ଓୟୋ ନଗଲେ ବିଷ ପିଇ ଆତ୍ମ-ହତ୍ୟା କରିବି, ଅଭି-ଯୋଗ କଲେ ଯୁବତୀ :-

ସମାଜରେ ବର୍ତ୍ତମାନ ପ୍ରେମ ବୋଲି ଶବ୍ଦ କୁ ସବୁ ଘୃଣ୍ୟ ଅପ-ରାଧରେ ଲଗାଇ ଦିଆଯାଉଛି । ଲୋକେ କହୁଛନ୍ତି ପ୍ରେମ କରୁଛନ୍ତି କିନ୍ତୁ ଉଦ୍ଦେଶ୍ୟ କିଛି ଅଲଗା ରହୁଛି । ଯେଉଁ କାରଣରୁ ଅନେକ ସମୟରେ ଯୁବକ ପୀଡ଼ିତ ତ ଆଉ କେଉଁ ସମୟରେ ଯୁବତୀ ପୀଡ଼ିତା ।

ପ୍ରାୟ ପ୍ରତ୍ୟେକ ଦିନ ଖବରକାଗଜ ରେ ଏପରି ଘଟଣା ସାମ୍ନାକୁ ଆସୁଛି ଯେଉଁଥିରେ ପ୍ରେମ କାରଣରୁ କେହି କାହାକୁ ହ-ତ୍ୟା କରିଛି ତ କେହି ବ୍ଲାକମେଲ କରୁଛି । ତେବେ ବ୍ଲାକମେଲ କରିବା ଏକ ଅପ-ରାଧ ବୋଲି ସମସ୍ତେ ଜାଣିଛନ୍ତି ତଥାପି ସେପରି ଘୃଣ୍ୟ କାମ କରିବାକୁ ଟିକିଏ ଚିନ୍ତା କରୁ ନାହାଁନ୍ତି ଲୋକେ । ଠିକ ସେହିପରି ଘଟିଛି ଜଣେ ଯୁବତୀଙ୍କ ସହିତ ।

ସୂଚନା ଅନୁଯାୟୀ ନୂଆପଲ୍ଲୀ ଥାନାରେ ଜଣେ ଯୁବତୀ ଅଭିଯୋଗ କରିଛନ୍ତି ଜଣେ ଯୁବକଙ୍କ ନାମରେ । ସେହି ଯୁବକ ତାଙ୍କର କୌଣସି ପ୍ରେମିକ ନୁହଁନ୍ତି । ତେବେ ଯୁବତୀ ଙ୍କ ଅନୁଯାୟୀ ଯୁବକଙ୍କ ଘର ଯାଜପୁର ଜିଲ୍ଲାର ଅଟେ । ଗତ କିଛି ଦିନ ତଳେ ଯୁବକ ଯୁବତୀ ଙ୍କ ସହିତ ଗଣମାଧ୍ୟମ ରେ ଯୋଗାଯୋଗ କରିଥିଲେ । ତାପରେ ନିଜର ଆର୍ଥିକ ସ୍ଥିତି ଭଲ ନଥିବା କହି ଯୁବତୀଙ୍କୁ ଚାକିରୀ ମଧ୍ୟ ଖୋଜି ଦେବାକୁ କହିଥିଲେ ।

କିନ୍ତୁ କିଛିଦିନ ପରେ ଯୁବକ ଜଣକ ଡେ଼ଲ୍ଟା ସ୍ଥିତ ପାଇକନଗରରେ ଆସି ଭଡ଼ା ରେ ରହିଥିଲେ । ଯୁବତୀ ତାଙ୍କ ପାଇଁ ଏକ ଚାକିରୀ ମଧ୍ୟ ଖୋଜି ଦେଇଥିଲେ । ମାତ୍ର କିଛି ଦିନ ଏପରି ଦୁହେଁ ସାଥିରେ ବିତାଇବା ପରେ ଦୁହିଁଙ୍କ ମଧ୍ୟରେ ଘନିଷ୍ଠତା ବୃଦ୍ଧି ପାଇଥିଲା । ପରେ ଯୁବକ ଜଣକ ଯୁବତୀ ଙ୍କୁ ପ୍ରୋପୋଜ କରିଥିଲେ । ମାତ୍ର ଯୁବତୀ ଜଣକ ମନା କରି ଦେଇଥିଲେ ।

ଏତିକିରେ ଯୁବକ ରହି ନଥିଲେ । ବରଂ ଯୁବତୀ ଙ୍କୁ ଓୟୋ ଯିବାକୁ ବାଧ୍ୟ କରିଥିଲେ ଏବଂ ଓୟୋ ନଗଲେ ଆ-ତ୍ମ-ହ-ତ୍ୟା କରିବେ ବୋଲି ଧମକ ଦେଇଥିଲେ । ଯୁବକ ଜଣକ ବିଷ ପିଇ ଆତ୍ମ-ହତ୍ୟା କରିବେ ବୋଲି କହିଥିଲେ ଏବଂ ସୁଇସାଇଡ଼ ନୋଟ ରେ ତାଙ୍କ ମୃ-ତ୍ୟୁର କାରଣ ଯୁବତୀ ଅଟନ୍ତି ବୋଲି ଲେଖିଦେବେ ଏହା ମଧ୍ୟ ଧମକ ଦେଇଥିଲେ । ଏମିତି ବାରମ୍ବାର କୋଲ କରି ହଇରାଣ କରିବା କାରଣରୁ ଯୁବତୀ ଜଣକ ତାଙ୍କ ନମ୍ବର କୁ ବ୍ଲକ କରି ଦେଇଥିଲେ ।

ତଥାପି ଯୁବକ ଭିନ୍ନ ଭିନ୍ନ ନମ୍ବର ରୁ କୋଲ କରୁଥିଲେ । ମାତ୍ର ଯୁବତୀ କାଳେ ଯୁବକ ସେପରି କିଛି କରି ବସିବେ ଭାବି ନୂଆପଲ୍ଲୀ ଥାନାରେ ସବୁ ଘଟଣା ଜଣାଇ ଥିଲେ ଏବଂ ଯୁବକ ଙ୍କ ନାମରେ ଅଭିଯୋଗ ମଧ୍ୟ ଦେଇଥିଲେ । ଘଟଣା ନିୟନ୍ତ୍ରଣ ରେ ନଥିବା ଭାବି ଯୁବତୀ ପୋଲିସ ର ସାହାଯ୍ୟ ଲୋଡ଼ିଥିଲେ ।

Leave a Reply

Your email address will not be published. Required fields are marked *