ଘରର ଆଲମାରୀ ରଖନ୍ତୁ ଏହି ଦିଗରେ ଘରକୁ ଲକ୍ଷ୍ମୀଙ୍କ କୃପାରୁ ଧନର ବର୍ଷା ହେବ

ବନ୍ଧୁମାନେ ଧନର ଅଧିକାରୀ ହେବାକୁ ଆମେ ସମସ୍ତେ ସବୁବେଳେ ଚାହିଁ ଥାଉ। ଏଥିପାଇଁ ବହୁତ୍ ଶାସ୍ତ୍ର ନିୟମ ମାନିଥାଉ ଅବା ଶାସ୍ତ୍ର ଅନୁଯାୟୀ ଘରର ବାସ୍ତୁ ନିୟମ ଉପରେ ମଧ୍ୟ ଗୁରୁତ୍ବ ଦେଇଥାଉ।ଯେପରି ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ରହିବ ସେଥିପାଇଁ କେଉଁ ଜିନିଷ କେଉଁ ଜାଗାରେ ରଖିଲେ ଉଚିତ୍ ହେବ ଆସନ୍ତୁ ଜାଣିବା। ଆମ ଘରର ଜିନିଷ ସବୁ ଉଚିତ୍ ଜାଗାରେ ରହିଲେ ଏହାର ସକାରାତ୍ମକ ପ୍ରଭାବ ଆମ ଘର ପରିବାର ଉପରେ ପଡ଼ିଥାଏ। ଆମ ଘରର ଟଙ୍କା ରହୁଥିବା ଜାଗା ବା ଆଲମାରୀକୁ ଆମେ କେଉଁ ଦିଗରେ ବା କେଉଁ ଜାଗାରେ ରଖିଲେ ଆମ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ କରିବେ ଆସନ୍ତୁ ଜାଣିବା ।

ଆମ ଘରର ଆଲମିରା ବା ତିଯୋରୀ ଯଦି ଆମେ ଉଚିତ୍ ଜାଗାରେ ନରଖନ୍ତି ତେବେ ପରିସ୍ଥିତି ନକାରାତ୍ମକ ହୁଏ। ଏପରି ହୁଏକି ଆମେ ପରିଶ୍ରମ ବହୁତ୍ କରିଥାଉ ହେଲେ ଆମକୁ ଉଚିତ୍ ଫଳ ମିଳେ ବା ଆମ ଘରକୁ ଲକ୍ଷ୍ମୀଙ୍କ ପ୍ରବେଶ ହୁଏ ନାହିଁ ଯାହା ଫଳରେ ଧନର କମି ରୁହେ। ତେଣୁ ବାସ୍ତୁ ଶାସ୍ତ୍ର ଅନୁଯାୟୀ ଯଦି ଘରର ଆଲମାରୀ ଭୁଲ ଦିଗରେ ରଖା ଯାଏ ତେବେ ଏହାର ପ୍ରଭାବ ଘରର ଆମଦାନୀ ଉପରେ ପଡ଼ିଥାଏ। ଯଦି ଆପଣଙ୍କ ଘରେ ଏପରି ସମସ୍ୟା ଦେଖା ଦେଉଛି ତେବେ ଆପଣ ଏହାକୁ ଶୀଘ୍ର ଠିକ୍ କରାନ୍ତୁ।

ଯେଉଁଘରେ ଆପଣ ଆଲମାରୀରେ ସ୍ଵର୍ଣ୍ଣ ଅଳଙ୍କାର ରଖିଥାନ୍ତି ସେହି ଆଳମାରିକୁ ଆପଣ ସେହି ଘରର ଦକ୍ଷିଣ ପଟକୁ ରଖିପାରିବେ।ଏହାଦ୍ବାରା ଉତ୍ତର ଦିଗକୁ ଆଲମାରୀ ଖୋଲିବ ଏବଂ ଏହା ଦ୍ଵାରା ଆୟ ବଢିବ। ପୂର୍ବ ଦିଗର ସ୍ବାମୀ ହେଉଛନ୍ତି ଇନ୍ଦ୍ର ଦେବତା ଯିଏ ସମସ୍ତ ଦେବତାଙ୍କ ରାଜା ଅଟନ୍ତି। ଧନର ବୃଦ୍ଧିର ଆସା ରଖୁଥିଲେ ପଶ୍ଚିମ ଦିଗକୁ ଆଲମାରୀ ରଖିବା ଉଚିତ୍। ଏହା ଦ୍ଵାରା ଆପଣଙ୍କ ଘରର ସମସ୍ତ ଉର୍ଯା ପୂର୍ବ ଦିଗକୁ ଖୋଲିଯାଏ ତେଣୁ ଏଥିଲାଗି ଆପଣଙ୍କ ଜୀବନରେ କୌଣସି ବାଧା ଆସିନଥାଏ।ଘରେ ଧନର ବର୍ଷା ମଧ୍ୟ ହୋଇଥାଏ।

ଏବେ ଜାଣିବା କେଉଁ ଦିଗରେ ଗହଣା ରଖିବେ ନାହିଁ ଯେଉଁ ଲାଗି ଏହାର ପ୍ରଭାବ ଆମ ଉପରେ ଖରାପ ପଡ଼ିଥାଏ। ଯଦି ଆଲମାରୀର ମୁହଁ ଦକ୍ଷିଣକୁ ଥାଏ ତେବେ ଶୀଘ୍ର ଏହାକୁ ବଦଳେଇ ଦିଅନ୍ତୁ । ଏହି ଦିଗକୁ ଆଲମାରୀ ରଖିଲେ ଘରକୁ ରୋଗ ଏବଂ ଦୁର୍ଦ୍ଦଶା ଆସିଥାଏ।ଏହା ମଧ୍ୟ ବାସ୍ତୁ ଅନୁଯାୟୀ କୁହାଯାଇଛି କି ଏହି ଦିଗରେ ଗହଣା ରଖିଲେ ଏହାର ବୃଦ୍ଧି ହୁଏନାହିଁ। ଏହି ଦିଗ ବରୁଣଙ୍କ ଦିଗ ହୋଇଥିବାରୁ ଏହି ଦିଗକୁ ମୁହଁ କରି ରଖିବା ଦ୍ଵାରା ଧନ ହାନି ହେବା ସହିତ ଦୁଃଖ ଦୁର୍ଦ୍ଦଶା ଆସିଥାଏ ଓ ଘରେ ଅଭାବ ବନି ରହିଥାଏ।ତେଣୁ ଯଦି ଆପଣ ଏପରି କରୁଥାନ୍ତି ତେବେ ଏହି ସବୁ କଥା ଉପରେ ନିଶ୍ଚୟ ଧ୍ୟାନ ଦେବେ।

Leave a Reply

Your email address will not be published. Required fields are marked *