ଦ୍ୱାପର ଯୁଗରେ ବି ଯୁଧିଷ୍ଠିର କହିଥିଲେ କଳିଯୁଗର ଅନ୍ତ ହେବ ଏପରି, ମଣିଷ କରିବ ଏମିତି ପାପ….

ଆପଣ ମାନେ ସମସ୍ତେ ମହାଭାରତ କଥା ବିଷୟରେ ବେଶ ଭଲ ଭାବରେ ଜାଣିଥିବେ । ମହାଭାରତ ରେ ପାଞ୍ଚ ପାଣ୍ଡବଙ୍କୁ ଭଗବାନ ଶ୍ରୀକୃଷ୍ଣ ଅନେକ ଶିକ୍ଷା ଦେଇଥିଲେ ଏବଂ ସେମାନଙ୍କ ମାର୍ଗ ଦର୍ଶନ କରାଇ ଥିଲେ । କିନ୍ତୁ ଅନେକ ଲୋକ ମହାଭାରତର ଏକ କାହାଣୀ ଜାଣି ନାହାଁନ୍ତି ଯାହାକି କଳିଯୁଗକୁ ନେଇ ବର୍ଣ୍ଣିତ ହୋଇଥିଲା । ତେବେ ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ସେହି ବିଷୟରେ କହିବୁ ।

ଥରେ ପାଞ୍ଚ ପାଣ୍ଡବ ଙ୍କ ମଧ୍ୟରୁ ଯୁଧିଷ୍ଠିର ଙ୍କୁ ଛାଡ଼ି ଅନ୍ୟ ଚାରି ଭାଇ ମହାଭାରତ ଯୁଦ୍ଧ ପରେ ପରେ ମହଲରେ ବସିଥିଲେ । ସେହି ସମୟରେ ଜଣେ ବ୍ୟକ୍ତି ଆସି ଯୁଧିଷ୍ଠିରଙ୍କୁ ସାକ୍ଷାତ କରିବାକୁ କହିଲେ । ମାତ୍ର ଚାରି ଭାଇ ଯୁଧିଷ୍ଠିର ବ୍ୟସ୍ତ ଥିବା କହି ତାଙ୍କ ସମସ୍ୟା ସେମାନଙ୍କ ସାମ୍ନାରେ କହିବାକୁ କହିଲେ ।

ଯାହାର ଉତ୍ତରରେ ବ୍ୟକ୍ତି ଜଣକ ଚାରି ଭାଇଙ୍କୁ ଚାରୋଟି ଭିନ୍ନ ଭିନ୍ନ ପ୍ରଶ୍ନ ପଚାରିଥିଲେ । ସହଦେବ ସେହି ବ୍ୟକ୍ତିଙ୍କୁ ତାଙ୍କ ସମସ୍ୟା କହିବାକୁ କହିଲେ ଯାହାଦ୍ୱାରା ସେ ତାଙ୍କ ସାହାଯ୍ୟ କରି ପାରିବେ । କିନ୍ତୁ ବ୍ୟକ୍ତି ଜଣକ ପ୍ରଶ୍ନ କରିଲେ ଯେ କ୍ଷେତରେ ପୁତୁଳା କୁ ଏଥିପାଇଁ ରଖା ଯାଇଥାଏ ଯାହାଦ୍ୱାରା ସେ କ୍ଷେତର ରକ୍ଷା କରିବ କିନ୍ତୁ ସେହି ପୁତୁଳା ନିଜେ କ୍ଷେତ କୁ ଖାଇ ଯାଉଛି । ଯାହାର ଉତ୍ତର ସହଦେଙ୍କ ପାଖରେ ନଥିବାରୁ ସେ ସେହି ବ୍ୟକ୍ତିଙ୍କୁ ନକୁଳ ଙ୍କୁ ପ୍ରଶ୍ନ କରିବାକୁ କହିଲେ ।

ବ୍ୟକ୍ତି ଜଣକ ନକୁଳ ଙ୍କୁ ଦ୍ୱିତୀୟ ପ୍ରଶ୍ନ ଭାବରେ ପଚାରିଥିଲେ ଯେ ଜଣେ ସ୍ତ୍ରୀ ଲୋକ କୂଅ ରୁ ପାଣି ବାହାର କରି ବଡ଼ ମାଠିଆ ରେ ପୂର୍ଣ୍ଣ କରିବା ପରେ ଚାରୋଟି ଛୋଟ ମାଠିଆ ରେ ଭର୍ତ୍ତି କରିଲେ । ଏବଂ ପରେ ସେହି ଚାରୋଟି ମାଠିଆ କୁ କୂଅ ରେ ପକାଇ ଦେଲେ ତଥାପି କୂଅରେ ପାଣି ପୁରିଲା ନାହିଁ । ଯାହାର ଉତ୍ତର ନକୁଳ ଙ୍କ ପାଖରେ ନଥିଲା । ତେଣୁ ତୃତୀୟ ପ୍ରଶ୍ନ ଅର୍ଜୁନ ଙ୍କୁ ବ୍ୟକ୍ତି ଜଣକ ପଚାରି ଥିଲେ । ଯେଉଁ ପ୍ରଶ୍ନ ଅନୁଯାୟୀ ଜଣେ ବ୍ୟକ୍ତିଙ୍କ ପାଖରେ ଏକ ଛୁଞ୍ଚି ଥିଲା ଯାହାର କଣା ଦେଇ ଏକ ହାତୀ ପଶିଗଲା ମାତ୍ର ତାର ଲାଞ୍ଚ ଆଉ ବାହାରିଲା ନାହିଁ । ଏହାର ଉତ୍ତର ମଧ୍ୟ ଅର୍ଜୁନ କହି ପାରିଲେ ନାହିଁ ।

ଶେଷ ପ୍ରଶ୍ନ ଭାବରେ ବ୍ୟକ୍ତି ଜଣକ ଭୀମ ଙ୍କୁ ପଚାରିଲେ ଯେ ଜଣେ ଛୋଟ ପିଲା କିପରି ସୁତାରେ ପର୍ବତକୁ ଟାଣି ପାରିବ । ଏହାର ଉତ୍ତର ମଧ୍ୟ ଭୀମ ଙ୍କ ପାଖରେ ନଥିଲା । ତେଣୁ ଚାରି ଭାଇ ତୁରନ୍ତ ଜ୍ୟେଷ୍ଠ ଭାଇ ଯୁଧିଷ୍ଠିର ଙ୍କ ପାଖକୁ ଗଲେ ଏବଂ ଏପରି ପ୍ରଶ୍ନ ପଚାରୁଥିବା ବ୍ୟକ୍ତିଙ୍କ ବିଷୟରେ କହିଲେ । କିନ୍ତୁ ଯୁଧିଷ୍ଠିର ତାଙ୍କ ଭାଇ ମାନଙ୍କ ସହିତ ବାହାରକୁ ଆସି ଦେଖିଲା ବେଳକୁ ସେହି ବ୍ୟକ୍ତି ଜଣକ ଆଉ ସେଠାରେ ନଥିଲେ । ସେହିଠାରୁ ଯୁଧିଷ୍ଠିର ଭାଇ ମାନଙ୍କୁ ଏହି ସବୁ ପ୍ରଶ୍ନର ମର୍ମ ବୁଝାଇ ଥିଲେ ।

ଯୁଧିଷ୍ଠିର ଙ୍କ କହିବା ଅନୁଯାୟୀ ଯେଉଁ ବ୍ୟକ୍ତି ଜଣକ ଆସିଥିଲେ ସେ ହେଉଛନ୍ତି କଳିଯୁଗ । ସେ ପ୍ରଶ୍ନ ଅନୁସାରେ କଳିଯୁଗର ସମସ୍ତ ଘଟଣା ବର୍ଣନା କରି ଦେଇଗଲେ । ପ୍ରଥମ ପ୍ରଶ୍ନର ଉତ୍ତର ଏହା ଯେ କଳିଯୁଗରେ ରକ୍ଷକ ଯିଏ ସେ ହିଁ ଭକ୍ଷକ ସାଜିବ । ଦ୍ୱିତୀୟ ପ୍ରଶ୍ନର ଉତ୍ତର ଅନୁଯାୟୀ ପିତା ମାତା ପିଲାଙ୍କର ଅନେକ ଯତ୍ନ କରିଥାନ୍ତି ।

ମାତ୍ର ପିଲା ମାନେ ବଡ଼ ହୋଇ ବାପା ମା ଙ୍କୁ ସେତିକି ଯତ୍ନ କରନ୍ତି ନାହିଁ । ତୃତୀୟ ପ୍ରଶ୍ନ ଅନୁଯାୟୀ କଳିଯୁଗରେ ମଣିଷ ମାନେ ନାନା ପାପ କାର୍ଯ୍ୟରେ ଲିପ୍ତ ରହି ସୁଦ୍ଧା ଧରା ପଡ଼ିବେ ନାହିଁ ମାତ୍ର ଛୋଟ ଭୁଲ କାମ କରି ଫସି ଯିବେ । ଶେଷ ପ୍ରଶ୍ନର ଉତ୍ତର ଭାବରେ ଯୁଧିଷ୍ଠିର କହିଲେ ଯେ କଳିଯୁଗର ସମାପ୍ତି ସମୟରେ ଲୋକଙ୍କର ବଞ୍ଚିବାର ଏକ ମାତ୍ର ମାର୍ଗ ହେଉଛି ଭଗବାନ ଙ୍କ ଶରଣ । ଯଦି ସେମାନେ ଭଗବାନଙ୍କ ଉପାସନା କରନ୍ତି ତେବେ ସେମାନେ ବଞ୍ଚି ପାରିବେ ।

ଏସବୁ ବ୍ୟତୀତ ଆପଣ ମାନେ ମଧ୍ୟ ଜାଣିଥିବେ ଯେ କିପରି ଭାବରେ କଳିଯୁଗର ସମାପ୍ତି ହେବା କଥା ମାଳିକା ରେ ବର୍ଣ୍ଣିତ ହୋଇଛି । ଯାହାର ସଂହାର ପାଇଁ ସ୍ୱୟଂ ଭଗବାନ କଳ୍କୀ ଅବତାର ନେବା କଥା ମଧ୍ୟ କୁହାଯାଇଛି ।

Leave a Reply

Your email address will not be published. Required fields are marked *