୬ ଟି ଅଦ୍ଭୁତ ଘଟଣା ଯାହା କି ବୈଜ୍ଞାନିକ ମାନଙ୍କରବି ହୋସ ଉଡେଇ ଦେଲା : ଦେଖନ୍ତୁ ଭିଡ଼ିଓ

ସୋସିଆଲ ମିଡ଼ିଆରେ କିଛି ନା କିଛି ଭିଡ଼ିଓ ଭାଇରାଲ ହୋଇଥାଏ। ତେବେ ସେଥିମଧ୍ୟରୁ କିଛି ଭିଡ଼ିଓ ମଜାଦାର ହୋଇଥିବା ବେଳେ ଆଉ କିଛି ଭିଡ଼ିଓ ଆଶ୍ଚର୍ଯ୍ୟ ଜନକ ହୋଇଥାଏ। ତେବେ ଏହି ଭିଡ଼ିଓ ଯେତେବେଳେ ଲୋକଲୋଚନକୁ ଆସେ ତାହା ଚର୍ଚ୍ଚାର ବିଷୟ ପାଲଟିଯାଏ। ତେବେ ଆଜି ଆମେ ଆପଣଙ୍କୁ ଏପରି ୬ ଟା ଅଦ୍ଭୁତ ବିଷୟରେ କହିବାକୁ ଯାଉଛୁ ଯାହାକି ସୋସିଆଲ ମିଡ଼ିଆରେ ଖୁବ ଭାଇରାଲ ହେଉଛି। ତେବେ ଏହି ଭିଡ଼ିଓ ଯଦି କ୍ୟାମେରାରେ କଏଦ ନ ହୋଇଥାନ୍ତା ତେବେ ଏହାକୁ କେହି ବିଶ୍ୱାସ କରି ନଥାନ୍ତେ।

ପ୍ରଥମେତଃ ଆପଣ ଅନେକ ବନ୍ୟା ଦେଖିଥିବେ ଏବଂ ବନ୍ୟା ହେବା ଦ୍ୱାରା ଅନେକ ଲୋକଙ୍କ କ୍ଷୟ କ୍ଷତି ହୋଇଥିବାର ଦେଖିଥିବେ। ହେଲେ ଆପଣଙ୍କ ମନରେ ପ୍ରଶ୍ନ ଆସୁଥିବ ଯେ ଏଥିରେ କଣ ନୂଆ କଥା ଅଛି। ହେଲେ ଆମେ ଆପଣଙ୍କୁ କାଠର ବନ୍ୟା ଦେଖେଇବୁ। ଯଦିଓ ଏହା ଶୁଣିବାରେ ଆପଣଙ୍କୁ ଅଜବ ଲାଗୁଥିବ ହେଲେ ବାସ୍ତବରେ ଏହା ସତ ଅଟେ। ତେବେ ଏଭଳି ଦୃଶ୍ୟ ସାଧାରଣତଃ ପାହାଡିଆ ଅଞ୍ଚଳରେ ଦେଖିବାକୁ ମିଳେ। ତେବେ ଏହି ବନ୍ୟା ସମ୍ମୁଖରେ ଯାହା ବି ଆସେ ତାହା ନଷ୍ଟ କରି ଦେଇଥାଏ।

ତେବେ ଦ୍ୱିତୀୟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି ଯାହାକି ବୈଜ୍ଞାନିକ ମାନଙ୍କ ହୋସ ଉଡେଇ ଦେଇଛି। ତେବେ ଏହି ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଜଣେ ବ୍ୟକ୍ତି ଯେତେବେଳେ ନିଜ ବଗିଚାରେ ଲାଗେଇଥିବା ଘାସ ଉପରେ ଡେଇଁଲେ ତେବେ ତାହା ତାଙ୍କ ଉପରକୁ ଠେଲିବାରେ ଲାଗିଲା।

ତେବେ ଏପରି ହେବାର କାରଣ ହେଉଛି ପ୍ରବଳ ବର୍ଷା। ତେବେ ଆମେ ଆପଣଙ୍କୁ ଜଣେଇ ଦେଉଛୁ ଯେ ପ୍ରବଳ ବର୍ଷା ହେବା ଦ୍ୱାରା ବର୍ଷା ଜଳ ମାଟି ତଳକୁ ଚାଲିଯାଏ ଏବଂ ଏଠାରେ ଘାସର ପରିଣାମ ବହଳ ହୋଇଥିବାରୁ ବର୍ଷା ଜଳ ଉପରକୁ ଆସି ପାରେ ନାହିଁ। ଯାହାଫଳରେ ଜମା ହୋଇ ରହିଥାଏ ଏବଂ ଗଦି ଭଳି ନରମ ହୋଇଥାଏ।

ତେବେ ଆପଣ ଜାଣିଥିବେ ଯେ ଯେଉଁସ୍ଥାନରେ ସୂର୍ଯ୍ୟଙ୍କର ସିଧା ସଳଖ କିରଣ ପଡେ ନାହିଁ ସେଠାରେ ଥଣ୍ଡା ଅନୁଭବ ହୋଇଥାଏ। ତାପମାତ୍ରା ହ୍ରାସ ଯୋଗୁଁ ବରଫ ବର୍ଷା ମଧ୍ୟ ଦେଖିବାକୁ ମିଳେ। ତେବେ ବର୍ଷା ହେବା ଦ୍ୱାରା ରାସ୍ତା ଘାଟ ଆଦି ବରଫରେ ପରିପୂର୍ଣ୍ଣ ହୋଇଯାଏ।

ତେବେ ଏହାକୁ ସଫା କରିବା ପାଇଁ ସରକାର ଓ ଲୋକମାନେ ଲାଗି ପଡନ୍ତି। ତେବେ ବର୍ତ୍ତମାନ ଏକ ଆଶ୍ଚର୍ଯ୍ୟ କରିଦେଲା ଭଳି ଭିଡ଼ିଓ ଭାଇରାଲ ହେଉଛି ତାହା ହେଉଛି ବର୍ଷା ଝଡରେ ଜଣେ ବ୍ୟକ୍ତିଙ୍କ କାର ବରଫରେ ଜମାଟ ହୋଇ ଯାଇଥିଲା। ତେବେ ବରଫକୁ ହଟେଇବା ପାଇଁ ହାତୁଡି ସାହାଯ୍ୟରେ ବରଫକୁ ଭାଙ୍ଗିବାକୁ ଚେଷ୍ଟା କରୁଥିଲେ।

ତୃତୀୟରେ ବୈଜ୍ଞାନିକ ମାନେ ପ୍ରମାଣ କରିଛନ୍ତି ଯେ ପୃଥିବାରେ ମାଧ୍ୟାକର୍ଷଣ ଶକ୍ତି ରହିଛି। ଆମେ ଯେଉଁ ସବୁ ପଦାର୍ଥ ଉପରକୁ ଫୋପାଡିବା ତାହା ପୃଥିବୀ ମାଧ୍ୟାକର୍ଷଣ ଶକ୍ତି ମାଧ୍ୟମରେ ନିଜ ଆଡକୁ ଟାଣି ନେଇଥାଏ। ହେଲେ ଏହା ପ୍ରକୃତି ଆଗରେ ଫିକା ପଡିଥାଏ। ତେବେ ଏପରିକି ଏକ ସ୍ଥାନ ଅଛି ଯେଉଁଠାରେ ଆପଣ ଯେ କୌଣସି ଜିନିଷ ପକେଇଲେ ମଧ୍ୟ ତାହା ତଳକୁ ନ ଯାଇ ଉପରକୁ ଉଠିଥାଏ। ତେବେ ଏହା ବୈଜ୍ଞାନିକ ମାନଙ୍କୁ ଚିନ୍ତାରେ ପକେଇ ଦେଇଛି।

ତେବେ ଅନେକ ଲୋକଙ୍କ ଖରା ଦିନେ ସମୁଦ୍ର ବେଳାଭୂମିକୁ ବୁଲିବା ପାଇଁ ଯାଇଥାନ୍ତି। କାରଣ ସେତେବେଳେ ସମୁଦ୍ର ଆଡୁ ଶୀତଳ ଜଳବାୟୁ ପ୍ରଭାବିତ ହୋଇଥାଏ। ହେଲେ ଯଦି ହଠାତ ବେଳା ଭୂମି ବୁଡିବାକୁ ଲାଗିବ ତେବେ କଣ ହେବ। ତେବେ ଏଭଳି ଏକ ଦୃଶ୍ୟ ଅଷ୍ଟ୍ରେଲିଆର ରେନବୋ ବେଳାଭୂମିରେ ୨୦୧୮ ମସିହାରେ ଦେଖିବାକୁ ମିଳିଥିଲା। ତେବେ ସମୁଦ୍ରର ଏପରି କରାଳ ରୂପ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଥିଲା।

ତେବେ ଭୂମିକମ୍ପରେ ଆପଣ ଘର ଦ୍ୱାରା ଭାଙ୍ଗି ଥିବାର ଦେଖିଥିବେ। ହେଲେ ଏକ ଆଶ୍ଚର୍ଯ୍ୟ ଜନକ ଘଟଣା ସେତେବେଳେ ଦେଖିବାକୁ ମିଳିଥିଲା ଯେତେବେଳେ ଭୂମିକମ୍ପରେ ଭୂପୃଷ୍ଠକୁ ଦୁଇ ଭାଗ କରି ଦେଇଥିଲା। ତେବେ ଏହି ଅଜବ ଘଟଣା ଇଥୁପିଆରେ ଦେଖିବାକୁ ମିଳେ। ତେବେ ଏପରି ଘଟିବାର ମୁଖ୍ୟକାରଣ ହେଉଛି ଆଗ୍ନେୟଗିରି ଦ୍ୱାରା ହୋଇଥିଲା।

Leave a Reply

Your email address will not be published. Required fields are marked *