ଶନିବାର ଦିନ ଚୁପଚାପ୍ ଏଠାରେ ଏକ କଦଳି ପୋତି ଦିଅନ୍ତୁ, ମନଇଛା ଚାକିରି, କାର୍, ବଙ୍ଗଳା, ସବୁକିଛି ପାଇବେ…

ଆଜିର ଏହି ଆର୍ଟିକିଲରେ ଲୁହାକଣ୍ଟା ଏବଂ ଘୋଡା ନାଲ ସହିତ ଜଡିତ କିଛି ସହଜ ଉପାୟ କହିବି। ବନ୍ଧୁଗଣ ଆମେ ଯଦି କଥା ହେବା ଲୁହାକଣ୍ଟା କିମ୍ବା ଘୋଡାର ନାଲ ବିଷୟରେ ତେବେ ଆମେ ସମସ୍ତେ ଜାଣିଛେ କି ଏହା ଶନିଦେବଙ୍କ ସହିତ ଜଡ଼ିତ। ଯଦି କୈାଣସି ବ୍ୟକ୍ତିଙ୍କୁ ଜୀବନରେ ସୁଖ ଐଶ୍ୱର୍ଯ୍ୟର ପ୍ରାପ୍ତି ଦରକାର ତେବେ ଶନିଦେବଙ୍କୁ ପ୍ରସନ୍ନ କରିବା ନିହାତି ଦରକାର। ଆସନ୍ତୁ ଜାଣିବା ଶନିଦେବଙ୍କୁ କିପରି ପ୍ରସନ୍ନ କରିବା?

ଅଧିକାଂଶ ଲୋକ ଶନିଦେବଙ୍କୁ ଡରିଥାନ୍ତି। କିନ୍ତୁ ଯଦି ଶନିଦେବ ଆପଣଙ୍କ ଉପରେ ପ୍ରସନ୍ନ ରୁହନ୍ତୁ ତେବେ ଆପଣଙ୍କର ସମସ୍ତ ଇଚ୍ଛା ପୂର୍ଣ୍ଣ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଉପାୟ ବିଷୟରେ। କେମିତି ଶନିଦେବ ଆପଣଙ୍କ ଉପରେ ସର୍ବଦା ପ୍ରସନ୍ନ ରହିବେ।

ଗୋଟିଏ ପାତ୍ରନେବେ ସେଥିରେ ଆପଣ ରାଶିତେଲ ଭରିଦେବେ ଏହାପରେ ଏଥିରେ ଆପଣ ନିଜ ଚେହେରା ଦେଖିବେ ଏହାପରେ ଏହି ତେଲକୁ କୈାଣସି ଗରିବକୁ ଦାନ କରିଦେବେ।ଏହା ସହ କଳା କପଡ଼ାରେ ବିରିଡାଲି, ଦୁଇଟି ଲଡୁ, କଳା କୋଇଲା ଏବଂ ଲୁହାର ଗୋଟିଏ କଣ୍ଟା ରଖିବେ। ଏହାପରେ କିଛି ଦକ୍ଷିଣା ରଖିଦେବେ।ଏହି ଉପାୟକୁ କରିବା ଦ୍ଵାରା ଶନିଦେବ ପ୍ରସନ୍ନ ହୋଇଥାନ୍ତି।

ଯଦି ଆପଣ ଚାହୁଁଛନ୍ତି କି ଶନିଦେବଙ୍କ ସହ ମାତା ଲକ୍ଷ୍ମୀଙ୍କର ଆଶୀର୍ବାଦ ଆପଣଙ୍କ ଉପରେ ରହୁ ତାହେଲେ ଅଧକିଲୋ ଚଣାଡାଲି ନେଇ ଏହାକୁ ଶନି ମନ୍ଦିରରେ ବା ଓସ୍ତ ଗଛ ତଳେ ରଖିଦେବେ ଏହାଦ୍ଵାରା ମାଆ ଲକ୍ଷ୍ମୀଙ୍କ ସହ ଶନିଦେବଙ୍କ ଆଶୀର୍ବାଦ ମିଳିଥାଏ।

ସମସ୍ୟାରୁ ମୁକ୍ତି ପାଇଁ ଆପଣ ଏକ ଲୁହା କଣ୍ଟା ଶନିବାର ଦିନ ନେବେ ଏବଂ ଘରର ଉତ୍ତର ପୂର୍ବ ଦିଗରେ ରଖିବେ। ଗୋଟିଏ ରାତି ରଖିବା ପରେ ତାପରଦିନ ରବିବାର କୈାଣସି ଶନି ମନ୍ଦିର ବା ଓସ୍ତ ଗଛ ତଳେ ଏହାକୁ ରଖିବେ ଏବଂ ନିଜ ମନକାମନା କରିବେ ଯଦି ଆପଣଙ୍କୁ ଶନିଦେବଙ୍କ କୃପା ଶୀଘ୍ର ଦରକାର ତେବେ ଶନିବାର ଦିନ ପିମ୍ପୁଡ଼ିକୁ କଳା ରାଶି, ଅଟା, ଚିନି ଖୁଆନ୍ତୁ। ଏହାଦ୍ଵାରା ଶନିଦେବଙ୍କ କୁଦୃଷ୍ଟି ବହୁତ ଶୀଘ୍ର ଚାଲି ଯାଇଥାଏ।

କଳା ଘୋଡା ନାଲକୁ କରା କପଡ଼ାରେ ଗୁଡେଇକି ଯଦି ଆପଣ ନିଜ ଘରେ ରଖନ୍ତି ତେବେ ଆପଣଙ୍କ ଘରେ କେବେ ଅଭାବ ରହିନଥାଏ।ଭୂତ ପ୍ରେତ ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିନଥାନ୍ତି।ଯଦି ଆପଣଙ୍କୁ ଶତ୍ରୁ ବହୁତ ହଇରାଣ କରୁଛନ୍ତି ତା’ହେଲେ ଲେମ୍ବୁ ନେଇ ସେଥିରେ ନିଜ ଶତ୍ରୁଙ୍କ ନାମ ସିନ୍ଦୂରରେ ଲେଖନ୍ତୁ ଏହାପରେ ଏହି ଲେମ୍ବୁରେ ଚାରୋଟି କଣ୍ଟା ଲଗାନ୍ତୁ ଏବଂ ମାଟିରେ ପୋତି ଦିଅନ୍ତୁ ବା ପାଣିରେ ଭସେଇ ଦିଅନ୍ତୁ ଏହାଦ୍ଵାରା ଶତ୍ରୁ ଶାନ୍ତ ହୋଇଯିବ।

ଯଦି ଆପଣଙ୍କ ଭାଗ୍ୟ ଆପଣଙ୍କୁ ସାହାଯ୍ୟ କରୁନାହିଁ ତାହେଲେ ଶନିବାର ଦିନ ଶୁଭ ମୂହୁର୍ତ୍ତରେ ସନ୍ଧ୍ୟା ସମୟରେ ନିଜ ଲମ୍ବର ଏକ ଲାଲ ରଙ୍ଗର ସୂତା ନିଅନ୍ତୁ ଏହାକୁ ବର ପତ୍ରରେ ଗୁଡେ଼ଇ ବୋହୂଥିବା ନଦୀରେ ଭସେଇ ଦିଅନ୍ତୁ। ଏହାଦ୍ଵାରା ଆପଣଙ୍କ ଭାଗ୍ୟ ଖୋଲିଯିବ।ଯଦି ଆପଣ ଶନିଙ୍କ ପ୍ରକୋପରେ ଚିନ୍ତିତ ଅଛନ୍ତି ତାହେଲେ ସବୁ ଚିନ୍ତାରୁ ମୁକ୍ତି ପାଇବା ପାଇଁ କଳା ଘୋଡା ନାଲରେ ଆଙ୍ଗୁଠି କରି ଶନିବାର ସୂର୍ଯ୍ୟାସ୍ତ ସମୟରେ ମଧ୍ୟମ ଆଙ୍ଗୁଠିରେ ପିନ୍ଧନ୍ତୁ ଏହାଦ୍ଵାରା ଶନିଙ୍କର ନକରାତ୍ମକ ପ୍ରଭାବ ଶୁଭ ଫଳ ଦେଇଥାଏ।

ଯଦି ଜୀବନରେ ବହୁତ ସମସ୍ୟା ରହିଛି ପରିଶ୍ରମର ଫଳ ମିଳୁନାହିଁ ସବୁଆଡୁ ବିଫଳତା ମିଳୁଛି ତାହେଲେ ଦୁଇଟି ଲୁହାକଣ୍ଟା ନିଅନ୍ତୁ ନିଜ ଘର ମନ୍ଦିରରେ ହନୁମାନଙ୍କ ଚରଣରେ ରଖନ୍ତୁ। ଏହାପରେ ହନୁମାନ ଚାଳିଶା ପାଞ୍ଚଥର ପାଠ କରନ୍ତୁ।ଏହାପରେ ଏହି କଣ୍ଟାକୁ ଡାହାଣ ହାତରେ ରଖି ନିଜ ମନସ୍କାମନା କୁହନ୍ତୁ ଏହାପରେ ଏହି କଣ୍ଟାକୁ ଘରର ମୁଖ୍ୟ ଦ୍ବାରା ଦୁଇପଟେ ବାଡ଼େଇ ଦିଅନ୍ତୁ। ଏହାପରେ କିଛି ଦିନ ପରେ ଜୀବନରେ ସକରାତ୍ମକତା ଦେଖାଦେବ ଏବଂ ଶନିଙ୍କର ଅଶୁଭ ପ୍ରଭାବରୁ ମୁକ୍ତି ମିଳିବ। ଏହିସବୁ ଉପାୟ ଜୀବନରେ କରି ନିଶ୍ଚୟ ଦେଖନ୍ତୁ।

Leave a Reply

Your email address will not be published. Required fields are marked *