ଭାରତର ନୋଷ୍ଟ୍ରାଡମସ୍: 16 ମାସ ପୂର୍ବରୁ କରିସାରିଥିଲେ ଋଷ ୟୁକ୍ରେନ ଯୁଦ୍ଧର ଭବିଷ୍ୟବାଣୀ, ଜାଣନ୍ତୁ ଆଗକୁ କ’ଣ ହେବ?

ଋଷ ୟୁକ୍ରେନ ଯୁଦ୍ଧ ବିଷୟରେ ନୋଷ୍ଟ୍ରାଡମସ୍ ଏବଂ ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ କ’ଣ ଥିଲା ତାହା ଆପଣ ଆଗରୁ ଜାଣିଛନ୍ତି । ଆଜି ଆମେ ଆପଣଙ୍କୁ ସେହି ଭାରତୀୟ ଜ୍ୟୋତିଷଙ୍କ ଭବିଷ୍ୟବାଣୀ ବିଷୟରେ କହିବାକୁ ଯାଉଛୁ ଯିଏକି ଏହି ଯୁଦ୍ଧର 16 ମାସ ପୂର୍ବରୁ ଭବିଷ୍ୟବାଣୀ କରିଥିଲେ । ଯୁଦ୍ଧକୁ ନେଇ ଏହି ଜ୍ୟୋତିଷଙ୍କର ଭବିଷ୍ୟବାଣୀ ଏକ ପୁସ୍ତକରେ ପ୍ରକାଶିତ ହୋଇଥିଲା । ବର୍ତ୍ତମାନ ସମୟରେ ବହିର ସେହି ପୃଷ୍ଠାଟି ଭାଇରାଲ ହେବାରେ ଲାଗିଛି ।

ବିଶ୍ ପ୍ରସିଦ୍ଧ ଜ୍ୟୋତିଷ ବାବା ଭେଙ୍ଗା ଋଷ ବିଷୟରେ ଏକ ଭବିଷ୍ୟବାଣୀ କରିଥିଲେ ଯେଉଁଥିରେ ସେ କହିଥିଲେ ଯେ ଋଷ ସାମ୍ନାରେ କେହି ଠିଆ ହୋଇ ପାରିବେ ନାହିଁ, ବର୍ତ୍ତମାନ ଏହା ସତ ହେବାରେ ଲାଗିଛି । ସେହିଭଳି ଭାରତର ଜଣେ ଜ୍ୟୋତିଷ ମଧ୍ୟ 16 ମାସ ପୂର୍ବରୁ ୟୁରୋପରେ ଯୁଦ୍ଧର ଭବିଷ୍ୟତ ବାଣୀ କରିଥିଲେ, ଯାହା ସତ ପ୍ରମାଣିତ ହୋଇଛି । ସେ ଏହି ଭବିଷ୍ୟତ ବାଣୀକୁ ଏକ ପୁସ୍ତକରେ ପ୍ରକାଶ କରିଥିଲେ, ଯାହାର ଫଟୋ ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି ।

ଋଷ-ୟୁକ୍ରେନ ଯୁଦ୍ଧର ଭବିଷ୍ୟବାଣୀ କରିଥିବା ଭାରତୀୟ ଜ୍ୟୋତିଷଙ୍କ ନାମ ପଣ୍ଡିତ ଇନ୍ଦୁ ଶେଖର ଶର୍ମା, ଯିଏକି ପଞ୍ଜାବର କୁରାଲୀ (ଗ୍ରେଟର ମୋହାଲି) ର ଅଟନ୍ତି । ସେ 16 ମାସ ପୂର୍ବରୁ ୟୁରୋପର ଦେଶ ଗୁଡ଼ିକରେ ଯୁଦ୍ଧର ପୂର୍ବାନୁମାନ କରିଥିଲେ । ତାଙ୍କର ଏହି ଭବିଷ୍ୟତ ବାଣୀ ଅକ୍ଟୋବର 2020 ରେ ପ୍ରକାଶିତ ‘ବାର୍ଷିକ ଜ୍ୟୋତିଷୀୟ ଭବିଷ୍ୟବାଣୀ’ (ପଞ୍ଚାଙ୍ଗ) ପୁସ୍ତକରେ ପ୍ରକାଶ ପାଇଥିଲା । 80 ବର୍ଷ ବୟସ୍କ ପଣ୍ଡିତ ଇନ୍ଦୁ ଶେଖର ଶର୍ମାଙ୍କ ପରିବାର ଗତ 95 ବର୍ଷ ଧରି ଏହି ପୁସ୍ତକ ପ୍ରକାଶ କରିଛନ୍ତି ।

‘ୟୁରୋପୀୟ ଦେଶଗୁଡିକର ବାର୍ଷିକ ରାଶିଫଳ’ ନାମକ ଶୀର୍ଷକରେ ସେ ଭବିଷ୍ୟବାଣୀ କରିଥିଲେ ଯେ 26 ଫେବୃଆରୀରୁ 7 ଏପ୍ରିଲ 2022 ମଧ୍ୟରେ ମକର ରାଶିରେ ଶନି ଏବଂ ମଙ୍ଗଳଙ୍କ ଉପସ୍ଥିତିର ଫଳ ସ୍ଵରୂପ ଯୁଦ୍ଧ ହେବ । ଏହା ବିଶ୍ଵର ଶାନ୍ତି ଭଙ୍ଗ କରିପାରେ । ସେ ଯେଉଁ ଭବିଷ୍ୟବାଣୀ କରିଥିଲେ ତାହା ଏହି ପୁସ୍ତକର 54 ନମ୍ବର ପୃଷ୍ଠାରେ ପ୍ରିଣ୍ଟ ହୋଇଥିଲା, ଯାହାର ଫଟୋ ବହୁତ ଭାଇରାଲ ହେଉଛି ।

ପଣ୍ଡିତ ଇନ୍ଦୁ ଶେଖର ଶର୍ମାଙ୍କ କହିବାନୁସାରେ ମକର ରାଶିରେ ଶନି ଏବଂ ମଙ୍ଗଳ ସହିତ 2 ଟି ଗ୍ରହର ଉପସ୍ଥିତି ଯୋଗୁଁ ସବୁବେଳେ ସଂଘର୍ଷ ଲାଗି ରହିଥାଏ । ଭାରତର ରାଶି ମକର ରାଶି ଅଟେ, ଯାହା ଅଧିକ ଶକ୍ତିଶାଳୀ । ତେଣୁ ଭାରତ ଏହି ବିବାଦରେ ସାମିଲ୍ ହୋଇନାହିଁ । ଏହି ସଂଘର୍ଷ ମାର୍ଚ୍ଚର ମଧ୍ୟଭାଗ ପର୍ଯ୍ୟନ୍ତ ଚାଲିପାରେ, କିନ୍ତୁ ଯଦି ନାଟୋ ଏବଂ ଆମେରିକା ଭଳି ଦେଶ ଏଥିରେ ହସ୍ତକ୍ଷେପ ନକରନ୍ତି ତେବେ ଏହା ଦୀର୍ଘ ସମୟ ଧରି ଚାଲିପାରେ । ସେ ଆହୁରି କହିଥିଲେ ଯେ ଏହା ଭାରତ ଏବଂ ପାକିସ୍ତାନ ମଧ୍ୟରେ ଥିବା ସମ୍ପର୍କ ଉପରେ କମ୍ ପ୍ରଭାବ ପକାଇବ ।

ପଣ୍ଡିତ ଇନ୍ଦୁ ଶେଖର ଶର୍ମାଙ୍କ ପୁଅ ଅଶୁତୋଷ ଶର୍ମା ମଧ୍ୟ ୟୁକ୍ରେନ ବିଶ୍ୱବିଦ୍ୟାଳୟରୁ ଏମବିବିଏସ ଡିଗ୍ରୀ ହାସଲ କରିଛନ୍ତି । ତାଙ୍କ ପରିବାର ବାର୍ଷିକ ଜ୍ୟୋତିଷୀୟ ଭବିଷ୍ୟବାଣୀ ପୁସ୍ତକକୁ 2 ଟି ଭାଷାରେ ଅର୍ଥାତ୍ ସଂସ୍କୃତ ଏବଂ ହିନ୍ଦୀରେ ପ୍ରକାଶ କରୁଛନ୍ତି । 2020 ପର୍ଯ୍ୟନ୍ତ, ଏହି ପୁସ୍ତକ ଉର୍ଦ୍ଦୁ ଭାଷାରେ ମଧ୍ୟ ପ୍ରକାଶିତ ହୋଇଥିଲା । ଏହା କୁହାଯାଉଛି ଯେ ପଣ୍ଡିତ ଇନ୍ଦୁ ଶେଖର ଶର୍ମାଙ୍କ ଭବିଷ୍ୟବାଣୀ ଅନେକ ଥର ଚର୍ଚ୍ଚାରେ ଆସିଛି । ଏହାପୂର୍ବରୁ ସେ କାର୍ଗିଲ ଯୁଦ୍ଧ ବ୍ୟତୀତ ଲାଲ ବାହାଦୂର ଶାସ୍ତ୍ରୀ ଏବଂ ଅଟଳ ବିହାରୀ ବାଜପେୟୀଙ୍କ କାର୍ଯ୍ୟକାଳ ବିଷୟରେ ଭବିଷ୍ୟବାଣୀ କରିଥିଲେ, ଯାହା ସତ ହୋଇଥିଲା ।

ପଣ୍ଡିତ ଇନ୍ଦୁ ଶେଖର ପଞ୍ଜାବର ବିଧାନସଭା ନିର୍ବାଚନ ବିଷୟରେ ଭବିଷ୍ୟ ବାଣୀ କରିଛନ୍ତି ଯେ ପଞ୍ଜାବରେ ଜନାଦେଶ ଭଙ୍ଗ ହୋଇପାରେ ଯେଉଁଥିରେ କାହାକୁ ସଂଖ୍ୟାଗରିଷ୍ଠତା ମିଳିବ ନାହିଁ । ତେବେ ସେ ଦାବି କରିଛନ୍ତି ଯେ ଉତ୍ତରପ୍ରଦେଶରେ ବିଜେପି ପୁଣିଥରେ ସରକାର ଗଠନ କରିବ ।

Leave a Reply

Your email address will not be published. Required fields are marked *