ଦୃଷ୍ଟିହୀନ ଭାନଗାଙ୍କ ଭବିଷ୍ୟ ବାଣୀ, ନୂତନ ବର୍ଷ ୨୦୨୨ ସାଜିବ ମହାକାଳ :-

ବର୍ତ୍ତମାନ ପୃଥିବୀର ସବୁ ମହାଦେଶର ସବୁ ରାଷ୍ଟ୍ରରେ ଗୋଟିଏ ବଡ଼ ଚିନ୍ତାର କାରଣ ହେଉଛି କରୋନା ଏବଂ ତାହାର ନୂଆ ନୂଆ ଭେରୀଏଣ୍ଟ । ଗତ ୨ ବର୍ଷ ହେବ ଏହି କରୋନା କାରଣରୁ ଅନେକ ଲୋକ ପ୍ରାଣ ହରାଇଛନ୍ତି । କେହି କେହି ଏହାକୁ ପୃଥିବୀ ଧ୍ବଂସ ହେବାର ସଙ୍କେତ ମଧ୍ୟ କହୁଛନ୍ତି ।

ତେବେ ଏହି ବିପର୍ଯ୍ୟୟ କୁ ପାଥେୟ କରି ଅନେକ ଜ୍ୟୋତିଷ ଏବଂ ଭବିଷ୍ୟବକ୍ତା ମାନେ ନିଜର ଭିନ୍ନ ଭିନ୍ନ ମତ ରଖିଛନ୍ତି । ଏପଟେ ମାଳିକା ବଚନ ସତ ହେଉଥିବା କଥା ରାଜ୍ୟର ଲୋକେ କହୁଛନ୍ତି । କିନ୍ତୁ ଗତ ୨୭ ବର୍ଷ ତଳେ ଜଣେ ଦୃଷ୍ଟିହୀନ ବ୍ୟକ୍ତି ପୃଥିବୀର ଆଗାମୀ ଭବିଷ୍ୟତ ସମ୍ବନ୍ଧରେ ଭବିଷ୍ୟ ବାଣୀ କରି ଯାଇଥିଲେ । ଯାହାକୁ ବର୍ତ୍ତମାନ ଲୋକେ ହୃଦୟଙ୍ଗମ କରୁଛନ୍ତି ।

ଦୃଷ୍ଟିହୀନ ବ୍ୟକ୍ତି ଜଣକ ହେଉଛନ୍ତି ଭାନଭେଲିୟା ପାଣ୍ଡେଭା ଗୁସ୍ତେରୋଭା ଓରଫ ବାବା ଭାନଗା । ତାଙ୍କୁ ସେତେବେଳେ ସମସ୍ତେ ବାବା ଭାନଗା ନାମରେ ଜାଣିଥିଲେ । ତେବେ ସେହି ସମୟରେ ସେ ପୃଥିବୀ ସମ୍ବନ୍ଧରେ ଗୁରୁତ୍ୱପୂର୍ଣ୍ଣ ଭବିଷ୍ୟ ବାଣୀ କରି ଯାଇଥିଲେ ଯାହାକି ବର୍ତ୍ତମାନ ସତ୍ୟ ହେଉଥିବାର ପ୍ରତୀତ ହେଉଛି । ବଡ଼ ବଡ଼ ବିଶିଷ୍ଟ ବ୍ୟକ୍ତି ମଧ୍ୟ ତାଙ୍କ କଥାକୁ ବିଶ୍ୱାସ କରୁଛନ୍ତି ।

୧୯୯୬ ରେ ବାବା ଭାନଗା ଇହ ଧାମ ତ୍ୟାଗ କରିଥିଲେ ମାତ୍ର ତାଙ୍କର ସେହି ସମୟର ପୃଥିବୀକୁ ନେଇ ଭବିଷ୍ୟ ବାଣୀ ‘ ଆଷ୍ଟୋଫେମ ଡଟ କମ ‘ ରେ ପ୍ରକାଶିତ ହୋଇଛି । ବାବା ଭାନଗା ବୁଲଗେରିଆବାସୀ ଥିଲେ ଯିଏକି ସେହି ସମୟରେ ଲୋକଙ୍କୁ ସତର୍କ କରାଇ ଯାଇଥିଲେ ଯେ ଆଗାମୀ ନୂତନ ବର୍ଷ ଅର୍ଥାତ ୨୦୨୨ ମସିହା ରେ କଣ ସଙ୍କଟ ଆସିବାକୁ ଯାଉଛି ।

ତାଙ୍କ ଅନୁସାରେ ନୂତନ ବର୍ଷ ୨୦୨୨ ରେ ସବୁଠାରୁ ବଡ଼ ସମସ୍ୟା ଜଳ ସଙ୍କଟ ରୂପରେ ଦେଖା ଦେବ । ଯାହାଦ୍ୱାରା ଯେଉଁ ଅଧିକାଂଶ ଲୋକେ ପିଇବା ପାଣି ପାଇଁ ନଦୀ ଉପରେ ନିର୍ଭର କରୁଥିଲେ , ତାହା ଦୂଷିତ ହେବା କାରଣରୁ ଅନ୍ୟ ଉତ୍ସ ର ସନ୍ଧାନ କରିବେ । ଏହା ବ୍ୟତୀତ ଲୋକେ ଅନାହାର ରେ ଜୀବନ ବିତାଇବେ । କାରଣ ୨୦୨୨ ରେ ପଙ୍ଗପାଳ ଫସଲ ହାନୀ କରିବେ ।

ବାବା ଭାନଗା ଙ୍କ ଅନୁଯାୟୀ ତାପମାତ୍ରା ୫୦℃ ଯାଏଁ ବୃଦ୍ଧି ପାଇବ ଏବଂ ସେହି କାରଣରୁ ପଙ୍ଗପାଳ ଫସଲ କ୍ଷତି କରିବେ । ବାବା ଭାନଗା ଏହା ମଧ୍ୟ କହିଛନ୍ତି ଯେ ଭବିଷ୍ୟତରେ ଏଲିଏନ ପୃଥିବୀ ଉପରକୁ ଆକ୍ରମଣ କରିବେ । ଔମୁଆମୁଆ ନାମକ ଗ୍ରହାଣୁ ନିକ୍ଷେପ କରିବେ । ପୁଣି ତୁଷାରରେ ଜମାଟ ବାନ୍ଧିଥିବା ଗୋଟିଏ ନୂଆ ମାରାତ୍ମକ ଭୂତାଣୁ ସାଇବେରିଆ ରୁ ଆବିଷ୍କାର ହେବ ବୋଲି ମଧ୍ୟ କହି ଯାଇଛନ୍ତି ।

ଏସିଆ ସମେତ ଅନ୍ୟାନ୍ୟ ଏସୀୟ ରାଷ୍ଟ୍ର ବନ୍ୟା ରେ ପ୍ଲାବିତ ହେବ ବୋଲି ଭାନଗା ଭବିଷ୍ୟ ବାଣୀ କରିଛନ୍ତି । ଲୋକେ ଅଧିକ ସମୟ ଅନଲାଇନ , ଫୋନ ଏବଂ ଗ୍ୟାଜେଟରେ ମଜ୍ଜି ରହିବା କାରଣରୁ ବିପଜ୍ଜନକ ପରିସ୍ଥିତି ସୃଷ୍ଟି ହେବ । କାରଣ କଳ୍ପନା ଏବଂ ବାସ୍ତବତା ମଧ୍ୟରେ ପାର୍ଥକ୍ୟ ଜାଣି ନପାରିବା କାରଣରୁ ମତିଭ୍ରମ ଘଟିବ ।

Leave a Reply

Your email address will not be published. Required fields are marked *