ସାରା ବିଶ୍ୱ ପ୍ରଥମ ଓ ଦ୍ୱିତୀୟ ବିଶ୍ୱଯୁଦ୍ଧ ର ପରିଣାମ ଏବଂ ଭୟ ବହତା ଦେଖି ସାରିଛି। ଯୁଦ୍ଧ ହେଲେ କଣ କ୍ଷତି ହୋଇଥାଏ ତାହା ସାରା ବିଶ୍ୱ ଭଲ ଭାବରେ ଅବଗତ ହୋଇଛି। ତେବେ ଅନେକ ଲୋକଙ୍କ ମନରେ ଆଶଙ୍କା ଥିଲା ଯେ ତୃତୀୟ ବିଶ୍ଵଯୁଦ୍ଧ ଯଦି ହୁଏ ତେବେ ତାହା କେବଳ ପାଣି ପାଇଁ ହେବ। କିନ୍ତୁ ଏପରି କିଛି ଘଟି ନାହିଁ ଏବଂ ତୃତୀୟ ବିଶ୍ଵଯୁଦ୍ଧ ଆରମ୍ଭ ହୋଇସାରିଛି ବୋଲି କହିଲେ କୌଣସି ଅତ୍ୟୁକ୍ତି ହେବ ନାହିଁ। ତେବେ ଆପଣମାନେ ବର୍ତ୍ତମାନ ୠଷିଆ ଏବଂ ୟୁକ୍ରେନ ମଧ୍ୟରେ ହେଉଥିବା ଯୁଦ୍ଧ ବିଷୟରେ ଜାଣିଥିବେ।
ତେବେ ଆମେରିକା ୟୁକ୍ରେନର ସାଥ ଦେବ କହି ପଛରୁ ହଟି ଯାଇଛି। ଯାହାଫଳରେ ୟୁକ୍ରେନ ଛୋଟିଆ ଦେଶ ହୋଇଥିଲେ ମଧ୍ୟ ୠଷିଆ ଭଳି ବିଶାଳ ଦେଶ ଆଗରେ ମୁଣ୍ଡ ନୁଆଁଇ ନାହିଁ। ବର୍ତ୍ତମାନ ପର୍ଯ୍ୟନ୍ତ ଲଢେଇ ଜାରି ରଖିଛି। ତେବେ ସାରା ବିଶ୍ୱର ନଜର ବର୍ତ୍ତମାନ ଏହି ଦୁଇ ଦେଶ ଉପରେ ରହିଛି। କାରଣ ୟୁକ୍ରେନ ୠଷିଆ ସାମ୍ନାରେ ବହୁତ ଛୋଟ ଦେଶ ଏବଂ ଆଧୁନିକ ଅସ୍ତ୍ରଶସ୍ତ୍ର ମଧ୍ୟ ରୁଷିଆ ତୁଳନାରେ କମ୍ ରହିଛି।
ତେବେ ୠଷିଆ ଆକ୍ରମଣରେ ନା ୟୁକ୍ରେନର ରାଷ୍ଟ୍ରପତି ଡରୁଛନ୍ତି ନା ହିଁ ୟୁକ୍ରେନ ବାସିନ୍ଦା। ଶେଷ ନିଶ୍ୱାସ ପର୍ଯ୍ୟନ୍ତ ଲଢେଇ ଜାରି ରହିବ ବୋଲି ୟୁକ୍ରେନ ରାଷ୍ଟ୍ରପତି ବାର୍ତ୍ତା ଦେଇଛନ୍ତି ଏଥିସହିତ ସେ ନିଜ ଦେଶର ନାଗରିକ ମାନଙ୍କ ଆତ୍ମବଳ ବୃଦ୍ଧି କରିବାରେ ଲାଗିଛନ୍ତି। ୠଷିଆ ଗୋଟେ ପରେ ଗୋଟେ ବୋମା ବିସ୍ଫୋରଣ, କ୍ଷେପଣାସ୍ତ୍ର ନିକ୍ଷେପଣ କରିବାରେ ଲାଗିଛି। ତଥାପି ୟୁକ୍ରେନ ମୁଣ୍ଡ ନୁଆଇଁ ନାହିଁ। ଦୁଇଟି ବଡ ଦେଶ ମଧ୍ୟରେ ଏପରି ଯୁଦ୍ଧ ସମସ୍ତ ସ୍ଥାନରେ ଭୟବାହ ପରିସ୍ଥିତି ସୃଷ୍ଟି କରିଛି।
ତେବେ ଏହି ସମୟରେ ଋଷ ପରମାଣୁ ଆକ୍ରମଣ କରିବା ନେଇ ଧମକ ଦେଇଛି। ଯଦି ପରମାଣୁ ଆକ୍ରମଣ ହୁଏ ତେବେ ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ହୋଇଗଲା ବୋଲି ଧରି ନେବା। ତେବେ ଆଗରୁ ଆପଣମାନେ ଜାଣିଛନ୍ତି ଯେ ପରମାଣୁ ବୋମା କେତେ ଭୟଙ୍କର ସାବ୍ୟସ୍ତ ହୋଇଛି। ଆମେରିକା ଯେତେବେଳେ ଜାପାନର ଦୁଇଟି ସହର ହିରୋଶୀମା ଏବଂ ନାଗାସାଖିରେ ପରମାଣୁ ବୋମା ପକେଇଲା ସେତେବେଳେ କ୍ଷଣିକ ମଧ୍ୟରେ ଲକ୍ଷାଧିକ ଲୋକେ ମୃତ୍ୟୁ ବରଣ କଲେ।
ଠିକ ଏହିଭଳି କିଛି ଘଟିବ ଯଦି ଋଷ ୟୁକ୍ରେନ ଉପରେ ପରମାଣୁ ବୋମା ନିକ୍ଷେପ କରେ। ଏଥିରେ ୧୦ କୋଟି ଲୋକ ପ୍ରଭାବିତ ହେବେ ବୋଲି ଜଣାପଡିଛି। ବୋମା ନିକ୍ଷେପ ହେବାର କିଛି ମୁହୂର୍ତ୍ତ ମଧ୍ୟରେ ଶରୀର ଜାଳି ପଡିଯିବ। ଧୂଆଁର କଳା ବାଦଲ ଖେଳିଯିବ। ଚାହୁଁ ଚାହୁଁ ଲୋକମାନେ ନିଆଁରେ ଜାଳି ପଡିଯିବେ। ଯଦି କୌଣସି ଲୋକ ମୃତ୍ୟୁ ମୁହଁରୁ ବଞ୍ଚି ଯିବେ ତେବେ ଏହାର ପ୍ରଭାବରୁ ବଞ୍ଚି ପାରିବେ ନାହିଁ। କେହି କେହି ଅନ୍ଧ ହୋଇଯିବେ ତ ଆଉ କେହି ଭିନ୍ନକ୍ଷମ ହୋଇଯିବେ।
ବର୍ଷ ବର୍ଷ ଧରି ପରମାଣୁ ବୋମ ପଡିଥିବା ସ୍ଥାନରେ ଜୀବନସତ୍ତା ଦେଖିବାକୁ ମିଳିବ ନାହିଁ। ଯାହାକି ଜାପାନ ରେ ଦେଖିବାକୁ ମିଳୁଛି। ଯେଉଁ ଦୁଇଟି ସ୍ଥାନରେ ପରମାଣୁ ବୋମା ପଡ଼ିଥିଲେ ଏ ପର୍ଯ୍ୟନ୍ତ ସେହି ସ୍ଥାନରେ ଘାସ ଉଠୁ ନାହିଁ। କେବଳ ସେତିକି ନୁହେଁ ସେଠାରେ ଏପର୍ଯ୍ୟନ୍ତ ମଧ୍ୟ ଯେଉଁମାନେ ଜନ୍ମ ଲାଭ କରୁଛନ୍ତି ସେମାନେ ମଧ୍ୟ ପଙ୍ଗୁ ହୋଇ ଜନ୍ମ ନେଉଛନ୍ତି। ଯଦି ଋଷ ୟୁକ୍ରେନ ଉପରେ ପରମାଣୁ ଆକ୍ରମଣ କରେ ତେବେ ଏହାର ପରିଣାମ କିଛି ଏଭଳି ଦେଖିବାକୁ ମିଳିବ।