ଦୁନିଆର ୫ ଟି ସବୁଠାରୁ ବିପଜ୍ଜନକ ରାସ୍ତା , ଯେଉଁଠି ଥରେ ଗଲେ ଆଉ ଫେରିବାର ଆଶା ନାହିଁ :-

ଆପଣ ମାନେ ଗାଡ଼ି ଚଳାଇବା ଜାଣନ୍ତି ତେଣୁ ଯେକୌଣସି ସ୍ଥାନରେ ବି ଆପଣ ଠିକ ଭାବରେ ଗାଡ଼ି ଚଳାଇ ପାରିବେ ମାତ୍ର ଦୁନିଆର ଏପରି ୫ ଟି ଭୟଙ୍କର ରାସ୍ତା ଅଛି ଯେଉଁଠି ଗାଡ଼ି ଚଳାଇବାକୁ ଆପଣ ଶହେ ଥର ଭାବିବେ ।

୧ . ପାସେଜ ଡୁ ଗଇସ ଫ୍ରାନ୍ସ :-

ଏହି ରାସ୍ତାକୁ ପ୍ରଥମେ ଦେଖି ହୁଏତ ଆପଣ ଆଶ୍ଚର୍ଯ୍ୟ ହେବେନି ମାତ୍ର ଯେତେ ଆଗକୁ ଯିବେ ଦେଖିବେ ଯେ ରାସ୍ତା ଟି ଅଦୃଶ୍ୟ ହୋଇ ଯାଇଛି । କାରଣ ଦିନର ଦୁଇଟି ସମୟରେ ଏହି ରାସ୍ତାଟି ସମୁଦ୍ର ପାଣିରେ ବୁଡ଼ି ଯାଇଥାଏ । ତେଣୁ ଯଦି ଆପଣ ଯିବା ବେଳେ ଭୁଲ ସମୟରେ ଯାଆନ୍ତି ତେବେ ପାଣିରେ ଆପଣଙ୍କ ସହିତ ଆପଣଙ୍କ ଗାଡ଼ି ମଧ୍ୟ ବୁଡ଼ିଯିବ । ୪.୩ କିଲୋମିଟର ର ଏହି ରାସ୍ତା ଫ୍ରାନ୍ସ ଠାରୁ ଏକ ଆଇଲ୍ୟାଣ୍ଡ ସହିତ ଜଡ଼ିତ ହୋଇଛି । ସାଧରଣତଃ ଲୋକେ ଏହି ରାସ୍ତାରେ ଯିବା ପାଇଁ ଠିକ ସମୟର ଧ୍ୟାନ ଦେଇଥାନ୍ତି ।

୨ . ସ୍କିପର କେନିୟନ ରୋଡ଼ ନ୍ୟୁଜିଲ୍ୟାଣ୍ଡ :-

ଏହି ରାସ୍ତା ଦେଖିବାକୁ ଯେତେ ସୁନ୍ଦର ସେତେ ଭୟଙ୍କର କାରଣ ପାହାଡ଼ କୁ କାଟି ଏହି ରାସ୍ତା ତିଆରି ହୋଇଛି । ରାସ୍ତାର ଓସାର ଏତେ କମ ଯେ ଦିନକୁ ଦିନ ଦୁର୍ଘଟଣା ସଂଖ୍ୟା ବଢ଼ିବାରେ ଲାଗିଲା । ଯେଉଁ କାରଣରୁ ତାହାକୁ ବନ୍ଦ କରି ଦିଆଯାଇଥିଲା । ମାତ୍ର ଅନ୍ୟ ସହରକୁ ଯିବାକୁ ଏହି ଗୋଟିଏ ରାସ୍ତା ଥିବାରୁ ସରକାର ପୁଣିଥରେ ତାହାକୁ ଖୋଲିବାକୁ ବାଧ୍ୟ ହୋଇଥିଲେ ।

୩ . ଜେମ୍ସ ଡାଲଟନ ହାଇୱେ ଆଲକ୍ସା :-

ଏହି ରାସ୍ତାଟି ସବୁବେଳେ ବରଫବୃତ ହୋଇ ରହିଥାଏ । ଯେଉଁ କାରଣରୁ ରାସ୍ତା ଏତେ ଖସଡ଼ା ହୋଇଥାଏ ଯେ ଗାଡ଼ି ଗଡ଼ିବା ବଦଳରେ ଘସାରି ହୋଇ ଯାଇଥାଏ । ପୁଣି ରାତି କଥା କହିବାକୁ ଗଲେ ସେଠାରେ ସବୁବେଳେ କୁହୁଡ଼ି ବର୍ଷା ହେଉଥିବାରୁ ଗାଡ଼ି ଚାଳକ ମାନେ ସାମ୍ନା ଗାଡ଼ିକୁ ଦେଖି ପାରନ୍ତି ନାହିଁ । ଯାହାଦ୍ୱାରା ଅନେକ ଦୁର୍ଘଟଣା ଘଟିଥାଏ । ପୁଣି ୬୬୫ କିଲୋମିଟର ର ଏହି ରାସ୍ତାରେ ଖାଇବା ପିଇବା ସମେତ ଅନ୍ୟ କୌଣସି ସୁବିଧା ନାହିଁ । ଯେଉଁ କାରଣରୁ ଦୁର୍ଘଟଣା ଘଟିଲେ ବି ସାହାଯ୍ୟ ମିଳିବାକୁ ୨ – ୩ ଦିନ ଲାଗିଯାଏ ।

୪ . କାରକରମ ହାଇୱେ ପାକିସ୍ତାନ :-

ଏହା ସବୁଠାରୁ ଉଚ୍ଚତମ ହାଇୱେ ଏବଂ ପାହାଡ଼ ଦେହରେ ହିଁ ଏହି ରାସ୍ତା ତିଆରି ହୋଇଛି । ଏହି ରାସ୍ତାରେ ଅନେକ ଝଡ଼ ତୋଫାନ ର ସାମ୍ନା କରିବାକୁ ପଡ଼ିଥାଏ । ପୁଣି ସମୟ ସମୟରେ ଏହି ରାସ୍ତା ଝରଣା ରେ ପରିଣତ ହୋଇଥାଏ । କାରଣ ପାହାଡ଼ରୁ ଝରୁ ଥିବା ପାଣି ରାସ୍ତାକୁ ଆସି ଯାଏ । ପୁଣି ଏହି ରାସ୍ତା ପାକିସ୍ତାନ ରୁ ଚୀନ ସହିତ ସଂଯୁକ୍ତ ହୋଇଛି ଯାହାକି ଅନେକ କାଳରୁ ପାକିସ୍ତାନ ଏବଂ ଚୀନ ର ମିଳିତ ଉଦ୍ୟମରେ ଅନୁଷ୍ଠିତ ହୋଇଥିଲା ।

୫ . ଜୋଜିଲା ପାସ ଇଣ୍ଡିଆ :-

ଏହି ରାସ୍ତା ସାଧରଣତଃ ଲଦାଖ ରୁ କାଶ୍ମୀର କୁ ଯିବା ରାସ୍ତାରେ ପଡ଼ିଥାଏ । ଏହା ମଧ୍ୟ ପାହାଡ଼ କୁ କାଟି ନିର୍ମାଣ କରାଯାଇଛି । ୯ କିଲୋମିଟର ର ଏହି ରାସ୍ତା ସମୁଦ୍ର ଠାରୁ ୧୧୫୭୫ ଫୁଟ ଉଚ୍ଚତା ରେ ରହିଛି । ଗ୍ରୀଷ୍ମ ଋତୁରେ ହିଁ ଲୋକେ ଏଠାରେ ନିର୍ଭୟରେ ଯାଇ ପାରିବେ । କିନ୍ତୁ ଅନ୍ୟ ଦିନରେ ବରଫ ଯୋଗୁଁ ରାସ୍ତା ଓଦା ରହିଥାଏ । ଏହି ରାସ୍ତାରେ ରାତିରେ ଗାଡ଼ି ଚଳାଇବା ବିପଜ୍ଜନକ ହୋଇଥାଏ ।

Leave a Reply

Your email address will not be published. Required fields are marked *