ଯେଉଁ ମହିଳା ଠାରେ ଏହି ୭ଟି ଲକ୍ଷଣ ଦେଖିଦିଏ ସେ ମା ଲକ୍ଷ୍ମୀଙ୍କ ରୂପ ହୋଇଥାଏ

ଆମ ହିନ୍ଦୁ ଧର୍ମରେ ମହିଳା ମାନଙ୍କୁ ଦେବୀଙ୍କ ରୂପରେ ଦେଖା ଯାଇଥାଏ।ମହିଳା ମାନଙ୍କୁ ମା ଲକ୍ଷ୍ମୀ,ମା ସରସ୍ଵତୀ,ମା ପାର୍ବତୀଙ୍କ ରୂପରେ ମାନା ଯାଇଥାଏ।ପ୍ରତ୍ୟେକ ପୁରୁଷର ଅର୍ଦ୍ଧାଙ୍ଗିନୀ ତାଙ୍କ ସ୍ତ୍ରୀ ହୋଇଥାଏ।ସେଥିପାଇଁ ପୁରୁଷ ସଫଳତାର କାରଣ ତାଙ୍କ ସ୍ତ୍ରୀଙ୍କୁ ହିଁ ମାନା ଯାଇଥାଏ।ଏହି ସବୁ କଥା ମାନ ଗରୁଡ଼ ପୁରାଣରେ କୁହାଯାଇଛି।

ଯେଉଁ ମହିଳାଙ୍କ ଭିତରେ ଏହି ୭ଟି ରୂପ ରହିଥାଏ ସେ ମା ଲକ୍ଷ୍ମୀଙ୍କ ସ୍ୱରୂପ ବୋଲି ମାନା ଯାଇଛି।ଏମିତି ମହିଳାଙ୍କ ପାଦ ଯେଉଁ ଘରେ ପଡ଼ିଥାଏ ସେହି ଘରୁ ସବୁ ପ୍ରକାର ଖରାପ ଶକ୍ତି ବା ନକାରାତ୍ମକ ଶକ୍ତି ସବୁ ନାସ ହୋଇଥାଏ। ଘରେ ସୁଖ,ସମୃଦ୍ଧି ଏବଂ ବୈଭବରେ ଭରି ଯାଇଥାଏ। ସେହି ଘରେ ରହିବାର ମାନେ ପରିବାର ଲୋକଙ୍କ ସୋଇଥିବା ଭାଗ୍ୟ ଚମକି ଉଠିଥାଏ।

ଗରୁଡ଼ ପୁରାଣରେ ବର୍ଣ୍ଣିତ କି ଏହି ଭଳି ମହିଳା ଯେଉଁ ଗୃହକୁ ପ୍ରବେଶ କରନ୍ତି ସେହି ଗୃହ ସକାରାତ୍ମକ ଉର୍ଯାରେ ଭରି ରହିଥାଏ।ଏପରି ଦେଖାଯାଇଛି କି ଅତ୍ୟନ୍ତ ଗରିବ,ଭିକାରୀ ବା ଉତ୍କଟ ରୋଗରେ ପୀଡ଼ିତ ବ୍ୟକ୍ତି ଲକ୍ଷ୍ମୀ ରୁପି ସ୍ତ୍ରୀ ପାଇ ଚକ୍ରବର୍ତ୍ତୀ ରାଜାର ପଦ ପ୍ରାପ୍ତି କରିଥାନ୍ତି।

ଏହା ମହାଲକ୍ଷ୍ମୀଙ୍କ ଆଶିଷ ଯୋଗୁଁ ହୋଇଥାଏ।ସେ ନିଜର ପ୍ରିୟ ଭକ୍ତଙ୍କ ଉପରେ କୃପା ବର୍ଷା କରିଥାନ୍ତି।ଆଜି ଆମେ ଜାଣିବା ଏହି ଗରୁଡ଼ ପୁରାଣରେ ବର୍ଣ୍ଣିତ ଏହି ନାରୀ ମାନଙ୍କର କିଛି ଲକ୍ଷଣ,କାରଣ ବା ସ୍ଵଭାବ ଯାହାଙ୍କ ଲାଗି ତାଙ୍କ ସ୍ଵାମୀ ସଂସାରରେ ସମସ୍ତ ଶୁଖ ପାଇଥାନ୍ତି।ଘରେ ସୁଖ,ସମୃଦ୍ଧି ଏବଂ ଐଶ୍ୱର୍ଯ୍ୟର ପ୍ରାପ୍ତି ହୋଇଥାଏ।ଆସନ୍ତୁ ଜାଣିବା ଏହି ନାରୀ ମାନଙ୍କର ୭ଟି ଲକ୍ଷଣ ବିଷୟରେ ଏବଂ ଏହା ସହିତ ଅନ୍ୟ କିଛି ନାରୀ ମାନଙ୍କ ବିଷୟରେ।

ପ୍ରଥମ – ସୂର୍ଯ୍ୟ ଉଦୟ ପୂର୍ବରୁ ପ୍ରତ୍ୟେକ ମହିଳା ମାନଙ୍କୁ ଶେଯରୁ ଉଥିଯିବା ଦରକାର୍।ଗରୁଡ଼ ପୁରାଣରେ ବର୍ଣ୍ଣିତ କି ଯେଉଁ ମହିଳା ମାନେ ବ୍ରହ୍ମ ମୁହୂର୍ତ୍ତରେ ଉଠନ୍ତି।ସେହି ମହିଳାଙ୍କ ଉପରେ ମହାଲକ୍ଷ୍ମୀଙ୍କ କୃପା ସବୁବେଳେ ବନି ରହିଥାଏ।ଏହାର ବିପରୀତ ଯେଉଁ ମହିଳା ସୂର୍ଯ୍ୟ ଉଦୟ ପର ଯାଏଁ ଶୋଇଥାନ୍ତି ସେମାନେ ପାପ କର୍ମ କରିବା ଭଳି ହୋଇଥାନ୍ତି।ତେଣୁ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠୁଥିବା ମହିଳା ସମସ୍ତ ଦେବୀ ଏବଂ ଦେବତାଙ୍କ କୃପା ପ୍ରାପ୍ତ କରିଥାନ୍ତି। ସେମାନଙ୍କ ଏହି ଅଭ୍ୟାସ ଯୋଗୁଁ ଘରେ ସୁଖ,ସମୃଦ୍ଧି ବାସ କରିଥାଏ।

ଦିତୀୟ – ଯେଉଁ ମହିଳା ହିନ୍ଦୁ ଧର୍ମ ପରି ସ୍ୱଚ୍ଛ ବସ୍ତ୍ର ପିନ୍ଧି ଦେବି ଦେବତାଙ୍କର ବିଧି ବିଧାନରେ ପୂଜା ଆରାଧନା କରି ଥାଆନ୍ତି।ଧୂପ,ଦୀପ,ନୈବେଦ୍ୟ ଆଦି ଦେଇ ପୂଜା ବିଧି କରିଥାନ୍ତି। ଏମିତି ମହିଳାଙ୍କ ଘରେ ସୁଖ,ଶାନ୍ତି ବାସ କରେ। ଏହାର ବିପରୀତ ଯେଉଁ ମହିଳା ସ୍ନାନ କରନ୍ତି ନାହିଁ ,ଦେବୀ ଦେବତାଙ୍କ ପୂଜା ଆରାଧନା କରନ୍ତି ନାହିଁ।ଏପରି ମହିଳାଙ୍କୁ ପାପ କରୁଥିବା ମହିଳାଙ୍କ ସହିତ ତୁଳନା କରାଯାଏ।

ତୃତୀୟ – ଯେଉଁ ମହିଳା ଘରକୁ ସଫା ସୁତୁରା ରଖନ୍ତି ନାହିଁ ବା ସ୍ୱଚ୍ଛ ନରଖି ଘରର ଜିନିଷ ପତ୍ର ଏପଟ ସେପଟ ରଖିଥାନ୍ତି। ସେହି ମହିଳା ଘରକୁ ଦୁଃଖ,କଷ୍ଟ ,କ୍ଳେଶ ବା ଦୁର୍ଭାଗ୍ୟ ଆଣିଥାଏ।ଯେଉଁ ମହିଳା ସବୁବେଳେ ଘରକୁ ସଫା ରଖନ୍ତି,ଘରେ ରଙ୍ଗ ବେରଙ୍ଗର ରଙ୍ଗୋଲି ବା ଝୋଟି ପକେଇ ଦେବୀ ଦେବତାଙ୍କୁ ଆମନ୍ତ୍ରଣ କରିଥାନ୍ତି।ସେହି ମହିଳା ସୌଭାଗ୍ୟବତି ହୋଇଥାନ୍ତି।

ଚତୁର୍ଥ – ଯେଉଁ ମହିଳା ପ୍ରତିଦିନ ଦେବୀ ଓ ଦେବତାଙ୍କୁ ଜଳ ଅର୍ପଣ କରିଥାନ୍ତି ଓ ସର୍ବଦା ତୁଳସୀ ଗଛରେ ଜଳ ଅର୍ପଣ କରନ୍ତି। ସେହି ମହିଳାଙ୍କୁ ମାଲକ୍ଷ୍ମିଙ୍କ ସ୍ୱରୂପ ମାନା ଯାଇଥାଏ।ଏମିତି ମହିଳାଙ୍କ ଘରେ ରୋଗ,ଶୋକ,ଦୁଃଖ ଆଦି ପ୍ରବେଶ କରିନଥାଏ।

ପଞ୍ଚମ – ଯେଉଁ ସ୍ତ୍ରୀ ପ୍ରତିଦିନ ସ୍ବାମୀଙ୍କ ଚରଣ ସ୍ପର୍ଶ କରନ୍ତି ବା ଶୋଇବା ପୁର୍ବରୁ ପାଦ ସେବା କରନ୍ତି।ଏପରି ଘରେ ମହାଲକ୍ଷ୍ମୀ ସର୍ବଦା ବାସ କରନ୍ତି।ଯେଉଁ ସ୍ତ୍ରୀ ମହା ଲକ୍ଷ୍ମୀଙ୍କୁ ଅନୁସରଣ କରନ୍ତି ନାହିଁ ସେମାନେ ଦୁର୍ଭାଗ୍ୟ ଶାଳୀ ହୋଇଥାନ୍ତି।ସେଥିପାଇଁ ସ୍ତ୍ରୀ ମାନଙ୍କୁ ସେମାନଙ୍କ ସ୍ବାମୀଙ୍କ ସେବା କରିବା ଉଚିତ୍।

Leave a Reply

Your email address will not be published. Required fields are marked *