କଟକରୁ ଚୌଦ୍ୱାର ପର୍ଯ୍ୟନ୍ତ ବୋହିବ ରକ୍ତର ନଦୀ, ମାଳିକା ବଚନ ହେବ ସତ, କଟକରେ ହେବ ଯୁଦ୍ଧ :-

ମାଳିକା ଅନୁଯାୟୀ କାଳଚକ୍ର ବୁଲୁଛି । ଯାହା ଅନୁଯାୟୀ ଅତୀତ , ବର୍ତ୍ତମାନ ଏବଂ ଭବିଷ୍ୟତର ପୁର୍ନରାବୃତି ହେଉଛି ବୋଲି ବର୍ଣ୍ଣନା କରାଯାଇଛି ମାଳିକାରେ । ତାହାର ଅର୍ଥ ଏହା ଯେ ଯାହା ସବୁ ପୂର୍ବରୁ ଘଟି ଯାଇଛି ତାହା ପୁଣିଥରେ ଘଟିବ । ସମଗ୍ର ଦୁନିଆ ପୁଣିଥରେ ଏକ ଯୁଦ୍ଧ ପରିସ୍ଥିତି କୁ ଆସିବ । ମାଳିକା ରେ ଏହିସବୁ ଘଟଣା ବର୍ଣ୍ଣିତ ହୋଇଛି ।

ଏହାବି କୁହାଯାଇଛି ଯେ କଳା ଘୋଡ଼ା ଏବଂ ଧଳା ଘୋଡ଼ା ରେ କଳା ଠାକୁର କଳ୍କୀ ରୂପ ଧାରଣ କରି ପାପୀ ମାନଙ୍କ ସଂହାର କରିବେ । ପୃଥିବୀକୁ ପାପୀ ମାନଙ୍କ କବଳରୁ ରକ୍ଷା କରିବେ ଏବଂ ପୁଣ୍ୟଆତ୍ମା ମାନଙ୍କୁ ଉଦ୍ଧାର କରିବେ । ଯାହାକୁ ପ୍ରଳୟ ନାମରେ ବିବେଚନା କରାଯାଇଛି ।

ଏହା ମଧ୍ୟ ଆପଣ ମାନେ ଜାଣିଥିବେ ଯେ ସମସ୍ତ ରଥୀ ମହାରଥୀ ଜନ୍ମ ଲୋଭି ସାରିଛନ୍ତି ଏବଂ ଯୁଦ୍ଧ ପାଇଁ ମଧ୍ୟ ପ୍ରସ୍ତୁତ ହେଉଛନ୍ତି ପାଣ୍ଡବ ଏବଂ ଅଶ୍ୱତ୍ଥମା । ପୁଣି ଯୁଦ୍ଧର ବିଭୀଷିକା କଟକ ଠାରେ ଦେଖିବାକୁ ମିଳିବ ବୋଲି ମାଳିକା ରେ ବର୍ଣ୍ଣିତ ହୋଇଛି ।କଟକ ରୁ ଚୌଦ୍ୱାର ଏବଂ ଜୋବ୍ରା ରୁ ଜଟଣୀ ପର୍ଯ୍ୟନ୍ତ ବୋହିଯିବ ରକ୍ତର ନଦୀ । ତେବେ ଏହି ମାଳିକା ର ଉଦ୍ଦେଶ୍ୟ କାହାକୁ ଭୟଭୀତ କରିବା ନୁହେଁ ବରଂ ଆସନ୍ନ ବିପତ୍ତି ରୁ କିଭଳି ନିଜକୁ ବର୍ତ୍ତି ନିଜର ପୁଣ୍ୟ ଫଳକୁ ବଢ଼ାଇ ସତମାର୍ଗରେ ଈଶ୍ୱର ଭକ୍ତିରେ ନିଜକୁ ଆଗକୁ ନେବା ହେଉଛି ମାଳିକା ବଚନର ଯଥାର୍ଥତା ।

ମାଳିକା ରେ ନିର୍ଦ୍ଦିଷ୍ଟ ଭାବରେ ଏହା କୁହାଯାଇଛି ଯେ ପୂର୍ବରୁ ୧୮ ଦିନର ମହାଭାରତ ରେ ବାକି ରହି ଯାଇଥିବା ଗୋଟିଏ ଓଳି ମହାଭାରତ ପୁଣିଥରେ ନିଶ୍ଚିତ ହେବ । ତାହା ସାରା ବିଶ୍ୱବ୍ରହ୍ମାଣ୍ଡରେ ହେବ । ପୁଣି ଓଡ଼ିଶାରେ ଏହା କଟକ ଠାରେ ହେବ ବୋଲି ବର୍ଣ୍ଣନା କରାଯାଇ । କଟକରୁ ଚୌଦ୍ୱାର ରକ୍ତର ନଦୀ ବୋହିଯିବ ବୋଲି ମଧ୍ୟ କୁହାଯାଇଛି । ତାସହିତ ଜୋବ୍ରା ଠାରୁ ଜଟଣୀ ପର୍ଯ୍ୟନ୍ତ ଏହି ଗୋଳ ଲାଗିବ ବୋଲି ମଧ୍ୟ କୁହାଯାଇଛି ।

ତେବେ ବର୍ଣ୍ଣନା ଅନୁଯାୟୀ ଏପରି ହେବାର କାରଣ ଏହା ଯେ ଏହିସବୁ ସ୍ଥାନ ମାନଙ୍କରେ ଅନେକ ଦୈତ୍ୟ ପ୍ରକୃତିର ଅସୁର ଏଠାରେ ବାସ କରୁଛନ୍ତି । ତେବେ ମାଳିକା ଅନୁଯାୟୀ ଦୈତ୍ୟ ଅସୁର ମାନେ ପୃଥୀବିକୁ ଛାରଖାର କରିଦେବେ ଏବଂ ତାଙ୍କ ପ୍ରକୃତି ଦ୍ୱାରା ଅନେକ କ୍ଷତି ପହଞ୍ଚାଇବେ ଓ ଶହଶହ କୋଠାଘର ଜଳି ପୋଡ଼ି ପାଉଁଶ ହୋଇଯିବ । ଏଥିରେ ଅନେକ ମୃତ୍ୟୁବରଣ କରିବେ ବୋଲି ମଧ୍ୟ କୁହାଯାଇଛି ।

ସାଧରଣତଃ ମାଳିକା ଅନୁଯାୟୀ ଅସୁର ପ୍ରବୃତ୍ତି ରଖିଥିବା ଲୋକଙ୍କୁ ହିଁ ଦୈତ୍ୟ କୁହାଯାଉଛି । ସେମାନଙ୍କ ମଧ୍ୟରେ ହିଂସା , ଘୃଣା ଦ୍ଵେଷ ରହିଛି । ସେମାନେ ଅନ୍ୟକୁ ଅର୍ଥାତ ଭଲ ଆତ୍ମାକୁ ହାଇରାଣ କରିଥାନ୍ତି । ମାଳିକା ଅନୁଯାୟୀ ସେହି ମାନଙ୍କ ଉପରେ ହିଁ ବିପତ୍ତି ଆସିବ । ସେହିମାନେ ହିଁ ପରସ୍ପର ମଧ୍ୟରେ ଝଗଡ଼ା ଲାଗିବେ । ଯେମିତିକି ବର୍ତ୍ତମାନ ସମୟରେ ଅନେକ ଦେଖା ଯାଉଛି ।

ତେଣୁ ସବୁ ଦୁଷ୍ଟ ଶକ୍ତି ହିଁ ପୋଡ଼ି ଜଳି ଛାରଖାର ହୋଇଯିବେ । ଯେଉଁ ରକ୍ତ ବୋହିବା କଥା କୁହାଯାଇଛି ତାହା ହେଉଛି ଏହି ଆସୁରିକ ପ୍ରବୃତ୍ତିଧାରୀ ଲୋକ ମାନଙ୍କର ରକ୍ତର ନଦୀ । ସନ୍ଥ ମାନେ ସୁରକ୍ଷିତ ହୋଇ ରହିବେ । ଯେଉଁ ମାନଙ୍କୁ ଭଗବାନ ସୁରକ୍ଷିତ କରି ରଖିବେ । କଟକରୁ ଚୌଦ୍ୱାର ଏବଂ ଜୋବ୍ରା ରୁ ଜଟଣୀ ମଧ୍ୟରେ ହିଁ ଦ୍ୱେତ ନଗରୀ ରହୁଛି ।

ଯାହାକି ଓଡ଼ିଶାର ପ୍ରାଣକେନ୍ଦ୍ର । ଯେଉଁ କଟକ ଭାରତର ରାଜଧାନୀ ହେବା ପାଇଁ ନିର୍ଦ୍ଧାରିତ ହୋଇଥିଲା କିନ୍ତୁ ପରବର୍ତ୍ତୀ ସମୟରେ ଭୁବନେଶ୍ୱର ଓଡ଼ିଶାର ରାଜଧାନୀ ହୋଇଥିଲା । ରାଜଧାନୀ ରେ ହିଁ ସବୁ ଖରାପ କାମ ହେଉଛି । ସମସ୍ତ ରାଜ୍ୟରୁ ଲୋକ ଆସି ରାଜଧାନୀ ର ରାଜା ହେବାକୁ ବସିଛନ୍ତି । ରାଜଧାନୀ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହଣାମରା ହେଉଛନ୍ତି । ପୋଲିସ କାମ କରିବା ସତ୍ତ୍ୱେ ବି ଏଥିରେ କୌଣସି ପ୍ରକାରର ବିରାମ ଲାଗି ପାରୁନାହିଁ । ଯାହାକି ମାଳିକା ଅନୁଯାୟୀ ସତ୍ୟ ପ୍ରମାଣିତ ହେଉଛି । ତେଣୁ ହୁଏତ ଏଥିରେ ବର୍ଣ୍ଣିତ ହୋଇଥିବା ଘଟଣା ସବୁ ସତ ହୋଇପାରେ ।

Leave a Reply

Your email address will not be published. Required fields are marked *