କୁନିଙ୍କ ପେଟରେ ବଢ଼ୁଛି ଛଅ ମାସର ଛୁଆ, କହିଲେ ” ସ୍ୱାମୀକୁ ମାରିଦେଲା ମୋ ବସ ” …. :-

ମଣିଷ ଜୀବନର ପ୍ରତ୍ୟେକ ମୁହୂର୍ତ୍ତରେ କେତେବେଳେ ଯେ କଣ ଘଟିବ ତାହା କହିବା ସମ୍ଭବ ନୁହେଁ । ବର୍ତ୍ତମାନ ଆଖି ଆଗରେ ହସଖୁସିରେ ରହୁଥିବା ମଣିଷର ଜୀବନରେ ଆଗାମୀ କିଛି ସେକେଣ୍ଡ ରେ କଣ ଯେ ଘଟିଯିବ ତାହା କିଏ ବା କହିବ । ଏଇ ଯେମିତି ଦେଖନ୍ତୁ ଏହି ମହିଳାଙ୍କ କଥା । ପେଟରେ ୬ ମାସର ଛୁଆ କୁ ନେଇ ନିଜ ସ୍ୱାମୀର ଆସିବା ବାଟକୁ ଅନାଇ ବସିଛି । କିନ୍ତୁ ସ୍ୱାମୀ ଆଉ ଫେରିବ ନାହିଁ । ଖାଲି ସେ ନୁହେଁ ବରଂ ବାପା ମା ସମସ୍ତେ ପୁଅର ଆସିବା ବାଟକୁ ଚାହିଁ ବସିଛନ୍ତି ।

ଠିକ ସେତିକି ବେଳେ ଖବର ଶୁଣା ଯାଇଛି ପୁଅ ଆଉ ଫେରିବନି । ମୋ ବସ ପୁଅର ଫେରିବା ବାଟକୁ ବନ୍ଦ କରି ଦେଇଛି । ବିବାହର ମାତ୍ର ଦେଢ଼ ବର୍ଷ ପରେ ସ୍ତ୍ରୀ ମୁଣ୍ଡରୁ ସିନ୍ଦୁର ଲିଭି ଯାଇଛି । ତେବେ ସୂଚନା ଅନୁଯାୟୀ ଏହି ଘଟଣା ନିମାପଡ଼ା ଥାନା ଧୀରପର ଗାଁ ର ଅଟେ । ତେବେ ଗତ ୭ ତାରିଖ ମୃତ ମନୋଜ ବାଇକ ଯୋଗେ ଘରକୁ ଆସୁଥିବା ସମୟରେ ମୋ ବସ ତାଙ୍କୁ ପଛରୁ ଧୋକା ଦେଇଥିଲା । ଗୁରୁତର ଅବସ୍ଥାରେ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ ହେଁ ୧୧ ତାରିଖରେ ତାଙ୍କର ମୃତ୍ୟୁ ଘଟିଛି ।

ତେବେ ତାଙ୍କ ମୃତ୍ୟୁ ପରେ ପୁରା ପରିବାର ଉପରେ ଦୁଃଖର ପାହାଡ଼ ଖସି ପଡ଼ିଛି । ଘରେ ଅସୁସ୍ଥ ବାପା ମା ଏବଂ ଗର୍ଭବତୀ ସ୍ତ୍ରୀ ଏବେ କିପରି ଚଳିବେ ତାହାକୁ ନେଇ ଚିନ୍ତା । ବାହାଘର ର ମାତ୍ର ଦେଢ଼ ବର୍ଷ ପରେ ପରିବାର ଉପରେ ଏପରି ସମସ୍ୟା ଆସିଛି । ଏମିତିରେ ବି ପରିବାର ଏତେ ସ୍ୱଚ୍ଛଳ ନୁହେଁ । ତେଣୁ ମହିଳା ଜଣକ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ସରକାର ଙ୍କୁ କୌଣସି ଏକ ଚାକିରୀ ଖଣ୍ଡେ ଦେବାକୁ କହିଛନ୍ତି । କୁନି ଙ୍କ ପେଟରେ ଏବେ ଛଅ ମାସର ଶିଶୁ । ତେଣୁ ଶ୍ୱଶୁରଙ୍କର କାମ କରିବା କିମ୍ବା ପରିବାର କୁ ଚଳାଇବା କ୍ଷମତା ଆଉ ନାହିଁ ।

ଘରେ ଏକ ମାତ୍ର ରୋଜଗାର କରୁଥିବା ପୁର ର ଜୀବନ ତ ମୋ ବସ ନେଇଗଲା । ଏବେ ପୁରା ପରିବାର କେବଳ ଏକ ଆଶା ରେ ବଞ୍ଚିଛନ୍ତି କେଉଁଠୁ କଣ ଚାକିରୀ ଖଣ୍ଡେ ମିଳିଲେ ପରିବାରର ପ୍ରତିପୋଷଣ ହୋଇ ପାରିବ । ସ୍ୱାମୀଙ୍କ ଶୁଦ୍ଧିକ୍ରିୟା ତ ସରି ଯାଇଛି କିନ୍ତୁ ବର୍ତ୍ତମାନ ବାସ ଅଭାବ ଅନଟନ ରୁ କିପରି ମୁକୁଳିବେ ତାହା ଚିନ୍ତାର ବିଷୟ ସାଜିଛି ଏହି ପରିବାର ପାଇଁ । ଶ୍ୱଶୁର ନବୀନ ମଲ୍ଲିକ ଏବଂ ଶାଶୁ ସୁଶୀଳା ମଲ୍ଲିକ ଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖୁବ ଖରାପ ଥିବା ବେଳେ କୁନି ବର୍ତ୍ତମାନ କିପରି ପରିବାର ଚଳାଇବେ ବର୍ତ୍ତମାନ ସେହି ଚିନ୍ତା ଘାରିଛି ।

Leave a Reply

Your email address will not be published. Required fields are marked *