ଶୋଇବା ଘରର ସବୁ ଜିନିଷ ଏହିପରି ଭାବରେ ରଖିଛନ୍ତିତ ? ନିଶ୍ଚିତ ଭାବରେ ଜାଣି ନିଅନ୍ତୁ , ଜୀବନରେ କେବେ ସୁଖ ଶାନ୍ତିର ଅଭାବ ହେବ ନାହିଁ :-

ବାସ୍ତୁ ଶାସ୍ତ୍ର ଅନୁସାରେ ଘରର ପ୍ରତ୍ୟେକ ଶୁଭ କାର୍ଯ୍ୟ ଠାରୁ ଆରମ୍ଭ କରି ଘର ନିର୍ମାଣ ଏବଂ ପ୍ରତିଷ୍ଠା ମଧ୍ୟ ବାସ୍ତୁ ଅନୁଯାୟୀ ନିର୍ଦ୍ଧାରିତ ହୋଇଥାଏ । ଏହାକୁ ଆମ ହିନ୍ଦୁ ଧର୍ମ ଅନୁସାରେ ଶୁଭ ବୋଲି କୁହାଯାଏ । ଏହି ବାସ୍ତୁ ଶାସ୍ତ୍ର ଅନୁଯାୟୀ ଶୋଇବା ରୁମ ସମ୍ବନ୍ଧରେ କିଛି ସ୍ୱତନ୍ତ୍ର କଥା ବର୍ଣ୍ଣନା କରାଯାଇଛି ଯାହା ଅନୁଯାୟୀ ଯଦି ଆପଣ ଶୋଇବା ଘରେ ସବୁ ଜିନିଷ ଠିକ ସ୍ଥାନରେ ଏବଂ ଠିକ ଢ଼ଙ୍ଗରେ ନରଖନ୍ତି ତେବେ ଏହା ଆଗାମୀ ସମୟରେ ଆପଣଙ୍କ ଜୀବନରେ ସମସ୍ୟା ସୃଷ୍ଟି କରିପାରେ । ତେଣୁ ଆଜିକାର ଲେଖାରେ ଆମେ ଆପଣଙ୍କୁ ସେହି ସମ୍ବନ୍ଧରେ ଅବଗତ କରାଇବୁ ।

୧ . ଘରର ମୁରବୀ ଙ୍କ ଶୋଇବା କକ୍ଷ :-

ସାଧରଣତଃ ଘରର ଯିଏ ମୁରବୀ ଥାନ୍ତି ତାଙ୍କ ଶୋଇବା କକ୍ଷ ବାସ୍ତୁ ଅନୁଯାୟୀ ଦକ୍ଷିଣ ପଶ୍ଚିମ ଦିଗ କିମ୍ବା ନୈରୁତ ଦିଗରେ ରହିବା ଆବଶ୍ୟକ । ଏହାଦ୍ବାରା ତାଙ୍କ ସ୍ୱାସ୍ଥ୍ୟ ଭଲ ରହିବା ସହିତ ଘରେ ସୁଖ ଶାନ୍ତି ବଜାୟ ରହିଥାଏ । ଯଦି ଘର ଦୁଇ ମହଲା କିମ୍ବା ଅଧିକ ତେବେ ମଧ୍ୟ ବଖରା ସ୍ଥାନ ସେହି ନୈରୁତ କୋଣରେ ରହିବା ଆବଶ୍ୟକ ।

୨ . ଶୋଇବା ଘର :-

ସାଧରଣତଃ ଉତ୍ତର ପୂର୍ବ ବା ଐସାନ୍ୟ କୋଣରେ ହେବା ଉଚିତ ନୁହେଁ କାରଣ ଏହା ଦ୍ୱାରା ବ୍ୟକ୍ତି ଦୁର୍ବଳ ହେବା ସହିତ ଅସ୍ଥିରମନ ଚଞ୍ଚଳ ସ୍ଵଭାବ ର ହୋଇଥାଏ ।

୩ . ପିଲାଙ୍କ ଶୋଇବା କକ୍ଷ :-

ବାସ୍ତୁ ଶାସ୍ତ୍ର ଅନୁଯାୟୀ ପିଲାଙ୍କ ଶୋଇବା କକ୍ଷ ପୂର୍ବ ଦିଗରେ ରହିବା ଉଚିତ । ଏହା ଦ୍ୱାରା ପିଲାଙ୍କ ଶରୀର ଉପରେ ଭଲ ପ୍ରଭାବ ପଡ଼ିଥାଏ । ଏହାବ୍ୟତୀତ ପିଲାଙ୍କ ପଢ଼ା ଘର ଐଶାନ୍ୟ ଦିଗକୁ ଲଗାଇ ଉତ୍ତର ଆଡ଼କୁ ରହିବା ଉଚିତ ।

୪ . ଶୋଇବା ଘରେ ଥାକ ଆଲମାରୀ ଏହିଭଳି ରହିବା ଉଚିତ :-

ସାଧରଣତଃ ଆମେ ଶୋଇବା ଘର ସବୁ ଆସବାବପତ୍ର ରଖିବା ସମୟରେ ନିର୍ଦିଷ୍ଟ ସ୍ଥାନ ପ୍ରତି ଧ୍ୟାନ ଦେଇ ନଥାଉ । କିନ୍ତୁ ଏହା ମଣିଷ ଜୀବନରେ ପ୍ରଭାବ ପକାଇ ଥାଏ । ତେଣୁ ବାସ୍ତୁ ଶାସ୍ତ୍ର ଅନୁସାରେ ଶୋଇବା ଘରର ଥାକ , ବାକ୍ସ , ଆଲମୀରା , ଘରର ଦକ୍ଷିଣ ପଶ୍ଚିମ ଦିଗରେ ରହିବା ଉଚିତ ।

୫ . ଶୋଇବା ଘର ଇଲେକ୍ଟ୍ରୋନିକସ ଜିନିଷ :-

ଏମିତିରେ ତ ରୋଷେଇ ଘର ଅଲଗା କରିଥାନ୍ତି ସମସ୍ତେ । କିନ୍ତୁ ଯଦି ଆପଣ ନିଜ ଶୋଇବା ଘର ହିଟର ରଖୁଛନ୍ତି କିମ୍ବା ଅନ୍ୟ କୌଣସି ଇଲେକ୍ଟ୍ରୋନିକସ ଜିନିଷ ରଖୁଛନ୍ତି ତେବେ ତାହାକୁ ଦକ୍ଷିଣ ପୂର୍ବ ବା ଆଗ୍ନେୟ କୋଣ ରେ ରଖିବା ଉଚିତ ।

6 . ଶୋଇବା କକ୍ଷରେ ବେଡ଼ର ଉପଯୁକ୍ତ ସ୍ଥାନ :-

ଶୋଇବା ଘରେ ଦକ୍ଷିଣ, ପଶ୍ଚିମ କିମ୍ବା ଉତ୍ତର ଓ ପୂର୍ବ ସ୍ଥାନରେ ଖଟ କିମ୍ବା ବେଡ଼ ରଖିବା ଭଲ । କିନ୍ତୁ ଧ୍ୟାନ ଦେବେ ଯେପରି ବେଡ଼ କାନ୍ଥକୁ ନଲାଗେ ।

୭ . ଠିକ ଦିଗରେ ମୁଣ୍ଡ କରି ଶୋଇବା :-

ଆପଣ ଶୋଇବା ଘରେ ଶୋଇବା ସମୟରେ କେଉଁ ଦିଗକୁ ମୁଣ୍ଡ କରି ଶୋଉଛନ୍ତି ସେହି ସମ୍ବନ୍ଧରେ ଧ୍ୟାନ ଦିଅନ୍ତୁ । ସାଧରଣତଃ ଦକ୍ଷିଣ ଦିଗକୁ ମୁଣ୍ଡ କରି ଶୋଇଲେ ଘରେ ଧନ ରତ୍ନ ର ବୃଦ୍ଧି ହୋଇଥାଏ ଏବଂ ତାହା ସହିତବ୍ୟବସାୟୀ ମାନେ ଯଦି ଏହି ଦିଗକୁ ମୁଣ୍ଡ କରି ଶୁଅନ୍ତି ତେବେ ସେମାନେ ମାନସିକ ଶାନ୍ତି ଲାଭ କରିବା ସହିତ ସୁଖ ନିଦ୍ରା ଯାଇଥାନ୍ତି ।

Leave a Reply

Your email address will not be published. Required fields are marked *