ଘରେ ଲେମ୍ବୁ ଗଛ ଯଦି ଲଗାଇଛନ୍ତି ତାହେଲେ ଜାଣନ୍ତୁ ଏହା ଶୁଭ ନା ଅଶୁଭ ?

ବନ୍ଧୁମାନେ ଆମେ ଆମ ଆଖ ପାଖରେ ବହୁ ଗଛ ଲଗେଇ ଥାଉ ହେଲେ ସେଥିରୁ କେଉଁଟି ଶୁଭ ବା ଅଶୁଭ ତାହା ଆମକୁ ଜଣା ନଥାଏ। ହେଲେ ଆଜି ଆମେ ୨ଟି ବୃକ୍ଷ ଲେମ୍ବୁ ଏବଂ ବେଲ ବୃକ୍ଷ ବିଷୟରେ କିଛି ଶୁଭ ଏବଂ ଅଶୁଭ ଲକ୍ଷ୍ୟଣ ବିଷୟରେ ଜାଣିବା।

ଲେମ୍ବୁ ଗଛ – ଶୁଭ ବା ଅଶୁଭ ଗଛର ପତ୍ର ବା ରଙ୍ଗକୁ ନେଇ ହୋଇଥାଏ। ଏହି ଗଛ ବହୁ ପୁରାତନ କାଳରୁ ଲୋକମାନେ ଲଗେଇ ଆସୁଛନ୍ତି। ହେଲେ କେବେ କେବେ ଆମେ କିଛି ନଭାବି ଗଛ ଲଗେଇ ଦିଅନ୍ତି ଯାହା କ୍ଷତି କାରକ ହୋଇଥାଏ। ଗଛଲତାର ମଧ୍ୟ ବାସ୍ତୁ ଅନୁଯାୟୀ କିଛି ମହତ ଅଛି। ଯଦି ଆମେ ଏହାକୁ ଲଗେଇବା ତେବେ ଏହି ସବୁ ଜିନିଷ ବିଷୟରେ ଧ୍ୟାନ ଦେବା ଦରକାର୍। ଘରେ ଲେମ୍ବୁ ଗଛ ଲଗେଇବା ଶୁଭ ହୋଇଥାଏ ଏହା ବାସ୍ତୁଗତ ଦୃଷ୍ଟି କୋଣରୁ ଭଲ ହୋଇଥାଏ। ଆଗ କାଳରେ ଲୋକଙ୍କ ମାନ୍ୟତା ଥିଲା କି କୌଣସି ପ୍ରକାର କଣ୍ଟା ଜାତୀୟ ଗଛ ଘରେ ଲଗେଇବା ଅଶୁଭ ଅଟେ।

ଲେମ୍ବୁ ଆମ ଶରୀର ପାଇଁ ଭଲ ହୋଇଥାଏ ଏବଂ ବାସ୍ତୁଗତ ଦୃଷ୍ଟି କୋଣରୁ ଭଲ ହୋଇଥାଏ।ଆପଣ ଦେଖିଥିବେ କି ଖରାପ ନଜର ଉତାରିବା ପାଇଁ ଲେମ୍ବୁର ପ୍ରୟୋଗ ହୋଇଥାଏ।ଘରେ ଲେମ୍ବୁ ଗଛ ଲଗାଇଲେ ଏହା ବାସ୍ତୁ ଦୋଷକୁ ନଷ୍ଟ କରିଥାଏ ଓ ନକାରାତ୍ମକ ଊର୍ଯାକୁ ଦୂର କରିଥାଏ। ଆସନ୍ତୁ ଜାଣିବା ଲେମ୍ବୁର କିଛି ବିଶେଷ ଉପାୟ।

ଯଦି କୌଣସି ବ୍ୟକ୍ତି ଦେହ ବହୁତ୍ ଖରାପ ଏବଂ କୌଣସି ଔଷଧ କାମ କରୁନାହିଁ ତେବେ ଆପଣ ଗୋଟିଏ ଲେମ୍ବୁ ନେଇ ଏହା ଉପରେ ୩୦୭ ଲେଖନ୍ତୁ। ସେହି ଲେମ୍ବୁକୁ ସେହି ବ୍ୟକ୍ତିର ଚାରିପାଖରେ ୭ଥର ବୁଲେଇ ଆଣି ସେହି ଗଛ ପାଖରେ ପକେଇ ଦିଅନ୍ତୁ। ତେବେ ଆପଣ ଦେଖିବେ ସେହି ବ୍ୟକ୍ତିର ସ୍ବାସ୍ଥ୍ୟ ଠିକ୍ ହେବାକୁ ଲାଗିବ। ଡର ବା ଭୟଙ୍କର ସ୍ବପ୍ନ ଆସୁଥିଲେ ଏକ ନୀଳ ରଙ୍ଗର ଲେମ୍ବୁ ନିଅନ୍ତୁ। ତାକୁ ପାଖରେ ରଖି ସୁଅନ୍ତୁ ଯେବେ ତାହା ଶୁଖିଯିବ ଆପଣ ଅନ୍ୟ ଏକ ଲେମ୍ବୁ ଆଣି ସେପରି କରିବେ।ଏପରି ଆପଣ ୫ଥର କରନ୍ତୁ ଆପଣଙ୍କୁ ଆଉ ସ୍ବପ୍ନ ଆସିବ ନାହିଁ ଓ ଆପଣ ଶାନ୍ତିରେ ଶୋଇପାରିବେ।

ଆସନ୍ତୁ ଜାଣିବା ଲେମ୍ବୁ ଗଛକୁ ଲାଗିବାର ନିୟମ ମାନ।ଘରର ମୁଖ୍ୟ ଦ୍ଵାରରେ ଲେମ୍ବୁ ଗଛ ଲଗେଇବା ଅନୁଚିତ୍ କାରଣ ଘରକୁ ନକାରାତ୍ମକ ଊର୍ଯା ପ୍ରବେଶ କରିଥାଏ।ଏହାଦ୍ବାରା ବହୁ ପ୍ରକାର ସମସ୍ୟା ମାନ ଆମ ଘରକୁ ଆସିଥାଏ ବା ପରିବାରରେ ଦେଖାଯାଏ। ତେଣୁ ଏହି କଥା ଉପରେ ଧ୍ୟାନ ରଖିବେ।ଘରର ଅଗଣାରେ ଲେମ୍ବୁ ଗଛ ରଖନ୍ତୁ ନାହିଁ। ଏହା ଦ୍ଵାରା ଅନେକ ପ୍ରକାର ସମସ୍ୟା ଆପଣଙ୍କ ଉପରେ ଆସିଥାଏ।ଯଦି ଲେମ୍ବୁ ଗଛ ଲଗେଇଛନ୍ତି ତେବେ ଏହାର ଚାରିପଟେ ତୁଳସୀ ଗଛ ଲଗାନ୍ତୁ।ଏହାର ନକାରାତ୍ମକତା ନଷ୍ଟ ହୋଇଯିବ।

ଲେମ୍ବୁ ଗଛକୁ ଲାଗିବାର ବହୁତ ଫାଇଦା ମଧ୍ୟ ଅଛି ଯେପରି ଖରାପ ଶକ୍ତି ପ୍ରବେଶ କରିବ ନାହିଁ।ଯଦି କୌଣସି ଖରାପ ଶକ୍ତି ଘରେ ପ୍ରବେଶ କରିବାକୁ ଚେଷ୍ଟା କରେ ସେ ସେଠାରୁ ହିଁ ଦୂରେଇ ଯାଏ।ଯଦି ଛୋଟ ପିଲାଙ୍କୁ ନଜର ଲାଗେ ବା କ୍ଷୀର ବା ପାଣିକୁ ବାହାର କରିଦିଏ ଅର୍ଥାତ ନଜର ଲାଗିଛି ବୋଲି ଜଣା ଯାଏ।ଗୋଟିଏ ଲେମ୍ବୁ ନେବେ ତାହାକୁ ଫାଳ କରି ଏହା ଉପରେ କଳା ଜିରା ପକାନ୍ତୁ ଏବଂ ଏକ କଳା ସୂତାରେ ବାନ୍ଧି ରଖନ୍ତୁ।

ସେହି ଲେମ୍ବୁକୁ ପିଲାର ଚାରିପଟେ ୭ଥର ବୁଲାଇ ଲେମ୍ବୁକୁ ନେଇ ଥିବା ଜଳ ଜାତୀୟ ଜାଗାରେ ଫୋପାଡି ଦିଅନ୍ତୁ।ଏହା ପରେ ଦେଖିବେ ପିଲାକୁ ଆରାମ ଲାଗିବ।ଏହି ସବୁ ଉପାୟ ଦ୍ଵାରା ଆପଣ ଏହି ସବୁ ସମସ୍ୟାରୁ ମୁକ୍ତି ପାଇ ପାରିବେ।ସ୍ଵାସ୍ଥ୍ୟଗତ ଦୃଷ୍ଟିରୁ ଲେମ୍ବୁ ଦେହପାଇଁ ଉତ୍ତମ ଅଟେ ତେଣୁ ପ୍ରତିଦିନ ଗୋଟିଏ ଲେମ୍ବୁର ସେବନ କରନ୍ତୁ।ଏବେ ଆସନ୍ତୁ ଜାଣିବା ବେଲ ଗଛ ବିଷୟରେ କିଛି ଉପାୟ ବା ତଥ୍ୟ।

ବେଲ ଗଛ – ବେଲ ପତ୍ର ଭଗବାନ ଶିବଙ୍କୁ ଚଢ଼ା ଯାଇଥାଏ ବୋଲି ଆପଣ ମାନେ ନିଶ୍ଚୟ ଜାଣିଥିବେ।ଆପଣ ଏକ ଗଛ ଲଗାଇ ଏହାକୁ ବଡ଼ ହେଲେ ମନ୍ଦିରରେ ଦାନ କରିଦେବା ଉଚିତ୍।ଶିବ ପୁରାଣରେ ବେଲ ଗଛ ଲାଗିବାର ମାହାତ୍ମ୍ୟ ବହୁତ୍ ରହିଛି।ତେଣୁ ଏହି ଅନୁଯାୟୀ ଯେଉଁ ଘରେ ବେଲ ଗଛ ଥାଏ ତାହା ଅତି ପବିତ୍ର ସ୍ଥାନ ବୋଲି ମାନ୍ୟତା ରହିଛି।

ଏପରି ଜାଗା ବା ଘର ତନ୍ତ୍ର ଏବଂ ମନ୍ତ୍ର ଠାରୁ ଦୂରେଇ ରହିଥାଏ।ଯେଉଁଘରେ ବେଲ ବୃକ୍ଷ ଥାଏ ସେହି ଘରେ ଅକ୍ଷୟ ପୁଣ୍ୟ ପ୍ରାପ୍ତି ହୁଏ ବୋଲି ଜଣା ଯାଏ ଓ ଘରେ ରହୁଥିବା ଲୋକ ଚନ୍ଦ୍ରମାର ଦୋଷ ଠାରୁ ଦୂରେଇ ରୁହନ୍ତି। ପୁରା ପରିବାର ସମାଜରେ ଉଚିତ୍ ସମ୍ମାନ ପାଇବା ସହ ଘରେ ସବୁବେଳେ ସୁଖରେ ରୁହନ୍ତି। ଘରର ଉତ୍ତର ପଶ୍ଚିମ ଦିଗରେ ବେଲ ଗଛ ରହିଲେ ଘରର ଲୋକେ ଯଶଶ୍ଵି ଏବଂ ତେଜବାନ ବନିଥାନ୍ତି ଓ ସମ୍ମାନ,ପ୍ରତିଷ୍ଠା ମଧ୍ୟ ମିଳେ।ଘରର ଉତ୍ତର ପୂର୍ବ ଦିଗରେ ବେଲ ବୃକ୍ଷ ଘରକୁ ଆର୍ଥିକ ପଦୋର୍ଣତୀ ଦେଇଥାଏ।ବ୍ୟକ୍ତି ଧନବାନ ହେବା ସହ ଧନର କମି କେବେବି ହୋଇନଥାଏ।

କରଜରୁ ମୁକ୍ତି ପାଇବାକୁ ଚାହୁଁଥିଲେ(ଉତ୍ତରପୂର୍ବ) ଦିଗରେ ବେଲ ଗଛକୁ ଲଗାନ୍ତୁ।ଏପରି ଘରେ ପରିବାରର ସମସ୍ତ ସଦସ୍ୟ ମାନଙ୍କ ମଧ୍ୟରେ ପ୍ରେମ ଭାବ ରହିଥାଏ ଓ ଏମାନଙ୍କ ଜୀବନରେ କୌଣସି ଅସୁବିଧା ଆସେ ନାହିଁ।ଘର କଳହରୁ ବଞ୍ଚି ରହେ ଏବଂ ପରିବାର ଶାନ୍ତ ରୁହେ।ଘରର ଅଗଣାରେ ଲଗେଇବା ଦ୍ଵାରା ସମସ୍ତ ଖରାପ ଶକ୍ତି ଘରଠାରୁ ବଞ୍ଚିକି ରୁହନ୍ତି।ଏଥିରେ ଆପଣ ନିୟମିତ ପାଣି ଦେଇ ଏହାର ସେବା କରନ୍ତୁ।ଆସନ୍ତୁ ଜାଣିବା ଏହି ଗଛକୁ ଲଗେଇବା ପାଇଁ ଥିବା ନିୟମ ମାନ।

ହିନ୍ଦୁ ପ୍ରଥା ଅନୁଯାୟୀ କୌଣସି ଅମାବାସ୍ୟା,ସଂକ୍ରାନ୍ତି, ସୋମବାର,ଅଷ୍ଟମୀ ଦିନ ବେଲ ପତ୍ର ତୋଳିବା ଅନୁଚିତ୍। ଶିବଙ୍କୁ ଚଢ଼ା ଯାଇଥିବା ପତ୍ରକୁ ଆପଣ ୨କି ୩ ଥର ବ୍ୟବହାର କରିପାରିବେ ଯେପର୍ଯ୍ୟନ୍ତ ଆପଣଙ୍କର ଏହି ପତ୍ର ଖରାପ ନହୋଇଛି।ହେଲେ ଧ୍ୟାନ ରଖିବେ ଯେପରି ଏହି ପତ୍ର ଶୁଖି ନଯାଏ।ଯଦି ଶିବପୂଜା କରୁଥାନ୍ତି ତେବେ ଗୋଟେ ଦିନ ଆଗରୁ ବେଲପତ୍ର ତୋଳୀକି ରଖିଥାନ୍ତୁ।

୩ମାସ ପରେ ପଡ଼ୁଥିବା ଦ୍ଵାଦଶୀ ଦିନ ଏହି ବୃକ୍ଷ ତଳେ ଏକ ଦୀପ ଅବଶ୍ୟ ଲଗାନ୍ତୁ ଓ ନିଜର ମାନୋକାମାନା ଅବସ୍ୟ କୁହନ୍ତୁ।ଏହା ବଅଶ୍ୟ ପୂରଣ ହୁଏ ଏବଂ ଏହି ଘରେ ଧନର କମି ରୁହେ ନାହିଁ ଓ ସବୁ ଜନ୍ମରେ ସେମାନଙ୍କୁ ମହାପାପରୁ ମୁକ୍ତି ମିଳିଥାଏ।ଆପଣ ମଧ୍ୟ ଏହି ଉପାୟ କରି ଏହାର ଲାଭ ଉଠାନ୍ତୁ।

Leave a Reply

Your email address will not be published. Required fields are marked *