ଭାରତୀୟ ଯବାନଙ୍କୁ ସଲାମ, ମୃତ୍ୟୁ ମୁଖରେ ପଡ଼ିଥିବା ଯୁବକଙ୍କୁ ଉଦ୍ଧାର କଲେ ଭାରତୀୟ ଯବାନ , ଘଟଣା ଜାଣି ଆପଣ ବି ସଲାମ କରିବେ :-

ଦେଶକୁ ଭିତରୁ ଏବଂ ବାହ୍ୟ ଶତୃଙ୍କ ଠାରୁ ରକ୍ଷା କରିବା ପାଇଁ ଆମ ବୀର ଯବାନ ମାନେ ପରିବାର ଛାଡ଼ି ଆଖିରୁ ନିଦ ହଜାଇ କାମରେ ଲାଗି ପଡ଼ନ୍ତି । ସେମାନଙ୍କ ତ୍ୟାଗ କୁ କେହି ଚାହିଁଲେ ବି ପୂରଣ କରି ପାରିବେ ନାହିଁ । କଥାରେ ଅଛି ” ଜୟ ଯବାନ ଯେ କିଷାନ ” । ଏହି କଥାର ଅର୍ଥ ହେଉଛି ଯିଏ ଆମ ପେଟ ପୋଷୁଛନ୍ତି ଅର୍ଥାତ କୃଷକ ମାନଙ୍କୁ ନମସ୍କାର ଏବଂ ଯିଏ ନିଜ ଜୀବନକୁ ବାଜି ଲଗାଇ ଆମ ଜୀବନ ରକ୍ଷା କରୁଛନ୍ତି ସେହି ଯବାନ ମାନଙ୍କୁ ମଧ୍ୟ ପ୍ରଣାମ ।

ତେବେ କହିବାକୁ ଗଲେ ଆମ ଭାରତୀୟ ଯବାନ ମାନଙ୍କ ଋଣ ଏମିତିରେ ଆମେ ସୁଝି ପାରିବା ନାହିଁ । ସେମାନଙ୍କ କଥା ଭାବିଲେ ହିଁ ଆମେ ନିଜକୁ ଗର୍ବିତ ମନେ କରୁ । କିନ୍ତୁ ଆଜି ଆମେ ଆପଣଙ୍କୁ ସୋସିଆଲ ମିଡ଼ିଆରେ ଭାଇରଲ ହେଉଥିବା ଆଉ ଏକ ଘଟଣା ସମ୍ବନ୍ଧରେ କହିବୁ ଯାହା ଶୁଣିଲେ ଆପଣ ମାନେ ପୁଣିଥରେ ଭାରତୀୟ ଯବାନ ଙ୍କୁ ସଲାମ କରିବେ । ତେବେ ଘଟଣା ଅନୁଯାୟୀ ଆମ ବୀର ଯବାନ ମାନେ ୩ ଦିନ ଧରି ମୃତ୍ୟୁ ଦ୍ୱାରରେ ପଡ଼ି ରହିଥିବା ଜଣେ ଯୁବକଙ୍କୁ ଆପ୍ରାଣ ଉଦ୍ୟମ କରି ବଞ୍ଚାଇଛନ୍ତି । ତେବେ ଏହି ଘଟଣା ସମ୍ବନ୍ଧରେ ସମ୍ପୂର୍ଣ୍ଣ ଭାବରେ ଜାଣିବା ପାଇଁ ଆମ ଲେଖାଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ ।

ସୂଚନା ଅନୁଯାୟୀ ଏହି ଘଟଣା ଟି କେରଳର ଅଟେ । କେରଳ ର ମାଲମପୁଞ୍ଜା ପାହାଡ଼ କୁ ଯୁବକ ଆର ବାବୁ ନିଜ ସାଥି ମାନଙ୍କ ସହିତ ଟ୍ରାକିଂ ପାଇଁ ଯାଇଥିଲେ । ତେବେ ସେ ସାଙ୍ଗ ମାନଙ୍କ ସହିତ ପାହାଡ଼ ର ଶିଖର କୁ ପହଞ୍ଚିବାକୁ ଆଉ ଅଳ୍ପ ବାକି ଥିଲା । ତାଙ୍କ ସାଙ୍ଗ ମାନେ ଆଉ ଶିଖରକୁ ଯିବାକୁ ଉଚିତ ନଥିବା ମନେ କରି ଓଲ୍ହାଇ ଆସିବାକୁ ନିଷ୍ପତ୍ତି ନେଲେ । କିନ୍ତୁ ଆର ବାବୁ ଶିଖରକୁ ଚଢ଼ିଗଲେ । ମାତ୍ର ସେହି ସମୟରେ ତାଙ୍କ ସହ ଏକ ଦୁର୍ଘଟଣା ଘଟିଗଲା । ସେ ପାହାଡ଼ ର ଶିଖରରୁ ଖସି ପଡ଼ିଲେ । ଭାଗ୍ୟ ବଶତଃ ଦୁଇ ଚଟାଣ ମଝିରେ ଫସି ରହିଗଲେ ।

ଦୀର୍ଘ ତିନି ଦିନ ପର୍ଯ୍ୟନ୍ତ ଯୁବକ ଜଣକ ସେମିତି ଦୁଇ ଚଟାଣ ସନ୍ଧିରେ ବିନା ଖାଦ୍ୟ ପାନୀୟ ରେ ଫସି ରହିଲେ । ତାଙ୍କ ସାଙ୍ଗ ମାନଙ୍କ ଚେଷ୍ଟା ସତ୍ତ୍ୱେ ବି ତାଙ୍କୁ ଉଦ୍ଧାର କରାଯାଇ ପାରିଲା ନାହିଁ । ତେଣୁ ସ୍ଥାନୀୟ ବିଧାୟକ ଏହି ସମ୍ବନ୍ଧରେ କେରଳ ମୁଖ୍ୟମନ୍ତ୍ରୀ ଙ୍କୁ ଅବଗତ କରାଇଲେ । ପରେ ଭାରତୀୟ ଯବାନ ମାନେ ଆସି ଆର ବାବୁ ଙ୍କୁ ସୁରକ୍ଷିତ ଭାବରେ ଉଦ୍ଧାର କଲେ । ତେବେ ଏହି ଘଟଣା ପରଠାରୁ ସେହି ଅଞ୍ଚଳରେ ଯବାନ ମାନଙ୍କୁ ପ୍ରଶଂସାର ସୁଅ ଛୁଟି ଛୁଟିଛି । ଏହି ଘଟଣା ବର୍ତ୍ତମାନ ସୋସିଆଲ ମିଡିଆରେ ମଧ୍ୟ ବେଶ ଭାଇରଲ ହେଉଛି ।

Leave a Reply

Your email address will not be published. Required fields are marked *