ମନୁଷ୍ୟର ଜନ୍ମ ତାରିଖ , ଦିନ ସମୟ ସବୁକିଛିକୁ ଜନ୍ମ ଜାତକ ରେ ଲେଖା ଯାଇଥାଏ । କାରଣ ଜ୍ୟୋତିଶ ଶାସ୍ତ୍ର ଅନୁସାରେ ମନୁଷ୍ୟର ଜନ୍ମ ସମୟ ଏବଂ ତାରିଖ ଦ୍ୱାରା ତାର ସ୍ଵଭାବ ଏବଂ ଜୀବନର ଅନେକ କିଛି ଘଟଣା ବିଷୟରେ ଜାଣି ହୁଏ । କିନ୍ତୁ ଆଜିକାର ଏହି ଲେଖାରେ ଆମେ ଜନ୍ମ ତାରିଖ କୁ ନେଇ ନୁହେଁ ବରଂ ଜନ୍ମ ବର୍ଷକୁ ନେଇ ମଣିଷର ସ୍ଵଭାବ କିପରି ରହିଥାଏ ସେହି ସମ୍ବନ୍ଧରେ କହିବୁ । ତେଣୁ ଯଦି ଆପଣଙ୍କ ଜନ୍ମ ବର୍ଷ ୧୯୮୦ ରୁ ୨୦୦୦ ମସିହା ଭିତରେ ତେବେ ନିଶ୍ଚିତ ଭାବରେ ଆମ ଲେଖାକୁ ପଢ଼ନ୍ତୁ ।
୧୯୮୦ :- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ସବୁକିଛି ଜାଣିବାକୁ ଆଗ୍ରହ ପ୍ରକାଶ କରନ୍ତି । ଯାହାଦ୍ୱାରା ଏମାନେ ଜୀବନରେ ବେଶ ଉନ୍ନତି ମଧ୍ୟ କରନ୍ତି । କିନ୍ତୁ ଏହି କାରଣରୁ ସେମାନଙ୍କ ଠାରେ ଅହଂକାର ଭାଗ ଜାଗ୍ରତ ହୋଇଥାଏ ଯାହାକୁ ସେମାନଙ୍କୁ ନିୟନ୍ତ୍ରଣ କରିବା ଉଚିତ । ଏମାନେ ଖୁବ ଆକର୍ଷଣୀୟ ହୋଇଥାନ୍ତି ।
୧୯୮୧ :- ଏହି ମସିହାରେ ଜନ୍ମିତ ବ୍ୟକ୍ତି ମାନେ ମହତ୍ୱକାଂକ୍ଷୀ ଏବଂ ସବୁ କାର୍ଯ୍ୟରେ ଆଗଭର ହୋଇଥାନ୍ତି । କାହାକୁ କେବେବି ଭୟ କରନ୍ତି ନାହିଁ । ନିଜ ପରିଶ୍ରମ ବଳରେ ସବୁବେଳେ ସଫଳତା ହାସଲ କରନ୍ତି ।
୧୯୮୨ :- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଯାହାକୁ ବି ଭଲ ପାଆନ୍ତି ସେମାନଙ୍କ ପାଇଁ କିଛିବି କରିବାକୁ ପ୍ରସ୍ତୁତ ରହନ୍ତି । ଏମାନଙ୍କ ପାଇଁ ପ୍ରେମ ଏବଂ ସ୍ନେହ ସବୁଠାରୁ ମହତ୍ୱପୂର୍ଣ୍ଣ ଅଟେ । ଏମାନେ ଖୁବ ବିଶ୍ୱାସନୀୟ ମଧ୍ୟ ହୋଇଥାନ୍ତି ।
୧୯୮୩ :- ଏହି ମସିହାରେ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ ନମ୍ର , ଭାବପ୍ରବଣ ଏବଂ ଦୟାଳୁ ପ୍ରକୃତିର ଲୋକ ହୋଇଥାନ୍ତି । କାହାରି ଉପରେ ବି ଖୁବ ଶୀଘ୍ର ବିଶ୍ୱାସ କରିଯାଆନ୍ତି ଯାହାଦ୍ୱାରା ସମସ୍ୟାର ସମ୍ମୁଖୀନ ହୁଅନ୍ତି । ତେଣୁ ଏମାନଙ୍କୁ ଅନ୍ୟ ଉପରେ ଭରସା କରିବା ପୂର୍ବରୁ ବ୍ୟକ୍ତିକୁ ଭଲ ଭାବରେ ପରଖି ନେବାର ଅଛି ।
୧୯୮୪ :- ଏହି ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତି ମାନଙ୍କ ଗୁଣ ଏବଂ ବଚନ ବେଶ ସକାରାତ୍ମକ ହୋଇଥାଏ । ଯାହାଦ୍ୱାରା ଏମାନଙ୍କ ଆଖପାଖରେ ଲୋକ ରହିବାକୁ ବେଶୀ ପସନ୍ଦ କରନ୍ତି । ଏମାନେ ସବୁବେଳେ ଲୋକଙ୍କର ପ୍ରିୟ ହୋଇଥାନ୍ତି ।
୧୯୮୫ :- ଏହି ବର୍ଷରେ ଜନ୍ମ ହୋଇଥିବା ବ୍ୟକ୍ତି କେବେବି କୌଣସି କାମକୁ ମନରୁ ଭାବି କରନ୍ତି ନାହିଁ ବରଂ ସେମାନେ ସବୁବେଳେ ନିଜ ହୃଦୟର କଥା ଶୁଣନ୍ତି ଏବଂ ସେହି ଆଧାରରେ କାମ କରନ୍ତି ।
୧୯୮୭ :- ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ପ୍ରେମ ପାଇଁ କିଛିବି କରି ପାରନ୍ତି । ପ୍ରେମ ଏମାନଙ୍କର ସବୁଠାରୁ ବଡ଼ ଦୁର୍ବଳତା ହୋଇଥାଏ । ଏମାନେ କେବେବି ନିଜ ପ୍ରେମ ଠାରୁ ଦୂରରେ ରହି ପାରନ୍ତି ନାହିଁ ।
୧୯୮୮ :- ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ଖୁବ ଶାନ୍ତ ଏବଂ ରୋମାଣ୍ଟିକ ସ୍ୱଭାବର ହୋଇଥାନ୍ତି । ପ୍ରତ୍ୟେକ ମୁହୂର୍ତ୍ତକୁ ଏମାନେ ଖୁସିରେ ବିତାଇବାକୁ ପସନ୍ଦ କରନ୍ତି ।
୧୯୮୯ :- ଏହି ବ୍ୟକ୍ତି ମାନେ ନିଜର ପରିଶ୍ରମ ଉପରେ ଖୁବ ଭରସା କରନ୍ତି । ପରିଶ୍ରମ ବଳରେ ସବୁକିଛି ହାସଲ କରିଯାଇ ପାରେ ବୋଲି ଏମାନେ ବିଶ୍ୱାସ ରଖନ୍ତି ।
୧୯୯୦ :- ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ଙ୍କ ମନ ଖୁବ ଚଞ୍ଚଳ ହୋଇଥାଏ । କୌଣସି ମୁହୂର୍ତ୍ତରେ ରେ ଅକାଧିକ ଭାବନା ଏମାନଙ୍କ ମନକୁ ଆସିଥାଏ । ତେଣୁ ଏମାନଙ୍କୁ ନିଜର ଭାବନା କୁ ନିୟନ୍ତ୍ରଣ ରେ ରଖିବାର ଆବଶ୍ୟକତା ରହିଛି ।
୧୯୯୧ :- ଏହି ବର୍ଷ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି ମାନେ ରଚନାତ୍ମକ ସ୍ୱଭାବର ହୋଇଥାନ୍ତି କିନ୍ତୁ ସବୁବେଳେ ନିରାଶ ମଧ୍ୟରେ ଗତି କରନ୍ତି । ତେଣୁ ଏମାନଙ୍କୁ ନିଜର ନିରାଶା ଉପରେ ନିୟନ୍ତ୍ରଣ କରିବାର ଆବଶ୍ୟକତା ରହିଛି ।
୧୯୯୨ :- ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ବିଶେଷ ବେଶ ଦକ୍ଷ ହୋଇଥାନ୍ତି । ଏହି ସ୍ୱତନ୍ତ୍ରତା ଯୋଗୁଁ ସବୁ କ୍ଷେତ୍ରରେ ସଫଳତା ମଧ୍ୟ ହାସଲ କରନ୍ତି ।
୧୯୯୩ :- ଏହି ମସିହାରେ ଜନ୍ମିତ ବ୍ୟକ୍ତି ଙ୍କ ବୁଦ୍ଧି ବେଶ ପ୍ରଖର ହୋଇଥାଏ । ନିଜ ବୁଦ୍ଧି ବଳରେ ଏମାନେ ସବୁବେଳେ ବିଜୟ ଲାଭ କରନ୍ତି ।
୧୯୯୪ :- ଏହି ବ୍ୟକ୍ତି ମାନେ ବେଶ ଆକର୍ଷଣୀୟ ହୋଇଥାନ୍ତି ଯାହାଦ୍ୱାରା ଏମାନଙ୍କ ପ୍ରତି ସମସ୍ତେ ଆକର୍ଷିତ ହୋଇଥାନ୍ତି । ଏମାନେ ଭଲ ପ୍ରେମୀ ଏବଂ ବନ୍ଧୁ ମଧ୍ୟ ଅଟନ୍ତି ।
୧୯୯୫ :- ଏହି ବ୍ୟକ୍ତି ମାନଙ୍କ ଚିନ୍ତାଧାରା ମଧ୍ୟ ବେଶ ସକାରାତ୍ମକ ହୋଇଥାଏ ଯାହାଦ୍ୱାରା ଲୋକେ ତାଙ୍କ ପ୍ରତି ଆକୃଷ୍ଟ ହୋଇଥାନ୍ତି । ଏମାନେ ଖୁବ ଆତ୍ମବିଶ୍ୱାସୀ ମଧ୍ୟ ହୋଇଥାନ୍ତି ।
୧୯୯୬ :- ପ୍ରେମ ସମ୍ବନ୍ଧରେ ଏହି ମସିହାରେ ଜନ୍ମ ଗ୍ରହଣ କରିଥିବା ବ୍ୟକ୍ତି ଖୁବ ଭଲ ହୋଇଥାନ୍ତି । ପ୍ରେମ ମାମଲାରେ ଏମାନେ ସର୍ବଦା ସଚ୍ଚୋଟ ହୋଇଥାନ୍ତି । କିନ୍ତୁ କ୍ରୋଧ ଏମାନଙ୍କର ସବୁଠାରୁ ବଡ଼ ଶତ୍ରୁ ଅଟେ ।
୧୯୯୭ :- ଏହି ବ୍ୟକ୍ତି ମାନେ ମଧ୍ୟ ପ୍ରେମ ସମ୍ପର୍କରେ ବେଶ ଭଲ ହୋଇଥାନ୍ତି । ଏମାନେ ନିଜର ସଠିକ ନିର୍ଣ୍ଣୟ ନେବାରେ ଖୁବ ମାହିର ହୋଇଥାନ୍ତି ।
୧୯୯୮ :- ଏହି ବ୍ୟକ୍ତି ମାନେ ବେଶ ଆତ୍ମବିଶ୍ୱାସୀ ହୋଇଥାନ୍ତି ଏବଂ ଖୁବ ଭାବପ୍ରବଣ ହୋଇଥାନ୍ତି । ଏମାନେ ରଚନାତ୍ମକ ସ୍ୱଭାବର ମଧ୍ୟ ହୋଇଥାନ୍ତି ।
୧୯୯୯ :- ଏହି ବ୍ୟକ୍ତି ମାନେ ସମସ୍ତଙ୍କ ଠାରୁ ସ୍ୱତନ୍ତ୍ର ହୋଇଥାନ୍ତି । ଭିଡ଼ ମଧ୍ୟରୁ ଏମାନେ ସହଜରେ ବାରି ହୋଇ ଯାଆନ୍ତି । ଏମାନଙ୍କ ପ୍ରତି ସମସ୍ତେ ଆକୃଷ୍ଟ ହୋଇଥାନ୍ତି ଏବଂ ସମସ୍ତେ ହିଁ ଏମାନଙ୍କୁ ପସନ୍ଦ କରନ୍ତି ।
୨୦୦୦ :- ଏହି ବର୍ଷ ଜନ୍ମ ହୋଇଥିବା ବ୍ୟକ୍ତି ମାନେ ଖୁବ ପରିଶ୍ରମୀ ହୋଇଥାନ୍ତି । ଏମାନେ ମିଛକୁ ଆଦୌ ପସନ୍ଦ କରନ୍ତି ନାହିଁ ।