ଅତ୍ୟନ୍ତ ଖର୍ଚ୍ଚୀ ସ୍ୱଭାବର ହୋଇଥାନ୍ତି ଏହି ୫ଟି ରାଶିର ଲୋକ, ତେବେ ଜାଣନ୍ତୁ ଏମାନଙ୍କ ଭିତରେ ଆପଣଙ୍କ ନା ନାହିଁ ତ?

ଏହି ଦୁନିଆଁରେ ବିଭିନ୍ନ ପ୍ରକାରର ଲୋକ ଅଛନ୍ତି । କିଏ ଟଙ୍କା ଖର୍ଚ୍ଚ କରିବାକୁ ଭଲ ପାଏ ତ କିଏ ଟଙ୍କା ସଞ୍ଚୟ କରିବାକୁ ଭଲ ପାଏ । ତେବେ ଟଙ୍କା ସଞ୍ଚୟ କରିବା ନିଶ୍ଚିତ ଭାବରେ ଭଲ କଥା ଅଟେ । ଅଯଥାରେ ଟଙ୍କାକୁ ପାଣି ଭଳି ଉଡାଇବା କଥା ନୁହେଁ । ଗୋଟିଏ ଟଙ୍କା ରୋଜଗାର କରିବାପାଇଁ ଅନେକ ପରିଶ୍ରମ କରିବାକୁ ପଡିଥାଏ । ତେବେ ଶାସ୍ତ୍ରରେ ଉଲ୍ଲେଖ କରାଯାଇଛି କି ଏଭଳି କିଛି ବ୍ୟକ୍ତି ଅଛନ୍ତି , ଯେଉଁମାନେ ଟଙ୍କା ଖର୍ଚ୍ଚ କରିବା ପୂର୍ବରୁ ଆଗ ପଛ କିଛି ବି ଚିନ୍ତା ନ କରି ଟଙ୍କା ଖର୍ଚ୍ଚ କରନ୍ତି । ଆସନ୍ତୁ ସେମାନଙ୍କ ବିଷୟରେ ବିସ୍ତୃତ ଭାବରେ ଜାଣିବା ।

୧) ମିଥୁନ ରାଶି:-

ଏହି ରାଶିର ଲୋକମାନେ ଅତ୍ୟନ୍ତ ଖର୍ଚ୍ଚୀ ସ୍ୱଭାବର ହୋଇଥାନ୍ତି । ଅନ୍ୟକୁ ଦେଖେଇ ହେବା ପାଇଁ ଏମାନେ ପାଖରେ ଥିବା ଟଙ୍କାକୁ ଖର୍ଚ୍ଚ କରିଥାନ୍ତି । ଏମାନେ ଅତ୍ୟନ୍ତ ପରିଷ୍କାର ପରିଛନ୍ନ ହୋଇଥାନ୍ତି । ନିଜର ଇଚ୍ଛା ପୂର୍ଣ୍ଣ କରିବାପାଇଁ ଏମାନେ କିଛି ବି କରିପାରନ୍ତି , ଏଥିରେ କୌଣସି ବୁଝାମଣା କରନ୍ତି ନାହିଁ । ଯଦି କୌଣସି ବ୍ୟବସାୟରୁ କିମ୍ବା କୌଣସି କ୍ଷେତ୍ରରୁ ଅଧିକ ଟଙ୍କା ଆସିଗଲା , ତେବେ ଏମାନେ ସେହି ଟଙ୍କାକୁ ଖୁବଶୀଘ୍ର ଉଡାଇ ଦିଅନ୍ତି । ଏମାନଙ୍କ ପାଖକୁ ଶୀଘ୍ର ଟଙ୍କା ଆସିବା ସହ ଚାଲି ମଧ୍ୟ ଯାଇଥାଏ ।

୨) କନ୍ୟା ରାଶି:-

ଏହି ରାଶିର ଲୋକମାନେ ମଧ୍ୟ ଅତ୍ୟନ୍ତ ଟଙ୍କା ଖର୍ଚ୍ଚ କରିଥାନ୍ତି । ଏମାନେ ନିଜର ଇଚ୍ଛା ଯେମିତି ହେଲେ ବି ପୂରଣ କରିଥାନ୍ତି । କିନ୍ତୁ ଗୋଟିଏ କଥା ସମସ୍ତେ ମନେରଖିବା ଆବଶ୍ୟକ ଯେ , ଆବଶ୍ୟକତା ଅନୁଯାୟୀ ଟଙ୍କାକୁ ଖର୍ଚ୍ଚ କରିବା ଦରକାର । କିନ୍ତୁ ଏହି ରାଶି ଅଧିକ ଟଙ୍କା ଖର୍ଚ୍ଚ କରନ୍ତି । ନିଜ ଟଙ୍କାକୁ ଉପରକୁ ନେଇଯିବା ପାଇଁ ଏହି ରାଶିର ବ୍ୟକ୍ତି ବିଶେଷ ଚିନ୍ତା କରିଥାନ୍ତି ।

୩) ମକର ରାଶି:-

ଏହି ରାଶିର ଲୋକମାନେ ନିଜ ଅପେକ୍ଷା ନିଜ ସାଙ୍ଗସାଥି ମାନଙ୍କ ପଛରେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । କେହି ଯଦି ଏମାନଙ୍କୁ ଟଙ୍କା ମାଗେ , ତେବେ ଏମାନେ ମନା କରନ୍ତି ନାହିଁ ବରଂ ସାଙ୍ଗେ ସାଙ୍ଗେ ଦେଇ ଦିଅନ୍ତି । ଏମାନଙ୍କ ପାଖରେ ଟଙ୍କା ରୋଜଗାର କରିବାର କ୍ଷମତା ରହିଛି , ତେଣୁ ଏମାନେ ନିଜ ଟଙ୍କାର ଭରପୋଷଣ ବହୁତ ଶୀଘ୍ର କରିଦିଅନ୍ତି ।

୪) ବିଛା ରାଶି:-

ନିଜ ଉପରେ ଟଙ୍କା ଖର୍ଚ୍ଚ କରିବାକୁ ଏହି ରାଶିର ଲୋକମାନେ ବହୁତ ଭଲ ପାଇଥାନ୍ତି । ଖାଇବା ପିଇବା , ପିନ୍ଧିବା ଏବଂ ଜିନିଷ କିଣାକିଣି କରିବାରେ ପ୍ରାୟତଃ ଏମାନେ ଅଧିକ ଟଙ୍କା ଖର୍ଚ୍ଚ କରିଥାନ୍ତି । ଟଙ୍କା ଖର୍ଚ୍ଚ କଲେ ମଧ୍ୟ ଏମାନେ ତାର ଗୋଟିଏ ହେଲେ ବି ହିସାବ ରଖନ୍ତି ନାହିଁ , ଓଲଟା ମନ ଖୋଲି ଉପଭୋଗ କରନ୍ତି ଓ ଟଙ୍କା ଖର୍ଚ୍ଚ କରନ୍ତି । ଏମାନଙ୍କର କିଛି ବିଶେଷ ସଉକରେ ଏମାନେ ଅଧିକ ଟଙ୍କା ବିନିଯୋଗ କରନ୍ତି ।

୫) କୁମ୍ଭ ରାଶି:-

ଏହି ରାଶିର ଲୋକ ମାନଙ୍କର ହୃଦୟ ବହୁତ ବଡ଼ ହୋଇଥାଏ ।ଏମାନେ ନିଜ ପାଇଁ ଟଙ୍କା ଖର୍ଚ୍ଚ କରିବା ସହ ସହ ଅନ୍ୟ ଉପରେ ଟଙ୍କା ଖର୍ଚ୍ଚ କରିବାକୁ ମଧ୍ୟ ବହୁତ ଭଲ ପାଇଥାନ୍ତି । ଏମାନଙ୍କୁ ଭୋଜି କରିବା ଏବଂ ପାର୍ଟି କରିବାପାଇଁ ବହୁତ ଭଲ ଲାଗିଥାଏ । ନିଜ ସାଙ୍ଗସାଥି ସହ ମିଶି ଟଙ୍କା ଖର୍ଚ୍ଚ କରିବାପାଇଁ ଏମାନେ ବହୁତ ଭଲ ପାଇଥାନ୍ତି ।

Leave a Reply

Your email address will not be published. Required fields are marked *