ୟୁକ୍ରେନର ଏହି ମହିଳାଙ୍କୁ ପୁତିନ ଭୟ କରନ୍ତି, ଦେଶର ଏପରି ସଙ୍କଟ ସମୟରେ ଲୋକମାନେ ତାଙ୍କୁ ମନେ ପକାଉଛନ୍ତି ।

ବିଶ୍ୱ ପୁଣି ଥରେ ଦୁଇ ଦେଶ ମଧ୍ୟରେ ଚାଲିଥିବା ଯୁଦ୍ଧର ସାକ୍ଷୀ ହେଉଛି। ଋଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି ଏବଂ ଋଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଆକ୍ର-ମଣ କରୁଛି। ଏହି ଆକ୍ର-ମଣ ୟୁକ୍ରେନରେ ବହୁତ ଧ୍ୱଂସାବଶେଷ ସୃଷ୍ଟି କରିଛି। ଆମେରିକା ସମେତ ଅନ୍ୟାନ୍ୟ ବଡ ଦେଶଗୁଡିକ ମୂକ ଦର୍ଶକ ଭାବରେ ଦେଖୁଛନ୍ତି। ଏହି ଯୁଦ୍ଧକୁ ରୋକିବା ପାଇଁ କୌଣସି ପଦକ୍ଷେପ ନଥିବା ପରି ଲାଗୁଛି। ଆମେରିକା କିମ୍ବା ୟୁରୋପର ଅନ୍ୟ ଦେଶକୁ ଋଷର ରାଷ୍ଟ୍ରପତି ପୁତିନଙ୍କର ମଧ୍ୟ ଭୟ ନାହିଁ।

ଯଦିଓ ଖୁବ୍ କମ୍ ଲୋକ ଜାଣିଥିବେ ଯେ ପୁତିନ ମଧ୍ୟ ୟୁକ୍ରେନ୍ର ଜଣେ ମହିଳାଙ୍କୁ ଡରୁଥିଲେ। ସେ ଋଷକୁ ଖୋଲାଖୋଲି ଚ୍ୟାଲେଞ୍ଜ କରିଥିଲେ। ଆସନ୍ତୁ ଜାଣିବା ସେ କିଏ ଏବଂ ଏହି ଏବେ କେଉଁଠାରେ ଅଛନ୍ତି।

ଆମେ ଯେଉଁ ମହିଳାଙ୍କ ବିଷୟରେ କହୁଛୁ, ସେ ହେଉଛନ୍ତି ୟୁକ୍ରେନର ପ୍ରଥମ ମହିଳା ପ୍ରଧାନମନ୍ତ୍ରୀ। ତାଙ୍କ ନାମ ୟୁଲିଆ। ସେ ପ୍ରଥମ ମହିଳା ଯିଏକି ପ୍ରଥମେ ୟୁକ୍ରେନର ଦାୟିତ୍ୱ ଗ୍ରହଣ କରିଥିଲେ। ୟୁଲିଆଙ୍କ ଖ୍ୟାତି ଏତେ ଥିଲା ଯେ ସେ ଦୁଇଥର ଦେଶର ପ୍ରଧାନମନ୍ତ୍ରୀ ଭାବରେ ନିର୍ବାଚିତ ହେଇଥିଲେ। ସେ ଏତେ ନିର୍ଭୀକ ଥିଲେ ଯେ ସେ ଖୋଲାଖୋଲି ଭାବରେ ଋଷକୁ ଚ୍ୟାଲେଞ୍ଜ କରିଥିଲେ। ସେ ନିଜ ଦେଶକୁ ଶକ୍ତିଶାଳୀ କରିବାକୁ ଚାହୁଁଥିଲେ।

ଏହି କାରଣରୁ, ତାଙ୍କର ଏକ ସ୍ୱପ୍ନ ଥିଲା ଯେ ତାଙ୍କ ଦେଶ ନାଟୋ ଗୋଷ୍ଠୀର ସଦସ୍ୟ ହେବା ଉଚିତ ଯାହା ଦ୍ଵାରା କେହି ୟୁକ୍ରେନ ଉପରକୁ ଆଖି ଉଠାଇ ଦେଖିବେନି। ସେ ପାଶ୍ଚାତ୍ୟ ଦେଶମାନଙ୍କ ସହିତ ଭଲ ସମ୍ପର୍କ ସ୍ଥାପନ କରିବାକୁ ଚାହୁଁଥିଲେ।

ୟୁଲିୟା ଦୁଇଥର ୟୁକ୍ରେନର ପ୍ରଧାମନ୍ତ୍ରୀ ହେଇଥିଲେ। ସେ ୨୦୦୫ ରେ ପ୍ରଥମ ଥର ପାଇଁ ଏବଂ ୨୦୦୭ ରୁ ୨୦୧୦ ମସିହାରେ ସେ ପ୍ରଧାନମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ। ୟୁଲିୟାଙ୍କ ପାଇଁ ଋଷ ସର୍ବଦା ଦୁଇଟି ପାଦ ପଛରେ ରହିଲା ଏବଂ ସେ ଖୋଲାଖୋଲି ଭାବରେ ଋଷକୁ ଚ୍ୟାଲେଞ୍ଜ କରୁଥିଲେ। ସେ ଋଷକୁ ଗୋଟେ ଇଞ୍ଚ ଜମି ନଦେବା ବିରୁଦ୍ଧରେ ଥିଲେ ଏବଂ ଯୁଦ୍ଧ ପାଇଁ ସର୍ବଦା ପ୍ରସ୍ତୁତ ଥିଲେ। ଜଣେ ରାଜନେତା ହେବା ବ୍ୟତୀତ ୟୁଲିୟା ମଧ୍ୟ ଜଣେ ସଫଳ ବ୍ୟବସାୟୀ ମହିଳା ଥିଲେ। ୟୁକ୍ରେନରେ ତାଙ୍କର ଏକ ବଡ ଗ୍ୟାସ୍ ବ୍ୟବସାୟ ଥିଲା। ଏଥି ପାଇଁ ତାଙ୍କୁ ଗ୍ୟାସ ରାଣୀ ମଧ୍ୟ କୁହାଯାଉଥିଲା। ସେ ତାଙ୍କ ଦେଶର ସଫଳ ବ୍ୟବସାୟୀ ମହିଳା ତାଲିକାରେ ଅନ୍ତର୍ଭୁକ୍ତ ହୋଇଥିଲେ।

ରାଷ୍ଟ୍ରପତି ନିର୍ବାଚନରେ ହାରିଯିବା ପରେ ୟୁଲିୟାଙ୍କ ଖରାପ ଦିନ ଆରମ୍ଭ ହେଲା। ୨୦୧୦ ମସିହାରେ, ସେ ରାଷ୍ଟ୍ରପତି ହେବା ପାଇଁ ତୃତୀୟ ଥର ପାଇଁ ପ୍ରତିଦ୍ୱନ୍ଦ୍ୱିତା କଲେ ଏବଂ ହେଇଗଲେ। ଏହା ପରେ ଗ୍ୟାସ କାରବାର ସମ୍ପର୍କରେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଲା। ତତ୍କାଳୀନ ରାଷ୍ଟ୍ରପତି ଭିକ୍ଟର ତାଙ୍କୁ ଜେଲ ପଠାଇ ଦେଲେ। ଏଠାରେ ତାଙ୍କୁ ତିନି ବର୍ଷ ପର୍ଯ୍ୟନ୍ତ ରଖାଗଲା। ସେ ୨୦୧୧ ରୁ ୨୦୧୪ ପର୍ଯ୍ୟନ୍ତ ଜେଲରେ ରହିଲେ। ଏହି ସମୟରେ ସେ ଅନେକ ନିର୍ଯାତନା ସହିଛନ୍ତି।

ଦୁଇ ଦେଶ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଋଷ କ୍ରମାଗତ ଭାବରେ ୟୁକ୍ରେନ ଉପରେ ଏୟାର ଷ୍ଟ୍ରାଇକ୍ କରୁଛି ଏବଂ କ୍ଷତି କରୁଛି। ପୁତିନ ୟୁକ୍ରେନ ସରକାରକୁ ଅଡୁଆରେ ପକାଇବାକୁ ଚାହୁଁଛନ୍ତି ବୋଲି ମଧ୍ୟ ଖବର ରହିଛି। ୟୁକ୍ରେନର ସୈନ୍ୟ ବାହିନୀକ କ୍ଷମତା ନିଜ ହାତକୁ ନେବା ପାଇଁ ପୁତିନ କହିଛନ୍ତି

Leave a Reply

Your email address will not be published. Required fields are marked *