ପୁଣି କୃଷ୍ଣ ସାଜିଲେ ଆଉ ଏକ ବାବା :- ପାରିବାରିକ ସମସ୍ୟା ଦୂର କରିଦେବା କହି, ରାତିରେ ମହିଳାଙ୍କ ସହ କୃଷ୍ଣ ସାଜି କଲେ ରାସଲୀଳା । ଦେଖନ୍ତୁ ଭିଡିଓ

ଭାରତୀୟ ମାନଙ୍କ ମନରେ ଧର୍ମକୁ ନେଇ ଅନେକ ବିଶ୍ୱାସ ଏବଂ ଭରସା ରହିଛି। ଏହି ଭରସା ଏବଂ ବିଶ୍ୱାସର ଫାଇଦା ଉଠାଉଛନ୍ତି ଭଣ୍ଡ ବାବା ମାନେ। ଭଗବାନଙ୍କ ନାମ ନେଇ ସେମାନେ ଲୋକମାନଙ୍କ ଭାବନାରେ ଖେଳୁଛନ୍ତି। ତେବେ ଭଣ୍ଡ ପୂଜାରୀଙ୍କ ଏକ ମାମଲା ସାମ୍ନାକୁ ଆସିଛି। ଏହି ଘଟଣା ଖୋର୍ଦ୍ଧା ଜିଲ୍ଲାର ଖଣ୍ଡଗିରି ଅଞ୍ଚଳରେ ଘଟିଛି। ରିଷ୍ଟ ଖଣ୍ଡନ କରିବା କହି ଭଣ୍ଡ ବାବା ଜଣକ ଦୁ-ଷ୍କ-ର୍ମ ଉଦ୍ୟମ କରିଥିବା ଘଟଣା ସାମ୍ନାକୁ ଆସିଛି।

ସୂଚନା ଅନୁସାରେ, ମହିଳା ଏବଂ ତାଙ୍କ ସ୍ୱାମୀଙ୍କ ମଧ୍ୟରେ ବିବାହ ପରେ ପାରିବାରିକ ବ୍ୟବସ୍ଥା ଭଲ ନଥିଲା। ଦୁହିଁଙ୍କ ମଧ୍ୟରେ ସବୁବେଳେ କଳି ଝଗଡା ଲାଗି ରହୁଥିଲା। ତେବେ ଏହାର ସମାଧାନ କରିବା ପାଇଁ ଦୁହେଁ ସ୍ୱାମୀ ଏବଂ ସ୍ତ୍ରୀ ଏକ ଜଣାଶୁଣା ବାବାଙ୍କ ପାଖକୁ ପୂଜା ପାଠ କରିବା ପାଇଁ ଯାଇଥିଲେ। ତେବେ ବାବାଙ୍କ ନାମ ହେଉଛି ଶିବ ପ୍ରସାଦ ଭୋଇ। ତେବେ ରିଷ୍ଟକୁ ଖଣ୍ଡନ କରିବା ପାଇଁ ଏବଂ ପାରିବାରିକ ଜୀବନ କୁ ସୁଖମୟ କରିବା ପାଇଁ ପୂଜା କରିବାକୁ ପଡିବ ବୋଲି ବାବା ଉପଦେଶ ଦେଇଥିଲେ।

ଏହାପରେ ବାବା ଜଣକ ଫେବୃଆରୀ ୧୨ ତାରିଖ ସଂକ୍ରାନ୍ତି ଦିନ ପୂଜା କରିବା ପାଇଁ ସ୍ଥିର କଲେ ଏବଂ ପୂଜାର ସମୟ ରାତି ୧୧ ଟା ରଖିଥିଲେ। ଏଥିସହିତ ପୂଜା ସମୟରେ କେବଳ ମହିଳା ଜଣକ ଉପସ୍ଥିତ ରହିବେ ବୋଲି କହିଥିଲେ। ପୂଜାପାଠ ପାଇଁ ୩ ହଜାର ଟଙ୍କା ମଧ୍ୟ ଦେଇଥିଲେ। ତେବେ ସେହି ସମୟରେ ବାବା ଜଣଙ୍କ ଭିତରେ ଥିବା ରାକ୍ଷସ ଜାଗ୍ରତ ହୋଇ ଯାଇଥିଲା। ବାବା ଜଣକ ମହିଳାଙ୍କୁ ଦୁ-ଷ୍କ-ର୍ମ କରିବା ପାଇଁ ଉଦ୍ୟମ କରିଥିଲେ।

ବାବା କୃଷ୍ଣ ବେଶ ସାଜି କରି ଆସିଥିଲେ ଏବଂ ମହିଳା ଜଣଙ୍କୁ ରାଧା ବେଶରେ ସଜାଇ ଫୁଲଫଳ ବର୍ଷା କରିଥିଲେ। କେବଳ ସେତିକି ନୁହେଁ ମହିଳାଙ୍କ କାନି ଟାଣି ତାଙ୍କ ଶରୀରର ଚାରି ଆଡ଼େ ହାତ ମାରିଥିଲେ ଭଣ୍ଡ ବାବା। ତେବେ ମହିଳା ଜଣକ ଭଣ୍ଡ ବାବାଙ୍କ ଯୋଜନା ବିଷୟରେ ଜାଣିସରିଥିଲେ। ତେବେ ସେ ଏକୁଟିଆ ଥିବାରୁ କିଛି କରି ପାରି ନଥିଲେ। ମୁଣ୍ଡ ପୋତି ନିର୍ଯ୍ୟାତନା ସହି ଥିଲେ। ତେବେ ମଉକା ପାଇ ମହିଳା ଜଣକ ପାଚେରୀ ଡେଇଁ ପଳେଇ ଆସିଥିଲେ।

ଏହାପରେ ମହିଳା ଜଣକ ପ୍ରାୟ ଏକ ହେବ ଖଣ୍ଡଗିରି ଥାନାରେ ଥାନାରେ ଭଣ୍ଡ ବାବାଙ୍କ ନାମରେ ଲିଖିତ ଅଭିଯୋଗ କରିଥିଲେ। ତେବେ ସେ ଅଭିଯୋଗରେ ଉଲ୍ଲେଖ ଥିଲା ଯେ ବାବା ମହିଳାଙ୍କୁ ବଳାତ୍କାର କରିଛନ୍ତି। ତେବେ ଅଭିଯୋଗ ପରେ ମଧ୍ୟ ପୋଲିସ ବାବାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କରି ନାହାଁନ୍ତି। ତେବେ ଏଭଳି ଲଜ୍ୟାଜନକ ଖବର ଆସିବ ପରେ ଲୋକମାନେ ରାଗି ଯାଇ ବାବାଙ୍କ ମନ୍ଦିରକୁ ଭାଙ୍ଗି ଦେଇଥିବା ଖବର ମଧ୍ୟ ମିଳିଛି।

Leave a Reply

Your email address will not be published. Required fields are marked *