ଜାଣନ୍ତୁ ରାଶି ଅନୁଯାୟୀ ବିବାହର ଶୁଭ ବାର ବଢିଥାଏ ଧାନ ସମ୍ପତି, ହୋଇଥାଏ ଅତ୍ୟନ୍ତ ଲାଭ :-

ଜୀବନରେ ବିବାହ ଏକ ମହତ୍ୱପୂର୍ଣ୍ଣ ଅଂଶ ଅଟେ । ବିବାହ ପରେ ଦୁଇ ଅଜଣା ଲୋକ ସାରା ଜୀବନ ସାଥିରେ ବିତାଇବାକୁ ମାନସିକ ଏବଂ ଶାରୀରିକ ଭାବରେ ନିଷ୍ପତ୍ତି ନେଇଥାନ୍ତି ଯାହାକି ବହୁତ ବଡ଼ ନିଷ୍ପତ୍ତି ହୋଇଥାଏ । ତେବେ ରାଶି ଅନୁଯାୟୀ ମଧ୍ୟ ବିବାହ ସମୟ ଏପରି ରହିଛି ଯାହାକି ଶୁଭ ହୋଇଥାଏ । ବସ୍ତୁ ଶାସ୍ତ୍ର ଅନୁଯାୟୀ ପ୍ରତ୍ୟେକ ରାଶିର ଲୋକେ ଏକ ନିର୍ଦିଷ୍ଟ ବାରରେ ବିବାହ କରିଲେ ସେମାନଙ୍କ ଜୀବନ ମଙ୍ଗଳମୟ ହୋଇଥାଏ । ଆଜିକାର ଏହି ଲେଖାରେ ଆମେ ଆପଣଙ୍କୁ ରାଶି ଅନୁଯାୟୀ ବିବାହ ପାଇଁ ଥିବା ଶୁଭ ବାର ସମ୍ବନ୍ଧରେ କହିବୁ ।

୧ . ମେଷ ରାଶି :-

ମେଷ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ବିବାହ କରିବାର ଉତ୍ତମ ବାର ହେଉଛି ମଙ୍ଗଳବାର । ଏହି ବାରରେ ବିବାହ କରିଲେ ସେମାନଙ୍କର ଉନ୍ନତି ହୋଇଥାଏ ଏବଂ ସେମାନେ ସବୁବେଳେ ଖୁସିରେ ଜୀବନ ଅତିବାହିତ କରନ୍ତି । ପାରିବାରିକ ଜୀବନ ଉତ୍ତମ ହୋଇଥାଏ ।

୨ . ବୃଷ ରାଶି :-

ବୃଷ ରାଶିର ବ୍ୟକ୍ତି ବିଶେଷ ଶୁକ୍ରବାର ଦିନ ବିବାହ କରିବା ଶୁଭ ହୋଇଥାଏ । ଏହି ବାରରେ ସେମାନେ ବିବାହ କରିଲେ ସେମାନଙ୍କ ବୈବାହିକ ଜୀବନ ସୁଖମୟ ହୋଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ଭଲ ଫଳ ମଧ୍ୟ ପ୍ରାପ୍ତ ହୋଇଥାଏ ।

୩ . ମିଥୁନ ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷ ବୁଧବାର ଦିନ ବିବାହ କରିଲେ ଏମାନଙ୍କୁ ସବୁ ସୁଖ ସମୃଦ୍ଧି ପ୍ରାପ୍ତ ହୋଇଥାଏ । ଜୀବନର ସବୁ କ୍ଷେତ୍ରରେ ଉନ୍ନତି ମିଳିଥାଏ ଏମାନଙ୍କୁ । ଦାମ୍ପତ୍ୟ ଜୀବନ ରେ ସୁଖ ପ୍ରାପ୍ତି ହୋଇଥାଏ ।

୪ . କର୍କଟ ରାଶି :-

କର୍କଟ ରାଶିର ବ୍ୟକ୍ତି ବିଶେଷ ଯଦି ସୋମବାର ଦିନ ବିବାହ କରନ୍ତି ତେବେ ତାଙ୍କର ବୈବାହିକ ଜୀବନରେ ସୁଖ ପ୍ରାପ୍ତି ହୋଇଥାଏ ଏବଂ ଧନ ଲାଭ ହୋଇଥାଏ ମଧ୍ୟ । ପରିବାରରେ କେବେ ଅଶାନ୍ତି ଲାଗି ରହେ ନାହିଁ ।

୫ . ସିଂହ ରାଶି :-

ସିଂହ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ସୋମବାର ଅତ୍ୟନ୍ତ ଶୁଭ ଅଟେ । ଏହିଦିନ ବିବାହ କରିଲେ ସେମାନେ ଶୁଭ ଫଳ ପ୍ରାପ୍ତ କରିଥାନ୍ତି । ଏହି ଦିନ ବିବାହ କରିଲେ ସେମାନଙ୍କ ଜୀବନରେ ସବୁବେଳେ ସୁଖ ସମୃଦ୍ଧି ଆସିଥାଏ ।

୬ . କନ୍ୟା ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ରବିବାର ଦିନ ଅତ୍ୟନ୍ତ ଶୁଭ ଅଟେ । ଏହି ବାର ରେ ବିବାହ କରିଲେ ଦାମ୍ପତ୍ୟ ଜୀବନ ଖୁସିରେ ଭରି ଯାଏ ।

୭ . ତୁଳା ରାଶି :-

ତୁଳା ରାଶିର ବ୍ୟକ୍ତି ବିଶେଷ ମାନଙ୍କ ବିବାହ ପାଇଁ ଶୁକ୍ରବାର ଶୁଭ ବାର ଅଟେ । ଏହି ବାର ରେ ବିବାହ କରିଲେ ସେମାନେ ଅନେକ ସୌଭାଗ୍ୟ ର ଅଧିକାରୀ ହୋଇଥାନ୍ତି ଏବଂ ପାରିବାରିକ ଜୀବନ ମଧ୍ୟ ସୁଖମୟ ହୋଇଥାଏ ।

୮ . ବିଛା ରାଶି :-

ବିଛା ରାଶିର ବ୍ୟକ୍ତି ମାନେ ମଙ୍ଗଳବାର ରେ ବିବାହ କରିଲେ ଅତ୍ୟନ୍ତ ଆତ୍ମସନ୍ତୋଷ ଲାଭ କରନ୍ତି । ଦମ୍ପତ୍ୟ ଜୀବନ ସୁଖମୟ ହୋଇଥାଏ ।

୯ . ଧନୁ ରାଶି :-

ଧନୁ ରାଶିର ବ୍ୟକ୍ତି ମାନେ ଗୁରୁବାର ବିବାହ କରିବା ଉଚିତ କାରଣ ଏହି ବାର ସେମାନଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ । ପାରିବାରିକ ଜୀବନ ଆନନ୍ଦ ରେ ପୁରି ଉଠେ ।

୧୦ . ମକର ରାଶି :-

ଏହି ରାଶିର ବ୍ୟକ୍ତି ବିଶେଷ ମାନେ ଶନିବାର ରେ ବିବାହ କରିବା ଉତ୍ତମ ହୋଇଥାଏ । ଜୀବନରେ ସବୁ କ୍ଷେତ୍ରରେ ଉନ୍ନତି ହାସଲ ହୋଇଥାଏ ଏବଂ ଧନ ଲାଭ ହୋଇଥାଏ ।

୧୧ . କୁମ୍ଭ ରାଶି :-

କୁମ୍ଭ ରାଶିର ବ୍ୟକ୍ତି ବିଶେଷ ଙ୍କ ପାଇଁ ବିବାହ କରିବାର ଶୁଭ ବାର ହେଉଛି ଶନିବାର । ଏହି ବାର ରେ ବିବାହ କରିଲେ ସେମାନଙ୍କ ପାରିବାରିକ ଜୀବନରେ ଖୁସି ଆସିଥାଏ ଏବଂ ପ୍ରତ୍ୟେକ କ୍ଷେତ୍ରରେ ଉନ୍ନତି ହୋଇଥାଏ ।

୧୨ . ମୀନ ରାଶି :-

ମୀନ ରାଶିର ବ୍ୟକ୍ତି ବିଶେଷ ଗୁରୁବାର ଦିନ ବିବାହ କରିଲେ ତାହା ତାଙ୍କ ଦମ୍ପତ୍ୟ ଜୀବନ ପାଇଁ ଶୁଭ ପ୍ରମାଣିତ ହୋଇଥାଏ । ପ୍ରତ୍ୟେକ କ୍ଷେତ୍ରରେ ସେମାନେ ସର୍ବସିଦ୍ଧ ଲାଭ କରନ୍ତି ।

Leave a Reply

Your email address will not be published. Required fields are marked *