ମହାଶିବରାତ୍ରୀ ଦିନ ସ୍ବାମୀ ସ୍ତ୍ରୀ ମରିଗଲେ ବି କରନ୍ତୁ ନାହିଁ ଏହି କାମ। ନହଲେ କରିବାକୁ ପଡ଼ିବ ଶିବଙ୍କ ରାଗର ସାମ୍ନା।

ବନ୍ଧୁମାନେ ଆମ ସଂସାରର ସୃଷ୍ଟି ପ୍ରଥମେ ଓଁ ଶବ୍ଦରୁ ଆରମ୍ଭ ହୋଇଛି ଓ ଏହି ଶବ୍ଦର ଉତ୍ପତ୍ତିରେ ଶିବ ଲିଙ୍ଗର ସ୍ଥାପନା କରଯାଇଥିଲା। ଏହାର ପୂଜା ସର୍ବ ପ୍ରଥମେ ବ୍ରହ୍ମା ବିଷ୍ଣୁ କରିଥିଲେ। ଭଗବାନ ଶିବଙ୍କ ମହିମା ଅପାର ହୋଇଥାଏ। କେଉଁଠି ତାଙ୍କର ଉତ୍ପତ୍ତି ଅବା ତାଙ୍କର ମହିମା ଅନ୍ତ ସେସବୁ କାହାକୁ ବି ଜଣା ନଥାଏ। ସେହିପରି ତାଙ୍କରି ଆଶିଷ ସର୍ବଦା ସମସ୍ତଙ୍କ ଉପରେ ରହିଥାଏ। ଭଗବାନ ଶିବଙ୍କ ଆଗରେ ମୋହ,ମାୟା, କ୍ଳେଶ ଅବା ରାଗ ଆଦିକୁ ତ୍ୟାଗ କରି ସ୍ୱଚ୍ଛ ମନରେ ଅବା ନିଷ୍ଠା ମନରେ ହିଁ ଆପଣ ତାଙ୍କୁ ପ୍ରାପ୍ତ କରିପାରିବେ। ତାଙ୍କୁ ଭୋଳା ଶଙ୍କର, ରୁଦ୍ର, ଦେବଙ୍କ ଦେବ ମହାଦେବ ଆଦି ରୂପରେ ନାମିତ କରାଯାଇଛି। ତାଙ୍କ ରୁଦ୍ର ରୂପ ହେଉଛି ସୃଷ୍ଟିରେ ଥିବା ସମସ୍ତ ପାପ ଅବା ଦୁଷ୍ଟ ଶକ୍ତିକୁ ବିନାଶ ପାଇଁ।

ସେଥିପାଇଁ ଆଜି ଆମେ ଜାଣିବା ଏହି ମହା ଶିବରାତ୍ରୀ ସମୟରେ ଆମେ କେଉଁ କାର୍ଯ୍ୟକୁ ଧ୍ୟାନ ଦେବା ଉଚିତ୍। ନଚେତ୍ ସେହି ବ୍ୟକ୍ତିଙ୍କୁ ମହାଦେବଙ୍କ କ୍ରୋଧର ସାମ୍ନା କରିବାକୁ ପଡ଼ିଥାଏ। ସୋମବାର ଦିନ ନନ୍ଦୀଙ୍କ କାନରେ କହିଦିଅନ୍ତୁ ଏହି ଗୋଟିଏ ମନ୍ତ୍ର। ବହୁ ଶୀଘ୍ର ପୁରଣ ହେବ ଆପଣଙ୍କ ସମସ୍ୟା ଓ ଏହା ଏକ ଚମତ୍କାରି ମନ୍ତ୍ର ଅଟେ। ଆସନ୍ତୁ ଜାଣିବା ଏହା କେଉଁ କାମ ଯାହା ଆମକୁ ମହା ଶିବରାତ୍ରିରେ କରିବା ଅନୁଚିତ୍।

୧. ମହିଳା ମାନଙ୍କର ଅପମାନ –

ଶିବଙ୍କର ଏବଂ ମାତା ପାର୍ବତୀଙ୍କର ଅର୍ଦ୍ଧ ନାରୀ ସ୍ୱର ବୋଲି ଆମେ ଜାଣିଥାଉ। ଏହାର ମହତ୍ତ୍ଵ କିଛି ନାରୀ ବା ପୁରୁଷ ବୁଝନ୍ତି ନାହିଁ ଓ ସେମାନଙ୍କର ମହତ୍ତ୍ଵ ନଜାଣି ଭୁଲ କରି ବସନ୍ତି। ତେଣୁ ଏହି ଦିନ କାହାର ଅପମାନ କରନ୍ତୁ ନାହିଁ। ସେ ଆପଣଙ୍କର ମା ହୁଅନ୍ତୁ ଅବା ଝିଅ ହୁଅନ୍ତୁ କାହାରିକୁ ମଧ୍ୟ ଅପ ଶବ୍ଦ କୁହନ୍ତୁ ନାହିଁ କିମ୍ବା ସେମାନଙ୍କ ଉପରକୁ ହାତ ଉଠାନ୍ତୁ ନାହିଁ।

୨. ପଶୁଙ୍କ ଅତ୍ୟାଚାର କରିବା ଅନୁଚିତ୍ –

ଶିବଙ୍କ ଆଉ ଏକ ଅବତାର ପଶୂପତି ଏହାର ଅର୍ଥ ସେ ସମସ୍ତ ପଶୁଙ୍କ ଦେବତା ଅଟନ୍ତି। ଭଗବାନ ସମସ୍ତ ପ୍ରାଣୀଙ୍କ ପାଇଁ ଦେବତା ଅଟନ୍ତି। ତେଣୁ ଏହି ମହାଶିବରାତ୍ରୀ ଦିନ ଯଦି ଆପଣ ପଶୁଙ୍କ ଉପରେ ଅତ୍ୟାଚାର ଅବା ପଶୁଙ୍କ ଉପରେ ହିଂସା କରନ୍ତି ତେବେ ଏହା ଦ୍ଵାରା ଆପଣ ଶିବଙ୍କ କ୍ରୋଧର ଶିକାର ହେବେ। କୁହାଯାଏ ଯେ ଯେଉଁ ମନୁଷ୍ୟ କଥା କହି ପାରୁନଥିବା ପଶୁ ବା ଜୀବଙ୍କ ଉପରେ ଅତ୍ୟାଚାର କରନ୍ତି। ସେହି ମାନେ ଭଗବାନଙ୍କ କ୍ରୋଧର ଶିକାର ହୋଇ ଭୟଙ୍କର ଦଣ୍ଡର ଶିକାର ହୁଅନ୍ତି।

୩. ଡେରିରେ ଶେଯରୁ ଉଠିବା –

ଏହି ମହାଶିବରାତ୍ରି ଦିନ ତାଙ୍କର ଭକ୍ତ ରାତି ଉଜାଗର ରହି ଦୀପ ଜାଳୀ ଥାଆନ୍ତି। ଏହିଦିନ ପ୍ରାତଃ କାଳରୁ ଉଠି ସ୍ନାନ କରି ଶିବଙ୍କ ଆରାଧନା କରନ୍ତି ତେବେ ତାଙ୍କୁ ପୁଣ୍ୟର ପ୍ରାପ୍ତି ମିଳିଥାଏ। ଯଦି ଆପଣ ଶିବରାତ୍ରି ଦିନ ଡେରି ପର୍ଯ୍ୟନ୍ତ ସୋଇ ରହୁଛନ୍ତି ତେବେ ଭାଗ୍ୟ ଆପଣଙ୍କ ଭଳି ସୋଇଯିବ। ମହାଶିବରାତ୍ରୀର ପୁନ୍ୟ ସହକାରେ ଭଗବାନ ଶିବଙ୍କ ଆଶିଷ ନିଅନ୍ତୁ।

୪. ଟଙ୍କା ପଇସାର ଲୋଭ –

ଭଗବାନ ଶିବଙ୍କୁ ହୀରା, ନୀଳା, ଟଙ୍କା ପଇସାରେ ପ୍ରସନ୍ନ କରି ହୁଏନି। ଭଗବାନ ଶିବ କୈଳାସ ପତି, ବୈରାଗୀ ହେଇଥିବାରୁ ତାଙ୍କୁ ୟେ ସଂସାରର କୌଣସି ଜିନିଷ ଲୋଡା ନଥାଏ। ଯେଉଁମାନେ ଲୋଭି ହୋଇଥାନ୍ତି ଏବଂ କାମ କ୍ରୋଧରେ ଲିପ୍ତ ରୁହନ୍ତି। ସେମାନଙ୍କୁ ଭଗବାନ ଶିବ କେବେବି କ୍ଷମା କରନ୍ତି ନାହିଁ। ଯଦି ନିଜେ ରୋଜଗାର କରୁଥିବା ଧନରୁ ଏକ ଟଙ୍କା ବି କୌଣସି ଗରିବଙ୍କୁ ଆପଣ ଦାନ କରନ୍ତି। ତେବେ ଭଗବାନ ଶିବ ଅତ୍ୟନ୍ତ ପ୍ରସନ୍ନ ହୁଅନ୍ତି।

୫. ପ୍ରେମ ପ୍ରସଙ୍ଗ –

ଏହି ମହାଶିବରାତ୍ରି ଏକ ପବିତ୍ର ଦିନ ହେଇଥିବାରୁ ଏହି ଦିନ ଭଗବାନ ଶିବ ଏବଂ ମାତା ପାର୍ବତୀଙ୍କ ଜପ କରିବା ଆବଶ୍ୟକ ଅଟେ। ଭୁଲରେ ବି କୌଣସି ପ୍ରକାର ଅପବିତ୍ର କାମ କରିବା ଅନୁଚିତ୍। ଏହି ଦିନ ସ୍ବାମୀ ସ୍ତ୍ରୀ ବାଲ୍ ବ୍ରହ୍ମଚାରି ବ୍ରତ ପାଳନ କରିବା ଉଚିତ୍।

୬. ଗୁରୁଜନଙ୍କ ଅପମାନ –

ସଂସାରର ସର୍ବ ପ୍ରଥମ ଗୁରୁ ଭଗବାନ ଶିବ ସ୍ୱୟଂ ଅଟନ୍ତି। ତାଙ୍କ ମାଧ୍ୟମରେ ସମଗ୍ର ସୃଷ୍ଟିକୁ କଳା,ବିଜ୍ଞାନ ଆଦି ପ୍ରାପ୍ତ ହୋଇଛି। ଏଥିପାଇଁ ଭଗବାନ ଶିବ ସମସ୍ତ ସଂସାରର ଗୁରୁ ଅଟନ୍ତି। ତେଣୁ ଏହିଦିନ ଗୁରୁଜନଙ୍କ ଅପମାନ ଭୁଲରେ ବି କରନ୍ତୁ ନାହିଁ। ଏହା ଥିଲା ଆପଣ ମହାଶିବରାତ୍ରି ଦିନ କେଉଁ କାର୍ଯ୍ୟ ନ କରିବା ଉଚିତ୍।

ଏବେ ଆସନ୍ତୁ ଜାଣିବା ଏହି ଦିନ ନନ୍ଦୀର କାନରେ କେଉଁ ଜିନିଷ ଆପଣ କହିବେ ଓ କେଉଁ ମନ୍ତ୍ରର ଆପଣ ଉଚ୍ଚାରଣ କରିବେ। ଶିବ ମନ୍ଦିରରେ ନନ୍ଦୀ ଭଗବାନ ଶିବଙ୍କ ଆଗରେ ବସିଥାନ୍ତି ଏବଂ ଏହି ନନ୍ଦୀ ମହାରାଜା ଭଗବାନ ଶିବଙ୍କ ବାହନ ଅଟନ୍ତି ଓ ତାଙ୍କ ପ୍ରିୟ ଭକ୍ତ ମଧ୍ୟ ଅଟନ୍ତି। ତେଣୁ ଯେଉଁ ବ୍ୟକ୍ତିଙ୍କୁ ବିଶ୍ୱାସ ଅଛି ତେବେ ଆପଣ ଏହି କଥା କୁହନ୍ତୁ। ନନ୍ଦୀଙ୍କ କାନରେ କୁହା ଯାଇଥିବା କଥା ଭଗବାନ ଶିବଙ୍କ କାନରେ ଜଲ୍ଦୀ ପହଞ୍ଚି ଯାଏ ଓ ତାହା ପୂରଣ ମଧ୍ୟ ହୋଇଥାଏ। ଆପଣ ଯେଉଁ ପ୍ରକାରେ ନନ୍ଦିକୁ କୁହନ୍ତି ସେହି ପ୍ରକାରେ ସେ ଭଗବାନ ଶିବଙ୍କୁ କହି ଦିଅନ୍ତି।

ନନ୍ଦୀ ସମସ୍ତ ଭକ୍ତଙ୍କ ମଧ୍ୟରୁ ପ୍ରିୟ ଅଟନ୍ତି। ସେ ପୂର୍ବ ଜନ୍ମରେ ଶିଳା ଋଷି ଥିଲେ ଯିଏ କି ୧୦୦୦ ବର୍ଷ ତପସ୍ୟା କରି ଭଗବାନ ଶିବଙ୍କୁ ପ୍ରସନ୍ନ କରିଥିଲେ ଓ ଭଗବାନ ଶିବଙ୍କୁ ବରଦାନ ମାଗିଥିଲେ। ହେ ଶିବ ସମ୍ଭୁ ସର୍ବଦା ଆପଣ ଆମ ସାଙ୍ଗରେ ରହିଥାନ୍ତୁ। ତାଙ୍କ କଥାରେ ପ୍ରସନ୍ନ ହୋଇ ଭଗବାନ ଶିବ ତାଙ୍କୁ ତାଙ୍କର ବାହନ ରୂପରେ ରହିବାକୁ ସର୍ବଦା ଆଶୀର୍ବାଦ ଦେଲେ। ଶିବ ପୁରାଣ ଅନୁଯାୟୀ ଭଗବାନ ଶିବ ସବୁବେଳେ ତପସ୍ୟାରେ ଲିପ୍ତ ରୁହନ୍ତି। ତାଙ୍କ ତପସ୍ୟାରେ କିପରି ଭଙ୍ଗ ନହେଉ ସେଥିପାଇଁ ନନ୍ଦୀ ସବୁବେଳେ ତାଙ୍କ ପାଖରେ ଥାଆନ୍ତି।

ଯେଉଁ ଭକ୍ତ ଭଗବାନ ଶିବଙ୍କ ପାଖକୁ ଆସନ୍ତି ସେଠାରେ ନନ୍ଦୀ ତାଙ୍କୁ ଅଟକେଇ ରଖନ୍ତି। ଭଗବାନଙ୍କ ତପସ୍ୟାରେ ବାଧା ନ ଆସିବା ପାଇଁ ଭକ୍ତ ନନ୍ଦୀଙ୍କ କାନରେ ନିଜର ମନ କଥା କହି ଆସନ୍ତି। ଯଦି ଆପଣଙ୍କୁ ନିଜ ଦାମ୍ପତ୍ୟ ଜୀବନରେ ଖୁସି ରହିବାକୁ ଅଛି ଅବା ଚାକିରି ପାଇବାକୁ ଅଛି। ତେବେ ଆପଣ ନନ୍ଦିର ଡାହାଣ କାନରେ କହି ଓମ୍ ନମଃ ଶିବାୟ ଏବଂ ହର ହର ମହାଦେବ ବୋଲି କହି ଦିଅନ୍ତୁ। ଏପରି କରନ୍ତୁ ଦେଖିବେ ଆପଣଙ୍କ ଜୀବନରେ ଥିବା ସମସ୍ତ କଷ୍ଟ ଦୂର ହେବ ଓ ଆପଣଙ୍କ ସମସ୍ତ ମନୋସ୍କାମନା ପୂର୍ଣ୍ଣ ହେବ।

Leave a Reply

Your email address will not be published. Required fields are marked *