Ram Charan Net Worth: କୋଟି କୋଟି ଟଙ୍କାର ଆଲିସନ ବଙ୍ଗଳା, ନିଜସ୍ଵ ଏୟାର ଲାଇନ ଏବଂ ଦାମୀ କାର ଅନେକ…

ବଲିଉଡର କଳାକାର ମାନେ ନିଜ ଲାଇଫ ଷ୍ଟାଇଲକୁ ନେଇ ସର୍ବଦା ସୋସିଆଲ ମିଡ଼ିଆରେ ଚର୍ଚ୍ଚାରେ ଥାନ୍ତି। କେବଳ ସେତିକି ନୁହେଁ ନିଜର ଅଭିନୟ ଯୋଗୁଁ ତାଙ୍କର ଅନେକ ଫ୍ୟାନ ତାଙ୍କୁ ଅନୁସରଣ କରିଥାନ୍ତି। ଏହି କାରଣରୁ ତାଙ୍କୁ ଲକ୍ଷାଧିକ ଲୋକଙ୍କ ଠାରୁ ଭଲ ପାଇବା ମିଳିଥାଏ। ହେଲେ ସାଉଥ ଇଣ୍ଡଷ୍ଟ୍ରି ମଧ୍ୟ ଏଥିରେ କିଛି କମ୍ ନାହିଁ।

ସାଉଥ କଳାକାର ନିଜର ଅଭିନୟ ଦ୍ୱାରା ବର୍ତ୍ତମାନ ସାରା ବିଶ୍ୱରେ ପରିଚିତ ହେବାରେ ଲାଗିଲଣି। ଯଦି ଫିଲ୍ମରେ ଷ୍ଟୋରି ରହିଛି ତେବେ କେବଳ ସାଉଥ ଫିଲ୍ମରେ ହିଁ ଦେଖିବାକୁ ମିଳୁଛି। ତେବେ ସାଉଥ ଇଣ୍ଡଷ୍ଟ୍ରିର ଷ୍ଟାର ମାନେ ମଧ୍ୟ ବିଳାସ ପୂର୍ଣ୍ଣ ଜୀବନ ଯାପନ କରିଥାନ୍ତି। ତେବେ ଏଥିରେ ସୁପର ଷ୍ଟାର ରାମ ଚରଣ ମଧ୍ୟ ରହିଛନ୍ତି। ତେବେ ଆଜି ଏହି କଳାକାରଙ୍କ ଜୀବନୀ ବିଷୟରେ ଜାଣିବା।

ରାମ ଚରଣଙ୍କ ଲାଇଫ ଷ୍ଟାଇଲ

ବଲିଉଡ କଳାକାରଙ୍କ ଭଳି ସାଉଥ ଇଣ୍ଡଷ୍ଟ୍ରିର କଳାକାର ମାନେ ମଧ୍ୟ ବିଳାସ ପୂର୍ଣ୍ଣ ଜୀବନ ଅତି ବାହିତ କରନ୍ତି। ତେବେ କଳାକାର ମାନଙ୍କ ମଧ୍ୟରୁ ରାମ ଚରଣ ଏକ ଅନ୍ୟତମ କଳାକାର ଅଟନ୍ତି। ଯିଏକି ନିଜର ଅଭିନୟ ଜରିଆରେ କୋଟି କୋଟି ଲୋକଙ୍କ ହୃଦୟରେ ବସବାସ କରନ୍ତି। ତେବେ ଆଜି ଆମେ ଆପଣଙ୍କୁ ରାମ ଚରଣଙ୍କ ଲାଇଫ ଷ୍ଟାଇଲ ବିଷୟରେ କହିବାକୁ ଯାଉଛୁ। ଯେଉଁଥିରେ ଆଲିସନ ଘର ଠାରୁ ଆରମ୍ଭ କରି ବିଳାସ ପୂର୍ଣ୍ଣ କାର ପର୍ଯ୍ୟନ୍ତ।

ରାମ ଚରଣଙ୍କ ଆଲିସାନ ଘର

ରାମ ଚରଣଙ୍କର ହାଇଦ୍ରାବାଦର ପାଖ ଅଞ୍ଚଳ ଜୁବୁଲି ହିଲ୍ସରେ ଏକ ବିଳାସପୂର୍ଣ୍ଣ ବଙ୍ଗଳା ରହିଛି। ଯାହାର ମୂଲ୍ୟ ୩୮ କୋଟି ଟଙ୍କା। ଏହି ବଙ୍ଗଳା ରାମ ଚରଣ ୨୦୧୯ ମସିହାରେ କିଣିଥିଲେ, ତେବେ ଏହି ବଙ୍ଗଳାରେ ଅଭିନେତା ତାଙ୍କ ପରିବାର ସହିତ ରୁହନ୍ତି। ଏହି ଘର ୨୫ ହଜାର ବର୍ଗ ଫୁଟ ଉପରେ ବ୍ୟାପିଛି। ଏହା ବ୍ୟତୀତ ରାମ ଚରଣଙ୍କ ମଧ୍ୟ ମୁମ୍ବାଇର ଏକ ବିଳାସପୂର୍ଣ୍ଣ ଘରର ମାଲିକ ଅଟନ୍ତି।

ରାମ ଚରଣଙ୍କ କାର ସଂଗ୍ରହ

ଅଭିନେତା ରାମ ଚରଣ ଅନେକ ମହଙ୍ଗା ଗାଡିର ମାଲିକ ଅଟନ୍ତି। ତାଙ୍କ କାର ସଂଗ୍ରହରେ କୋଟି ମୂଲ୍ୟର କାର ଅନ୍ତର୍ଭୁକ୍ତ ରହିଛି। ତାଙ୍କ ପାଖରେ ଆଷ୍ଟନ୍ ମାର୍ଟିନ୍, ବିଏମଡବ୍ଲୁ ୭ ସିରିଜ୍, ମର୍ସିଡିଜ୍ ବେଞ୍ଜ୍ ଏସ୍ କ୍ଲାସ୍ ଏବଂ ୫୮ ମିଲିୟନ୍ ମୂଲ୍ୟର ରେଞ୍ଜ ରୋଭର ଭୋଗ ଭଳି ବିଳାସପୂର୍ଣ୍ଣ କାର ରହିଛି।

ଏୟାର ଲାଇନର ମାଲିକ ରାମ ଚରଣ

ରାମ ଚରଣ ନା କେବଳ ଜଣେ କଳାକାର ବରଂ ସେ ଜଣେ ଭଲ ବ୍ୟବସାୟୀ। ତାଙ୍କର କୋନିଡେଲା ନାମକ ଏକ ପ୍ରଡକ୍ସନ୍ ହାଉସ୍ ରହିଛି। ଏଥିସହ ରାମ ଚରଣ ଏୟାରଲାଇନ୍ସର ଟ୍ରୁଜେଟର ମାଲିକ ଅଟନ୍ତି। କେବଳ ଏତିକି ନୁହେଁ ସେ ହାଇଦ୍ରାବାଦ ପୋଲୋ ରାଇଡିଂ କ୍ଲବର ମାଲିକ ମଧ୍ୟ ଅଟନ୍ତି।

ଫିଲ୍ମରେ ନିଅନ୍ତି କେତେ ଟଙ୍କା

ରାମ ଚରଣଙ୍କ ଫ୍ୟାନ ଯେତେବେଳେ ଜାଣିବାକୁ ପାଆନ୍ତି ଯେ ତାଙ୍କର ନୂଆ ଫିଲ୍ମ ଆସିବାକୁ ଯାଉଛି ସେବେଠୁ ଫ୍ୟାନ ଙ୍କ ମଧ୍ୟରେ ଏକ ଉତ୍ସାହ ଦେଖିବାକୁ ମିଳିଥାଏ। ଯେତେବେଳେ ଫିଲ୍ମ ବଡ଼ ପରଦାରେ ରିଲିଜ ହୁଏ ସେତେବେଳେ କୋଟି କୋଟି ଟଙ୍କା ରୋଜଗାର କରିଥାଏ। ରାମ ଚରଣ ତାଙ୍କର ଗୋଟିଏ ଚଳଚ୍ଚିତ୍ର ପାଇଁ କୋଟି କୋଟି ଟଙ୍କା ନେଇ ଥାନ୍ତି। ଏକ ଫିଲ୍ମ ପାଇଁ ସେ ୨୦ କୋଟି ଟଙ୍କା ନେଉଥିବାର ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *