଼ି ଧରିଛି ଏବଂ ସେହି ଲଢ଼େଇ ରେ ବାଘ ଜିତି ଯାଇଛି ।

୪ . ଚତୁର୍ଥ ଭିଡ଼ିଓ ଅନୁଯାୟୀ ଦୁଇଟି ହରିଣ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି । ଦୀର୍ଘ ସମୟ ଲଢ଼େଇ ଚାଲିବା ପରେ ବି କେହି କାହାକୁ ଛାଡ଼ି ନାହାଁନ୍ତି । କହିବାକୁ ଗଲେ ଦୁଇଟି ଯାକ ହରିଣ ର ସାଇଜ ଏବଂ ବଳ ସମାନ । କିନ୍ତୁ କିଛି ସମୟ ଏମିତି ଲଢ଼େଇ କରିବା ପରେ ଗୋଟିଏ ହରିଣ ଅନ୍ୟଟିକୁ ହରାଇ ଦେଇଛି । ଅନ୍ୟ ହରିଣ ଟି ଭୟରେ ସେଠାରୁ ଦୌଡ଼ି ପଳାଇ ଯାଇଛି ।

୫ . ପଞ୍ଚମ ଭିଡ଼ିଓରେ ଆପଣ ଭଲ ଭାବରେ ଦେଖି ପାରିବେ ଯେ କିପରି ଏକ ବଡ଼ ଷଣ୍ଢ ଏବଂ ବୋଦା ମଧ୍ୟରେ ଲଢେ଼ଇ ହୋଇଛି । ଷଣ୍ଢ ଟି ନିଜକୁ ବଳବାନ ଭାବି ବୋଦା ସହ ଲଢ଼େଇ କରିଛି । କିନ୍ତୁ ବୋଦା ର ସାହସ ଆଗରେ ଷଣ୍ଢ ର ବଳ କିଛିବି ନୁହେଁ ।ବୋଦା ସାହସର ସହିତ ନିଜ ଶକ୍ତି ମୁଣ୍ଡରେ ମୁଣ୍ଡିଆ ଦେଇ ଚାଲିଛି ।

୬ .ଷଷ୍ଠ ଭିଡ଼ିଓ ଅନୁଯାୟୀ ଦୁଇ ଜଙ୍ଗଲୀ ମେଣ୍ଢା ଲଢ଼େଇ କରିବାକୁ ଆଗେଇ ଆସିଛନ୍ତି । ଦୂରରୁ ଦୁଇ ମେଣ୍ଢା ନିଜ ବଳର ପ୍ରମାଣ ଦେବାକୁ ଆଗକୁ ଆସି ପରସ୍ପରକୁ ମୁଣ୍ଡିଆ ମାରିଛନ୍ତି । ଯାହା ସେମାନଙ୍କ ଲଢ଼େଇକୁ ଶେଷ କରି ଦେଇଛି । ବୋଧହୁଏ ଉଭୟକୁ ଶକ୍ତ ଆଘାତ ହୋଇଛି । ଏହାପରେ ଦୁଇଟି ମେଣ୍ଢା ନିଜ ନିଜ ରାସ୍ତାରେ ଚାଲି ଯାଇଛନ୍ତି ।

୭ . ସପ୍ତମ ଭିଡ଼ିଓ ଅନୁଯାୟୀ ଏକ ସାପ ଦୁଇଟି ବିଲେଇ ମଧ୍ୟରେ ଫସି ଯାଇଛି । ଏପରି ସମୟରେ ସାପଟି ଆଉ ଭୟଭୀତ ନହୋଇ ଦୁଇ ବିଲେଇ ସହିତ ମୁକାବିଲା କରିଛି ଏବଂ ନିଜ ଜୀବନ ବଞ୍ଚାଇବାକୁ ସକ୍ଷମ ମଧ୍ୟ ହୋଇଛି ।

୮ . ଅଷ୍ଟମ ଭିଡ଼ିଓ ଅନୁଯାୟୀ ଏକ ବତକ ଗୋଟିଏ ବଡ଼ ଗରିଲା ପାଇଁ ଭାରି ପଡ଼ିଛି । ଗରିଲା ଏତେ ବଡ଼ ଜୀବ ହେବା ସତ୍ତ୍ୱେ ବି ବତକ ତାକୁ ଘଉଡ଼ାଇ ଦେଇଛି । ସେହିପରି ଆଉ ଏକ ଭିଡ଼ିଓ ରେ ଦୁଇଟି ବତକ ଆଉ ଏକ ଗରିଲା କୁ ନିଜ ଅଞ୍ଚଳକୁ ପଶିବାକୁ ଦେଇ ନାହାଁନ୍ତି । ଗୋଟିଏ ଥର ଗରିଲା ପ୍ରତ୍ୟାକ୍ରମଣ କରିବାକୁ ଚାହିଁଲେ ବି ବିଫଳ ହୋଇ ଥିବାର ଦେଖା ଯାଇଛି ।

୯ . ଶେଷ ଭିଡ଼ିଓ ଭାରତର କୌଣସି ଏକ ଗ୍ରାମୀଣ ହାଟ ର ଅଟେ । ସେଠାରେ ଦୁଇଟି ଷଣ୍ଢ ମଧ୍ୟରେ ଜୋରଦାର ଲଢ଼େଇ ଚାଲିଛି । ଯାହାଦ୍ୱାରା ଲୋକ ଯାତାୟାତ ରେ ବାଧା ପହଞ୍ଚିବା ସହିତ ଅନେକ ଜିନିଷପତ୍ର ମଧ୍ୟ ନଷ୍ଟ ହୋଇଛି । ଏହି ସମୟରେ ଅନ୍ୟ ଲୋକ ମାନେ ଲଢ଼େଇ ବନ୍ଦ କରିବାକୁ ପ୍ରୟାସ କରିଛନ୍ତି କିନ୍ତୁ ଲଢ଼େଇ ଆହୁରି ଭୟଙ୍କର ହୋଇଯାଇଛି ।

Leave a Reply

Your email address will not be published. Required fields are marked *