ବାଘ ଗାଡ଼ି ଅଟକାଇ ମଝି ରାସ୍ତାରେ କରିବାକୁ ଲାଗିଲା ଏମିତି ହରକତ, ଭିତରେ ବସିଥିବା ଲୋକଙ୍କର ଅଟକି ଗଲା ନିଃଶ୍ବାସ : ଦେଖନ୍ତୁ ଭିଡିଓ

ମହିନ୍ଦ୍ରା ଆଣ୍ଡ ମହିନ୍ଦ୍ରାର ଚେୟାରପର୍ସନ ଆନନ୍ଦ ମହିନ୍ଦ୍ରା ସୋସିଆଲ ମିଡିଆରେ ବହୁତ ସକ୍ରିୟ ହେବାପାଇଁ ଜଣା ଯାଇଥାନ୍ତି। ଦେଶର ନାମୀଦାମୀ ଉଦ୍ୟୋଗପତି ଆନନ୍ଦ ମହିନ୍ଦ୍ରା ପ୍ରତିଦିନ ନିଜର ଟୁଇଟର ଆକାଉଣ୍ଟରେ କୈାଣସି ନା କୈାଣସି ଭିଡିଓ କିମ୍ବା ପୋଷ୍ଟ ସେୟାର କରିବାକୁ ଲାଗିଥାନ୍ତି। ତାହା ଉତ୍ସାହଜନକ ହୋଇଥାଏ କିମ୍ବା ପୁଣି ମଜାଦାର। ନିଜ ଫଲୋଅର୍ସଙ୍କ ଭିଡିଓକୁ ମଧ୍ୟ ସେ ନିଜ ପେଜରେ ସେୟାର କରିବା ପାଇଁ ଭୁଲନ୍ତି ନାହିଁ। ଗୁରୁବାର ଦିନ ଆନନ୍ଦ ମହିନ୍ଦ୍ରା ଗୋଟିଏ ଭିଡିଓ ଟୁଇଟ କରିଛନ୍ତି, ଯେଉଁଥିରେ ଗୋଟିଏ ବାଘ ରାସ୍ତା ମଝିରେ ଗୋଟିଏ ଗାଡ଼ିକୁ ରୋକି ଦେଇଥିଲେ। ପୁଣି ତାପରେ ଭିତରେ ବସିଥିବା ଲୋକଙ୍କର ଅବସ୍ଥା ଅସୁସ୍ଥ ହୋଇ ଯାଇଥିଲା।

ଆନନ୍ଦ ମହିନ୍ଦ୍ରାଙ୍କ ଦ୍ବାରା ସେୟାର କରାଯାଇଥିବା ପୋଷ୍ଟରେ ଆପଣଙ୍କୁ ବାଘର ଗୋଟିଏ ଭିଡିଓ ଦେଖାଯିବ। ବାଘକୁ ଦେଖିବା ପରେ ଡ୍ରାଇଭର ଗାଡ଼ିର ଗତିକୁ ଧିମା କରି ଦେଇଥିଲେ ଏବଂ ପୁଣି ରୋକି ଦେଇଥିଲେ,ଟାଇଗର କାରର ପଛ ଅଂଶକୁ ଯାଇଥିଲା ଏବଂ ପୁଣି ଚୋବେଇବା ଆରମ୍ଭ କରି ଦେଇଥିଲା।ଗାଡିର ପଛ ଅଂଶରେ ନମ୍ବର ପ୍ଲେଟ ପାଖରେ ଲାଗିଥିବା ହାର୍ଡ ଫାଇବରକୁ ଟାଇଗର ଦାନ୍ତରେ ବାରମ୍ବାର କାମୁଡିବାକୁ ଲାଗିଥିଲା।

ଏମିତି କରିକରି ବାଘ ପାଖାପାଖି ୨ ରୁ ୩ଫୁଟ ପର୍ଯ୍ୟନ୍ତ ଗାଡ଼ିକୁ ପଛକୁ ଟାଣି ନେଇଥିଲା।ଏହି ହରକତକୁ ଦେଖି ଭିତରେ ବସିଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ସେହି ରାସ୍ତା ଦେଇ ଯାଇଥିବା ଗୋଟିଏ ବସରେ ବସିଥିବା ଲୋକ ଏହି ଭିଡିଓ ନିଜ ମୋବାଇଲ କ୍ୟାମେରାରେ ରେକର୍ଡ କରି ନେଇଥିଲେ।

ଗାଡ଼ିର ପଛକୁ ଯାଇ ବାଘ କାମୁଡ଼ିବାକୁ ଲାଗିଥିଲା ହାର୍ଡ ପ୍ଲାଷ୍ଟିକ

ବିଜନେସ ଟାୟକୁନ ଆନନ୍ଦ ମହିନ୍ଦ୍ରା ଏହି ଭିଡିଓ ସେୟାର କରିବା ସମୟରେ ଲେଖିଛନ୍ତି, ‘ଏହି ଦୃଶ୍ୟ ଉଟିରୁ ମ୍ୟାସୁର ଯାଉଥିବା ରାସ୍ତା ଉପରେ ଥେପ୍ପକାଡୁ ପାଖରେ ଦେଖା ଯାଇଥିଲା। ସେହି କାର ଅଟେ ଜାଇଲୋ। ସେହି ଟାଇଗର କାରକୁ ଏମିତି ଚୋବେଇବାକୁ ଲାଗିଥିଲା, ମୋତେ ଆଶ୍ଚର୍ଯ୍ୟର କଥା ଲାଗୁ ନାହିଁ।ମୋ ଖ୍ୟାଲରେ ମହିନ୍ଦ୍ରାଙ୍କ କାର ସ୍ବାଦିଷ୍ଟ ହୋଇଥାଏ, ତାଙ୍କୁ ମଧ୍ୟ ଏମିତି ହିଁ ଅନୁଭବ ହେଉଛି।’ତାଙ୍କର ଏହି ମଜାଦାର ପୋଷ୍ଟ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି।

ଆନନ୍ଦ ମହିନ୍ଦ୍ରାଙ୍କ ପୋଷ୍ଟ ଉପରେ ନେଟିଜନ୍ସ ମଜାଦାର ପ୍ରତିକ୍ରିୟା ଦେଉଛନ୍ତି। ଜଣେ ୟୁଜର ଲେଖିଛନ୍ତି, ‘ବାଘର ଦାନ୍ତ ବହୁତ ମଜବୁତ ଲାଗୁଛି, କଣ ସେ ବର୍ତ୍ତମାନ କୋଲଗେଟ କିମ୍ବା ପେପ୍ସୋଡେଣ୍ଟା କରିଛି।’ପୋଷ୍ଟକୁ ଏପର୍ଯ୍ୟନ୍ତ ୯ହଜାରରୁ ଅଧିକ ଲାଇକ ଏବଂ ୮୦୦ରୁ ଅଧିକ ରୀଟୁଇଟ ମିଳିସାରିଛି। ସେଠାରେ,୧ଲକ୍ଷ ୪୫ହଜାରରୁ ଅଧିକ ଥର ଦେଖା ଯାଇ ସାରିଛି।

Leave a Reply

Your email address will not be published. Required fields are marked *