ସୂର୍ଯ୍ୟାସ୍ତ ପରେ ଭୁଲରେ ବି କରନ୍ତୁ ନାହିଁ ଏହି ୪ଟି କାମ। ନହେଲେ ପୁରା ଘର ବର୍ବାଦ ହେଇଯିବ।

ଜ୍ୟୋତିଷ ଶାସ୍ତ୍ରରେ କିଛି ଏପରି ନିୟମ ମାନ ଅଛି ଯେଉଁ ଗୁଡ଼ିକ ସନ୍ଧ୍ୟା ପରେ ତ ବିଲକୁଲ ବି କରିବା ଅନୁଚିତ୍। କାରଣ ସୂର୍ଯ୍ୟାସ୍ତ ପରେ ଏପରି କରିବା ଦ୍ବାରା ନା କେବଳ ସ୍ବାସ୍ଥ୍ୟଗତ ସମସ୍ୟା ବରଂ ଧନ ବୃଦ୍ଧିରେ ବି ସମସ୍ୟା ବା ଆର୍ଥିକ କରଜ ସମସ୍ୟା ମାନ ଦେଖାଯାଏ।ଆମେ ସମସ୍ତେ ଜୀବନରେ ବହୁ ଧନ ଅର୍ଜନ କରିବାକୁ ଚାହିଁଥାନ୍ତି। ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ

ପ୍ରଥମ କଥା – ସୂର୍ଯ୍ୟାସ୍ତ ପରେ ବା ସନ୍ଧ୍ୟା ସମୟରେ କେବେ ଭୁଲରେ ବି କାହାକୁ କରଜ ଦେବେ ନାହିଁ। ଏପରି କରିବା ଦ୍ବାରା ସେହି କରଜ ଦେଇଥିବା ପଇସା ସହିତ ମାତା ଲକ୍ଷ୍ମୀ ମଧ୍ୟ ଘରୁ ଛାଡି ପଳାନ୍ତି। ସୂର୍ଯ୍ୟାସ୍ତ ପରେ ମଧ୍ୟ ଶୋଇବା ଅନୁଚିତ୍ ଏବଂ ଏହି ସମୟର ଭୋଜନ ବି କରିବା ଅନୁଚିତ୍। ମାନ୍ୟତା ଅଛି କି ଏହା କରିବା ଦ୍ୱାରା ବହୁତ୍ ଅଶୁଭ ହୋଇଥାଏ। ସ୍ବାସ୍ଥ୍ୟଗତ ସମସ୍ୟା ସହିତ ଧନର କମି ମଧ୍ୟ ଦେଖାଦିଏ। ଏହି ସମୟ ଭଗବାନଙ୍କର ଗୃହକୁ ଆସିବା ସମୟ ହୋଇଥାଏ। ସେ ଏହି ସମୟରେ ଧରା ପୃଷ୍ଠରେ ବୁଲନ୍ତି ଦେଖନ୍ତି କି ତାଙ୍କର ଭକ୍ତ ଏହି ସମୟର କଣ କରୁଛି। ଏଥିପାଇଁ ସନ୍ଧ୍ୟା ପରେ ଖାଇବା ବା ଶୋଇବା ଆଦି କରିବା ଅନୁଚିତ୍।

ସେହିପରି ସନ୍ଧ୍ୟା ସମୟରେ ନଖ କାଟିବା ଓ ମୁଣ୍ଡ କୁଣ୍ଡାଇ ବାଳ ବାନ୍ଧିବା ବା କାଟିବା ଆଦି କାର୍ଯ୍ୟ ମଧ୍ୟ କରିବା ଅନୁଚିତ୍। ଏପରି କରିବା ବହୁ ଅଶୁଭ ହୋଇଥାଏ। ଜୀବନରେ ନକରାତ୍ମକତା ବଢିବା ସହିତ ଧନର କମି ଓ ସମସ୍ୟା ମଧ୍ୟ ବଢିଯାଇଥାଏ। ସୂର୍ଯ୍ୟାସ୍ତ ପରେ ଘର ଝାଡୁ ପୋଛା କେବେବି କରିବା ଉଚିତ୍ ନୁହେଁ। ମାନ୍ୟତା ଅଛିକି ଏପରି କଲେ ଘରକୁ ଆସୁଥିବା ଲକ୍ଷ୍ମୀ ବି ଘର ଛାଡ଼ି ଚାଲି ଯାଆନ୍ତି। ଏହା ଫଳରେ ବ୍ୟକ୍ତି କରଜରେ ଦୁବି ରୁହେ ଏବଂ ଧନର କମି ରୁହେ। ସେଥିପାଇଁ ଭୁଲରେ ବି ଏହା କରନ୍ତୁ ନାହିଁ।

ସୂର୍ଯ୍ୟାସ୍ତ ପରେ ଚାଉଳ,ଦହି,କ୍ଷୀର,ଘିଅ,ରସୁଣ ଓ ପିଆଜ ଆଦିର ଦାନ ମଧ୍ୟ କରିବା ଅନୁଚିତ୍।ଏପରି କରିବା ଦ୍ବାରା ଆପଣଙ୍କ ଘରେ ସୁଖ,ସମୃଦ୍ଧି ଆଦି କମିବାକୁ ଲାଗେ। ଏହି ସବୁ ଜିନିଷ ଦେଲେ ଆପଣଙ୍କ ଉପରେ ରାହୁ ଓ କେତୁଙ୍କର ଖରାପ ପ୍ରଭାବ ପଡିଥାଏ।ଆଉ ଆପଣ ଜାଣିଥିବେ ରାହୁ ଏବଂ କେତୁ ଖରାପ ପ୍ରଭାବ କୁ ବହୁତ୍ ବଢେଇ ଦେଇଥାଏ।

ସେଥିପାଇଁ ଏପରି କଲେ ମାତା ଲକ୍ଷ୍ମୀ ମଧ୍ୟ ନାରାଜ ହେଇଯାଆନ୍ତି।ସନ୍ଧ୍ୟା ସମୟରେ ଘରୁ ଅଳିଆ କାଢ଼ନ୍ତୁ ନାହିଁ ଏବଂ କେହି ବ୍ୟକ୍ତି ଯଦି ଛୁଞ୍ଚି ବା ସୂତା ମାଗିବାକୁ ଆସନ୍ତି ତଥାପି ୟେସବୁ ଦିଅନ୍ତୁ ନାହିଁ। ଯଦି ଦିନରେ ବି କେହି ଏହି ଛୁଞ୍ଚି ଓ ସୂତା ନବାକୁ ଆସେ ତେବେ ଛୁଞ୍ଚିରେ ସୂତା ଗଳେଇ ଦେବେ ତା ପରେ ଏହାକୁ ଦେବେ।ସେହିପରି ଯଦି କେହି ଫେରେଇବାକୁ ଆସେ ତେବେ ସେହି ଭଳି ହିଁ ଦିଅନ୍ତୁ।ଏପରି କ୍ଷେତ୍ରରେ ହାତକୁ ହାତ ଆପଣ ଛୁଞ୍ଚି ବା ସୂତା ଆପଣ ଦିଅନ୍ତୁ ନାହିଁ।

ସନ୍ଧ୍ୟା ସମୟରେ କୋଣସି ନାରୀ ସେ ବୋହୂ ହଉ ବା ଝିଅ,ବୃଦ୍ଧ ବ୍ୟକ୍ତି କାହାରିକୁ କୌଣସି ଖରାପ ବ୍ୟବହାର ବା ଅପଶବ୍ଦ କୁହନ୍ତୁ ନାହିଁ।ଏପରି କଲେ ମାତାମହାଲକ୍ଷ୍ମୀ ନାରାଜ ହୋଇଯାଆନ୍ତି। ଛୋଟ ଛୁଆଙ୍କୁ କାନ୍ଦିବାକୁ ମଧ୍ୟ ଦିଅନ୍ତୁ ନାହିଁ।ଏପରି କରିବା ଦ୍ବାରା ଜୀବନରେ ସମସ୍ୟା ବଢ଼ିଥାଏ। ସନ୍ଧ୍ୟା ସମୟରେ ତୁଳସୀ ଗଛରେ ଜଳ ଦେବେ ନାହିଁ ମହାଲକ୍ଷ୍ମୀ ନାରାଜ ହେଇଯିବେ। କୌଣସି ଜୀବ ଜନ୍ତୁ,ପରିବାର ବର୍ଗଙ୍କୁ ମଧ୍ୟ ଅପସବ୍ଦ ବା ମରିକି ଭଗାନ୍ତୁ ନାହିଁ।କାରଣ ଜଣା ନଥାଏ କି ସନ୍ଧ୍ୟା ସମୟରେ ଲକ୍ଷ୍ମୀ କେଉଁ ରୂପରେ ଘରକୁ ଆସନ୍ତି।ତେଣୁ ଏହି ସବୁ କଥା ଉପରେ ନିଶ୍ଚୟ ଧ୍ୟାନ ଦିଅନ୍ତୁ।

Leave a Reply

Your email address will not be published. Required fields are marked *