ଯୁଦ୍ଧ ମଝିରେ ୟୁକ୍ରେନର ମହିଳାମାନଙ୍କୁ ଭେଟିବାକୁ ଡାକୁଛନ୍ତି ଋଷ ସୈନିକ, ଫଟୋ ସହିତ ପଠାଉଛନ୍ତି ଏପରି ମେସେଜ:-

ଋଷ ୟୁକ୍ରେନରେ ମିଲିଟାରୀ ଅପରେସନ ଆରମ୍ଭ କରିଛି । ରାଜଧାନୀ କ୍ୟିଭ ସହ ବର୍ତ୍ତମାନ ପର୍ଯ୍ୟନ୍ତ 11 ଟି ସହରରେ ମିଶାଇଲ ଆକ୍ରମଣର ଖବର ଆସିଛି । ଅନେକ ସ୍ଥାନରେ ଋଷ କ୍ରୁଜ୍ ଏବଂ ବାଲିଷ୍ଟିକ୍ ମିଶାଇଲ ସହିତ ଆକ୍ରମଣ କରିଛି । ଏହି ସମୟରେ ୟୁକ୍ରେନର ମହିଳାମାନେ ଏକ ଆଶ୍ଚର୍ଯ୍ୟଜନକ ଦାବି କରିଛନ୍ତି । ୟୁକ୍ରେନର ଜଣେ ମହିଳା ଦାବି କରିଛନ୍ତି ଯେ ସୋସିଆଲ ମିଡିଆ ପ୍ଲାଟଫର୍ମ ଟିଣ୍ଡରରେ ଋଷର ସୈନିକମାନେ ସେମାନଙ୍କୁ ଫ୍ଲର୍ଟି ମେସେଜ ପଠାଉଛନ୍ତି ।

ଦି ସନ୍ ରିପୋର୍ଟ ଅନୁଯାୟୀ ଆଣ୍ଡ୍ରେଇ, ଆଲେକ୍ସଜାଣ୍ଡାର୍, ଗ୍ରେଗୋରୀ ଏବଂ ମାଇକେଲ ସହିତ ଅନେକ ଋଷୀୟ ସୈନିକ ଡେଟିଂ ଆପରେ ସେମାନଙ୍କର ପ୍ରୋଫାଇଲ୍ ତିଆରି କରିଛନ୍ତି । Dasha Synelnikova ନାମକ ଜଣେ ମହିଳା କହିଛନ୍ତି ଯେ ଗତ କିଛି ଦିନ ହେବ ଅନେକ ଋଷୀୟ ସୈନିକ ଟିଣ୍ଡରରେ ତାଙ୍କୁ ମେସେଜ ଏବଂ ରିକ୍ୱେଷ୍ଟ୍ ପଠାଉଥିଲେ ।

33 ବର୍ଷୀୟ Dasha Synelnikova ‘ଦି ସନ୍’କୁ କହିଛନ୍ତି -‘ ମୁଁ ୟୁକ୍ରେନର କ୍ୟିଭ ସହରରେ ରୁହେ । ଟିଣ୍ଡରରେ ବହୁତ ଋଷ ସୈନିକ ଅଛନ୍ତି ବୋଲି ଜଣେ ବନ୍ଧୁ ମୋତେ କହିବାରୁ ମୁଁ ମୋର ଲୋକେସନ୍ ସେଟିଂକୁ ଖାର୍କିଭକୁ ବଦଳାଇଲି । ଏହାପରେ ମଧ୍ୟ ଋଷୀୟ ସୈନିକମାନେ ମୋତେ ମେସେଜ କରିଥିଲେ ।

ସ୍କ୍ରିନସଟ ସେୟାର କରି ମହିଳା ଜଣକ ଦାବି କରିଛନ୍ତି ଯେ ଋଷର ସୈନିକମାନେ ଫ୍ଲର୍ଟ କରିବା ଉଦ୍ଦେଶ୍ୟରେ ସୋସିଆଲ ମିଡିଆରେ ତାଙ୍କୁ ମେସେଜ କରୁଛନ୍ତି । କେତେକ ସୈନିକ ସେମାନଙ୍କ ଫଟୋ ସହିତ ମହିଳାମାନଙ୍କ ନିକଟକୁ ସେମାନଙ୍କ ପଦବୀ ବିଷୟରେ ସୂଚନା ପଠାଇଥିବା ଜଣାଯାଇଛି ।

ଏହି ସମୟରେ Dasha Synelnikova 31 ବର୍ଷିୟ ଆଣ୍ଡ୍ରେଇ (ଋଷର ସୈନିକ) ଙ୍କ ସହ ମେସେଜ ଜରିଆରେ କଥା ହୋଇଥିଲେ । ଦାଶା ଆଣ୍ଡ୍ରେଇଙ୍କୁ ପଚାରିଲେ ତୁମେ କେଉଁଠି ଅଛ? ତୁମେ ଖାର୍କିଭରେ ଅଛ କି ? ଆଣ୍ଡ୍ରେଇ କହିଲେ- “ମୁଁ ଖାର୍କିଭରେ ନାହିଁ କିନ୍ତୁ ମୁଁ ତୁମ ନିକଟରେ ଅଛି ମାତ୍ର 80 କିଲୋମିଟର ଦୂର ।”

ଦାଶା ପୁଣି ପଚାରିଲେ- ” ମୋତେ ଭେଟିବାକୁ ତୁମର କୌଣସି ଯୋଜନା ଅଛି କି?” ଆଣ୍ଡ୍ରେଇ ଉତ୍ତର ଦେଇଛନ୍ତି- “ମୁଁ ଖୁସିରେ ଯିବି, କିନ୍ତୁ 2014 ପରଠାରୁ ଋଷର ଲୋକଙ୍କୁ ୟୁକ୍ରେନରେ ସ୍ୱାଗତ କରାଯାଇ ନାହିଁ । ଦାଶା ପୁଣି ପଚାରିଲେ- “ତୁମେ କଣ କର?” ଆଣ୍ଡ୍ରେଇ ଏହାର କୌଣସି ପ୍ରତ୍ୟକ୍ଷ ଉତ୍ତର ଦେଇନଥିଲେ ।

ଦାଶା ଆହୁରି କହିଛନ୍ତି- ‘ଏକ ଫଟୋରେ, ଋଷ ସୈନିକଙ୍କୁ ଏକ ଟାଇଟ୍ ପୋଷାକରେ ଦେଖିବାକୁ ମିଳିଥିଲା ​​। ଅନ୍ୟ ଏକ ଫଟୋରେ, ବ୍ୟକ୍ତି ଜଣକ ତାଙ୍କ ବନ୍ଧୁକ ସହ ଖଟ ଉପରେ ପୋଜ୍ ଦେଇଥିଲେ । ତେବେ ମୋତେ ସେମାନଙ୍କ ମଧ୍ୟରୁ କେହି ଆକର୍ଷଣୀୟ ଲାଗିଲେ ନାହିଁ । ମୁଁ କେବେହେଲେ ଶତ୍ରୁଙ୍କ ସହିତ କଥାବାର୍ତ୍ତା ହେବାକୁ ଚିନ୍ତା କରିପାରିବି ନାହିଁ । ମୁଁ ଟିଣ୍ଡରରେ ତାଙ୍କ ରିକ୍ୱେଷ୍ଟକୁ ରିଜେକ୍ଟ କରିଦେଇଛି ।

Leave a Reply

Your email address will not be published. Required fields are marked *