ସକାଳୁ ଉଠି ଘର କବାଟ ଖୋଲିବା ବେଳେ କରନ୍ତୁ ଏହି କାମ ଭିକାରୀ ବି ବନିବ କୋଟିପତି।

ବନ୍ଧୁମାନେ ବହୁତ ସାରା ଟଙ୍କା ରୋଜଗାର କରିବା ପାଇଁ ଆମେ ସବୁବେଳେ ଚାହିଁ ଥାଆନ୍ତି। ସେଥିପାଇଁ ମାତା ମହାଲକ୍ଷ୍ମୀଙ୍କୁ ଘରକୁ ଆଣିବା ପାଇଁ ନାନା ପୂଜା କରୁ ଅବା ଶାସ୍ତ୍ର ଅନୁଯାୟୀ ବହୁ ନୀତି, ନିୟମ ଅବଲମ୍ବନ କରୁ। ଆଜି କାଲି ଦୁନିଆରେ ଆର୍ଥିକ ଉନ୍ନତି ପାଇଁ ସମସ୍ତେ ଚାହିଁଥାନ୍ତି। ଭଲ ଶିକ୍ଷା,ଚାକିରି,ବ୍ୟବସାୟ ଅବା ବେପାର ବଣିଜ କ୍ଷେତ୍ରରେ ଆଗକୁ ବଢିବାର ଲକ୍ଷ୍ୟ ସଭିଙ୍କର ଥାଏ।

ହେଲେ କଣ ଆପଣ ଜାଣନ୍ତି କି କର୍ମ ସହିତ କିଛି ଏପରି କାମ କରିବା ଦ୍ବାରା ଆପଣଙ୍କ ଧନ ବଢିବ ଯାହା ବାସ୍ତୁ ଶାସ୍ତ୍ରରେ ବର୍ଣ୍ଣିତ। କିଛି ଏପରି ନିୟମ ମାନ ଏଥିରେ ରହିଛି ଯାହା ଆପଣେଇବା ଦ୍ଵାରା ବ୍ୟକ୍ତି ଧନର ମାଲିକ ହୋଇଥାଏ ଅବା ଧନ ଦେବୀଙ୍କୁ ଘରକୁ ଆମନ୍ତ୍ରିତ କରିଥାଏ।ଆସନ୍ତୁ ଜାଣିବା ଏହି ଉପାୟ ମାନ।

ଘରେ ପ୍ରତ୍ୟେକ ଟି ଦ୍ୱାରର ମହତ୍ତ୍ଵ ଯାହା କେବଳ ପ୍ରବେଶ ପାଇଁ ନୁହେଁ ବରଂ ଶାସ୍ତ୍ର ଅନୁଯାୟୀ ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବାର କେନ୍ଦ୍ରବିନ୍ଦୁ ମଧ୍ୟ ଅଟେ। ଯଦି ଏପରି ଚାହୁଁଛନ୍ତି ତେବେ ଘରର ମୁଖ୍ୟ ଦ୍ଵାରକୁ ଗାଢା ରଙ୍ଗ କରନ୍ତୁ। ଏହା ଲାଲ୍ ଅବା ଫିକା ନାଲି ରଙ୍ଗ କରିପାରିବେ ଯାହା ମାତା ଲକ୍ଷ୍ମୀଙ୍କୁ ଆକର୍ଷିତ କରିବ। କାରଣ ନାଲି ରଙ୍ଗ ହେଉଛି ମାତା ଲକ୍ଷ୍ମୀଙ୍କର ବହୁତ୍ ପ୍ରିୟ ତେଣୁ ଏହା ଉପରେ ଧ୍ୟାନ ଦେବେ।ଯଦି ଆପଣ ସକାଳୁ ଉଠି ଘରର ଦ୍ଵାର ଖୋଲନ୍ତି ତେବେ ମହା ଲକ୍ଷ୍ମୀଙ୍କ ସ୍ମରଣ ଅବଶ୍ୟ କରନ୍ତୁ। ଏହା ଅତ୍ୟନ୍ତ ଶୁଭ ହେବା ସଙ୍ଗେ ସଙ୍ଗେ ଘରକୁ ଅବା ଆପଣଙ୍କ ମନକୁ ସକରାତ୍ମକ ଉର୍ଜା ପ୍ରବେଶ କରିଥାଏ।

ଯଦି ଘରର ମୁଖ୍ୟ ଦ୍ଵାର ନାଲି ରଙ୍ଗ ହୋଇନାହିଁ ତେବେ ଲାଲ ରଙ୍ଗର ଟିକାରେ ଓଁ ଅବା ମାତା ଲକ୍ଷ୍ମୀଙ୍କ ଫୋଟୋ ଲଗାନ୍ତୁ ଯାହା ଦ୍ଵାରା ମାତାଙ୍କ କୃପା ମିଳିବ। ସକାଳୁ ଉଠି ଏହି ଫୋଟୋକୁ ଦର୍ଶନ କରି ମାଙ୍କର ସ୍ମରଣ ଅବଶ୍ୟ କରନ୍ତୁ। ଏହା ଛଡ଼ା ପ୍ରବେଶ ଦ୍ଵାରରେ ଶୁଭ ଲାଭ, ଶ୍ରୀଗଣେଶ,ମାତା ଲକ୍ଷ୍ମୀଙ୍କ ପଦ ଚିହ୍ନ ଅବା ସ୍ଵସ୍ତିକ ଚିଂହ୍ନ କରନ୍ତୁ।ଏହା ଦ୍ଵାରା ଆପଣଙ୍କ ଘରେ ସକାରାତ୍ମକ ଊର୍ଜାର ସଂଚାର ହେବ ଏବଂ ନକାରାତ୍ମକ ଉର୍ଜା କ୍ଷୟ ହେବ।ତେଣୁ ଧ୍ୟାନ ରଖିବେ ନିୟମିତ ସକାଳୁ ଉଠି ଏହି ନାଲି ରଙ୍ଗର ଓଁ କୁ ଦେଖିବେ।ଏହା ଦ୍ଵାରା ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ୍ନ ହେବେ।

ଘରର ପ୍ରବେଶ ଦ୍ଵାର ପାଖରେ ତୁଳସୀ ବା ଚମେଲି ଗଛ ଲଗାନ୍ତୁ।ସକାଳୁ ଉଠି ଏହି ତୁଳସୀ ଗଛର ଦର୍ଶନ ସହ ସନ୍ଧ୍ୟାରେ ଧୂପ ଦେଇ ପୂଜା କରନ୍ତୁ। ସକାଳୁ କାର୍ଯ୍ୟ ବା ଭୋଜନ କରିବା ପୂର୍ବରୁ ନାଭିରେ ଗୋଲାପ ଜଳ ଅତର ଲଗେଇ କାର୍ଯ୍ୟ କରିବାକୁ ବାହାରନ୍ତୁ।ଏହା ଦ୍ବାରା ଆପଣଙ୍କ ଖୁସିରେ ଅବା ଧନର କେବେ ଅଭାବ ରହିବେ ନାହିଁ। ଏହା ଛଡ଼ା ସର୍ବ ପ୍ରଥମେ ଆଖି ଖୋଲିବା ପୂର୍ବରୁ ନିଜର ଖୋଲା ହାତ ପାପୁଲିକୁ ଯୋଡ଼ି ଦର୍ଶନ କରି ମନେ ମନେ ଏହି ମନ୍ତ୍ର ଜପ କରନ୍ତୁ।’ କରାଗ୍ରେ ବସତି ଲକ୍ଷ୍ମୀ କର ମଧ୍ୟେ ସରସ୍ଵତୀ କରମୂଳେ ତୁ ଗୋବିନ୍ଦ ପ୍ରଭାତେ କର ଦର୍ଶନମ୍ ‘।ଏହା ଦ୍ଵାରା ଜୀବନରେ ଖୁସି ଆସିବ ସହିତ ଦୁଃଖ କଷ୍ଟ ଦୂରେଇ ଯାଏ ଏବଂ ଆପଣଙ୍କ ସାରା ଦିନ ଖୁସିରେ କଟେ।

ଶାସ୍ତ୍ର ଅନୁଯାୟୀ ମନୁଷ୍ୟ ହାତ ପାପୁଲିରେ ବିଷ୍ଣୁ,ସରସ୍ଵତୀ,ମାତା ଲକ୍ଷ୍ମୀ ବାସ କରନ୍ତି।ତେଣୁ ଯଦି କୌଣସି ବ୍ୟକ୍ତି ସକାଳୁ ଉଠି ନିଜର ହାତ ଦର୍ଶନ କରେ ତେବେ ସେ ଏହି ୩ଟି ମୂର୍ତ୍ତି ଦର୍ଶନ କରିନେଲା ବୋଲି ଜଣା ଯାଏ।ତେଣୁ ଆପଣ ମଧ୍ୟ ଏହି ଛୋଟ ଛୋଟ ଉପାୟ ମାନ କରି ନିଜ ଜୀବନରେ ପରିବର୍ତ୍ତନ ଆଣନ୍ତୁ।ଦେଖିବେ ଆପଣଙ୍କର ସବୁ ଦୁଃଖ ଦୂର ହେବା ସହିତ ଘର ଉପରେ ମାତା ଲକ୍ଷ୍ମୀଙ୍କ କୃପା ବନି ରହିଥାଏ।

Leave a Reply

Your email address will not be published. Required fields are marked *