ଅକାଳ ମୃତ୍ୟୁ କାହିଁକି ହୁଏ ? ଭାଗବତ ଗୀତାର ଏକ ସତ୍ୟ ବାକ୍ୟ

ବନ୍ଧୁମାନେ ଆପଣ ମାନେ ଜାଣନ୍ତି କି ଦୁନିଆରେ ସବୁ ମିଛ ହେଲେ ଜନ୍ମ ଓ ମୃତ୍ୟୁ ହେଉଛି ୨ଟି ସତ। ଅର୍ଥାତ୍ ଜଣେ ବ୍ୟକ୍ତି ଯିଏ ଜନ୍ମ ଗ୍ରହଣ କରେ ତାହାର ମୃତ୍ୟୁ ସୁନିଶ୍ଚିତ ଭାବରେ ହୋଇଥାଏ। ତେଣୁ ଶାସ୍ତ୍ରରେ ଅଛି କି ‘ ମର୍ତ୍ତ୍ୟ ମଣ୍ଡଳେ ଦେହ ବହି ଦେବତା ହେଲେବି ମରଇ ‘ ଅର୍ଥାତ୍ ଏହି ମର୍ତ୍ତ୍ୟ ବା ଭୁପୃଷ୍ଠରେ ଜନ୍ମ ନେଇ ବ୍ୟକ୍ତି ଦିନେନା ଦିନେ ନିଶ୍ଚୟ ମୃତ୍ୟୁ ବରଣ କରିଥାଏ। ଆପଣ ମାନେ ଦେଖିଥିବେ କି କିଛି ଲୋକ ହଠାତ୍ ବା ଅଚାନକ ମୃତ୍ୟୁବରଣ କରିଥାନ୍ତି l ଆଉ କିଛି ଲୋକ ଜନ୍ମ ହେଉ ହେଉ ଅବା ଦୁର୍ଘ-ଟଣା ବା ହୃଦଘାତରେ ମୃତ୍ୟୁ ବରଣ କରିଥାନ୍ତି। ଏହାର କିଛି କାରଣ ଥାଏ କି ଅବା ଏହା ଭଗବାନଙ୍କ ଇଚ୍ଛା ଦ୍ଵାରା ହୋଇଥାଏ ଆସନ୍ତୁ ଜାଣିବା ଏହି ବିଷୟରେ।

ବେଳେବେଳେ କିଛି ଛୁଆ ଜନ୍ମ ହେଉ ହେଉ ମୃତ୍ୟୁବରଣ କରିଥାନ୍ତି ଅବା ଆଉ କିଛି ଛୁଆ ୪,୫ ବର୍ଷ ଯାଏଁ ଜୀବିତ ଥାଇ ମଧ୍ୟ ମୃତ୍ୟୁବରଣ କରିଥାନ୍ତି। ଏହି ସବୁ କାର୍ଯ୍ୟ ବିଷୟରେ ଶାସ୍ତ୍ରରେ ବର୍ଣ୍ଣିତ କି ସେମାନେ ଜଣେ ଜଣେ ପୁଣ୍ୟାତ୍ମା ଅଟନ୍ତି। ଯେଉଁ ମାନଙ୍କ କାର୍ଯ୍ୟ ସରିଗଲେ ସେମାନେ ପୁଣି ଏହି ପୃଥିବୀ ପୃଷ୍ଠରୁ ଚାଲି ଯାଆନ୍ତି ଯେଉଁଠୁ ଆସିଥାନ୍ତି । ଭଗବାନ କେବେବି କୌଣସି ଲୋକର ମୃତ୍ୟୁର କାରଣ ହୋଇ ନଥାନ୍ତି।

ସମସ୍ତେ ନିଜ ନିଜ କାର୍ଯ୍ୟରେ ଧରା ପୃଷ୍ଠକୁ ଆସିଥାନ୍ତି ଏବଂ ନିଜର କାର୍ଯ୍ୟ ସରିଗଲେ ସେମାନେ ପୁନର୍ବାର ବାହୁଡ଼ି ଯାଆନ୍ତି। ଆମେ କିଛି ଆଣି ନଥାନ୍ତି ଅବା କିଛି ଜିନିଷ ନେଇକି ଯାଆନ୍ତି ନାହିଁ ହେଲେ ଆମେ କରିଥିବା ପୁଣ୍ୟ କର୍ମ ବା ଖରାପ କର୍ମର ମୂଲ୍ୟ ଆମକୁ ଦେବାକୁ ପଡ଼ିଥାଏ।ଅର୍ଥାତ୍ ପୁଣ୍ୟ କାର୍ଯ୍ୟ ପାଇଁ ପୁଣ୍ୟଫଳ ବା ସ୍ବର୍ଗ ସୁଖ ଏବଂ ପାପ କର୍ମ ପାଇଁ ନର୍କରେ ଦଣ୍ଡ ମିଳିଥାଏ।ଯେଉଁଦିନ ଆମ ପାପ ଓ ପୁଣ୍ୟର ହିସାବ ପୁରା ହୋଇଯାଏ ସେହିଦିନ ଆମର ମୃତ୍ୟୁ ହୋଇଯାଏ।

ଶ୍ରୀକୃଷ୍ଣ ଗୀତାରେ କହିଛନ୍ତି ଯେ ‘ ତୁମେ ଯେଉଁ ବି କାମ କର ହେଲେ ତାହାକୁ ମତେ ସମର୍ପଣ କରିଦିଅ।ଏହା ସହ ଅର୍ଜୁନ କହିଛନ୍ତି ଯେ ମୁଁ କିଛି ନୁହେଁ ଆପଣଙ୍କ ବିନା ମୁଁ କିଛି ନୁହେଁ।ଯାହା ତୁମେ କରୁଛ ତାହା ହିଁ ଘଟୁଛି ହେଲେ ପଲକ ଯଦି ପଡୁଛି ତେବେ ତମ ଇଛାରେ।ତମେ ଯେ କୌଣସି କାର୍ଯ୍ୟ କର ତାହା କେବଳ ତୁମ ଇଛାରେ।ଏଥିପାଇଁ ଆମ ସମସ୍ତଙ୍କୁ ଆମ କାର୍ଯ୍ୟ ବା ଖାଦ୍ୟ ପାଇଁ ସବୁବେଳେ ଭଗବାନଙ୍କୁ ସମର୍ପି ଦେବା ଉଚିତ୍। କି ଏଥିଲାଗି ଆମେ ଭଗବାନଙ୍କୁ ଦାୟୀ କରିବା ଅନୁଚିତ୍। ଯେବେ କାହାର ଦୁର୍ଘଟଣାରେ ମୃତ୍ୟୁ ହୁଏ ତେବେ ଆମେ ଭଗବାନଙ୍କ ଇଚ୍ଛା ବୋଲି କହିଥାଉ।କିନ୍ତୁ ଏହା ନୁହେଁ ବରଂ ସମସ୍ତେ ନିଜ ନିଜର ନିର୍ଦ୍ଧିଷ୍ଟ ସମୟ ବା ବୟସ ନେଇ ଜନ୍ମ ଗ୍ରହଣ କରିଥାନ୍ତି।

ଏହା ସହ ଭଗବାନ କାହାର ବି ମୃତ୍ୟୁ ପାଇଁ କେବେବି ଦାୟୀ ନୁହନ୍ତି।ନାହିଁ କୌଣସି ମନୁଷ୍ୟ ତାଙ୍କ ଲାଗି ମୃତ୍ୟୁ ବରଣ କରିଥାଏ।ନିଜ ବୟସ ବା କାର୍ଯ୍ୟ ଅନୁଯାୟୀ ସେମାନେ ସେତିକି ବୟସ ପର୍ଯ୍ୟନ୍ତ ଜୀବିତ ରୁହନ୍ତି।ତେଣୁ ଆମକୁ ସବୁବେଳେ ଆମକୁ ଭଗବାନଙ୍କ ନାମ ସ୍ମରଣ କରି ସତ୍କର୍ମ ଉପରେ ଗୁରୁତ୍ବ ଦେବା ଜରୁରୀ ଅଟେ। ଏହା ସହ ସମସ୍ତ କାର୍ଯ୍ୟରେ ଇଶ୍ୱରଙ୍କୁ ସମର୍ପଣ କରିଦେବା ଉଚିତ୍।ଏହା ଦ୍ଵାରା ଭଗବାନ ଆପଣଙ୍କ ଉପରେ ତୃପ୍ତ ହୁଅନ୍ତି ଏବଂ ଆଶୀର୍ବାଦ ଦିଅନ୍ତି ଯେପରି ତୁମ ଜୀବନରେ କୌଣସି କଷ୍ଟ ବା ବାଧା ବିଘ୍ନ ନଆସୁ।

Leave a Reply

Your email address will not be published. Required fields are marked *