ସ୍ୱାମୀ ସ୍ତ୍ରୀ ଝଗଡ଼ା ଏବଂ ବାସ୍ତୁ ଦୋଷକୁ ଦୂର କରିବା ପାଇଁ ଏହି ଉପାୟ ହେବ ବେଶ ଲାଭଦାୟକ

୧ . ସ୍ୱାମୀ ସ୍ତ୍ରୀ ଝଗଡ଼ା :-

ପ୍ରେମ ବିବାହ ହେଉ କିମ୍ବା ପାରିବାରିକ ସହମତି ରେ ବିବାହ ହେଉ ସ୍ୱାମୀ ସ୍ତ୍ରୀ ମଧ୍ୟରେ ବିବାହ ପରେ ନିଶ୍ଚିତ ଭାବରେ ଛୋଟ ଛୋଟ କଥାକୁ ନେଇ ଝଗଡ଼ା ହୋଇଥାଏ । ଯାହାଦ୍ୱାରା ତାହା ଅଧିକ ହେଲେ ଘରେ ପାରିବାରିକ ଅନ୍ୟ ସମସ୍ୟା ଦେଖା ଦେଇଥାଏ । ସବୁବେଳେ ଅଶାନ୍ତି ଲାଗି ରହିଥାଏ । ତେଣୁ ସ୍ୱାମୀ ସ୍ତ୍ରୀ ଯଦି କାହାକୁ ବି କେତେବେଳେ ଚିଡି ଚିଡା ଲାଗୁଥାଏ ତେବେ ଗୋଡ଼କୁ ଦିନରେ ପାଞ୍ଚ ଥର ଧୋଇଲେ ତାହା କମ ହୋଇଯାଏ ।

୨ . ସର୍ପ ଦଂଶନ :-

କୌଣସି ବ୍ୟକ୍ତିକୁ ସର୍ପ ଦଂଶନ କରିଲେ ତାହାର ଏକ ପ୍ରାଥମିକ ଚିକିତ୍ସା ରହିଛି । ତେବେ ସେହି ଅନୁଯାୟୀ ଯଦି ଆପଣ ସର୍ପ ଦଂଶନ କରିଥିବା ବ୍ୟକ୍ତିକୁ ୧୨ ବର୍ଷରୁ ଅଧିକ ପୁରୁଷର ପରିସ୍ରା ପିଆଇ ଦିଅନ୍ତି ତେବେ ବିଷ ର ପ୍ରଭାବ ଧୀରେ ଧୀରେ କମ ହୋଇଯାଏ ।

୩ . ହାତ ପାପୁଲି କୁଣ୍ଡେଇ ହେବା :-

ସାଧରଣତଃ ହାତ ପାପୁଲି କୁଣ୍ଡେଇ ହେଲେ ତାହା ଅନେକ ଦିଗରେ ସୂଚନା ଦେଇଥାଏ । ଯଦି ପୁରୁଷ ଲୋକର ଡାହାଣ ହାତ ପାପୁଲି କୁଣ୍ଡେଇ ହୁଏ ତେବେ ତାହା ଶୁଭ ହେବା ସହିତ ନାରୀ ର ବାମ ହାତ ପାପୁଲି କୁଣ୍ଡେଇ ହେଲେ ତାହା ଶୁଭ ଫଳ ଦେଇଥାଏ । ସେହିପରି ପୁରୁଷ ଙ୍କର କାନରେ କେଶ ବଢ଼ିଲେ ତାହା ଶୁଭ ହୋଇଥାଏ ।

୪ . ଘରେ ମହାଭାରତ ଯୁଦ୍ଧ କିମ୍ବା ସେହି ସମ୍ବନ୍ଧିତ ଯଦି ଅନ୍ୟ ଫୋଟ ରଖୁଛନ୍ତି ତେବେ ତାହା କେବଳ ଠାକୁର ଘରେ ହିଁ ରଖନ୍ତୁ । ଯଦି ଅନ୍ୟ ରୁମ ରେ କିମ୍ବା ଘରର ଅନ୍ୟ ସ୍ଥାନରେ ଏହା ରଖନ୍ତି ତେବେ ତାହା ପାରିବାରିକ କଳହର କାରଣ ହୋଇଥାଏ ।

୫ . ଶାସ୍ତ୍ର ଅନୁସାରେ ଯଦି ଗାଈଖୁରା ର ଧୂଳି , ଧାନ ଧୂଳି , ଭଣଜା ର ପାଦ ଧୂଳି ଏବଂ ବ୍ରାହ୍ମଣ ର ପାଦ ଧୂଳି ପଡୁଛି ତେବେ ତାହା ଅତ୍ୟନ୍ତ ଶୁଭ ହୋଇଥାଏ । ଅନେକ ଲୋକଙ୍କୁ ଏହି ସମ୍ବନ୍ଧରେ ଜଣା ନଥାଏ । ଯାହାଦ୍ୱାରା ସେମାନେ ଧାନ ଧୂଳି ପଡିଲେ ବିରକ୍ତ ହୋଇଥାନ୍ତି ।

୬ . ଏହି କଥା ପ୍ରତି ନିଶ୍ଚିତ ଭାବରେ ଧ୍ୟାନ ରଖିବେ ଯେ ସୂର୍ଯ୍ୟାସ୍ତ ପରେ କାହାକୁ ବି କ୍ଷୀର , ହଳଦୀ ଏବଂ ଝାଡ଼ୁ ଦିଅନ୍ତୁ ନାହିଁ କାରଣ ଏହା ଅଶୁଭ ସଙ୍କେତ ହୋଇଥାଏ ।

୭ . ଘରର ପ୍ରତ୍ୟେକ ରୁମ ରେ ଧାନ , ମୁଗ , ମାଣ୍ଡିଆ , ଗହମ , ସୋରିଷ , କଳା ରାଶି ଆଦି ଏକ କପଡ଼ା ରେ ବାନ୍ଧି ଥୋଇଲେ ତାହାର ଭଲ ପ୍ରଭାବ ଘର ଉପରେ ପଡ଼ିଥାଏ ଏବଂ ସୁଖ ଶାନ୍ତି ବଜାୟ ରହିଥାଏ ।

୮ . ହିନ୍ଦୁ ଧର୍ମ ଅନୁଯାୟୀ ରଜ ସଂକ୍ରାନ୍ତି ଦିନ ଘରର ମୁଖ୍ୟ ଦ୍ୱାରରେ ହଳଦୀ ଚିତା ଆଙ୍କିବା ଉଚିତ ଏବଂ ଆପଣ ଚାହିଁଲେ ଲାଲ ଚିତା ମଧ୍ୟ ଆଙ୍କି ପାରିବେ । ଏହାଦ୍ବାରା ଏକ ବର୍ଷ ପର୍ଯ୍ୟନ୍ତ ଆପଣଙ୍କୁ ଶୁଭ ଫଳ ପ୍ରାପ୍ତ ହେବ ।

୯ . ସାଧରଣତଃ ନିଜର ମଙ୍ଗଳ ଏବଂ ପରିବାରର ମଙ୍ଗଳ ପାଇଁ ମଣିଷ ପ୍ରତି ମଙ୍ଗଳବାର ଦିନ ଭୂଇଁ ରେ ମୁଣ୍ଡ ଲଗାଇ ପ୍ରଣାମ କରିବା ଉଚିତ । ଏହାଦ୍ବାରା ସମସ୍ତଙ୍କ ସ୍ୱାସ୍ଥ୍ୟ ଉପରେ ଭଲ ପ୍ରଭାବ ପଡ଼ିଥାଏ ଏବଂ ରୋଗ ଦୂର ହୋଇଥାଏ ।

୧୦ . ସ୍ୱାମୀ ସ୍ତ୍ରୀ ଝଗଡ଼ା କୁ ଠିକ କରିବା ପାଇଁ ଆଉ ଏକ ଉପାୟ ମଧ୍ୟ ଆପଣେଇ ପାରିବେ ଯାହା ଅନୁଯାୟୀ ଦୁଇଟି ମୟୁର ପର ବିବାହ ଆଲବମ ମଧ୍ୟରେ ରଖନ୍ତୁ । ଏହାଦ୍ବାରା ବୈବାହିକ ଜୀବନରେ କଳହ ହେବ ନାହିଁ ।

୧୧ . ଯଦି ଘରେ ଅଶାନ୍ତି ଦେଖା ଦେଉଛି ତେବେ ପ୍ରତିଦିନ ରାତିରେ ଘରର ଏକ କୋଣରେ ଲୁଣ ରଖି ଦିଅନ୍ତୁ ଏବଂ ସକାଳୁ ମୁଁହ ନଧୋଇ ତାହାକୁ ପାଣିରେ ବସାଇ ଦିଅନ୍ତୁ । ଏହାଦ୍ବାରା ଶୁଭ ଫଳ ପ୍ରାପ୍ତ ହେବ ।

୧୨ . ଘରର ସବୁ ବାସ୍ତୁ ଦୋଷ କୁ ଦୂର କରିବା ପାଇଁ ଆପଣ ମାଟି ସୁରେଇ ରେ ପାଣି ରଖି ତାହାକୁ ଉତ୍ତପ କୋଣରେ ରଖନ୍ତୁ । ଦେଖିବେ ଅନେକ ଶୁଭ ଫଳ ପ୍ରାପ୍ତ ହେବ ଏବଂ ବାସ୍ତୁ ସମସ୍ୟା ଦୂର ହେବ ।

Leave a Reply

Your email address will not be published. Required fields are marked *