ଗାର୍ଲଫ୍ରେଣ୍ଡଙ୍କ ମାଆଙ୍କୁ ବ୍ୟକ୍ତି ଜଣଙ୍କ କିଡନୀ ଦେଇ ବଞ୍ଚେଇଲେ ଜୀବନ, ଅପରେସନ ପରେ ଝିଅ ଅନ୍ୟ ଜଣଙ୍କୁ ବାହା ହେଇଗଲା !

କୁହାଯାଏ କି ମନୁଷ୍ୟ ପ୍ରେମରେ ଅନ୍ଧ ହୋଇ ଯାଇଥାଏ। ଏମିତିରେ ତ ଏହା କେବଳ ଗୋଟିଏ ଲୋକକଥା ଅଟେ କିନ୍ତୁ ଅନେକ ଥର ଏହା ବାସ୍ତବତାରେ ପରିଣତ ହୋଇ ଯାଇଥାଏ। ପ୍ରେମରେ ପଡ଼ିଥିବା ଲୋକମାନେ ନିଜ ସୁଖ, ଶାନ୍ତି, ଖୁସି ଭଳି ଅନେକ ଜିନିଷ ନିଜ ପାର୍ଟନରଙ୍କ ନାମରେ କରିବାରେ ଟିକେ ବି ପଛଘୁଞ୍ଚା ଦିଅନ୍ତି ନାହିଁ। କିନ୍ତୁ ଜଣେ ବୟଫ୍ରେଣ୍ଡ ତାଠାରୁ ମଧ୍ୟ ଆଗକୁ ବଢି ନିଜ ଗାର୍ଲଫ୍ରେଣ୍ଡଙ୍କ ପାଇଁ କିଛି ଏମିତି କରି ଯାଇଛନ୍ତି କି ଯିଏ ମଧ୍ୟ ଏହା ବିଷୟରେ ଶୁଣିବେ ସେ ନିଶ୍ଚିତ ଭାବରେ ବୁଝିଯିବେ କି ବ୍ୟକ୍ତି ଜଣଙ୍କ ନିଜ ପ୍ରେମିକାଙ୍କୁ କେତେ ଭଲ ପାଉଥିବେ। କିନ୍ତୁ ପ୍ରେମିକା ତାଙ୍କୁ ସେତିକି ଭଲ ପାଉନଥିଲେ।

ଦ ସନ ଓ୍ବେବସାଇଟର ରିପୋର୍ଟ ଅନୁସାରେ ମେକ୍ସିକୋରେ ରହୁଥିବା ଶିକ୍ଷକ ଉଜିଏଲ ମାର୍ଟିନେଜ ବର୍ତ୍ତମାନ ନିଜ ଟିକିଟକରେ ଗୋଟିଏ ଆଶ୍ଚର୍ଯ୍ୟ କରି ଦେବା ଭଳି ଘଟଣା ବିଷୟରେ ଜଣାଇଛନ୍ତି ଯାହା ବିଷୟରେ ଜାଣି ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଛନ୍ତି। ଉଜିଏଲ କହିଛନ୍ତି କି ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ମାଆଙ୍କୁ ନିଜର ଗୋଟିଏ କିଡନୀ ଦାନରେ ଦେଇ ଦେଇଥିଲେ। କିନ୍ତୁ ଏହିପରେ ଯାହା ରୂପ ହୋଇଥିଲା ତାହା ଆଶ୍ଚର୍ଯ୍ୟ କରି ଦେବା ଭଳି ଅଟେ।

ବୟଫ୍ରେଣ୍ଡ ଗାର୍ଲଫ୍ରେଣ୍ଡଙ୍କ ମାଆଙ୍କୁ ଦେଲେ କିଡନୀ

ଉଜିଏଲ କହିଛନ୍ତି କି ସେ ନିଜ ଗାର୍ଲଫ୍ରେଣ୍ଡଙ୍କ ମାଆଙ୍କୁ କିଡନୀ ଦେଖିଥିଲେ କିନ୍ତୁ ଅପରସେନର ଗୋଟିଏ ମାସ ପରେ ହିଁ ଗାର୍ଲଫ୍ରେଣ୍ଡ ତାଙ୍କ ସହିତ ବ୍ରେକକପ କରି ଦେଇଥିଲେ ଏବଂ ଅନ୍ୟ କାହାକୁ ବାହା ହୋଇ ଯାଇଥିଲେ।ଏହି କଥାକୁ ନେଇ ବ୍ୟକ୍ତିଜଣଙ୍କ ବହୁତ ଦୁଃଖୀ ଦେଖା ଯାଇଥିଲେ।ସେ ନିଜ ଟିକିଟକରେ ଯେଉଁ ଭିଡିଓ ସେୟାର କରିଛନ୍ତି ସେଥିରେ ସେ ସୋଫା ଉପରେ ଶୋଇ ବହୁତ ଦୁଃଖୀ ଦେଖା ଯାଉଥିଲେ।

ସୋସିଆଲ ମିଡିଆରେ ଲୋକମାନେ କରିଛନ୍ତି ସମର୍ଥନ

ସୋସିଆଲ ମିଡିଆରେ ଏହି ଭିଡିଓକୁ ଲକ୍ଷଲକ୍ଷ ଲୋକ ଦେଖିଛନ୍ତି ଏବଂ ଲୋକମାନେ ତାଙ୍କୁ ବୁଝାଉଛନ୍ତି କି ତାଙ୍କୁ ଦୁଃଖୀ ହେବା ଦରକାର ନାହିଁ। ଜଣେ ବ୍ୟକ୍ତି କହିଛନ୍ତି କି ଆପଣଙ୍କର ଦୁଃଖୀ ହେବାର ଆବଶ୍ୟକତା ନାହିଁ କାରଣ ସେହି ମହିଳା ଜଣଙ୍କ ଜଣେ ବହୁତ ଉଦାର ବ୍ୟକ୍ତିଙ୍କୁ ହରେଇ ଦେଇଛନ୍ତି। ଜଣେ ଅନ୍ୟ ବ୍ୟକ୍ତି କହିଛନ୍ତି କି ଆପଣ ଆଗକୁ ବଢନ୍ତୁ ଏବଂ ଏମିତି ଝିଅକୁ ବାଛନ୍ତୁ ଯିଏ ଆପଣଙ୍କୁ ନିଜର କରିବ ଏବଂ ଆପଣଙ୍କର ପ୍ରଶଂସା କରିବ। ରିପୋର୍ଟ ଅନୁସାରେ ବ୍ୟକ୍ତି ଜଣଙ୍କ ଏହି ଭିଡିଓ ପରେ ଗୋଟିଏ ନୂଆ ଭିଡିଓ ମଧ୍ୟ ସେୟାର କରିଛନ୍ତି ଯେଉଁଥିରେ ସେ କହିଛନ୍ତି କି ତାଙ୍କର ଏବଂ ତାଙ୍କ-ଏକ୍ସ ଗାର୍ଲଫ୍ରେଣ୍ଡଙ୍କ ମଧ୍ୟରେ ଏବେ ମଧ୍ୟ ସମ୍ପର୍କ ବହୁତ ଭଲ ରହିଛି।

ସେ କହିଛନ୍ତି କି ସେ ଇମୋଶନାଲି ଠିକ ଅଛନ୍ତି ଏବଂ ଏହା ମଧ୍ୟ କହିଛନ୍ତି କି ତାଙ୍କ ଗାର୍ଲଫ୍ରେଣ୍ଡ ଇମୋଶନାଲି ଠିକ ଅଛନ୍ତି।ସେ କହିଛନ୍ତି କି ମୋର ଏହାକୁ ନେଇ କୈାଣସି ଅଭିଯୋଗ ନାହିଁ। ଆମେ ଯଦିଓ ବର୍ତ୍ତମାନ ଭଲ ବନ୍ଧୁ ନୁହେଁ କିନ୍ତୁ ଆମେ ପରସ୍ପରକୁ ଘୃଣା କରୁନାହୁଁ।

Leave a Reply

Your email address will not be published. Required fields are marked *