ୠତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେଉଥିଲେ ଏହି ପତ୍ରର ରସ ସେବନ କରନ୍ତୁ, ସାତ ଦିନ ମଧ୍ୟରେ ଚମତ୍କାର ହେବ :-

ମହିଳା ମାନଙ୍କ ଠାରେ ମାସିକ ୠତୁସ୍ରାବ ଦେଖାଯିବା ସାଧରଣ ଅଟେ । ତାହା ପ୍ରାକୃତିକ ହୋଇଥାଏ । କାରଣ ତାହା ମହିଳାଙ୍କ ଗର୍ଭ ଧାରଣ ପାଇଁ ଅତ୍ୟନ୍ତ ଜରୁରୀ ହୋଇଥାଏ । ସାଧରଣତଃ ଅନେକ ମହିଳାଙ୍କ କ୍ଷେତ୍ରରେ ଅନେକ ସମସ୍ୟା ଦେଖା ଦେଇଥାଏ । ଯେପରିକି ମାସରେ ଦୁଇ ଦୁଇ ଥର ରକ୍ତସ୍ରାବ କିମ୍ବା ୠତୁସ୍ରାବ ସମୟରେ ଅଧିକ ରକ୍ତସ୍ରାବ ହେବା କିମ୍ବା ଆଦୌ ନହେବା । ଇତ୍ୟାଦି ଅନେକ ସମସ୍ୟା ଦେଖା ଦେଇଥାଏ ।

ଏହି ସମସ୍ୟା ଅନେକ କାରଣ ପାଇଁ ହୋଇଥାଏ । ପ୍ରଥମତଃ ଏହା ଖାଦ୍ୟ ପେୟ ରେ ଅନିୟମିତତା , ଦୂଷିତ ପରିବେଶ , ହରମନ କ୍ଷରଣ ର ଅନିୟମିତତା ଇତ୍ୟାଦି କେତେ କାରଣ ଯୋଗୁଁ ଏହି ସମସ୍ୟା ଦେଖା ଦେଇଥାଏ । ବର୍ତ୍ତମାନ ସମୟରେ ପ୍ରାୟ ଅଧିକାଂଶ ମହିଳା ଏହି ସମସ୍ୟାରେ ପୀଡ଼ିତ ହେଉଛନ୍ତି । ତେଣୁ ଆଜିକାର ଏହି ଲେଖାରେ ଆମେ ଅଧିକ ରକ୍ତସ୍ରାବ ହେଲେ ତାହାକୁ କିପରି ଠିକ କରିବେ ସେହି ସମ୍ବନ୍ଧରେ କହିବୁ । ତେବେ ସେହି ଘରୋଇ ଉପଚାରକୁ କରିବା ପାଇଁ ସିଜୁ ପତ୍ରର ଆବଶ୍ୟକତା ରହିଛି ।

ପ୍ରଣାଳୀ :-

୧ . ପ୍ରଥମେ ଆପଣ ୩୦ ରୁ ୪୦ ଟି ସିଜୁ ପତ୍ର ଗଛରୁ ଛିଡ଼ାଇ ଆଣି ତାହାକୁ ଭଲ ଭାବରେ ପରିଷ୍କାର କରି ଧୋଇ ଦିଅନ୍ତୁ । ୨ . ତାପରେ ତାହାକୁ ଏକ କଦଳୀ ପତ୍ର ଆଣି ତା ମଧ୍ୟରେ ରଖି ଦଉଡ଼ି ସାହାଯ୍ୟରେ ଗୁଡ଼ାଇ ଦିଅନ୍ତୁ । ୩ . ବର୍ତ୍ତମାନ ତାହାକୁ ପୋଡ଼ିବା ପାଇଁ ଗ୍ୟାସ ର ବ୍ୟବହାର କରିବେ ନାହିଁ । କାରଣ ତାହା ଦ୍ୱାରା କଦଳୀ ପତ୍ର ପୁରା ଜଳି ଯିବାର ସମ୍ଭାବନା ରହିଛି । ତେଣୁ ଏହାକୁ ଆପଣ ଚୁଲି ରେ ପୋଡ଼ିବା ଭଲ ହେବ ।

୪ . ଚୁଲି ରେ ନିଆଁ ଥିବା ଅଙ୍ଗାର ଉପରେ ଏହାକୁ ରଖି ୪ ରୁ ୫ ମିନିଟ ପର୍ଯ୍ୟନ୍ତ ସିଝିବାକୁ ଛାଡ଼ି ଦିଅନ୍ତୁ । ଏହାକୁ ମଝିରେ ମଝିରେ ଓଲଟାଇ ପାରିବେ ଏବଂ ପତ୍ର ସିଝି ଯିବା ଭଳି ଲାଗିଲେ ବାହାର କରି ଆଣିବେ । ୫ .ବର୍ତ୍ତମାନ ପତ୍ରକୁ ବାହାର କରି ଏକ ଓଦା କପଡ଼ା ରେ ନେଇ ତାହାର ରସକୁ ବାହାର କରନ୍ତୁ । ଓଦା କପଡ଼ା ନେବାର ଯଥାର୍ଥ ଏହା ଯେ ସେହି ପତ୍ରକୁ ଗରମ ଥିବା ଅବସ୍ଥାରେ ହିଁ ସେଥିରୁ ରସ ବାହାର କରିବାକୁ ପଡ଼ିବ ।

୬ . ଏହାପରେ ସେହି ରସକୁ ଉଷୁମ ଛାଣି ଦେବେ । ଛାଣି ସାରିବା ପରେ ଉଷୁମ ଥିବା ରସକୁ ସେବନ କରନ୍ତୁ । ଏହି ରସକୁ ଦିନରେ ଦୁଇ ଥର ସେବନ କରିଲେ ଫଳ ଭଲ ମିଳିଥାଏ । ଯେଉଁ ମହିଳା ମାନଙ୍କର ଅଧିକ ରକ୍ତସ୍ରାବ ହେଉଛି ସେମାନେ ଦିନରେ ଦୁଇ ଥର ଲେଖାଏଁ ୭ ଦିନ ସେବନ କରିଲେ ଏହି ସମସ୍ୟା ଠିକ ହୋଇ ଯାଏ ।

Leave a Reply

Your email address will not be published. Required fields are marked *