ଚା ପିଉ-ପିଉ ହେଲା ପ୍ରେମ, ଜମି ବିକ୍ରିକରି ମନେଇଲେ ହନିମୁନ, ବର୍ତ୍ତମାନ ସ୍ତ୍ରୀ ଫେରୁ ନାହାନ୍ତି…

ମଧ୍ୟ ପ୍ରଦେଶର ଛତରପୁ୍ରରୁ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ସ୍ତ୍ରୀଙ୍କ ପ୍ରେମରେ ଦିଓ୍ବାନା ଜଣେ ସ୍ବାମୀଙ୍କୁ ହଠାତ ୪୪୦ ଭୋଲ୍ଟର ଝଟକା ଲାଗିଛି।ପୂରା ଘଟଣା ମହାରାଜପୁର ଥାନା କ୍ଷେତ୍ର କୁସମା ଗାଁର ଅଟେ। ପିଡିତ ଯୁବକ ଜଣଙ୍କର କହିବା କଥା ହେଉଛି କି ଦୁଇବର୍ଷ ପୂର୍ବରୁ ଲକଡାଉନ ସମୟରେ ତାଙ୍କୁ ଉଷା ପାଳ ନାମକ ଜଣେ ମହିଳାଙ୍କ ସହିତ ପ୍ରେମ ହୋଇ ଯାଇଥିଲା। ସେ ରେଲୱେ ଷ୍ଟେସନ ବାହାରେ ଚାହା ଦୋକାନ କରିଥିଲେ।

ସେ ସକାଳୁ ଏଠାକୁ ବୁଲିବା ପାଇଁ ଆସୁଥିଲେ ଏବଂ ଚାହା ପିଉଥିଲେ। ସେହି ସମୟରେ ଦୁଇଜଣଙ୍କ ମଧ୍ୟରେ ପ୍ରେମ ପ୍ରସଙ୍ଗ ଆରମ୍ଭ ହୋଇ ଯାଇଛି। କିଛି ବର୍ଷ ଆମର ଆଫେୟାର ଚାଲିଥିଲା। ଏହାପରେ ଆମେ ବାହା ହେବା ପାଇଁ ସ୍ଥିର କରିଥିଲୁ। କିଛି ମାସ ପୂର୍ବରୁ ଆମେ ଦୁଇଜଣ କୋର୍ଟ ମ୍ୟାରେଜ କରିଥିଲୁ। ବାହାଘର ପରେ ସେ ସ୍ତ୍ରୀଙ୍କର ପ୍ରତ୍ୟେକ ଇଛାକୁ ପୂରଣ କରୁଥିଲେ, ଏମିତି କି ସେ ଜମି ବିକ୍ରି କରି ହନିମୁନ ମଧ୍ୟ ମନେଇଥିଲେ।

ଯେତେବେଳେ ସ୍ବାମୀଙ୍କର ଉଡି ଗଲା ହୋଶ

କିନ୍ତୁ ଏହାପରେ ସ୍ତ୍ରୀ ଏମିତି କାରନାମା କରିଥିଲେ କି ସ୍ବାମୀଙ୍କର ହୋଶ ଉଡି ଯାଇଥିଲା। ବାସ୍ତବରେ, ଛତ୍ରପୁରର ଏହି ବ୍ୟକ୍ତି ଜଣଙ୍କୁ ଜଣେ ମହିଳା ନିଜର ଶିକାର କରି ନେଇଛନ୍ତି। ପ୍ରଥମେ ଆରୋପୀ ମହିଳା ଜଣଙ୍କ ଗାର୍ଲଫ୍ରେଣ୍ଡ ହୋଇ ଯୁବକ ଜଣଙ୍କୁ ପ୍ରେମର ଜାଲରେ ଫସେଇ ଥିଲେ। ପୁଣି ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରି ବାହା ହୋଇଥିଲେ।

ସୁଯୋଗ ମିଳିବା ମାତ୍ରେ ହିଁ ଏହି ମହିଳା ଜଣଙ୍କ ଟଙ୍କା ଏବଂ ଅଳଙ୍କାର ଧରି ଫେରାର ହୋଇ ଯାଇଛନ୍ତି, ଲକ୍ଷେ ଟଙ୍କା ହଜିବା ପରେ ସେତେବେଳେ ସ୍ବାମୀଙ୍କୁ ପୂରା କାରନାମା ବିଷୟରେ ଜଣା ପଡିଥିଲା। ପିଡିତ ଏସପି ଅଫିସରେ ପହଞ୍ଚି ଗୋଟିଏ ଆବେଦନ ଦେବା ସମୟରେ ଏହି ପୂରା ଘଟଣାର ଅଭିଯୋଗ କରିଛନ୍ତି। ତାଙ୍କର କହିବା କଥା ହେଉଛି କି ବାହାଘର ପରେ ସ୍ତ୍ରୀ ଲକ୍ଷଲକ୍ଷ ଟଙ୍କା ଏବଂ ଅଳଙ୍କାର ନେଇ ଫେରାର ହୋଇଯାଇଛନ୍ତି ଏବଂ ସେ ଫେରି ଆସିବା ପାଇଁ ନାଁ ନେଉ ନାହାନ୍ତି।

ସ୍ତ୍ରୀ ବହୁତ ଟଙ୍କା କରିଛନ୍ତି ଚୋରି

ପିଡିତ ସ୍ବାମୀଙ୍କର କହିବା କଥା ହେଉଛି କି ବାହାଘରର କିଛିଦିନ ପର୍ଯ୍ୟନ୍ତ ସବୁକିଛି ଠିକଠାକ ଥିଲା। ପୁଣି ସ୍ତ୍ରୀ ଅଳଙ୍କାର ପାଇଁ ଦାବି କରିଥିଲେ। ପୁଣି ମୁଁ ସୁନା ଚେନ, କାନଫୁଲ ଏବଂ କିଛି ଅନ୍ୟ ଜିନିଷ ତାଙ୍କୁ ଦେଇଥିଲି।ମୋ ବ୍ୟାଙ୍କ ଆକାଉଣ୍ଟରେ ପାଖାପାଖି ଦୁଇଲକ୍ଷ ଟଙ୍କା ଥିଲା। ତାକୁ ମଧ୍ୟ ମୁଁ ଆଣି ଘରେ ରଖିଥିଲି। ପୁଣି ଗୋଟିଏ ଦିନ ସ୍ତ୍ରୀ ମୋତେ ବଜାରରୁ କିଛି ଜିନିଷ ଆଣିବା ପାଇଁ କହିଥିଲେ। ଯେତେବେଳେ ମୁଁ ଆଣି ଫେରିଥିଲି ତ ସ୍ତ୍ରୀ ଘରେ ନଥିଲେ।ଏହା ସହିତ ଦୁଇଲକ୍ଷ ଟଙ୍କା ଏବଂ ଅଳଙ୍କାର ମଧ୍ୟ ନିଖୋଜ ହୋଇ ଯାଇଥିଲା।

ବର୍ତମାନ ସ୍ତ୍ରୀ ଫେରି ଆସୁନାହାନ୍ତି

ପିଡିତଙ୍କର କହିବା କଥା ହେଉଛି କି ବର୍ତ୍ତମାନ ସ୍ତ୍ରୀ ନାଁ ତ ତାଙ୍କ ପାଖକୁ ଆସୁଛନ୍ତି ଏବଂ ନାଁ ହିଁ ଟଙ୍କା ଏବଂ ଅଳଙ୍କାର ଫେରାଉଛନ୍ତି। ସ୍ବାମୀଙ୍କର କହିବା କଥା ହେଉଛି କି ତାଙ୍କୁ କିଛିଦିନ ପୂର୍ବରୁ ଜଣା ପଡ଼ିଛି କି ତାଙ୍କ ସ୍ତ୍ରୀ ପୂର୍ବରୁ ହିଁ ବିବାହିତ ଅଟନ୍ତି ଏବଂ ତାଙ୍କର ପିଲା ମଧ୍ୟ ଅଛନ୍ତି। ତାଙ୍କର କହିବା କଥା ହେଉଛି କି ସେ ତାଙ୍କ ସ୍ତ୍ରୀଙ୍କ ଉପରେ ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରିଛନ୍ତି। ଗାଁର ଜମି ବିକ୍ରି କରି ଦେଇଛନ୍ତି ପୁଣି ତାଙ୍କୁ ହନିମୁନରେ ନେଇ ଯାଇଥିଲେ। ଅନେକ ଦିନ ପର୍ଯ୍ୟନ୍ତ ବୁଲିବାକୁ ଲାଗିଥିଲେ। ସ୍ତ୍ରୀଙ୍କର ପ୍ରତି ଇଛାକୁ ପୂରଣ କରୁଥିଲେ କିନ୍ତୁ ସେ ତାଙ୍କୁ ଧୋକା ଦେଇ ଚାଲି ଯାଇଥିଲେ। ପୋଲିସ ପୂରା ଘଟଣାର ତଦନ୍ତ କରୁଛନ୍ତି।

Leave a Reply

Your email address will not be published. Required fields are marked *